ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନରୱେର ମହାମହିମ ରାଜା ହେରାଲ୍ଡ ପଞ୍ଚମଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 18 MAY 2026 7:36PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଓସଲୋ ସ୍ଥିତ ରୟାଲ ପ୍ୟାଲେସରେ ନରୱେର ମହାମହିମ ରାଜା ପଞ୍ଚମ ହେରାଲ୍ଡଙ୍କୁ ଭେଟିଛନ୍ତି । 

ପ୍ରଧାନମନ୍ତ୍ରୀ ଭାରତର ଜନସାଧାରଣଙ୍କ ପକ୍ଷରୁ ତାଙ୍କୁ ଶୁଭକାମନା ଏବଂ ଅଭିନନ୍ଦନ ଜଣାଇଥିଲେ । ସେ ନରୱେର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଥିଲେ । ସେ ଗୁରୁତ୍ୱାରୋପ କରିଥିଲେ, ଭାରତ ଏବଂ ନରୱେ ମଧ୍ୟରେ ଦୀର୍ଘ ଦିନ ଦିନ ଧରି ରହି ଆସିଥିବା ମୈତ୍ରୀପୂର୍ଣ୍ଣ ବନ୍ଧୁତା ଗଣତନ୍ତ୍ର, ଆଇନର ଶାସନ ଏବଂ ଜନକୈନ୍ଦ୍ରିକ ସୁଶାସନ ଭଳି ସମାନ ମୂଲ୍ୟବୋଧରେ ସ୍ଥାପିତ ହୋଇ ଆହୁରି ମଜବୁତ ହେଉଛି ।

ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଏବଂ ମହାମହିମ ରାଜା ହେରାଲ୍ଡ ପଞ୍ଚମ ବିଭିନ୍ନ କ୍ଷେତ୍ରରେ ବିଶେଷ କରି ନୂତନ ପ୍ରଯୁକ୍ତିବିଦ୍ୟାରେ ଭାରତୀୟ ଏବଂ ନରୱେର କମ୍ପାନୀଗୁଡ଼ିକ ଦ୍ୱାରା ନିଆଯାଇଥିବା ପ୍ରଭାବଶାଳୀ ଅଗ୍ରଗତି ବିଷୟରେ ଆଲୋଚନା କରିଥିଲେ ।

ଏହି ଭେଟ ପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କ ସମ୍ମାନାର୍ଥେ ମହାମହିମଙ୍କ ଦ୍ୱାରା ଏକ ମଧ୍ୟାହ୍ନ ଭୋଜନ ଆୟୋଜନ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ମହାମହିମଙ୍କୁ ତାଙ୍କ ପ୍ରତି ପ୍ରଦାନ କରାଯାଇଥିବା ସଦୟ ଆତିଥ୍ୟତା ପାଇଁ ଧନ୍ୟବାଦ ଜଣାଇଥିଲେ ।

SR


(रिलीज़ आईडी: 2262588) आगंतुक पटल : 17
इस विज्ञप्ति को इन भाषाओं में पढ़ें: Malayalam , English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada