ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
୨୧ ଅପ୍ରେଲରେ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
20 APR 2026 12:22PM by PIB Bhubaneswar
- ବାଲୋତରାର ପଚପଦରାରେ ଭାରତର ପ୍ରଥମ ଗ୍ରୀନଫିଲ୍ଡ ସମନ୍ୱିତ ରିଫାଇନାରୀ-କମ୍-ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ
- ୭୯,୪୫୦ କୋଟିରୁ ଅଧିକ ନିବେଶରେ ୯ ଏମ୍ଏମ୍ଟିପିଏ ଗ୍ରୀନଫିଲ୍ଡ ରିଫାଇନାରୀ-କମ୍-ପେଟ୍ରୋକେମିକାଲ୍ କମ୍ପେ୍ଲକ୍ସ ପ୍ରତିଷ୍ଠିତ ହୋଇଛି
- ଏହି ଅତ୍ୟାଧୁନିକ କମ୍ପ୍ଲେକ୍ସ ରିଫାଇନିଂ ଏବଂ ପେଟ୍ରୋକେମିକାଲ୍ ଉତ୍ପାଦନକୁ ସମନ୍ୱିତ କରେ
- ଏହି ପ୍ରକଳ୍ପ ଦେଶର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ଏବଂ ପେଟ୍ରୋକେମିକାଲ୍ ଆତ୍ମନିର୍ଭରତା ବୃଦ୍ଧି କରିବାରେ ଏକ ଗୁରୁ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୧ ଏପ୍ରିଲ ୨୦୨୬ରେ ରାଜସ୍ଥାନ ଗସ୍ତ କରିବେ । ସକାଳ ପ୍ରାୟ ୧୧:୩୦ ସମୟରେ, ପ୍ରଧାନମନ୍ତ୍ରୀ ବାଲୋତରାର ପଚପଦରାରେ ଭାରତର ପ୍ରଥମ ଗ୍ରୀନଫିଲ୍ଡ ସମନ୍ୱିତ ରିଫାଇନାରୀ-କମ୍-ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ। ଏହି ଅବସରରେ ସେ ଏକ ସାଧାରଣ ସମାବେଶକୁ ମଧ୍ୟ ସମ୍ବୋଧିତ କରିବେ ।
ଏହି ଐତିହାସିକ ପ୍ରକଳ୍ପ ଭାରତର ଶକ୍ତି ଏବଂ ପେଟ୍ରୋକେମିକାଲ୍ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହେବ । ହିନ୍ଦୁସ୍ତାନ ପେଟ୍ରୋଲିୟମ୍ କର୍ପୋରେସନ୍ ଲିମିଟେଡ୍ (ଏଚ୍ପିସିଏଲ) ଏବଂ ରାଜସ୍ଥାନ ସରକାରଙ୍କ ମଧ୍ୟରେ ଏକ ମିଳିତ ଉଦ୍ୟମ ଭାବରେ ବିକଶିତ, ପ୍ରତି ବର୍ଷ ୯ ମିଲିୟନ ମେଟ୍ରିକ ଟନ୍ (ଏମ୍ଏମ୍ଟିପିଏ) ଗ୍ରୀନ୍ଫିଲ୍ଡ ରିଫାଇନାରୀ-କମ୍-ପେଟ୍ରୋକେମିକାଲ୍ କମ୍ପ୍ଲେକ୍ସ ୭୯,୪୫୦ କୋଟିରୁ ଅଧିକ ନିବେଶ ସହିତ ପ୍ରତିଷ୍ଠିତ ହୋଇଛି ।
ଏହି ଅତ୍ୟାଧୁନିକ କମ୍ପ୍ଲେକ୍ସ ରିଫାଇନାରୀ ଏବଂ ପେଟ୍ରୋକେମିକାଲ୍ ଉତ୍ପାଦନକୁ ସମନ୍ୱିତ କରେ, ଯାହାର ପେଟ୍ରୋକେମିକାଲ୍ କ୍ଷମତା ୨.୪ ଏମ୍ଏମ୍ଟିପିଏ ରହିଛି । ଏହି ରିଫାଇନାରୀର ନେଲ୍ସନ୍ କମ୍ପ୍ଲେକ୍ସିଟି ଇଣ୍ଡେକ୍ସ ୧୭.୦ ରହିଛି ଏବଂ ପେଟ୍ରୋକେମିକାଲ୍ ଉତ୍ପାଦନ ୨୬%ରୁ ଅଧିକ ରହିଛି, ଯାହା ଦକ୍ଷତା ଏବଂ ସ୍ଥାୟୀତ୍ୱ ପାଇଁ ବିଶ୍ୱ ମାନଦଣ୍ଡର ଅନୁରୂପ ରହିଛି ।
ଏହି ପ୍ରକଳ୍ପ ଭାରତର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା, ପେଟ୍ରୋକେମିକାଲ ଆତ୍ମନିର୍ଭରତା ବୃଦ୍ଧି କରିବା ଏବଂ ଶିଳ୍ପ ଅଭିବୃଦ୍ଧିକୁ ଚାଳିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି । ଏହି ଅଞ୍ଚଳରେ ଏକ ପେଟ୍ରୋକେମିକାଲ୍ ଏବଂ ପ୍ଲାଷ୍ଟିକ ପାର୍କ ବିକାଶ ପାଇଁ ଏହା ଏକ ଆଧାର ଶିଳ୍ପ ଭାବରେ କାର୍ଯ୍ୟ କରିବ, ଡାଉନ୍ଷ୍ଟ୍ରିମ୍ ଶିଳ୍ପ ଏବଂ ସହାୟକ କ୍ଷେତ୍ରକୁ ପ୍ରୋତ୍ସାହିତ କରିବ । ଏଥିସହିତ, ଏହି ରିଫାଇନାରୀ ସ୍ଥାନୀୟ ଅଞ୍ଚଳର ସାମାଜିକ-ଆର୍ଥିକ ବିକାଶରେ ଯୋଗଦାନ ଦେଇ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିବ ।
SR
(ରିଲିଜ ଆଡି: 2253987)
ପରିଦର୍ଶକ କାଉଣ୍ଟର : 3
ଏହି ରିଲିଜ ପଢନ୍ତୁ :
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Bengali-TR
,
Punjabi
,
Gujarati
,
Telugu
,
Kannada
,
Malayalam