ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ
azadi ka amrit mahotsav

ଇଣ୍ଡିଆ ଏଆଇ ମିଶନ୍ର ବଡ଼ ପଦକ୍ଷେପ; ସୁଲଭ ମୂଲ୍ୟରେ ଉନ୍ନତ ଭିଡିଓ ପାଇଁ ‘ଭାର୍ୟା’ ଏଆଇ ଲଞ୍ଚ


୫୦ ପଦକ୍ଷେପ ବଦଳରେ ମାତ୍ର ୪ ପଦକ୍ଷେପରେ ଭିଡିଓ ନିର୍ମାଣ; ‘ଭାର୍ୟା’ ଏଆଇର ବଡ଼ ଦାବି

ଟେକ୍ସଟ୍ରୁ ଭିଡିଓ ସୃଷ୍ଟିକୁ ସହଜ କରିବ ‘ଭାର୍ୟା’; ଜନସଂଖ୍ୟା ସ୍ତରରେ ଏଆଇ ସେବା ପହଞ୍ଚାଇବାର ଲକ୍ଷ୍ୟ

प्रविष्टि तिथि: 12 JUN 2026 3:09PM by PIB Bhubaneswar

କୃତ୍ରିମ ବୁଦ୍ଧିମତ୍ତା ଆଧାରିତ କମ୍ପାନି ଅବତାର ପକ୍ଷରୁ ସ୍ବଦେଶୀ ଜ୍ଞାନ କୌଶଳରେ ‘ଭାର୍ୟା’ ନାମକ ଏକ ଭିଡିଓ ସୃଷ୍ଟିକାରୀ ଏଆଇ ମଡେଲର ବିକାଶ କରାଯାଇଛି। ଏହା ଭାରତର ନୂଆ ପିଢିର ବ୍ୟବହାରକାରୀମାନଙ୍କ ପାଇଁ ସୁଲଭ ମୂଲ୍ୟରେ, ସହଜରେ ଉନ୍ନତମାନର ଭିଡିଓ ତିଆରି କରିବାରେ ସହାୟକ ହେବ।

ଆଜି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ସଚିବ ଶ୍ରୀ ଏସ୍. କୃଷ୍ଣନ ଓ ଅବତାରର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଏହି ଶୁଭାରମ୍ଭ କରାଯାଇଥିଲା।

‘ଭାରିୟା’କୁ ଭାରତର କୌଣସି ଗୋଟିଏ ସାଧାରଣ ଅବଧାରଣାକୁ ନେଇ ନୁହେଁ, ବରଂ ଏଠାକାର ବିବିଧ ପରିବେଶ ଓ ପରିସ୍ଥିତିକୁ ଦେଖି ପ୍ରସ୍ତୁତ କରାଯାଇଛି। ଏହି ମଡେଲଟି ଭାରତର ବିଭିନ୍ନ ଅଞ୍ଚଳ, ପର୍ବପର୍ବାଣୀ, ସମ୍ପ୍ରଦାୟ, ଖାଦ୍ୟପେୟ, ପୋଷାକପତ୍ର, ସର୍ବସାଧାରଣ ସ୍ଥାନ ଏବଂ ଦୈନନ୍ଦିନ ଜୀବନକୁ ଭଲଭାବେ ବୁଝି, ଆମ ସଂସ୍କୃତି ସହ ମେଳ ଖାଉଥିବା ଭିଡିଓ ତିଆରି କରିପାରିବ । ଗାଁ ସ୍କୁଲରେ ପିଲାମାନଙ୍କ ପାଇଁ ପାଠପଢ଼ା ଭିଡିଓ ପ୍ରସ୍ତୁତ କରୁଥିବା ଜଣେ ଶିକ୍ଷକ ହୁଅନ୍ତୁ, ନିଜ ଜିନିଷର ବିଜ୍ଞାପନ ବନାଉଥିବା ଛୋଟ ବ୍ୟବସାୟୀ ହୁଅନ୍ତୁ, କିମ୍ବା ଭିଡିଓ ଜରିଆରେ ସରକାରୀ ସୂଚନା ପାଉଥିବା ଜଣେ ସାଧାରଣ ନାଗରିକ ହୁଅନ୍ତୁ - ‘ଭାର୍ୟା'ର ଲକ୍ଷ୍ୟ ହେଉଛି ଏକ ସରଳ ଚିନ୍ତାଧାରାକୁ ଏକ ଜୀବନ୍ତ ଭିଡିଓ କାହାଣୀରେ ବଦଳାଇବା।

ଏହି ସ୍ୱଦେଶୀ ଫାଉଣ୍ଡେସନ୍ ଏଆଇ କ୍ଷମତା ପ୍ରସ୍ତୁତ କରିବା ପାଇଁ 'ଇଣ୍ଡିଆଏଆଇ ମିଶନ' ଦ୍ୱାରା ମନୋନୀତ ହୋଇଥିବା କମ୍ପାନୀଗୁଡ଼ିକ ମଧ୍ୟରେ ଅବତାର ଅନ୍ୟତମ ଥିଲା। ସରକାରଙ୍କ ତରଫରୁ ରିହାତି ଦରରେ ମିଳିଥିବା ଜାତୀୟ ଏଆଇ କମ୍ପ୍ୟୁଟ୍ ଭିତ୍ତିଭୂମିର ବ୍ୟବହାର କରି ‘ଭାର୍ୟା’କୁ ବିକଶିତ କରାଯାଇପାରିଛି। ଏହା ପ୍ରମାଣିତ କରୁଛି ଯେ କେମିତି ସରକାରୀ ଏଆଇ ଭିତ୍ତିଭୂମି ଆମ ଦେଶର ନିଜସ୍ୱ ନୂତନ ଉଦ୍ଭାବନ ବା ଇନୋଭେସନକୁ ଆହୁରି ଆଗକୁ ବଢ଼ାଇପାରିବ।

ଆଜିକାଲି ଶିକ୍ଷା, ବ୍ୟବସାୟ, ଯୋଗାଯୋଗ ଓ କାହାଣୀ କହିବାର ଏକ ପ୍ରମୁଖ ମାଧ୍ୟମ ପାଲଟିଛି ଭିଡିଓ। ଏଣୁ ସହଜରେ ଓ ସ୍ବଳ୍ପମୂଲ୍ୟରେ ଉଚ୍ଚମାନର ଭିଡିଓ ବିଷୟବସ୍ତୁ ପ୍ରସ୍ତୁତ କରିବାର କ୍ଷମତା ବେଶ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି।

ଭାରିୟା ଏକ ଡିଷ୍ଟିଲେସନ୍ କୌଶଳ ବ୍ୟବହାର କରେ ଯାହା ଭିଡିଓ ସୃଷ୍ଟି ପ୍ରକ୍ରିୟାକୁ ୫୦ ପାହାଚରୁ ୪ ପାହାଚକୁ ହ୍ରାସ କରେ, ଏବଂ ଭିଡିଓର ଗୁଣବତ୍ତା ମଧ୍ୟ ବଜାୟ ରଖେ। ଅବତାରର ଆକଳନ ଅନୁଯାୟୀ, ‘ଭାର୍ୟା’ ପ୍ରତି ସେକେଣ୍ଡ ଭିଡିଓକୁ  ମାତ୍ର ୪୮ ପଇସାରେ ତିଆରି କରିପାରେ, ଏହାର ତୁଳନାରେ ବିଶ୍ବର ପ୍ରମୁଖ ଭିଡିଓ ତିଆର ଏଆଇ ମଡେଲଗୁଡ଼ିକ ୧୦ ଗୁଣ ଅଧିକ ଅର୍ଥ ନିଅନ୍ତି।

‘ଭାରିୟା’ର ଉତ୍ପାଦ ଅଭିଜ୍ଞତା ଏକ ସରଳ ପଥ ଉପରେ ଆଧାରିତ: ଚିନ୍ତାଧାରା ଭିଡିଓ କାହାଣୀ। ବ୍ୟବହାରକାରୀମାନେ ଏକ ଚିନ୍ତାଧାରା ବା ଆଇଡିଆ ଟାଇପ୍ କରିପାରିବେ, ଏକ ଛବି ଅପଲୋଡ୍ କରି ଏକ ଭିଡିଓ ଜେନେରେଟ୍ କରିପାରିବେ ଏବଂ ଅତିରିକ୍ତ କ୍ଲିପ୍ ମାଧ୍ୟମରେ କାହାଣୀକୁ ଆହୁରି ବିକଶିତ କରିପାରିବେ। ଏକ ପ୍ରମ୍ପଟ୍ ଏକ ଶିକ୍ଷା, ଏକ ବିଜ୍ଞାପନ, ଏକ ମାର୍ଗଦର୍ଶିକା, ଏକ ଚଳଚ୍ଚିତ୍ର କିମ୍ବା ଏକ ସ୍ମୃତି ହୋଇପାରେ।

ଭାରତ ପାଇଁ, ଯେଉଁଠାରେ ଏଆଇ କେବଳ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ନୁହେଁ ବରଂ ୧୪୦ କୋଟିରୁ ଅଧିକ ଲୋକଙ୍କ ପାଇଁ କାମ କରିବା ପାଇଁ ଉଦ୍ଦିଷ୍ଟ।  ଦକ୍ଷତା ଏକ ବୈଷୟିକ ବିବରଣୀ ନୁହେଁ, ଏହା ଅନ୍ତର୍ଭୁକ୍ତିର ମୂଳଦୁଆ।

 

ଭାରତର ଏଆଇ ଉଚ୍ଚାଭିଳାଷର ପ୍ରତିଫଳନ

ଏହି ଶୁଭାରମ୍ଭ ଅବସରରେ ସଚିବ ଏସ୍. କ୍ରିଷ୍ଣନ କହିଛନ୍ତି, "ଇଣ୍ଡିଆଏଆଇ ମିଶନ ଅଧୀନରେ ସହାୟତା ପ୍ରାପ୍ତ ଅନ୍ୟତମ ଫାଉଣ୍ଡେସନାଲ୍ ମଡେଲ୍‌ ‘ଭାର୍ୟା’ର ଶୁଭାରମ୍ଭ, ଭାରତର ଏଆଇ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ଆମେ ଦେଶରେ ଆମେ ଯେଉଁଭଳି ଗବେଷଣା-ଭିତ୍ତିକ କ୍ଷମତା ପ୍ରସ୍ତୁତ କରିବାକୁ ଚାହୁଁଛୁ, ‘ଭାର୍ୟା’ ତାର ଏକ ପ୍ରକୃଷ୍ଟ ଉଦାହରଣ। ଏହା ଆମ ପାଇଁ ଏକ ଗର୍ବର ମୁହୂର୍ତ୍ତ, ଯାହା ସ୍ୱଦେଶୀ ଏଆଇ କ୍ଷମତା ପ୍ରସ୍ତୁତ କରିବା ଏବଂ ଏକ ସକ୍ରିୟ ଡିପ୍-ଟେକ୍ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଦିଗରେ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି। ଫାଉଣ୍ଡେସନାଲ୍ ମଡେଲଗୁଡ଼ିକୁ ରଣନୀତିକ ସହାୟତା ଯୋଗାଇ ଦେଇ ଆମେ ବ୍ୟାପକ ସ୍ତରରେ ନୂତନ ଉଦ୍ଭାବନକୁ ସକ୍ଷମ କରୁଛୁ ଏବଂ ପରବର୍ତ୍ତୀ ପିଢ଼ିର ଏଆଇ ସଲ୍ୟୁସନ ପାଇଁ ଭିତ୍ତିଭୂମି ସୃଷ୍ଟି କରୁଛୁ। ଆମେ ଭାରତର ଏଆଇ କ୍ଷମତାକୁ ଆହୁରି ମଜବୁତ କରିବା ସହ ଏଭଳି ମିତବ୍ୟୟୀ ନୂତନ ଉଦ୍ଭାବନକୁ ଆଗକୁ ବଢ଼ାଇବାକୁ ଆଶା ରଖିଛୁ, ଯାହା ବିଶ୍ୱସ୍ତରୀୟ ହେବା ସହିତ ଦେଶର ବହୁସଂଖ୍ୟକ ଜନସାଧାରଣଙ୍କ ପାଇଁ ସହଜଲବ୍ଧ ହୋଇପାରିବ।"

ଅବତାର ଶୀଘ୍ର ଏକ ବୈଷୟିକ ରିପୋର୍ଟ ମଧ୍ୟ ପ୍ରକାଶ କରିବ, ଯେଉଁଥିରେ ‘ଭାର୍ୟା’ର ମଡେଲ୍ ଆର୍କିଟେକ୍ଚର, ଡିଷ୍ଟିଲେସନ୍ ପ୍ରଣାଳୀ ଏବଂ ଏହାର ବେଞ୍ଚମାର୍କ (କାର୍ଯ୍ୟଦକ୍ଷତାର ମାପଦଣ୍ଡ) ବିଷୟରେ ସବିଶେଷ ସୂଚନା ରହିବ।

ସୁଲଭ ଏଆଇ

ଏହି ଅବସରରେ ଅବତାରର ସିଇଓ ତଥା ସହ-ପ୍ରତିଷ୍ଠାତା ଶ୍ରବନ୍ତ ଆଲୁରୁ କହିଛନ୍ତି, "ଭାରତର ଏଆଇ ସୁଯୋଗ କେବଳ ସବୁଠାରୁ ବଡ଼ ମଡେଲଗୁଡ଼ିକ ଦ୍ୱାରା ନିର୍ଦ୍ଧାରିତ ହେବ ନାହିଁ। ଏହା ସବୁଠାରୁ ଅଧିକ ଦକ୍ଷ ଓ ସକ୍ଷମ ମଡେଲଗୁଡ଼ିକ ଦ୍ୱାରା ମଧ୍ୟ ନିରୂପିତ ହେବ। ‘ଭାର୍ୟା’ ପ୍ରମାଣିତ କରିଛି ଯେ ଅତ୍ୟାଧୁନିକ ଗୁଣବତ୍ତାସମ୍ପନ୍ନ ଏଆଇ ଭିଡିଓକୁ ମଧ୍ୟ ଅତି ସହଜରେ ଅଧିକ ଦକ୍ଷ ଏବଂ ସହଜଲବ୍ଧ କରାଯାଇପାରିବ। ୧୪୦ କୋଟି ଜନସଂଖ୍ୟାର ଏକ ଦେଶ ପାଇଁ ଶସ୍ତା ବା ସ୍ୱଳ୍ପ ଖର୍ଚ୍ଚୀ ହେବା କେବଳ ଏକ ବୈଶିଷ୍ଟ୍ୟ ନୁହେଁ, ବରଂ ଏକ ପ୍ରାଥମିକ ଆବଶ୍ୟକତା। ଆମର ବିଶ୍ୱାସ ଯେ ଆଗାମୀ ଦିନର କୋଟି କୋଟି କାହାଣୀ, ପାଠପଢ଼ା, ବିଜ୍ଞାପନ, ସେବା ଏବଂ ଅନୁଭୂତି ଏଆଇ ମାଧ୍ୟମରେ ହିଁ ସୃଷ୍ଟି ହେବ; ଏବଂ ସେହି ସବୁ କ୍ଷମତା କେବଳ କିଛି ସୀମିତ ଲୋକଙ୍କ ପାଇଁ ନୁହେଁ, ବରଂ ସମସ୍ତଙ୍କ ପାଇଁ ଉପଲବ୍ଧ ହେବା ଉଚିତ।"

କମ ବ୍ୟୟବହୁଳ ଏଆଇ ମଡେଲ ହିଁ ସମସ୍ତଙ୍କ ନିକଟରେ ପହଞ୍ଚିପାରିବ ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ଅବତାର୍ ‘ଭାର୍ୟା’ ଜରିଆରେ ଅବତାର ଆଲୋଚନାର ପ୍ରସଙ୍ଗକୁ 'ଏଆଇ କ୍ଷମତା'ରୁ ‘ସୁଲଭ ଏଆଇ’ ଆଡ଼କୁ ନେଇଯାଉଛି। ବହୁସଂଖ୍ୟକ ଜନସାଧାରଣଙ୍କ ବ୍ୟବହାର ପାଇଁ ଏଆଇ ପ୍ରୋଡକ୍ଟ ତିଆରି କରିବାକୁ ଭାରତ ପାଖରେ ପ୍ରତିଭା, ବଜାରର ଗଭୀରତା ଏବଂ କଳ୍ପନାଶକ୍ତି ରହିଛି। ଭାରତୀୟ କମ୍ପାନୀଗୁଡ଼ିକ କେବଳ ବଡ଼ ବଡ଼ ମଡେଲ୍ ତିଆରି ନ କରି ବରଂ ଅଧିକ ଦକ୍ଷ ଏବଂ ପରିପ୍ରେକ୍ଷ୍ୟ ସଚେତନ ଏଆଇ ମଡେଲ୍ ତିଆରି କରି କେମିତି ବିଶ୍ୱସ୍ତରରେ ପ୍ରତିଯୋଗିତା କରିପାରିବେ ଏବଂ ଏହାର ବ୍ୟବହାରକୁ ସମସ୍ତଙ୍କ ପାଖରେ ପହଞ୍ଚାଇ ପାରିବେ, ‘ଭାର୍ୟା’ ହେଉଛି ତାର ଏକ ବଡ଼ ଉଦାହରଣ।"

ଅବତାର ସମ୍ପର୍କରେ

ଅବତାର ହେଉଛି ଏକ ଏଆଇ-ନେଟିଭ୍ ଟ୍ରାନ୍ସଫର୍ମେସନ୍ କମ୍ପାନୀ, ଯାହାକି ନିର୍ଦ୍ଦିଷ୍ଟ କ୍ଷେତ୍ର-ଭିତ୍ତିକ ଏଆଇ ପ୍ରଡକ୍ଟ ପ୍ରସ୍ତୁତ କରେ। ଏହି ପ୍ରଡକ୍ଟଗୁଡ଼ିକ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ବା ଏଣ୍ଟରପ୍ରାଇଜେସକୁ ସେମାନଙ୍କ କାର୍ଯ୍ୟଦକ୍ଷତା ବଢ଼ାଇବାରେ, ନୂତନ ଅପରେଟିଂ ମଡେଲ୍ ଆପଣାଇବାରେ ଏବଂ ବୌଦ୍ଧିକ ସମ୍ପତ୍ତି (IP-led capabilities) ଭିତ୍ତିକ ସୁରକ୍ଷିତ କ୍ଷମତା ହାସଲ କରିବାରେ ସାହାଯ୍ୟ କରେ।

ଡିଷ୍ଟିଲ୍‌ଡ୍‌ ଭିଡିଓ ତିଆରି କଣ?

ଡିଷ୍ଟିଲ୍ଡ ଭିଡିଓ ଜେନେରେସନ୍ ହେଉଛି ମେସିନ୍ ଲର୍ଣ୍ଣିଂର ଏକ 'ମଡେଲ୍ କମ୍ପ୍ରେସନ୍' କୌଶଳ। ଏଥିରେ ଏକ ଛୋଟ ବା ସଂକ୍ଷିପ୍ତ "ଷ୍ଟୁଡେଣ୍ଟ" ମଡେଲ୍, ଏକ ବଡ଼ ଏବଂ ଧୀର ଗତିରେ କାମ କରୁଥିବା "ଟିଚର୍" ମଡେଲର ଆଉଟପୁଟକୁ ଅବିକଳ ନକଲ କରିବା ଶିଖିଥାଏ। ସାଧାରଣ ଭିଡିଓ ମଡେଲଗୁଡ଼ିକ ଏକ ସ୍ପଷ୍ଟ ଭିଡିଓ ପ୍ରସ୍ତୁତ କରିବା ପୂର୍ବରୁ ୫୦ରୁ ଅଧିକ ଅସ୍ପଷ୍ଟ ବା ନଏଜି ପାହାଚ ଦେଇ ଗତି କରିଥାନ୍ତି; କିନ୍ତୁ ଏହି 'ଡିଷ୍ଟିଲେସନ୍' ପ୍ରକ୍ରିୟା ଛୋଟ ଷ୍ଟୁଡେଣ୍ଟ ମଡେଲକୁ ସେହି ସବୁ ପାହାଚକୁ ବାଦ୍ ଦେବା ଶିଖାଇଥାଏ। ଫଳରେ ଅଳ୍ପ କିଛି ପାହାଚ ମାଧ୍ୟମରେ ଏହା ସେହି ସମାନ ଗୁଣବତ୍ତାର ଭିଡିଓ ପ୍ରସ୍ତୁତ କରିଦିଏ।

TKM


(रिलीज़ आईडी: 2272346) आगंतुक पटल : 7
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Bengali-TR , Gujarati , Tamil , Kannada , Malayalam