ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିଶ୍ୱସନୀୟ ଏଆଇ, ନବସୃଜନ ଓ ଆନ୍ତର୍ଜାତିକ ସହଯୋଗ ଉପରେ ମିଷ୍ଟ୍ରାଲ ଏଆଇର ସିଇଓ ଆର୍ଥର୍ ମେନ୍ସଙ୍କ ସହ ମତ ବିନିମୟ କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
18 JUN 2026 6:44PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମିଷ୍ଟ୍ରାଲ ଏଆଇ (Mistral AI)ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଆର୍ଥର୍ ମେନ୍ସଙ୍କ ସହ ବିକଶିତ ହେଉଥିବା ବୈଶ୍ୱିକ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପରିଦୃଶ୍ୟ ଉପରେ ଏକ ଗଭୀର ଓ ଫଳପ୍ରଦ ଆଲୋଚନା କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏହି ଆଲୋଚନା ସମୟରେ ବିଶ୍ୱସନୀୟ ଏଆଇ, ନବସୃଜନ ଏବଂ ଏଆଇକୁ ମାନବ-କୈନ୍ଦ୍ରିକ ଓ ସମାବେଶୀ ରଖିବାର ଆବଶ୍ୟକତା ଉପରେ ମତ ବିନିମୟ କରାଯାଇଥିଲା।
ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଭାରତରେ ଏଆଇ ସହ ଜଡ଼ିତ ବିଭିନ୍ନ କ୍ଷେତ୍ରରେ ଭାଗିଦାରିର ସମ୍ଭାବନା ନେଇ ମଧ୍ୟ ଆଲୋଚନା ହୋଇଥିଲା।
ପ୍ରଧାନମନ୍ତ୍ରୀ ପୁନର୍ବାର ଦୋହରାଇଥିଲେ ଯେ, ନବସୃଜନ, ବିଶ୍ୱାସ ଓ ଆନ୍ତର୍ଜାତିକ ସହଯୋଗକୁ ପ୍ରୋତ୍ସାହିତ କରିବା ସହିତ ମାନବଜାତିର ସଶକ୍ତୀକରଣ ପାଇଁ ଏଆଇ ସମାଧାନ ବିକଶିତ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ।
ଏକ୍ସ (X)ରେ କରାଯାଇଥିବା ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:
“ମିଷ୍ଟ୍ରାଲ ଏଆଇର ଶ୍ରୀ ଆର୍ଥର୍ ମେନ୍ସଙ୍କ ସହ ବିକଶିତ ହେଉଥିବା ବୈଶ୍ୱିକ ଏଆଇ ପରିଦୃଶ୍ୟ ଉପରେ ଏକ ଫଳପ୍ରଦ ଆଲୋଚନା କରିଲି। ବିଶ୍ୱସନୀୟ ଏଆଇ, ନବସୃଜନ ଏବଂ ଏଆଇକୁ ମାନବ-କୈନ୍ଦ୍ରିକ ଓ ସମାବେଶୀ ରଖିବାର ଆବଶ୍ୟକତା ଉପରେ ମତ ବିନିମୟ କଲୁ।
ଭାରତରେ ଏଆଇ ସମ୍ବନ୍ଧୀୟ ବିଭିନ୍ନ କ୍ଷେତ୍ରରେ ଭାଗିଦାରିର ସମ୍ଭାବନା ଉପରେ ମଧ୍ୟ ଆଲୋଚନା ହେଲା। ନବସୃଜନ, ବିଶ୍ୱାସ ଓ ଆନ୍ତର୍ଜାତିକ ସହଯୋଗକୁ ପ୍ରୋତ୍ସାହିତ କରିବା ସହ ମାନବଜାତିର ସଶକ୍ତୀକରଣ ପାଇଁ ଏଆଇ ସମାଧାନ ବିକଶିତ କରିବାକୁ ଭାରତ ପ୍ରତିଶ୍ରୁତିବଦ୍ଧ।”
@arthurmensch
@MistralAI
*****
MT
(रिलीज़ आईडी: 2283160)
आगंतुक पटल : 9
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam