ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭଗବାନ ପର୍ଶୁରାମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 19 APR 2026 10:53AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭଗବାନ ପର୍ଶୁରାମ ଜୟନ୍ତୀ ଅବସରରେ ନାଗରିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ଶ୍ରୀ ମୋଦୀ କହିଛନ୍ତି ଯେ, ଭଗବାନ ପର୍ଶୁରାମ ଆମକୁ ଅନ୍ୟାୟ ବିରୁଦ୍ଧରେ ଠିଆ ହେବା ଏବଂ ସତ୍ୟ ପଥରେ ସ୍ଥିର ରହିବାକୁ ପ୍ରେରଣା ଦିଅନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ଭଗବାନ ପର୍ଶୁରାମ ଅତୁଳନୀୟ ସାହସ ଏବଂ ଜ୍ଞାନର ପ୍ରତୀକ।

ଭଗବାନ ପର୍ଶୁରାମଙ୍କ ଆଶୀର୍ବାଦ ସହିତ ପ୍ରତ୍ୟେକ ହୃଦୟ ନୂତନ ଶକ୍ତି ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ହେଉ ବୋଲି ପ୍ରଧାନମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ସେ ଏହା ମଧ୍ୟ କାମନା କରିଛନ୍ତି ଯେ ଭଗବାନ ପର୍ଶୁରାମଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଆଲୋକିତ କରୁ।


ପ୍ରଧାନମନ୍ତ୍ରୀ ଏକ୍ସ ପୋଷ୍ଟରେ ଉଲ୍ଲେଖ କରିଛନ୍ତି,  


"ଭଗବାନ ପର୍ଶୁରାମ ଜୟନ୍ତୀର ପବିତ୍ର ଅବସରରେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା। ସେ ଆମକୁ ଅନ୍ୟାୟ ବିରୁଦ୍ଧରେ ଦୃଢ଼ ରହିବା ଏବଂ ସତ୍ୟ ପଥରେ ଅଟଳ ରହିବାକୁ ପ୍ରେରଣା ଦିଅନ୍ତି। ଅତୁଳନୀୟ ସାହସ ଏବଂ ଜ୍ଞାନର ପ୍ରତୀକ ପ୍ରଭୁ ପରଶୁରାମଙ୍କ କୃପା ପ୍ରତ୍ୟେକ ହୃଦୟକୁ ନୂତନ ଶକ୍ତି ଏବଂ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ କରୁ। ତାଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନକୁ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଆଲୋକିତ କରୁ।"


****

SSP


(रिलीज़ आईडी: 2255057) आगंतुक पटल : 29
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Bengali , Bengali-TR , Assamese , Punjabi , Gujarati , Telugu , Kannada , Malayalam