ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କତାରର ଆମୀରଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ
ପ୍ରଧାନମନ୍ତ୍ରୀଙ୍କ ଇଦ୍ ଶୁଭେଚ୍ଛା ଓ ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣକୁ ନିନ୍ଦା
ପୋଷ୍ଟ କରାଯିବା ଦିନାଙ୍କ:
19 MAR 2026 10:54PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କତାରର ଆମୀର ମହାମହିମ ଶେଖ୍ ତମିମ୍ ବିନ୍ ହମଦ୍ ଅଲ୍ ଥାନିଙ୍କ ସହ ବାର୍ତ୍ତାଳାପ କରି ଇଦ୍ ଶୁଭେଚ୍ଛା ବିନିମୟ କରିଥିଲେ ଏବଂ ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।
ପ୍ରଧାନମନ୍ତ୍ରୀ ମହାମହିମ ଶେଖ୍ ତମିମ୍ ବିନ୍ ହମଦ୍ ଅଲ୍ ଥାନିଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ତାଙ୍କୁ ଏବଂ କତାରର ଜନସାଧାରଣଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଥିଲେ। ଆଲୋଚନା ସମୟରେ, ପ୍ରଧାନମନ୍ତ୍ରୀ କତାର ସହିତ ଭାରତର ଏକାତ୍ମତାକୁ ଦୋହରାଇଥିଲେ ଏବଂ ଏହି କ୍ଷେତ୍ରର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରିଥିଲେ। ଶ୍ରୀ ମୋଦୀ ଆହୁରି ମଧ୍ୟ କତାରରେ ଭାରତୀୟ ସମ୍ପ୍ରଦାୟକୁ ପ୍ରଦାନ କରାଯାଇଥିବା ଯତ୍ନ ଏବଂ ସମର୍ଥନ ପାଇଁ କୃତଜ୍ଞତା ବ୍ୟକ୍ତ କରିଥିଲେ ଏବଂ ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବା ପାଇଁ ତାଙ୍କର ଆଶା ବାଣ୍ଟିଥିଲେ। ଉଭୟ ନେତା ହରମୁଜ ଜଳମାର୍ଗ ମାଧ୍ୟମରେ ନିରାପଦ ଏବଂ ମୁକ୍ତ ଜାହାଜ ଚଳାଚଳ ପାଇଁ ସେମାନଙ୍କର ସହଭାଗୀ ଆଭିମୁଖ୍ୟକୁ ଦୋହରାଇଥିଲେ।
ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ଲେଖିଛନ୍ତି:
"ମୋର ଭାଇ, କାତାରର ଆମୀର ମହାମହିମ ଶେଖ୍ ତମିମ୍ ବିନ୍ ହମଦ୍ ଅଲ୍ ଥାନିଙ୍କ ସହ କଥା ହେଲି ଏବଂ ତାଙ୍କୁ ଏବଂ କାତାରର ଜନସାଧାରଣଙ୍କୁ ଇଦ୍ ଶୁଭେଚ୍ଛା ଜଣାଇଲି।
ଆମେ ଦୋହରାଇଛୁ ଯେ ଆମେ କତାର ସହିତ ଏକଜୁଟ ହୋଇ ଛିଡ଼ା ହୋଇଛୁ ଏବଂ ଏହି ଅଞ୍ଚଳର ଶକ୍ତି ଭିତ୍ତିଭୂମି ଉପରେ ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛୁ।
ଭାରତୀୟ ସମ୍ପ୍ରଦାୟକୁ ପ୍ରଦାନ କରାଯାଇଥିବା ଯତ୍ନ ଏବଂ ସମର୍ଥନ ପାଇଁ କୃତଜ୍ଞତା ବ୍ୟକ୍ତ କରିଥିଲେ ଏବଂ ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ବଜାୟ ରହିବ ବୋଲି ଆଶା କରିଥିଲେ।
ଆମେ ହରମୁଜ ଜଳ ମାର୍ଗ ମାଧ୍ୟମରେ ନିରାପଦ ଏବଂ ମୁକ୍ତ ଜାହାଜ ଚଳାଚଳ ପାଇଁ ଛିଡ଼ା ହୋଇଛୁ ।’’
HS
(ରିଲିଜ ଆଡି: 2255132)
ପରିଦର୍ଶକ କାଉଣ୍ଟର : 25
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam