ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ୍ କଲେ ସର୍ବିଆର ରାଷ୍ଟ୍ରପତି
ପୋଷ୍ଟ କରାଯିବା ଦିନାଙ୍କ:
18 FEB 2026 3:40PM by PIB Bhubaneswar
ଦିଲ୍ଲୀରେ ଅନୁଷ୍ଠିତ ଭାରତ ଏଆଇ ଇମ୍ପାକ୍ଟ ସମ୍ମିଳନୀରେ ସର୍ବିଆର ରାଷ୍ଟ୍ରପତି ମହାମାନ୍ୟ ଶ୍ରୀ ଆଲେକ୍ସାଣ୍ଡର ଭୁଚିଚ୍ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ୍ କରିଥିଲେ।
ପ୍ରତିରକ୍ଷା, ଉତ୍ପାଦନ, ଡିପିଆଇ, ସାର ଏବଂ ଭିତ୍ତିଭୂମି ଭଳି କ୍ଷେତ୍ରରେ ସହଯୋଗକୁ ଗଭୀର କରିବାର ଉପାୟ ଉପରେ ଉଭୟ ନେତା ଆଲୋଚନା କରିଥିଲେ।
ଏକ୍ସ ରେ ଭିନ୍ନ-ଭିନ୍ନ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:
"ଭାରତ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଭୁଚିଚ୍ଙ୍କ ସହିତ ସାକ୍ଷାତ ହୋଇଛି। ପ୍ରତିରକ୍ଷା, ଉତ୍ପାଦନ, ଡିପିଆଇ, ସାର ଏବଂ ଭିତ୍ତିଭୂମି ଭଳି କ୍ଷେତ୍ରରେ ସହଯୋଗକୁ ଆହୁରି ଗଭୀର କରିବାର ଉପାୟ ବିଷୟରେ ଆମେ ଆଲୋଚନା କରିଛୁ। ବହୁ ବର୍ଷ ଧରି ଭାରତ ଏବଂ ସର୍ବିଆ ଘନିଷ୍ଠ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ମୋର ବିଶ୍ୱାସ ଯେ, ଭବିଷ୍ୟତରେ ଆମର ସମ୍ପର୍କ ଆହୁରି ଅଧିକ ନିବିଡ଼ ହେବ।
"ଦିଲ୍ଲୀରେ ଆୟୋଜିତ ଏଆଇ ଇମ୍ପାକ୍ଟ ସମିଟ୍ ଅବସରରେ ମୁଁ ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍ ଭୁଚିଚ୍ଙ୍କ ସହ ସାକ୍ଷାତ କରିଥିଲି। ପ୍ରତିରକ୍ଷା, ଉତ୍ପାଦନ, ଡିଜିଟାଲ୍ ପବ୍ଲିକ୍ ଇନ୍ଫ୍ରାଷ୍ଟ୍ରକ୍ଚର (ଡିପିଆଇ), ସାର ଓ ଭିତ୍ତିଭୂମି ଭଳି କ୍ଷେତ୍ରରେ ସହଯୋଗକୁ ଆହୁରି ଗଭୀର କରିବାର ଉପାୟ ବିଷୟରେ ଆଲୋଚନା କରିଥିଲୁ। ଭାରତ ଏବଂ ସର୍ବିଆ ବର୍ଷ ବର୍ଷ ଧରି ଘନିଷ୍ଠ ଭାବରେ ସହଯୋଗ କରିଆସୁଛନ୍ତି ଏବଂ ଆଗାମୀ ସମୟରେ ଆମର ସମ୍ପର୍କ ଆହୁରି ଗତିଶୀଳ ହେବ ବୋଲି ମୁଁ ନିଶ୍ଚିତ।”
*****
MT
(ରିଲିଜ ଆଡି: 2248834)
ପରିଦର୍ଶକ କାଉଣ୍ଟର : 12
ଏହି ରିଲିଜ ପଢନ୍ତୁ :
Tamil
,
English
,
Urdu
,
हिन्दी
,
Marathi
,
Assamese
,
Bengali
,
Manipuri
,
Punjabi
,
Gujarati
,
Telugu
,
Kannada
,
Malayalam