ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

प्रविष्टि तिथि: 16 APR 2026 5:43PM by PIB Bhubaneswar

ମାନ୍ୟବର ଅଧ୍ୟକ୍ଷ ମହୋଦୟ,

ଏହି ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ଆଜି ସକାଳେ ଆଲୋଚନା ଆରମ୍ଭ ହୋଇଛି । ଏଠାରେ ଅନେକ ସହକର୍ମୀ ମଧ୍ୟ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି, ଏବଂ ସେମାନେ ଗୃହକୁ ନିଶ୍ଚିତ ଭାବରେ ସେ ସଂପର୍କରେ ତଥ୍ୟ ଏବଂ ଯୁକ୍ତି ଉପସ୍ଥାପନ କରିବେ। ସେଥିପାଇଁ ମୁଁ ସେହି ବିଷୟଗୁଡ଼ିକ ଭିତରକୁ ଯିବାକୁ ଚାହୁଁନାହିଁ।

ମାନ୍ୟବର ଅଧ୍ୟକ୍ଷ ମହୋଦୟ,

ଏକ ରାଷ୍ଟ୍ରର ଜୀବନରେ କିଛି ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଆସିଥାଏ ଏବଂ ସେହି ସମୟରେ ସମାଜର ମାନସିକତା ଏବଂ ନେତୃତ୍ୱର କ୍ଷମତା, ସେହି ମୁହୂର୍ତ୍ତଗୁଡ଼ିକୁ ଏକତ୍ରିତ କରି ଏକ ଜାତୀୟ ଐତିହ୍ୟରେ ପରିଣତ କରିଥାଏ, ଏବଂ ଏକ ଦୃଢ଼ ଐତିହ୍ୟ ସୃଷ୍ଟି କରିଥାଏ । ମୁଁ ବୁଝିପାରୁଛି ଯେ, ଭାରତର ସଂସଦୀୟ ଗଣତନ୍ତ୍ରର ଇତିହାସରେ ବର୍ତ୍ତମାନ ହେଉଛି ସେହିପରି ଏକ ମୁହୂର୍ତ୍ତ। ଆବଶ୍ୟକତା ଏହା ଥିଲା ଯେ ୨୫-୩୦ ବର୍ଷ ପୂର୍ବେ ଯେତେବେଳେ  ଏହି ବିଚାର ସାମ୍ନାକୁ ଆସିଲା, ଆବଶ୍ୟକତା ଅନୁଭବ ହେଲା , ଆମେ ଏହାକୁ ସେତେବେଳେ କାର୍ଯ୍ୟକାରୀ କରିଦେଇଥାନ୍ତୁ ଏବଂ ଆଜି ତାହାକୁ ବହୁତ୍ ବଡ଼  ପରିପକ୍ୱତାରେ ପହଞ୍ଚାଇ ଦେଇଥାନ୍ତୁ । ମାତ୍ର ଆବଶ୍ୟକତା ଅନୁସାରେ ସମୟ-ସମୟରେ ସୁଧାର ମଧ୍ୟ କରାଯାଇପାରିଥାନ୍ତା, ଏବଂ ଏହା ହିଁ ହେଉଛି ଗଣତନ୍ତ୍ରର ସୌନ୍ଦର୍ଯ୍ୟ। ଆମେ ଗଣତନ୍ତ୍ରର ଜନନୀ ଅଟୁ । ଆମର ଗଣତନ୍ତ୍ରର ହଜାର ହଜାର ବର୍ଷର ବିକାଶମୂଳକ ଯାତ୍ରା ରହିଛି , ଏବଂ ସେହି ବିକାଶ ଯାତ୍ରାରେ ଏକ ନୂତନ ଅଧ୍ୟାୟ ଯୋଡ଼ିବାର ଏକ ଶୁଭ ଅବସର ଆମ ସଦନର ସମସ୍ତ ସାଥିମାନଙ୍କୁ ମିଳିଛି  । ଏବଂ ମୁଁ ଆରମ୍ଭରେ କହିଥିଲି, ଆମେ ଭାଗ୍ୟବାନ ଯେ ଆମକୁ ଏଭଳି ଗୁରୁତ୍ୱପୂର୍ଣ୍ଣ ଏବଂ ଦେଶର ଅଧା ଜନସଂଖ୍ୟାକୁ ଏହି  ରାଷ୍ଟ୍ର ନିର୍ମାଣର ନୀତି ନିର୍ଦ୍ଧାରଣ ପ୍ରକ୍ରିୟାରେ ଅଂଶୀଦାର କରିବାର ସୌଭାଗ୍ୟ ମିଳିଛି। ଏହା ହେଉଛି ଆମର ସୌଭାଗ୍ୟ, ଏବଂ ମୁଁ ଚାହେଁ ଯେ ମୋର ସମସ୍ତ ମାନ୍ୟବର ସାଂସଦ, ମୁଁ ଏପଟ-ସେପଟ କଥାବାର୍ତ୍ତା କରିବାକୁ ଚାହୁଁନାହିଁ , ଆମେ ସବୁ ସାଂସଦ ଏହି ଗୁରୁତ୍ୱପୂର୍ଣ୍ଣ ସୁଯୋଗକୁ ହାତଛଡ଼ା କରିବା ନାହିଁ । ଆମେ ଭାରତୀୟ ସମସ୍ତେ ମିଶି ଦେଶକୁ ଏକ ନୂତନ ଦିଗ ଦେବାକୁ ଯାଉଛୁ। ଆମର ଶାସନ ବ୍ୟବସ୍ଥାକୁ ସମ୍ବେଦନଶୀଳତାରେ ପରିପୂର୍ଣ୍ଣ କରିବା ପାଇଁ ଏକ ଅର୍ଥପୂର୍ଣ୍ଣ ପ୍ରୟାସ କରୁଛୁ ଏବଂ ମୋତେ ବିଶ୍ବାସ ଅଛି ଯେ ଏହି ମନ୍ଥନରୁ ଯେଉଁ ଅମୃତ ବାହାରିବ, ତାହା ଦେଶର ରାଜନୀତିର ରୂପକୁ କେବଳ ଆକାର ଦେବ ନାହିଁ ବରଂ ଦେଶର ଦିଗ ଏବଂ ଅବସ୍ଥାକୁ ମଧ୍ୟ ନିର୍ଣ୍ଣୟ କରିବ। ଆମେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ଠିଆ ହୋଇଛୁ।

ମାନ୍ୟବର ଅଧ୍ୟକ୍ଷ ମହୋଦୟ,

ଏକବିଂଶ ଶତାବ୍ଦୀରେ ଭାରତ ଏକ ନୂତନ ଆତ୍ମବିଶ୍ୱାସର ସହିତ ଆଗକୁ ବଢ଼ୁଛି। ଆଜି ଆମେ ସମସ୍ତେ ବିଶ୍ୱରେ ଭାରତର ପରିଚୟ ଅନୁଭବ କରୁଛୁ ଏବଂ ଏହା ଆମ ପାଇଁ ଗର୍ବର ମୁହୂର୍ତ୍ତ। ଆମ ପାଖକୁ ଏକ ସମୟ ଆସିଛି, ଏବଂ ଆମେ ଏହି ସମୟକୁ ଏକ ବିକଶିତ ଭାରତର ସଂକଳ୍ପ ସହିତ ଯୋଡ଼ିଛୁ। ଏବଂ ମୁଁ ଦୃଢ଼ ଭାବରେ ବିଶ୍ୱାସ କରୁଛି ଯେ ଏକ ବିକଶିତ ଭାରତର ଅର୍ଥ କେବଳ ଉତ୍କୃଷ୍ଟ ରେଳ, ରାସ୍ତା, ଭିତ୍ତିଭୂମି କିମ୍ବା କିଛି ଆର୍ଥିକ ପ୍ରଗତିର ସଂଖ୍ୟା, କେବଳ ଏତିକିରେ ଏକ ବିକଶିତ ଭାରତର ଏତେ ସୀମିତ କଳ୍ପନା ଥିବା ଲୋକ ଆମେ ନହେଁ । ଆମେ ଏପରି ଏକ ବିକଶିତ ଭାରତ ଚାହୁଁ ଯେଉଁଥିରେ "ସବକା ସାଥ, ସବକା ବିକାଶ"ର ମନ୍ତ୍ର ସମାହିତ ହୋଇଥିବ। ଏହା ସମୟର ଚାହିଦା ଯେ, ଦେଶର ୫୦% ଜନସଂଖ୍ୟା ନୀତି ନିର୍ଦ୍ଧାରଣର ଅଂଶ ହୁଅନ୍ତୁ। ଆମେ ପୂର୍ବରୁ ବିଳମ୍ବ କରିସାରିଛୁ, କାରଣ ଯାହା ହେଉନା କାହିଁକି, ଦାୟୀ ଯିଏ ହେଉ , କିନ୍ତୁ ଆମକୁ ଏହି ସତ୍ୟକୁ ଗ୍ରହଣ କରିବାକୁ ପଡିବ। ଯେତେବେଳେ ଆମେ ବ୍ୟକ୍ତିଗତ ସ୍ତରରେ ଭେଟୁ, ସେତେବେଳେ ଆମେ ଏହାକୁ ସ୍ୱୀକାର କରୁ, କିନ୍ତୁ ଯେତେବେଳେ ଆମେ ସାମୂହିକ ଭାବରେ ଭେଟୁ, ମୋର ମନେ ଅଛି ଯେତେବେଳେ ଏହି ପ୍ରକ୍ରିୟା ଚାଲୁଥିଲା, ସମସ୍ତ ଦଳ ସହିତ ବୈଠକ ହୋଇଥିଲା। କିନ୍ତୁ ଗୋଟିଏ ଦଳ ବ୍ୟତୀତ, ଯେଉଁ ଦଳଗୁଡ଼ିକ ସହିତ ଭେଟ ହେଲା, ସମସ୍ତେ ନୀତିଗତ ଭାବରେ ସହମତ ହୋଇଥିଲେ। ପରେ, ଯାହା ବି କିଛି ହେଲା, ରାଜନୈତିକ ଦିଗଗୁଡ଼ିକୁ ଆୟତ୍ତରେ ରଖିବାକୁ ପଡ଼ୁଥିଲା । କିନ୍ତୁ ଯେଉଁମାନେ କେବଳ ରାଜନୈତିକ ଦୃଷ୍ଟିରୁ ଚିନ୍ତା କରନ୍ତି, ମୁଁ ସେମାନଙ୍କୁ ଜଣେ ବନ୍ଧୁ ଭାବରେ ପରାମର୍ଶ ଦେବାକୁ ଚାହେଁ, ଏବଂ ଏହି ପରାମର୍ଶ ସମସ୍ତଙ୍କ କାମରେ ଆସିବ। ଆମ ଦେଶରେ ଯେବେଠାରୁ ମହିଳା ସଂରକ୍ଷଣ ଉପରେ ଆଲୋଚନା ଆରମ୍ଭ ହୋଇଛି  ଏବଂ ତା’ପରେ ଯେତେବେଳେ ନିର୍ବାଚନ ଆସିଛି , ପ୍ରତ୍ୟେକ ନିର୍ବାଚନରେ ମହିଳାମାନଙ୍କୁ ଏହି ଅଧିକାର ପ୍ରଦାନ କରିବାକୁ ଯେଉଁମାନେ ବିରୋଧ କରିଥିଲେ, ଦେଶର ମହିଳାମାନେ ସେମାନଙ୍କୁ କେବେ କ୍ଷମା କରିନଥିଲେ। ସେମାନଙ୍କ ଅବସ୍ଥା ଅତି ଶୋଚନୀୟ ହୋଇଗଲା । କିନ୍ତୁ 2024 ନିର୍ବାଚନକୁ ଦେଖନ୍ତୁ  ସେତେବେଳେ ଏହା ହୋଇନଥିଲା। କାହିଁକି ହେଲା ନାହିଁ ?  ଏହା ସେଥିପାଇଁ ହେଲାନାହିଁ କାରଣ 2024 ରେ ସମସ୍ତେ ଏହାକୁ ପାସ୍ କରିବାକୁ ରାଜି ହୋଇଥିଲେ, ତେଣୁ ଏହା ଆଉ ଏକ ପ୍ରସଙ୍ଗ ହୋଇ ରହିଲା ନାହିଁ। କେହି ରାଜନୈତିକ ଭାବରେ ଲାଭ ପାଇଲେ ନାହିଁ, କେହି ରାଜନୈତିକ ଭାବରେ ହାରିଲେ ନାହିଁ। 2024 ରେ ସମସ୍ତେ ଏକାଠି ଥିବାରୁ ଅନ୍ୟ ପ୍ରସଙ୍ଗରେ ନିର୍ବାଚନ ଲଢ଼ାଯାଇଥିଲା। କେତେକ ଏଠାରେ ଅଛନ୍ତି, କେତେକ ନାହାନ୍ତି, କିନ୍ତୁ ସମସ୍ତେ ଏକାଠି ଥିଲେ। ଆଜି ମଧ୍ୟ ମୁଁ କହୁଛି, ଯଦି ଆମେ ସମସ୍ତେ ଏକାଠି ଆଗକୁ ବଢ଼ିବା, ଇତିହାସ ସାକ୍ଷୀ ରହିଛି ଯେ ଏହା କୌଣସି ଗୋଟିଏ ରାଜନୈତିକ ଦଳର ସପକ୍ଷରେ ଯିବ ନାହିଁ। ଏହା ଦେଶର ଗଣତନ୍ତ୍ର ସପକ୍ଷରେ, ଦେଶର ସାମୂହିକ ନିଷ୍ପତ୍ତି ଗ୍ରହଣ ଶକ୍ତି ସପକ୍ଷରେ ଯିବ, ଏବଂ ଆମେ ସମସ୍ତେ ଏହାର ଗୌରବ ପାଇବାର ହକଦାର ହେବା । ଟ୍ରେଜେରୀ ବ୍ୟାଙ୍କ ଏହାର ହକଦାର ହେବେ ନା’  ମୋଦୀ ଏହାର ହକଦାର ହେବେ ,ଏଠାରେ ବସିଥିବା ସମସ୍ତେ ଏହାର ହକଦାର ହେବେ। ତେଣୁ, ଯେଉଁମାନେ ଏଥିରେ ରାଜନୀତି ଦେଖୁଛନ୍ତି, ମୁଁ ସେମାନଙ୍କୁ ବିଗତ 30 ବର୍ଷର ଫଳାଫଳ ଦେଖାଇବାକୁ ଚାହିଁବି । ସେମାନଙ୍କର ଲାଭ ଏଥିରେ ଅଛି, ରାସ୍ତା ଦେଖାଉଛି ଯେ ଯେଉଁଥିରେ  ଲାଭ ଅଛି, ଆପଣ କ୍ଷତିରୁ ରକ୍ଷା ପାଇ ପାରିବେ, ସେଥିରୁ ବଞ୍ଚିଯାଇ ପାରିବେ ଏବଂ ବଞ୍ଚିଯିବେ, ସେଥିପାଇଁ ମୁଁ ବୁଝିପାରୁଛି ଯେ ଏହାକୁ ରାଜନୈତିକ ରଙ୍ଗ ଦେବାର କୌଣସି ଆବଶ୍ୟକତା ନାହିଁ।

ମାନ୍ୟବର ଅଧ୍ୟକ୍ଷ ମହୋଦୟ,

ମୋର ମନେ ଅଛି, ସେତେବେଳେ ମୁଁ ଶାସନ ବ୍ୟବସ୍ଥାର ରାଜନୀତିରେ ନଥିଲି, ମୁଁ ଏକ ସଂଗଠନରେ କାର୍ଯ୍ୟକର୍ତ୍ତା ଭାବରେ କାମ କରୁଥିଲି। ସେତେବେଳେ ପ୍ରାୟତଃ ଗୋଟିଏ ଆଲୋଚନା ଗଳିକନ୍ଦିରେ ଶୁଣିବାକୁ ମିଳୁଥିଲା , ପଞ୍ଚାୟତରେ ସଂରକ୍ଷଣ ଦେବାକୁ ହେବ, ସେତେବେଳେ ଅତି ସହଜରେ ଦେଇଦେବା ବୋଲି କଥା ଆସିଲା। କିନ୍ତୁ ପଞ୍ଚାୟତରେ ସଂରକ୍ଷଣ ଦେବାକୁ ହେବ, ଅତି ସହଜରେ ଦେଇଦେବା ବୋଲି କଥା ଆସିବାର କାରଣ ଏଥିରେ ନିଜର ପଦବୀ ଯିବାର କୌଣସି ଭୟ ନଥିଲା। ତେଣୁ ଏକଥା କହିବା ଅତି ସହଜ କଥା ଥିଲା। କାରଣ ପଞ୍ଚାୟତରେ ସେମାନଙ୍କର ନିଜର ପଦବୀ ଯିବାର ଭୟ ନଥିଲା । ସେମାନେ ନିଜକୁ ସୁରକ୍ଷିତ ମନେ କରୁଥିଲେ, ତେଣୁ ସେମାନେ କହୁଥିଲେ, ସେଠାରେ ସଂରକ୍ଷଣ ଦିଅ। ସେତେବେଳେ କରିଡରରେ ଏହା ଏକ ସାଧାରଣ ଆଲୋଚନା ଥିଲା । ସେମାନେ ସଂସଦରେ ଏହା କେବେ କରିବେ ନାହିଁ, କାରଣ ? ସେଠାରେ ସେମାନେ କିଛି ହରାଇବେ ଏବଂ ସେଥିପାଇଁ ଅନ୍ୟ ପଞ୍ଚାୟତ ସଂରକ୍ଷଣ ୫୦% ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା।

ରାଜନୈତିକ ଦୃଷ୍ଟିକୋଣରୁ ମୁଁ ଆଉ ଏକ କଥା ବୁଝାଇବାକୁ ଚାହୁଁଛି ବନ୍ଧୁଗଣ,

ଆଜିଠାରୁ ୨୫ବର୍ଷ,୩୦ବଷ ପୂର୍ବେ ଯେଉଁମାନେ ଏହାକୁ ବିରୋଧ କରୁଥିଲେ, ବିରୋଧୀ ରାଜନୈତିକ ପୃଷ୍ଠ ତଳକୁ ଯାଇ ନଥିଲେ। ଆଜି ସେଭଳି ସମାନ ଚିନ୍ତା କରିବାକୁ ଭୁଲ କରନ୍ତୁ ନାହିଁ, ଗତ ୨୫-୩୦ ବର୍ଷ ମଧ୍ୟରେ, ପଞ୍ଚାୟତ ନିର୍ବାଚନରେ ​​ଜିତିକି ଆସିଥିବା ଭଉଣୀମାନଙ୍କର ଆଜି ରାଜନୈତିକ ଚେତନା ବିକଶିତ ହୋଇଛି । ସେମାନେ ତୃଣମୂଳ ସ୍ତରରେ ମତ ନିର୍ମାତା। ତିରିଶ ବର୍ଷ ପୂର୍ବେ, ସେମାନେ ନୀରବ ରହିଥିଲେ, ସେମାନେ ବୁଝିପାରୁଥିଲେ କିନ୍ତୁ କହୁ ନଥିଲେ। ଆଜି, ସେମାନେ ସ୍ୱର ଉଠାଇଛନ୍ତି। ସେଥିପାଇଁ ବର୍ତ୍ତମାନ ପଦବୀ ଯାହା ହେଉନା କାହିଁକି, ସେହି ଲକ୍ଷ-ଲକ୍ଷ ଭଉଣୀ ଯେଉଁମାନେ କେବେ ପଞ୍ଚାୟତରେ କାମ କରିଛନ୍ତି, ଲୋକଙ୍କ ସୁଖ ଦୁଃଖକୁ ଭଲ ଭାବରେ ଦେଖିଛନ୍ତି, ସେମାନେ ଏବେ ଆନ୍ଦୋଳିତ। ସେମାନେ କହୁଛନ୍ତି, ଆପଣ ଆମକୁ ଝାଡ଼ୁ ଏବଂ ସଫା କରିବା କାମରେ ଠେଲି ଦିଅନ୍ତି, ଯାହା ଆମେ ପୂର୍ବରୁ ପରିବାରରେ କରୁଥିଲୁ, କିନ୍ତୁ ଏବେ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ଆମକୁ ସାମିଲ କର, ନିଷ୍ପତ୍ତି ଗ୍ରହଣ ପ୍ରକିୟାରେ ଜୋଡ଼ନ୍ତୁ କାରଣ ବିଧାନସଭା ଏବଂ ସଂସଦରେ ମଧ୍ୟ ହୁଏ। ନିଷ୍ପତ୍ତି ଗ୍ରହଣ ପ୍ରକିୟା ରହିଛି। ତେଣୁ, ଯେଉଁମାନେ ରାଜନୈତିକ ଜୀବନରେ ପ୍ରଗତି ଚାହାଁନ୍ତି, ସାଂସଦ ହୁଅନ୍ତୁ କିମ୍ବା ବିଧାୟକ, କୌଣସି ଦଳର କଥା ମୁଁ କହୁନାହିଁ , ମୁଁ ସେମାନଙ୍କୁ କହୁଛି ଯେ ଯଦି ଆପଣ ରାଜନୈତିକ ଜୀବନରେ ସଫଳତାର ସହିତ ଆଗକୁ ବଢ଼ିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ସ୍ୱୀକାର କରିବାକୁ ପଡିବ ଯେ ଗତ ୨୫-୩୦ ବର୍ଷ ମଧ୍ୟରେ ଲକ୍ଷ-ଲକ୍ଷ ଭଉଣୀ ତୃଣମୂଳ ସ୍ତରରେ ନେତା ହୋଇଛନ୍ତି। ଏବେ ସେମାନେ କେବଳ ଏଠାରେ ୩୩% ସହିତ ନୁହେଁ ବରଂ ସେଠାରେ ମଧ୍ୟ ଆପଣଙ୍କ ନିଷ୍ପତ୍ତିକୁ ପ୍ରଭାବିତ କରିବେ। ତେଣୁ, ଯେଉଁମାନେ ଆଜି ବିରୋଧ କରୁଛନ୍ତି ସେମାନଙ୍କୁ ଦୀର୍ଘ ସମୟ ପାଇଁ ମୂଲ୍ୟ ଦେବାକୁ ପଡିବ। ତେଣୁ, ତୃଣମୂଳ ସ୍ତରରେ ଉଭା ହୋଇଥିବା ମହିଳାଙ୍କ ରାଜନୈତିକ ନେତୃତ୍ୱକୁ ବିଚାର କରିବାରେ ମଧ୍ୟ ରାଜନୈତିକ ଜ୍ଞାନ ରହିଛି। ମୁଁ ଶୁଣିଲି, ମୁଲାୟମ ସିଂହ ଜୀଙ୍କ ସମୟରୁ ଏହି ବିଷୟ ଉଠାଯାଇଛି, ଏବଂ ତାଙ୍କ ପରିବାର ଏହାକୁ ଜାରି ରଖିଛନ୍ତି। ଦେଶର ମହିଳାମାନଙ୍କ ଉପରେ ବିଶ୍ୱାସ ରଖନ୍ତୁ, ସେମାନଙ୍କ ଜ୍ଞାନ ଉପରେ ବିଶ୍ୱାସ ରଖନ୍ତୁ। ୩୩% ଭଉଣୀମାନଙ୍କୁ ଏଠାକୁ ଆସିବାକୁ ଦିଅନ୍ତୁ, ଏଠାକୁ ଆସି ସେମାନଙ୍କୁ ନିର୍ଣ୍ଣୟ ଦେବାକୁ ଦିଅନ୍ତୁ , କାହାକୁ ଦେବେ, କାହାକୁ ଦେବେ ନାହିଁ, କେଉଁ ଶ୍ରେଣୀକୁ ଦେବେ, କେଉଁ ଶ୍ରେଣୀକୁ ଦେବେ ନାହିଁ ସେ  ନିଷ୍ପତ୍ତି ସେମାନଙ୍କୁ ନେବାକୁ ଦିଅନ୍ତୁ। ସେମାନେ ନିଷ୍ପତ୍ତି ନେବେ। ଆମେ ସେମାନଙ୍କ ଦକ୍ଷତା ଉପରେ କାହିଁକି ସନ୍ଦେହ କରିବା? ସେମାନଙ୍କୁ ଥରେ ଆସିବାକୁ ଦିଅନ୍ତୁ ! ଥରେ ଆସିବାକୁ ଦିଅନ୍ତୁ ! ଯେତେବେଳେ ସେମାନେ ଆସିବେ, ସେତେବେଳେ 2034 ରେ... ଏବଂ ଧର୍ମେନ୍ଦ୍ର ଜୀ, ଧର୍ମେନ୍ଦ୍ର ଜୀ ମୋତେ ସେମାନଙ୍କ ସହିତ ପରିଚୟ କରାଇଥିବା ଯୋଗୁଁ ମୁଁ ଆପଣଙ୍କ ନିକଟରେ ବହୁତ କୃତଜ୍ଞ। ଏହା ସତ୍ୟ, ମୁଁ ଏକ ଅତ୍ୟନ୍ତ ପଛୁଆ ସମାଜରୁ ଆସିଛି। ଧର୍ମେନ୍ଦ୍ର ଜୀ, ମୁଁ ଆପଣଙ୍କ ନିକଟରେ ବହୁତ କୃତଜ୍ଞ, ଏବଂ ଅଖିଳେଶ ଜୀ ମୋର ବନ୍ଧୁ, ତେଣୁ ବେଳେ-ବେଳେ ସେ ମୋତେ ସାହାଯ୍ୟ କରନ୍ତି। ଏହି କଥା ସତ୍ୟ ଯେ ମୁଁ ଏକ ଅତ୍ୟନ୍ତ ପଛୁଆ ସମାଜରୁ ଆସିଛି, କିନ୍ତୁ ମୋର ଦାୟିତ୍ୱ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିବା, ଏବଂ ଏହା ହିଁ ମୋର ସମ୍ବିଧାନ ମୋତେ ବାଟ ଦେଖାଇଛି । ମୋ ପାଇଁ, ସମ୍ବିଧାନ ସର୍ବୋଚ୍ଚ। ଆମ ସମ୍ବିଧାନର ଏତେ ଶକ୍ତି ଯେ ଅତ୍ୟନ୍ତ ପଛୁଆ ଏବଂ ଛୋଟ ସମାଜରୁ ଆସିଥବା ଜଣେ ବ୍ୟକ୍ତିଙ୍କୁ ଦେଶ ଏତେ ବଡ଼ ଦାୟିତ୍ୱ ଦେଇଛି। ତେଣୁ, ମୁଁ ଦେଶର ଜନତା ଏବଂ ସମ୍ବିଧାନ ପ୍ରଣେତାଙ୍କ ନିକଟରେ ଋଣୀ, ଯାହାଙ୍କ ଯୋଗୁଁ ମୁଁ ଆଜି ଏଠାରେ ପହଞ୍ଚିପାରିଛି ।

 

କିନ୍ତୁ ମାନ୍ୟବର ଅଧ୍ୟକ୍ଷ ମହୋଦୟ,

ଆଜି ଜୀବନର ପ୍ରତ୍ୟେକ କ୍ଷେତ୍ରରେ, ଯଦି ଆମେ ଦେଖିବା, ନାରୀଶକ୍ତି ଦେଶର ଗୌରବ ବୃଦ୍ଧି କରିବାରେ , ଆମର ଜାତୀୟ ପତାକା ଉଡ଼ାଇବାରେ ପଛରେ ନାହାନ୍ତି। ଆମେ ଗର୍ବ କରିପାରିବା ଯେ ଜୀବନର ବିଭିନ୍ନ କ୍ଷେତ୍ରରେ, ଆମର ମା' ଏବଂ ଭଉଣୀମାନେ ମହାନ ଅବଦାନ ଦେଉଛନ୍ତି, ଆମର ଝିଅମାନେ ପ୍ରତ୍ୟେକ କ୍ଷେତ୍ରରେ ଉତ୍କର୍ଷ ହାସଲ କରୁଛନ୍ତି! ଏତେ ମହାନ ଶକ୍ତି। ତେଣୁ କାହିଁକି ଆମେ ସେମାନଙ୍କୁ ଅଂଶଗ୍ରହଣରୁ ରୋକିବା ପାଇଁ ଏତେ ଶକ୍ତି ଖର୍ଚ୍ଚ କରୁଛୁ? ସେମାନଙ୍କର ଯୋଗଦାନ କେବଳ ଆମର ଶକ୍ତି ବୃଦ୍ଧି କରିବ। ତେଣୁ, ମୁଁ ଆଜି ଆପଣଙ୍କୁ ନିବେଦନ କରିବାକୁ ଆସିଛି ଆପଣଙ୍କ ନିକଟରେ ଥିବା ରାଜନୀତିର ତରାଜୁରେ ଏହାକୁ ଓଜନ କରନ୍ତୁ ନାହିଁ। ଏହା ଜାତୀୟ ହିତ ପାଇଁ ଏକ ନିଷ୍ପତ୍ତି।

ମାନ୍ୟବର ଅଧ୍ୟକ୍ଷ ମହୋଦୟ,

ଆଜି ଆମ ସମ୍ନାରେ ସୁଯୋଗ ଆସିଛି ଏକାଠି ବସିବା, ଗୋଟିଏ ଦିଗରେ ଚିନ୍ତା କରିବା ଏବଂ ଏକ ବିକଶିତ ଭାରତ ନିର୍ମାଣରେ ଆମର ମହିଳା ଶକ୍ତିର ଅଂଶଗ୍ରହଣକୁ ଖୋଲାଖୋଲି ଭାବରେ ଗ୍ରହଣ କରିବା। ଯେପରି ମୁଁ ପୂର୍ବରୁ କହିଥିଲି, ଆଜି ସମଗ୍ର ଦେଶ, ବିଶେଷକରି ମହିଳା ଶକ୍ତି, ଆମର ନିଷ୍ପତ୍ତି ଦେଖିବ, କିନ୍ତୁ ନିଷ୍ପତ୍ତି ଅପେକ୍ଷା ଅଧିକ ସେମାନେ ଆମର ଉଦ୍ଦେଶ୍ୟକୁ ଦେଖିବେ। ତେଣୁ ଯଦି ଆମର ଉଦ୍ଦେଶ୍ୟ ତ୍ରୁଟିପୂର୍ଣ୍ଣ ଥାଏ, ତେବେ ଦେଶର ମହିଳା ଶକ୍ତି ଆମକୁ କେବେ କ୍ଷମା କରିବ ନାହିଁ।

ମାନ୍ୟବର ଅଧ୍ୟକ୍ଷ ମହୋଦୟ,

୨୦୨୩ ମସିହାରେ, ଏହି ନୂତନ ଗୃହରେ ଆମେ ସର୍ବସମ୍ମତିକ୍ରମେ ଏହି ଆଇନକୁ ଗ୍ରହଣ କରିଥିଲୁ। ସାରା ଦେଶରେ ଏକ ଆନନ୍ଦଦାୟକ ପରିବେଶ ସୃଷ୍ଟି ହୋଇଥିଲା, କୌଣସି ରାଜନୈତିକ ରଙ୍ଗ ଲାଗି ନଥିଲା, ତେଣୁ ଏହା କେବେ ରାଜନୈତିକ ପ୍ରସଙ୍ଗ ନଥିଲା। ଏକ ଭଲ ପରିସ୍ଥିତି ଥିଲା। ଏବେ ପ୍ରଶ୍ନ ହେଉଛି, ଆମେ ଏହାକୁ ନେଇ କେତେ ସମୟ ବିଳମ୍ବ କରିବା ? ଯେଉଁମାନେ ଜନଗଣନାର ପ୍ରସଙ୍ଗ ଉଠାଇଛନ୍ତି, ଆପଣମାନେ କଣ ଜାଣିନାହାଁନ୍ତି କି? ମୁଁ ଚାହିଁବି ଯେ ଅମିତ ଭାଇ ତାଙ୍କ ଭାଷଣରେ ଏହି ସମସ୍ତ କଥା ଉଲ୍ଲେଖ କରନ୍ତୁ , ଯେମିତି କି ଆମେ ଜନଗଣନା ସମ୍ବନ୍ଧରେ କେତେବେଳେ କଣ-କଣ କାମ ସବୁ କରିଥିଲୁ , କୋଭିଡ୍ ଯୋଗୁଁ ପରେ କେଉଁ ଅସୁବିଧା ସୃଷ୍ଟି ହୋଇଥିଲା , ସେହି କାରଣରୁ କେତେ ବାଧା ଆସିଥିଲା, ତାହାର ସମସ୍ତ ବିବରଣୀ ଉଲ୍ଲେଖ କରନ୍ତୁ । ଏହି ସମସ୍ତ ବିଷୟ ଆମ ଆଗରେ ଅଛି, ଏଥିରେ କୌଣସି ସମସ୍ୟା ନାହିଁ। କିନ୍ତୁ ଯେତେବେଳେ ଆମେ ୨୦୨୩ ମସିହାରେ ଆଲୋଚନା କରିଥିଲୁ, ସେତେବେଳେ ବ୍ୟାପକ ସହମତି ଥିଲା, ଏହାକୁ ଶୀଘ୍ର କରିବା, ସମସ୍ତେ କହୁଥିଲେ ଏହାକୁ ଶୀଘ୍ର କର। ୨୦୨୪ ମସିହାରେ ସମୟ କମ୍ ଥିବାରୁ ଏହା ସମ୍ଭବ ହୋଇପାରି ନଥିଲା। ଏବେ ୨୦୨୯ ମସିହାରେ ଆମ ପାଖରେ ସୁଯୋଗ ଅଛି। ଯଦି ଆମେ ୨୦୨୯ ମସିହାରେ ଏହା ନକରୁ, ତେବେ କେଉଁ ପରିସ୍ଥିତି ସୃଷ୍ଟି ହେବ, ଆମେ କଳ୍ପନା କରିପାରିବେ ନାହିଁ । ତା'ପରେ ଆମେ ଦେଶର ମା' ଏବଂ ଭଉଣୀମାନଙ୍କୁ ବୁଝାଇ ପାରିବୁ ନାହିଁ ଯେ ଆମେ ପ୍ରକୃତରେ ଏହି ପ୍ରୟାସ କରିଥିଲୁ। ତେଣୁ, ସମୟର ଚାହିଦା ଅନୂଯାୟୀ ଆମେ ଆଉ ବିଳମ୍ବ କରିବା ନାହିଁ । ଏହି ସମୟ ମଧ୍ୟରେ, ରାଜନୈତିକ ଦଳର ସଦସ୍ୟମାନଙ୍କ ସହିତ, ସାମ୍ବିଧାନିକ ବିଶେଷଜ୍ଞମାନଙ୍କ ସହିତ , ମହିଳା କର୍ମୀ ଏବଂ ଅନେକଙ୍କ ସହିତ ଏ ସଂପର୍କରେ ଆଲୋଚନା କରାଯାଇଛି। କେତେକ ସ୍ୱେଚ୍ଛାକୃତ ଭାବରେ ପରାମର୍ଶ ଦେଇଛନ୍ତି। ସମସ୍ତ ବିଚାର-ବିମର୍ଷ ପରେ,ସବୁଦଳସହିତଗଠନମୂଳକ ଏବଂ ଅନୌପଚାରିକ ଭାବରେ ନିରନ୍ତର ଆଲୋଚନା କରାଯାଇଛି। ଶେଷରେ ଏମିତି କିଛି ବ୍ୟବସ୍ଥା ବାହାର କରିବାକୁ ହେବ, ଯାହାକି ଆମର ମା' - ଭଉଣୀମାନଙ୍କ ଶକ୍ତିକୁ  ଜୋଡ଼ିପାରିବ ।

ମାନ୍ୟବର ଅଧ୍ୟକ୍ଷ ମହୋଦୟ,

ମୁଁ ନିଶ୍ଚିତ ଭାବରେ ଗୋଟିଏ କଥା କହିବାକୁ ଚାହିଁବି । ଏଠାରେ ବସି ଆମ କାହାକୁ ମଧ୍ୟ ସମ୍ବିଧାନ ଦ୍ୱାରା ଦେଶକୁ ଖଣ୍ଡ ଖଣ୍ଡ କରି ଭାବିବାର ଅଧିକାର ଦିଆଯାଇ ନାହିଁ। ଆମେ ଯେଉଁ ଶପଥ ନେଇଛୁ ତାହା ଆମ ସମସ୍ତଙ୍କୁ ଏକ ରାଷ୍ଟ୍ର ଭାବରେ ବିଚାର କରିବା  ଆମର ଦାୟୀତ୍ବ ଅଟେ। କାଶ୍ମୀର ହେଉ କି କନ୍ୟାକୁମାରୀ, ଆମେ ଖଣ୍ଡ-ବିଖଣ୍ଡିତ କରି ଚିନ୍ତା କରିପାରିବୁ ନାହିଁ, କିମ୍ବା ଆମେ ଅଲଗା - ଅଲଗା କରି ନିଷ୍ପତ୍ତି ନେଇପାରିବୁ ନାହିଁ। ତେଣୁ ଏହା କେବଳ ରାଜନୈତିକ ଲାଭ ପାଇଁ ଉଠାଯାଇଥିବା ଏକ ଭିତ୍ତିହୀନ ଝଡ଼।  ଏହାର କୌଣସି ସତ୍ୟତା ନାହିଁ।  ମୁଁ ଗୃହର ଏହି ପବିତ୍ର ସ୍ଥାନରୁ ପୂର୍ଣ୍ଣ ଦାୟିତ୍ୱର ସହିତ କହିବାକୁ ଚାହୁଁଛି, ପୂର୍ବ, ପଶ୍ଚିମ, ଉତ୍ତର, ଦକ୍ଷିଣ,   ଛୋଟ ରାଜ୍ୟ ହେଉ କିମ୍ବା ବଡ଼ ରାଜ୍ୟ ହେଉ, ମୁଁ ଦାୟିତ୍ୱର ସହିତ କହୁଛି ଯେ ଏହି ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା କାହା ପ୍ରତି ପକ୍ଷପାତ କରିବ ନାହିଁ, ଏବଂ ଏହା କାହା ପ୍ରତି ଅନ୍ୟାୟ କରିବ ନାହିଁ। ପୂର୍ବ ସରକାରମାନଙ୍କ ଅଧୀନରେ ଅତୀତରେ ଯେକୌଣସି ସୀମା ନିର୍ଦ୍ଧାରଣ ହୋଇଥିଲା, ସେବେଠାରୁ ଯେକୌଣସି ଅନୁପାତ ଅନୁସରଣ କରାଯାଇଛି, ସେହି ଅନୁପାତରେ କୌଣସି ପରିବର୍ତ୍ତନ ହେବ ନାହିଁ, ଏବଂ ଯେକୌଣସି ବୃଦ୍ଧି ମଧ୍ୟ ସମାନ ଅନୁପାତରେ ହେବ। ଯଦି "ଗ୍ୟାରେଣ୍ଟି" ଶବ୍ଦର ଆବଶ୍ୟକତା ଅଛି, ମୁଁ ଗ୍ୟାରେଣ୍ଟି ଶବ୍ଦ ବ୍ୟବହାର କରେ। ଯଦି ଆପଣ "ପ୍ରତିଜ୍ଞା" ଶବ୍ଦ ଚାହାଁନ୍ତି, ତେବେ ମୁଁ ପ୍ରତିଶୃତି ଶବ୍ଦ ବ୍ୟବହାର କରିବି। ଯଦି ତାମିଲରେ ଏକ ଭଲ ଶବ୍ଦ ଅଛି, ତେବେ ମୁଁ ତାହା ମଧ୍ୟ ବ୍ୟବହାର କରିବାକୁ ପ୍ରସ୍ତୁତ, କାରଣ ଯେତେବେଳେ ଉଦ୍ଦେଶ୍ୟ ସ୍ପଷ୍ଟ, ତେବେ ଆମକୁ କୌଣସି ଶବ୍ଦ ସହିତ ଖେଳିବାକୁ ଆବଶ୍ୟକତା ପଡ଼ିବ ନାହିଁ।

ମାନ୍ୟବର ଅଧ୍ୟକ୍ଷ ମହୋଦୟ,

ମୁଁ ଗୃହର ସମସ୍ତ ସହକର୍ମୀଙ୍କୁ ଏହା ମଧ୍ୟ କହିବାକୁ ଚାହୁଁଛି ଯେ ଆମେ ଭ୍ରମରେ ରହିବା ଉଚିତ୍ ନୁହେଁ, ଅହଂକାରରେ ରହିବା ଉଚିତ୍ ନୁହେଁ। ଏବଂ ମୁଁ "ଆମେ" ଶବ୍ଦ ବ୍ୟବହାର କରୁଛି। "ମୁଁ" ଏବଂ "ତୁମେ"ର କଥା କହୁନାହିଁ। ଆମେ ଏହି ଭ୍ରମରେ ରହିବା ଉଚିତ୍ ନୁହେଁ ଯେ ଆମେ ଦେଶର ମହିଳା ଶକ୍ତିକୁ କିଛି ଦେଉଛୁ। ନା, ଏହା ସେମାନଙ୍କର ଅଧିକାର ଏବଂ ଆମେ ଏହାକୁ ବହୁ ଦଶନ୍ଧି ଧରି ଅଟକାଇ ରଖିଛୁ। ଆଜି, ତାହାକୁ ଅନୁତାପ କରିବା ଦରକାର , ଆମ ପାଖରେ ସେହି ପାପରୁ ନିଜକୁ ମୁକ୍ତ କରିବାର ସୁଯୋଗ ଆସିଛି। ଆମେ ସବୁ ଜାଣିଛୁ ,ପ୍ରତ୍ୟେକ ଥର ଚାଲାକି କରି , ଚତୁରତାର ସହିତ,ବ୍ୟବହାର କରାଯାଉଥିଲା। ଆମେ ସବୁବେଳେ କହିଥିଲୁ ଯେ ଆମେ ସପକ୍ଷରେ ଅଛୁ, କିନ୍ତୁ ପ୍ରତ୍ୟେକ ଥର ଏହାକୁ ବନ୍ଦ କରିବା ପାଇଁ କିଛି ନା କିଛି ବୈଷୟିକ ବାହାନା ଯୋଡାଯାଉଥିଲା। ପ୍ରତ୍ୟେକ ଥର ଏପରି ଜିନିଷ ଅଣାଯାଉଥିଲା। ମହିଳାଙ୍କ ପାଇଁ ୩୩% ସଂରକ୍ଷଣକୁ ବିରୋଧ କରିବାର ସାହସ କାହାରି ନଥିଲା, ସେହି ଯୁଗ ଚାଲିଗଲା, ଆପଣ ଏହା କରିପାରିବେ ନାହିଁ, କିନ୍ତୁ ଆପଣଙ୍କ ପାଖରେ ଏହା କହିବାର ସାହସ ମଧ୍ୟ ନଥିଲା। ତେଣୁ ବୈଷୟିକ ବାହାନା , ଏହା କର  ତାହା କର, ଏହା କର ପୁଣି ତାକୁ ମଧ୍ୟ କର, ଢିଙ୍କି କର ବଗ କର ,ଏଭଳି ସବୁ ଦେଖିବାକୁ ମଳୁଥଲା। ଏବେ ଦେଶର ମହିଳାମାନେ ସେସବୁ ଜିନିଷ ଜାଣି ପାରିବେ ନାହିଁ କିମ୍ବା ବୁଝି ପାରିବେ ନାହିଁ, ସଦନରେ  ସଂଖ୍ୟା ଖେଳ କଣ ହୋଇଥାଏ। ଏହା ସମୟ ହିଁ ନିର୍ଣ୍ଣୟ କରିବ, କିନ୍ତୁ ଏହା ନିଶ୍ଚିତ ଯେ ଏବେ ବିଭିନ୍ନ ପ୍ରକାରର ବାହାନା , ବିଭିନ୍ନ ବୈଷୟିକ ପ୍ରସଙ୍ଗ ଆଧାର ଉପରେ  ମାମଲାଗୁଡ଼ିକୁ ଝୁଲାଇ ରଖି  ତିନି ଦଶନ୍ଧି ପର୍ଯ୍ୟନ୍ତ ଅବରୋଧ କରିଲେ ତାହାକୁ ଆମେ କିଛି ଦିନ ପର୍ଯ୍ୟନ୍ତ ରଖି ଚାଲିଲୁ ।ଏବେ ତୁମେ ଯାହା ଚାହୁଁଥିଲ ତାହା ହାସଲ କଲ, ଏବେ ଏହାକୁ ଛାଡ଼ି ଦିଅ! କ'ଣ ଏହାକୁ ଅବରୋଧ କରିବା ପାଇଁ ତିନି ଦଶନ୍ଧି ଯଥେଷ୍ଟ ନୁହେଁ କି ? ତିନି ଦଶନ୍ଧି ଧରି ତୁମେ ଏହାକୁ ବନ୍ଦ କରିଥିଲ, ତଥାପି ତୁମେ କିଛି ହାସଲ କରିପାରିଲ ନାହିଁ, ତେଣୁ ଏବେ ଏହା କର।

ମାନ୍ୟବର ଅଧ୍ୟକ୍ଷ ମହୋଦୟ,

ଏଠାରେ କିଛି ଲୋକ ଏପରି ଅନୁଭବ କରନ୍ତି।

ମାନ୍ୟବର ଅଧ୍ୟକ୍ଷ ମହୋଦୟ,

ଏଠାରେ କିଛି ଲୋକ ଅନୁଭବ କରନ୍ତି ଯେ ଏଥିରେ କୌଣସି ସ୍ଥାନରେ ମୋଦିଙ୍କ ରାଜନୈତିକ ସ୍ୱାର୍ଥ ଅଛି। ସେମାନଙ୍କୁ କହିବାକୁ ଦିଅ, ଗରିବ ଲୋକର ମୁହଁ ସେଠାରେ ବନ୍ଦ ଅଛି, ବଙ୍ଗରେ କେହି ତାକୁ କହିବାକୁ ଦିଅନ୍ତି ନାହିଁ।

ମାନ୍ୟବର ଅଧ୍ୟକ୍ଷ ମହୋଦୟ,

ଦେଖନ୍ତୁ, ଯଦି ଏହାର ବିରୋଧ କରାଯାଏ, ତେବେ ସ୍ୱାଭାବିକ ଭାବରେ ମୁଁ ରାଜନୈତିକ ଲାଭ ପାଇବି। କିନ୍ତୁ ଯଦି ଆମେ ଏକାଠି ହେବା, ତେବେ କାହାକୁ ଲାଭ ହେବ ନାହିଁ, ଏହାକୁ ଲେଖି ରଖ । କାହାକୁ ଲାଭ ହେବ ନାହିଁ, କାରଣ ଏହା ଏକ ଭିନ୍ନ ଦିଗ ହୋଇଯାଏ, ତେବେ କାହାକୁ ଲାଭ ହୁଏ ନାହିଁ। ତେଣୁ, ଆମେ ଶ୍ରେୟ ଚାହୁଁନାହୁଁ। ଏହା ପାସ୍ ହେବା ମାତ୍ରେ, ମୁଁ କାଲି ସମସ୍ତଙ୍କୁ ଧନ୍ୟବାଦ ଜଣାଇ ଏକ ବିଜ୍ଞାପନ ଦେବାକୁ ପ୍ରସ୍ତୁତ, ସମସ୍ତଙ୍କ ଫଟୋ ପ୍ରକାଶ କରିବାକୁ ପ୍ରସ୍ତୁତ। ଆପଣ ଶ୍ରେୟ ନିଅନ୍ତୁ! ଯଦି ଆପଣ ଶ୍ରେୟ ବିଷୟରେ ଚିନ୍ତିତ, ତେବେ ଏହାକୁ ନିଅନ୍ତୁ। ଆପଣ ଯାହାର ଫଟୋ ପ୍ରକାଶ କରିବାକୁ ଚାହୁଁଛନ୍ତି, ଆମେ ସରକାରୀ ଖର୍ଚ୍ଚରେ ଏହା କରିବୁ। ମୁଁ ଆପଣଙ୍କୁ ସାମ୍ନାରୁ ଏକ ଖାଲି ଚେକ୍ ଦେଉଛି।

ମାନ୍ୟବର ଅଧ୍ୟକ୍ଷ ମହୋଦୟ,

ଆମର ସଂସଦୀୟ ଗଣତନ୍ତ୍ରରେ ମହିଳାଙ୍କ ଅଂଶଗ୍ରହଣ କେବଳ ଏକ ସଂଖ୍ୟା ଖେଳ କିମ୍ବା ଗଣତାନ୍ତ୍ରିକ ବ୍ୟବସ୍ଥାରେ ସୀମିତ ଉନ୍ନତି ନୁହେଁ। ଗଣତନ୍ତ୍ରର ଜନନୀ ଭାବରେ, ଏହି ନିଷ୍ପତ୍ତି ଭାରତର ପ୍ରତିବଦ୍ଧତା, ଏହା ଏକ ସାଂସ୍କୃତିକ ପ୍ରତିବଦ୍ଧତା। ଏହି ପ୍ରତିବଦ୍ଧତା ଯୋଗୁଁଏହି ବ୍ୟବସ୍ଥା ପଞ୍ଚାୟତରେ କରାଯାଇଥିଲା, ଏବଂ ଏବେ ୨୦ ରୁ ଅଧିକ ରାଜ୍ୟରେ ଏହା ୫୦% ରେ ପହଞ୍ଚିଛି ଏବଂ ଆମେ ଏହାକୁ ଅନୁଭବ କରିଛୁ। ଦୀର୍ଘ ସମୟ ଧରି ଲୋକମାନେ ମୋତେ ମୁଖ୍ୟମନ୍ତ୍ରୀ ଭାବରେ ସେବା କରିବାର ସୁଯୋଗ ଦେଇଥିଲେ ଏବଂ ସେହି ସମୟ ମଧ୍ୟରେ ମୁଁ ତୃଣମୂଳ ସ୍ତରରେ ମହିଳାମାନଙ୍କ ନେତୃତ୍ୱ ଦେଖିଥିଲି। ମୋର ଅଭିଜ୍ଞତା ହେଉଛି ଯେ ସମ୍ବେଦନଶୀଳତାର ସହିତ ସମସ୍ୟାର ସମାଧାନ କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତା ବହୁତ ପ୍ରଭାବଶାଳୀ ଥିଲା, ଏହା ବିକାଶର ଯାତ୍ରାକୁ ଗତି ଦେଇଥିଲା। ସେହି ଅଭିଜ୍ଞତାକୁ ଆଧାର କରି, ମୁଁ କହୁଛି ଯେ ଏହି ଗୃହରେ ସେମାନଙ୍କର ସ୍ୱର ଏକ ନୂତନ ଶକ୍ତି ହେବ, ଏକ ନୂତନ ଚିନ୍ତାଧାରା ଯୋଡାଯିବ, ଦେଶର ପ୍ରଗତି ଦିଗରେ ସମ୍ବେଦନଶୀଳତା ଯୋଡାଯିବ, ଯେତେବେଳେ ତଥ୍ୟ ଏବଂ ବିତର୍କର ଆଧାର ସହିତ ଅନୁଭବ ଯୋଡିହୋଇଯାଏ, ତାହାର ଶକ୍ତି ବହୁଗୁଣିତ ହୋଇଯାଇଥାଏ ଏବଂ ସଦନ କେତେ  ସମୃଦ୍ଧ ହୋଇଥାଏ ।

ମାନ୍ୟବର ଅଧ୍ୟକ୍ଷ ମହୋଦୟ,

ଆମ ଦେଶରେ ଅଭିଜ୍ଞ ନାରୀ ଶକ୍ତିର ଅଭାବ ନାହିଁ, ଦକ୍ଷତାଥିବା ମହିଳାଙ୍କର ଅଭାବ ନାହିଁ। ଆସନ୍ତୁ ସେମାନଙ୍କ ଉପରେ ବିଶ୍ୱାସ କରିବା, ସେମାନେ ଯୋଗଦାନ କରିବେ, ସେମାନେ ବହୁତ ଭଲଭାବରେ  ଯୋଗଦାନ ଦେବେ। ଆଜି ମଧ୍ୟ, ଏଠାରେ ଯେଉଁ ଆମର ଭଉଣୀମାନଙ୍କୁ ସୁଯୋଗ ଦିଆଯାଇଛି, ସେମାନେନିଜକୁ ବହୁତ ଭଲ ଭାବରେ ନିଜର ଭାବନାକୁ ପରିପ୍ରକାଶ କରିଛନ୍ତି, ଗୃହକୁ ସମୃଦ୍ଧ କରିଛନ୍ତି।

ମାନ୍ୟବର ଅଧ୍ୟକ୍ଷ ମହୋଦୟ,

ଆଜି ଦେଶରେ ବର୍ତ୍ତମାନ ସମୟରେ, ଦେଶରେ ୬୫୦ ରୁ ଅଧିକ ଜିଲ୍ଲା ପଞ୍ଚାୟତ ଅଛି , ସେମାନଙ୍କ ମଧ୍ୟରୁ ପ୍ରାୟ ୨୭୫ଟି ମହିଳାମାନଙ୍କ ଦ୍ୱାରା ପରିଚାଳିତ, ଏବଂ ସେମାନଙ୍କର ଦାୟିତ୍ୱ, ପାଣ୍ଠି ଏବଂ ବ୍ୟବସ୍ଥା କେନ୍ଦ୍ରୀୟ କ୍ୟାବିନେଟ ମନ୍ତ୍ରୀମାନଙ୍କ ତୁଳନାରେ ଅଧିକ, ଏବଂ ସେମାନେ କାର୍ଯ୍ୟ କରନ୍ତି। ପ୍ରାୟ ୬,୭୦୦ ବ୍ଲକ ପଞ୍ଚାୟତ ମଧ୍ୟରୁ ୨,୭୦୦ରୁ ଅଧିକ ମହିଳାମାନଙ୍କ ଦ୍ୱାରା ପରିଚାଳିତ। ଆଜି, ୯୦୦ ରୁ ଅଧିକ ସହରରେ, ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକରେ, ମେୟର ଭାବରେ ହେଉ କିମ୍ବା ସ୍ଥାୟୀ କମିଟିର ମୁଖ୍ୟ ଭାବରେ, ଆମର ଭଉଣୀମାନେ କ୍ଷମତା ବିସ୍ତାର କରିଛନ୍ତି । ଏବଂ ମୁଁ ମାନୁଛି ଯେ ଦେଶ ଆଜି ଯେଉଁ ପ୍ରଗତି କରୁଛି, ସେଥିରେ ସେମାନଙ୍କର ଅବଦାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ, ଏବଂ ଏହା ସେହି ଋଣକୁ ସ୍ୱୀକାର କରିବାର ସୁଯୋଗ। ଯେତେବେଳେ ଏହି ଅଭିଜ୍ଞତା ଗୃହରେ ଯୋଡାଯିବ, ଏହା ଶକ୍ତିକୁ ବହୁଗୁଣିତ କରିବ।

ମାନ୍ୟବର ଅଧ୍ୟକ୍ଷ ମହୋଦୟ,

ଦୀର୍ଘ ଅପେକ୍ଷା ଆମ ସମସ୍ତଙ୍କ ପାଇଁ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଏବଂ ଆମେ ନିଜେ ଏହି ପରିସ୍ଥିତି ସବୁ ସୃଷ୍ଟି କରିଛୁ। ଏହା ହେଉଛି ଅତୀତରେ ଥିବା ଯେକୌଣସି ସୀମା କିମ୍ବା ଅସୁବିଧାରୁ ବାହାରି ଆସିବାର, ସାହସର ସହିତ ଆଗକୁ ବଢ଼ିବାର ଏବଂ ଦେଶର ବିକାଶରେ ମହିଳାମାନଙ୍କର ଅଂଶଗ୍ରହଣକୁ ସୁନିଶ୍ଚିତ କରିବାର ସୁଯୋଗ। ମୁଁ ଦୃଢ଼ ଭାବରେ ବିଶ୍ୱାସ କରୁଛି ଯେ ଯଦି ଆମେ ଆଜି ଏକାଠି ନିଷ୍ପତ୍ତି ନେବା, ଏବଂ ମୁଁ ଅନୁରୋଧ କରୁଛି ଯେ ଆମେ ସର୍ବସମ୍ମତିକ୍ରମେ ଆଗକୁ ବଢ଼ିବା ଉଚିତ, ତେବେ ଯେତେବେଳେ ଏହା ସର୍ବସମ୍ମତିକ୍ରମେ ଆଗକୁ ବଢ଼ିବ, ଟ୍ରେଜେରୀ ବେଞ୍ଚ ଉପରେ ମଧ୍ୟ ଚାପ ପଡ଼ିବ। ସେମାନେ ଏହା ମଧ୍ୟ ଭାବନ୍ତି ଯେ ଏଥିରେ ସମସ୍ତଙ୍କର ଅଧିକାର ଅଛି, ସମସ୍ତଙ୍କ ସ୍ୱରକୁ ବିଚାରକୁ ନିଆଯିବା ଉଚିତ, କୌଣସି କ୍ଷତି ହେବ ନାହିଁ। ସାମୂହିକ ଶକ୍ତି ଆମକୁ ଅନେକ ଭଲ ଫଳାଫଳ ଦେଇଥାଏ।

ମାନ୍ୟବର ଅଧ୍ୟକ୍ଷ ମହୋଦୟ,

 

ମୁଁ ଅଧିକ ସମୟ ନ’ନେଇ, ମୁଁ କେବଳ ଏତିକି କହିବି ଯେ ଏହାକୁ ରାଜନୀତିର ତରାଜୁରେ ଓଜନ କରନ୍ତୁ ନାହିଁ। ଯେତେବେଳେ ଆମେ କୌଣସି ନିଷ୍ପତ୍ତି ନେଉଛୁ, ତେବେ ଦେଶର, ଏତେ ବଡ଼ ଦେଶର  ଅଧା  ଦାୟିତ୍ୱ ଯାହାକିଛି ଉଠାଉଛୁ ,ସେମାନଙ୍କର ମଧ୍ୟ ଏଠାକୁ ଆସିବାର ଅଧିକାର ଅଛି, ଆମେ ସେମାନଙ୍କୁ ଅଟକାଇବା ଉଚିତ୍ ନୁହେଁ। ଏବଂ ଦ୍ବିତୀୟରେ  ସଂଖ୍ୟା ସମ୍ପର୍କରେ ମଧ୍ୟ, ପୂର୍ବରୁ ଆଲୋଚନା ହେଉଥିଲା ଯେ ସେମାନଙ୍କ ସଂଖ୍ୟା ହ୍ରାସ କରାଯିବା ଉଚିତ୍ ନୁହେଁ, ଏହାକୁ ବୃଦ୍ଧି କରିବା ଉଚିତ୍, ତେବେ ଏହା ଶୀଘ୍ର ହେବ। ସେହି ବିଷୟ ଏବେ ଆସିଛି, ଯେ ପୂର୍ବ ୩୩% ସଂଖ୍ୟା ବୃଦ୍ଧି କରାଯିବା ଉଚିତ୍, ଯାହା ଦ୍ୱାରା କେହି ଅନୁଭବ କରିବେ ନାହିଁ ଯେ ସେମାନଙ୍କର ଅଧିକାର ଛଡ଼ାଇ ନିଆଯାଇଛି। ଏକ ନୂତନ ଶକ୍ତି ଯୋଡାଯିବ, ଅତିରିକ୍ତ ଶକ୍ତି ଯୋଡାଯିବ, ଏବଂ ଗୃହର ଗଠନ ମଧ୍ୟ ସଜାଡି ଦିଆଯିବ, ଯେପରି ଆମେ ପୂର୍ବରୁ ଚିନ୍ତା କରିଥିଲୁ ଏବଂ ଏଥିପାଇଁ ସ୍ଥାନ ପ୍ରସ୍ତୁତ କରିଥିଲୁ।

ଏବଂ ମାନ୍ୟବର ଅଧ୍ୟକ୍ଷ ମହୋଦୟ,

ହାଲୁକା ଭାବରେ ଏହା ମୁଁ କହିବାକୁ ଚାହୁଁଛି, ପ୍ରତ୍ୟେକଙ୍କ ନିଜସ୍ୱ ରାଜନୈତିକ କାରଣ ଅଛି, ଏବଂ ପରାଜୟର ଭୟ କିଛିଟା ଆଶ୍ଚର୍ଯ୍ୟଜନକ। କିନ୍ତୁ ଆମର ପରମ୍ପରାରେ, ଯେତେବେଳେ କୌଣସି ଭଲ କାମ କରାଯାଏ, ମନ୍ଦ ନଜରକୁ ଦୂର କରିବା ପାଇଁ, ଆମେ କଳା ଚିହ୍ନ ଲଗାଉ। କଳା ଚିହ୍ନ ଲଗାଇବା ପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଦେଉଛି !

ବହୁତ - ବହୁତ ଧନ୍ୟବାଦ!

 

 

N S


(रिलीज़ आईडी: 2254745) आगंतुक पटल : 35
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Manipuri , Assamese , Bengali , Punjabi , Gujarati , Telugu , Kannada , Malayalam