ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ସମାବେଶୀ ବିକାଶ ଓ ଗରିବ କଲ୍ୟାଣକୁ ମିଳିଛି ନୂଆ ଗତି: ଅମିତ ଶାହ
ଦେଶ ଓ ନାଗରିକଙ୍କ ସେବା ପାଇଁ ୧୨ ବର୍ଷ ଧରି ନିରନ୍ତର କାର୍ଯ୍ୟ କରିଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ: ଅମିତ ଶାହ
ସମର୍ପଣ, ଲକ୍ଷ୍ୟନିଷ୍ଠା ଓ ଜାତୀୟ ହିତ ପାଇଁ ସ୍ପଷ୍ଟ ଉଦ୍ଦେଶ୍ୟ ଅପରିହାର୍ଯ୍ୟ
प्रविष्टि तिथि:
09 JUN 2026 12:46PM by PIB Bhubaneswar
କେନ୍ଦ୍ର ସ୍ୱରାଷ୍ଟ୍ର ଓ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଗତ ୧୨ ବର୍ଷ ମଧ୍ୟରେ କଲ୍ୟାଣ, ଭିତ୍ତିଭୂମି, ସାମାଜିକ ସୁରକ୍ଷା ଏବଂ ଅର୍ଥନୈତିକ ଅଭିବୃଦ୍ଧି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି ।
ଏକ୍ସର ଏକ ପୋଷ୍ଟରେ ଶ୍ରୀ ଅମିତ ଶାହ କହିଛନ୍ତି, “ଏହି ଦିନ, ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଲଗାତର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ମୋଦୀ ଜୀଙ୍କ ନେତୃତ୍ୱରେ,ଏହି ୧୨ ବର୍ଷ ମଧ୍ୟରେ,ଦେଶ ପ୍ରଥମ ଥର ପାଇଁ ଗରିବ କଲ୍ୟାଣ ଏବଂ ଅଭୂତପୂର୍ବ ବିକାଶର ସମାନ୍ତରାଳ ଅନୁଭବ ଦେଖିଛି । ଏହା ୮୦ କୋଟି ଲୋକଙ୍କୁ ମାଗଣା ରାସନ ଯୋଗାଇବା, ଦେଶସାରା ୯୦ରୁ ଅଧିକ ବିମାନବନ୍ଦର ଏବଂ ୧୪୦ରୁ ଅଧିକ ବନେ୍ଦ ଭାରତ ଟ୍ରେନ ଆରମ୍ଭ କରିବା; ୪ କୋଟିରୁ ଅଧିକ ଗରିବା ପରିବାରକୁ ପକ୍କା ଘର ଯୋଗାଇବା କିମ୍ବା ୧.୪୫ ଲକ୍ଷ କିଲୋମିଟର ରାସ୍ତା ଏବଂ ୩,୦୦୦ କିଲୋମିଟରରୁ ଅଧିକ ଆଧୁନିକ ଏକ୍ସପ୍ରେସ ୱେ ନିର୍ମାଣ କରିବା; ୫୦ କୋଟି ଲୋକଙ୍କୁ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା କଭରେଜ ଏବଂ ୧୦ କୋଟିରୁ ଅଧିକ ପରିବାରକୁ ଏଲପିଜି ସଂଯୋଗ ପ୍ରଦାନ କରିବା, କିମ୍ବା ଭାରତକୁ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି କରିବା, ମୋଦୀ ଜୀ ଏହି ୧୨ ବର୍ଷ ଧରି ଗୋଟିଏ ଦିନ ବି ଛୁଟି ନ ନେଇ ଦେଶ ଏବଂ ଏହାର ନାଗରିକମାନଙ୍କର ଅକ୍ଳାନ୍ତ ସେବା କରିଛନ୍ତି । ଏପରି ପରିବର୍ତ୍ତନ ସେତେବେଳେ ସମ୍ଭବ ଯେତେବେଳେ ନେତୃତ୍ୱର ସ୍ପଷ୍ଟ ଉଦେ୍ଦଶ୍ୟ, ଜାତୀୟ ସ୍ୱାର୍ଥକୁ ଲକ୍ଷ୍ୟ ରଖିବା ଏବଂ ସମ୍ପୂର୍ଣ୍ଣ ସମର୍ପଣ ଥାଏ ।”
SR
(रिलीज़ आईडी: 2270991)
आगंतुक पटल : 3
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Bengali
,
Bengali-TR
,
Assamese
,
Gujarati
,
Tamil
,
Telugu
,
Kannada
,
Malayalam