ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସୌର ଶକ୍ତି, କୃଷି ଏବଂ ସହଭାଗୀ ସମୃଦ୍ଧି ଉପରେ ଏକ ନିବନ୍ଧ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
17 JUN 2026 1:05PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଅନ୍ତର୍ଜାତୀୟ ସୌର ମଞ୍ଚର ମହାନିର୍ଦ୍ଦେଶକ ଶ୍ରୀ ଆଶିଷ ଖାନ୍ନାଙ୍କ ଦ୍ୱାରା ଲିଖିତ ଏକ ନିବନ୍ଧ ସେୟାର କରିଛନ୍ତି।
ଏହି ନିବନ୍ଧରେ ଦର୍ଶାଯାଇଛି ଯେ ସୌର ଶକ୍ତି ଏକ ପରିବର୍ତ୍ତନଶୀଳ ଶକ୍ତି ଭାବେ ଉଭା ହେଉଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ କୃଷି ପାଇଁ ସ୍ୱଚ୍ଛ ଶକ୍ତିର ଉପଯୋଗ କରିବାର ଭାରତର ମଡେଲ ଆଫ୍ରିକା ପାଇଁ ଏକ ମାପନୀୟ ମଡେଲ ପ୍ରଦାନ କରେ, ସହଭାଗୀ ସମୃଦ୍ଧିକୁ ମଜବୁତ କରିବା, ସମ୍ପ୍ରଦାୟଗୁଡ଼ିକୁ ସଶକ୍ତ କରିବା ଏବଂ ଖାଦ୍ୟ ସୁରକ୍ଷାକୁ ପ୍ରୋତ୍ସାହିତ କରିବା। ଏହି ପ୍ରବନ୍ଧରେ ଏହି ସଫଳତାକୁ ଭାରତର କୃଷକ ଏବଂ ଦେଶ ପାଇଁ ଗର୍ବର ବିଷୟ ବୋଲି ବର୍ଣ୍ଣନା କରାଯାଇଛି।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ୍ସ ରେ ପୋଷ୍ଟ ହୋଇଛି;
"ସୌର ଶକ୍ତି ଏକ ପରିବର୍ତ୍ତନଶୀଳ ଶକ୍ତି ଭାବେ ଉଭା ହେଉଛି। କୃଷି ପାଇଁ ସ୍ୱଚ୍ଛ ଶକ୍ତିର ଉପଯୋଗ କରିବାର ଭାରତର ମଡେଲ ଆଫ୍ରିକା ପାଇଁ ଏକ ମାପନୀୟ ମଡେଲ ପ୍ରଦାନ କରିଥାଏ, ଯାହା ସହଭାଗୀ ସମୃଦ୍ଧିକୁ ସୁଦୃଢ଼ କରିଥାଏ, ସମ୍ପ୍ରଦାୟଗୁଡ଼ିକୁ ସଶକ୍ତ କରିଥାଏ ଏବଂ ଖାଦ୍ୟ ସୁରକ୍ଷାର ପ୍ରତିଶ୍ରୁତି ଦେଇଥାଏ। ଏହା ପ୍ରକୃତରେ ଆମ କୃଷକମାନଙ୍କ ପାଇଁ ଏବଂ ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ!
କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ସୌର ମଞ୍ଚର ମହାନିର୍ଦ୍ଦେଶକ ଡିଜି ଶ୍ରୀ ଆଶିଷ ଖାନ୍ନାଙ୍କ ଦ୍ୱାରା ଏହି ଅନ୍ତର୍ଦୃଷ୍ଟିସମ୍ପନ୍ନ ନିବନ୍ଧଟି ପଢ଼ନ୍ତୁ ।
HS
(रिलीज़ आईडी: 2275029)
आगंतुक पटल : 2
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam