ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବାସବ ଜୟନ୍ତୀ ଅବସରରେ ଜଗଦଗୁରୁ ବାସବେଶ୍ୱରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 20 APR 2026 8:38AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାସବ ଜୟନ୍ତୀ ଅବସରରେ ଜଗଦଗୁରୁ ବାସବେଶ୍ୱରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି

ଶ୍ରୀ ମୋଦୀ କହିଥିଲେ ଯେ ବାସବ ଜୟନ୍ତୀର ସ୍ୱତନ୍ତ୍ର ଅବସରରେ ସେ ଜଗଦଗୁରୁ ବାସବେଶ୍ୱର ଏବଂ ତାଙ୍କ ଚିରସ୍ଥାୟୀ ଶିକ୍ଷାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ସେ ଉଲ୍ଲେଖ କରିଥିଲେ ଯେ ବାସବେଶ୍ୱରଙ୍କ ଏକ ନ୍ୟାୟପୂର୍ଣ୍ଣ ସମାଜର ପରିକଳ୍ପନା ତଥା ଜନସାଧାରଣଙ୍କୁ ସଶକ୍ତ କରିବା ଲାଗି ତାଙ୍କର ଅତୁଟ ପ୍ରୟାସ ଆମକୁ ସର୍ବଦା ପ୍ରେରଣା ଯୋଗାଇବ

ପ୍ରଧାନମନ୍ତ୍ରୀ 'ଏକ୍ସରେ ପୋଷ୍ଟ କରିଛନ୍ତି;

"ବାସବ ଜୟନ୍ତୀର ସ୍ୱତନ୍ତ୍ର ଅବସରରେ, ଜଗଦଗୁରୁ ବାସବେଶ୍ୱର ଏବଂ ତାଙ୍କ ଚିରସ୍ଥାୟୀ ଶିକ୍ଷାକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଏକ ନ୍ୟାୟପୂର୍ଣ୍ଣ ସମାଜ ପାଇଁ ତାଙ୍କର ଦୂରଦୃଷ୍ଟି ଏବଂ ଜନସାଧାରଣଙ୍କୁ ସଶକ୍ତ କରିବା ପାଇଁ ତାଙ୍କର ଅତୁଟ ପ୍ରୟାସ ଆମକୁ ସର୍ବଦା ପ୍ରେରଣା ଯୋଗାଇବ ।’’

HS


(ରିଲିଜ ଆଡି: 2254748) ପରିଦର୍ଶକ କାଉଣ୍ଟର : 7