ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ଶକ୍ତି ପରିବର୍ତ୍ତନ ଉପରେ ଏକ ପ୍ରବନ୍ଧ ସେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 20 MAR 2026 1:18PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଶ୍ରୀପଦ ନାୟକଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧ ସେୟାର କରିଛନ୍ତି, ଯେଉଁଥିରେ ଭାରତର ଶକ୍ତି କ୍ଷେତ୍ରର ପରିବର୍ତ୍ତନମୂଳକ ଯାତ୍ରା ବିଷୟରେ ଉଲ୍ଲେଖ କରାଯାଇଛି।

 

ଏହି ପ୍ରବନ୍ଧରେ ଉଲ୍ଲେଖ କରାଯାଇଛି ଯେ, ଭାରତର ଶକ୍ତି ପରିବର୍ତ୍ତନ ବାସ୍ତବବାଦୀ ନୀତି ଡିଜାଇନ୍ ଏବଂ ଆତ୍ମନିର୍ଭରତା ଦିଗରେ ଏକ ସ୍ପଷ୍ଟ ପ୍ରଚେଷ୍ଟା ଦ୍ୱାରା ପରିଚାଳିତ ହେଉଛି।

 

ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି:

 

"କେନ୍ଦ୍ର ମନ୍ତ୍ରୀ @shripadynaik ଉଲ୍ଲେଖ କରିଛନ୍ତି ଯେ, ଭାରତର ଶକ୍ତି ପରିବର୍ତ୍ତନ ବାସ୍ତବବାଦୀ ନୀତି ଏବଂ ଆତ୍ମନିର୍ଭରତା ଦିଗରେ ଏକ ସ୍ପଷ୍ଟ ପ୍ରଚେଷ୍ଟା ଦ୍ୱାରା ପରିଚାଳିତ ହେଉଛି।

 

ବିଦ୍ୟୁତିକରଣ, ସ୍ୱଚ୍ଛ ଶକ୍ତି ଏବଂ ଉତ୍ପାଦନ ଉପରେ ଦୃଢ଼ ଧ୍ୟାନ ଦେଇ, ଭାରତ ବିଶ୍ୱ ଶକ୍ତି ପରିଦୃଶ୍ୟରେ ଏକ ନିର୍ଣ୍ଣାୟକ ଅଧ୍ୟାୟ ଗଠନ କରୁଛି।

 

ନିଶ୍ଚୟ ପଢନ୍ତୁ!

 

*****

MT


(रिलीज़ आईडी: 2255101) आगंतुक पटल : 24
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Bengali-TR , Assamese , Punjabi , Gujarati , Tamil , Telugu , Kannada , Malayalam