ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଜାକର୍ତ୍ତାରେ ପ୍ରବାସୀ ଭାରତୀୟଙ୍କୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ
प्रविष्टि तिथि:
07 JUL 2026 9:16PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାକର୍ତ୍ତାରେ ଭାରତୀୟ ସମ୍ପ୍ରଦାୟର ସ୍ୱାଗତ ଉତ୍ସବରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପହଞ୍ଚିବା ପରେ, ପ୍ରବାସୀ ଭାରତୀୟ ଏବଂ ଭାରତର ଇଣ୍ଡୋନେସିଆ ବନ୍ଧୁମାନଙ୍କର ଏକ ବିଶାଳ ସମାବେଶ ତାଙ୍କୁ ଉତ୍ସାହପୂର୍ଣ୍ଣ ଭବ୍ୟ ସ୍ୱାଗତ କରିଥିଲେ। ସ୍ୱତନ୍ତ୍ର ସମ୍ମାନର ସଂକେତ ସ୍ୱରୂପ, ଇଣ୍ଡୋନେସିଆର ରାଷ୍ଟ୍ରପତି ଶ୍ରୀ ପ୍ରବୋୱୋ ସୁବିଆନ୍ତୋ ମଧ୍ୟ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ସହିତ ଯୋଗ ଦେଇଥିଲେ ।
ସମାବେଶକୁ ସମ୍ବୋଧିତ କରି, ପ୍ରଧାନମନ୍ତ୍ରୀ ଏପରି ଭବ୍ୟ ସ୍ୱାଗତ ପାଇଁ ସମ୍ପ୍ରଦାୟକୁ ଧନ୍ୟବାଦ ଜଣାଇଥିଲେ । ରାଷ୍ଟ୍ରପତି ପ୍ରବୋୱୋଙ୍କ ଉପସ୍ଥିତି ପାଇଁ କୃତଜ୍ଞତା ପ୍ରକାଶ କରି, ପ୍ରଧାନମନ୍ତ୍ରୀ ତାଙ୍କୁ ଜଣେ ମହାନ ନେତା ଏବଂ ଭାରତର ଜଣେ ପ୍ରକୃତ ବନ୍ଧୁ ବୋଲି କହିଥିଲେ । ସେ ଇଣ୍ଡୋନେସିଆର ପ୍ରଗତି ଏବଂ ସମୃଦ୍ଧିରେ ଅବଦାନ ଏବଂ ଦୁଇ ଦେଶ ମଧ୍ୟରେ ବନ୍ଧୁତାର ଏକ ଜୀବନ୍ତ ସେତୁ ଭାବରେ କାର୍ଯ୍ୟ କରିବା ପାଇଁ ପ୍ରବାସୀ ଭାରତୀୟମାନଙ୍କର ପ୍ରଶଂସା କରିଥିଲେ । ସେ ପାରସ୍ପରିକ ବିଶ୍ୱାସ, ସମାନ ଐତିହ୍ୟ ଏବଂ ସାମୁଦ୍ରିକ ସଂଯୋଗ ଉପରେ ଆଧାରିତ ଇଣ୍ଡୋନେସିଆ ସହିତ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ଗଭୀର କରିବା ପାଇଁ ଭାରତର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଦୁଇ ଦେଶ ମଧ୍ୟରେ ପ୍ରାଚୀନ ସଭ୍ୟତାଗତ ସଂଯୋଗ ଉପରେ ଆଲୋକପାତ କରି, ସେ କହିଥିଲେ ଯେ, ବାଲିଯାତ୍ରା, ଭେସାକ ତୀର୍ଥଯାତ୍ରା ଏବଂ ନାଳନ୍ଦା ବିଶ୍ୱବିଦ୍ୟାଳୟ ମାଧ୍ୟମରେ ଆଧୁନିକ ସମୟ ଭଳି ପରମ୍ପରା ବିବିଧ ଏବଂ ସ୍ପନ୍ଦନଶୀଳ ଲୋକସମ୍ପର୍କକୁ ପୋଷଣ କରିଆସୁଛି ।
ପ୍ରଧାନମନ୍ତ୍ରୀ ସାମ୍ପ୍ରତିକ ବର୍ଷଗୁଡିକରେ ଭାରତ ଦ୍ୱାରା ହାସଲ କରାଯାଇଥିବା ଉଲ୍ଲେଖନୀୟ ପ୍ରଗତି ଉପରେ ଆଲୋକପାତ କରିଥିଲେ, ଯେଉଁଥିରେ ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ବିକାଶଠାରୁ ଆରମ୍ଭ କରି ଷ୍ଟାର୍ଟଅପ୍ ବିପ୍ଳବ ଏବଂ ସାମାଜିକ ବିକାଶ କାର୍ଯ୍ୟକ୍ରମର ଉଲ୍ଲେଖନୀୟ ପ୍ରସାର ଯାହା ୨୫ କୋଟିରୁ ଅଧିକ ଲୋକଙ୍କୁ ଦାରିଦ୍ର୍ୟରୁ ବାହାରକୁ ଆଣିବାରେ ସକ୍ଷମ କରିଛି । ସେ ଉଲ୍ଲେଖ କରିଥିଲେ ଯେ, ବିଗତ କିଛି ବର୍ଷ ଧରି ଭାରତ ବିଶ୍ୱର ସବୁଠାରୁ ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ହୋଇଛି ଏବଂ ଏହା ଦେଶକୁ ବିଶ୍ୱ ଅଭିବୃଦ୍ଧିର ଏକ ପ୍ରମୁଖ ବାହକ କରିଛି । ସେ ପ୍ରକାଶ କରିଥିଲେ ଯେ, ଭାରତରେ ଘଟୁଥିବା ପରିବର୍ତ୍ତନଗୁଡିକୁ ୧୪୦ କୋଟି ଲୋକଙ୍କ ଆକାଂକ୍ଷା ଭାବରେ ଦେଖାଯିବା ଉଚିତ ।
ସେ ପ୍ରବାସୀ ସମ୍ପ୍ରଦାୟକୁ ‘ବିକଶିତ ଭାରତ ୨୦୪୭’ ଏବଂ ‘ଇଣ୍ଡୋନେସିଆ ଏମାସ୍ ୨୦୪୫’ର ସମାନ ଆକାଂକ୍ଷାକୁ ସାକାର କରିବା ପାଇଁ ନିଜର ଯୋଗଦାନ ଦେବାକୁ ଆହ୍ୱାନ କରିଥିଲେ । ସେ ଆହୁରି ମଧ୍ୟ ଉଲ୍ଲେଖ କରିଥିଲେ ଯେ ଭାରତ ଇଣ୍ଡୋନେସିଆ ଏବଂ ଆସିଆନ କ୍ଷେତ୍ରରେ ପ୍ରଗତି ତଥା ସମୃଦ୍ଧି ଆଣିବା ପାଇଁ ଏକ ‘ଫୋର୍ସ ମଲ୍ଟିପ୍ଲାୟର’ (ଶକ୍ତିକୁ ଅନେକ ଗୁଣରେ ବୃଦ୍ଧି କରୁଥିବା ମାଧ୍ୟମ) ଭାବରେ କାର୍ଯ୍ୟ କରିବାକୁ ପ୍ରତିବଦ୍ଧ ।
ଭାରତ ଏବଂ ଇଣ୍ଡୋନେସିଆ ଦୁଇ ଶହସ୍ରାବ୍ଦରୁ ଅଧିକ ଘନିଷ୍ଠ ସଭ୍ୟତା, ସାଂସ୍କୃତିକ ଏକ ଲୋକ-ଲୋକ ସମ୍ପର୍କ ବଜାୟ ରଖିଛନ୍ତି । ଆଜି, ଇଣ୍ଡୋନେସିଆ ପ୍ରାୟ ୧୫୦,୦୦୦ ଭାରତୀୟ ବଂଶୋଦ୍ଭବ ଲୋକ (ପିଆଇଓ) ଏବଂ ପ୍ରାୟ ୧୫୦୦୦ ଅଣ-ଆବାସିକ ଭାରତୀୟ (ଏନ୍ଆର୍ଆଇ)ର ଘର । ଭାରତୀୟ ସମ୍ପ୍ରଦାୟ ଇଣ୍ଡୋନେସିଆର ଅର୍ଥନୈତିକ ଅଭିବୃଦ୍ଧି ଏବଂ ବହୁସାଂସ୍କୃତିକ ସମାଜରେ ମୂଲ୍ୟବାନ ଯୋଗଦାନ ଦେବା ସହ ଭାରତ ଏବଂ ଇଣ୍ଡୋନେସିଆ ମଧ୍ୟରେ ମୂଲ୍ୟବାନ ସଂଯୋଗ ଭାବରେ କାର୍ଯ୍ୟ କରୁଛନ୍ତି ।
SR
(रिलीज़ आईडी: 2282489)
आगंतुक पटल : 4
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Assamese
,
Manipuri
,
Gujarati
,
Tamil
,
Telugu
,
Kannada
,
Malayalam