ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ଏନଟିଏର ଡିଜିଙ୍କ ସହ ନିଟ୍ ପୁନଃପରୀକ୍ଷା ପ୍ରସ୍ତୁତିର ସମୀକ୍ଷା କଲେ କ୍ୟାବିନେଟ ସଚିବ ଡକ୍ଟର ଟି. ଭି. ସୋମନାଥନ


ପୁନଃପରୀକ୍ଷା ଆୟୋଜନରେ ନିରପେକ୍ଷତା ଏବଂ ସୁଗମ ପରିଚାଳନା ସୁନିଶ୍ଚିତ କରାଯିବ; ଏଥିରେ କୌଣସି ପ୍ରକାର ବାଧା ସୃଷ୍ଟି କିମ୍ବା ଜାଲିଆତି ଅଥବା ସମସ୍ୟା ଉତ୍ପନ୍ନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଚେତାବନୀ ଦେଲେ କ୍ୟାବିନେଟ ସଚିବ

प्रविष्टि तिथि: 12 JUN 2026 6:23PM by PIB Bhubaneswar

କ୍ୟାବିନେଟ ସଚିବ ଡକ୍ଟର ଟି.ଭି. ସୋମନାଥନ ଆଜି ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ)ର ମହାନିର୍ଦ୍ଦେଶକଙ୍କ ସହ ଏକ ବୈଠକରେ ନିଟ୍‌ ପୁନଃପରୀକ୍ଷା ଆୟୋଜନ ପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।

ସମୀକ୍ଷା ସମୟରେ, କ୍ୟାବିନେଟ୍ ସଚିବ ସମସ୍ତ ସମ୍ପୃକ୍ତ ଅଂଶୀଦାରଙ୍କ ମଧ୍ୟରେ ଘନିଷ୍ଠ ସମନ୍ୱୟ ମାଧ୍ୟମରେ ପୁନଃପରୀକ୍ଷାର ଆୟୋଜନକୁ ସୁଗମ, ସ୍ୱଚ୍ଛ ଏବଂ ସୁରକ୍ଷିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ନିଟ୍‌ ପୁନଃପରୀକ୍ଷା ୨୧ ଜୁନ୍, ୨୦୨୬ ରେ ଅନୁଷ୍ଠିତ ହେବ।

କ୍ୟାବିନେଟ ସଚିବ କହିଛନ୍ତି ଯେ ନିଟ୍‌ ପୁନଃପରୀକ୍ଷାର ସୁଗମ ପରିଚାଳନା ସୁନିଶ୍ଚିତ କରିବା ପାଇଁ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି। ପୁନଃପରୀକ୍ଷା ଆୟୋଜନରେ କୌଣସି ପ୍ରକାର ବାଧା ସୃଷ୍ଟି କିମ୍ବା ଜାଲିଆତି ଅଥବା ସମସ୍ୟା ଉତ୍ପନ୍ନ କରୁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଶ୍ରୀ ସୋମନାଥନ ୧ ଜୁନ୍, ୨୦୨୬ରେ କେନ୍ଦ୍ର ସରକାରଙ୍କ ସଚିବ ଏବଂ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ସହିତ ପରୀକ୍ଷା ଆୟୋଜନ ବ୍ୟବସ୍ଥାର ସମୀକ୍ଷା କରିଥିଲେ। ପରବର୍ତ୍ତୀ ସମୟରେ, ୪ ଜୁନ୍, ୨୦୨୬ରେ, ସେ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବମାନଙ୍କ ସହିତ ପରୀକ୍ଷା ଆୟୋଜନ ବ୍ୟବସ୍ଥାର ପ୍ରସ୍ତୁତି ଏବଂ ପ୍ରଗତି ମୂଲ୍ୟାଙ୍କନ କରିବା ପାଇଁ ଏକ ସମୀକ୍ଷା ବୈଠକ ମଧ୍ୟ କରିଥିଲେ।

ଏହି ବୈଠକଗୁଡ଼ିକର ଉଦ୍ଦେଶ୍ୟ ହେଉଛି ନିଟ୍‌ ପୁନଃପରୀକ୍ଷା ପାଇଁ ପ୍ରଭାବଶାଳୀ ସମନ୍ୱୟ ସୁନିଶ୍ଚିତ କରିବା। ଏହାର ପ୍ରସ୍ତୁତିକୁ ମଜବୁତ କରିବା ଏବଂ ପରୀକ୍ଷା ପ୍ରକ୍ରିୟାର ବିଶ୍ୱସନୀୟତା ବଜାୟ ରଖିବା।

******

PS


(रिलीज़ आईडी: 2272345) आगंतुक पटल : 7
इस विज्ञप्ति को इन भाषाओं में पढ़ें: English , Khasi , Urdu , Marathi , हिन्दी , Assamese , Punjabi , Gujarati , Tamil , Kannada , Malayalam