ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ ପ୍ରୋତ୍ସାହନ ପ୍ରଦାନ କରିବା ସମୟରେ ତାଙ୍କ ଅଭିଭାଷଣର ମୁଖ୍ୟାଂଶ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
19 JUN 2026 11:01PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଅଧୀନରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବା ଅବସରରେ ତାଙ୍କ ଅଭିଭାଷଣର ମୁଖ୍ୟାଂଶ ବାଣ୍ଟିଛନ୍ତି।
ଏକାଧିକ ଏକ୍ସ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
ପ୍ରଧାନମନ୍ତ୍ରୀ ବିକଶିତ ଭାରତ ରୋଜଗାର ଯୋଜନା ଜରିଆରେ ଯେଉଁ ଉଦ୍ୟୋଗଗୁଡ଼ିକ ଆମର ଯୁବ ସହକର୍ମୀମାନଙ୍କୁ ପ୍ରଥମ ନିଯୁକ୍ତି ଦେଇଛନ୍ତି, ସେମାନେ ମଧ୍ୟ ଅନୁଭବ କରୁଛନ୍ତି ଯେ ସମଗ୍ର ସରକାର ଯୁବକମାନଙ୍କ ପଛରେ ଛିଡ଼ା ହୋଇଛନ୍ତି। ଏହା ସେମାନଙ୍କର ଦୃଷ୍ଟିକୋଣକୁ ମଧ୍ୟ ବଦଳାଇଥାଏ ।
"ଆଜି ଭାରତର ଷ୍ଟାର୍ଟଅପ୍ ଏବଂ ବିଶ୍ୱସ୍ତରୀୟ ନିବେଶକମାନେ ଏକ ନୂତନ ଶକ୍ତି ସହିତ କାର୍ଯ୍ୟ କରିବା ପାଇଁ ଆଗକୁ ଆସୁଛନ୍ତି। ଏହା ଆମର ଯୁବ ସହକର୍ମୀମାନଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି ।
ପ୍ରତିଭା, କୌଶଳ ଏବଂ ନବସୃଜନ ଶକ୍ତି ଦ୍ୱାରା ବିକଶିତ ଭାରତର ମାର୍ଗ ପ୍ରଶସ୍ତ ହେବ। ଶିଳ୍ପ ଜଗତକୁ ଏହା ମୋର ବିଶେଷ ଅନୁରୋଧ । "
HS
(ରିଲିଜ ଆଡି: 2275702)
ପରିଦର୍ଶକ କାଉଣ୍ଟର : 23
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam