ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏଚପିଭି ଟୀକାକରଣ ପାଇଁ ଦେଶବ୍ୟାପୀ ଅଭିଯାନର ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ପୋଷ୍ଟ କରାଯିବା ଦିନାଙ୍କ: 28 FEB 2026 2:17PM by PIB Bhubaneswar

 

ଭାରତ ମାତା କି ଜୟ ।

ଭାରତ ମାତା କି ଜୟ ।

ଭାରତ ମାତା କି ଜୟ ।

ତୀର୍ଥରାଜ ପୁଷ୍କର ଏବଂ ମାତା ସାବିତ୍ରୀଙ୍କ ଏହି ପବିତ୍ର ଭୂମିରେ, ଆଜି  ମୋତେ ଆପଣ ସମସ୍ତଙ୍କ ମଧ୍ୟକୁ ଆସିବାର, ଆପଣଙ୍କ ଆଶୀର୍ବାଦ ପାଇବାର  ଅବସର  ପାଇଛି । ଏହି ମଞ୍ଚରୁ ମୁଁ ସୁରସୁରାର ତେଜାଜୀ ଧାମକୁ ଏବଂ ପୃଥ୍ୱୀରାଜଙ୍କ ଭୂମି  ଆଜମେରକୁ ପ୍ରଣାମ କରୁଛି।

ମୋ ସହିତ କୁହନ୍ତୁ  -

ତିର୍ଥରାଜ ପୁଷ୍କର କି ଜୟ |

ତିର୍ଥରାଜ ପୁଷ୍କର କି ଜୟ ।

ସାହସୀ ତେଜାଜୀ ମହାରାଜ କି ଜୟ ।

ସାହସୀ ତେଜାଜୀ ମହାରାଜ କି ଜୟ ।

ଭଗବାନ ଦେବ ନାରାୟଣ କି ଜୟ ।

ଭଗବାନ ଦେବ ନାରାୟଣ କି ଜୟ ।

ବରୁଣ  ଅବତାର ପ୍ରଭୁ  ଝୁଲେଲାଲ ଜୀ କି ଜୟ ।

ଭଗବାନ ଝୁଲେଲାଲ ଜୀ କି ଜୟ ।

ମଞ୍ଚରେ ଉପସ୍ଥିତ ରାଜସ୍ଥାନର ରାଜ୍ୟପାଳ ଶ୍ରୀ ହରିଭାଓ ବାଗଡେ ଜୀ , ରାଜ୍ୟର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ଭଜନଲାଲ ଶର୍ମା ଜୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଭଉଣୀ ବସୁନ୍ଧରା  ଜୀ, କେନ୍ଦ୍ର ମନ୍ତ୍ରୀପରିଷଦରେ  ମୋର ସହକର୍ମୀ ଶ୍ରୀ ଭଗୀରଥ ଚୌଧୁରୀ ଜୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ପ୍ରେମଚଁନ୍ଦ ଭୈରଓ୍ବା ଜୀ ଏବଂ ଦିୟା କୁମାରୀ ଜୀ, ସଂସଦରେ ମୋର ସହକର୍ମୀଗଣ, ବିଜେପିର ରାଜ୍ୟ ସଭାପତି ଶ୍ରୀ ମଦନ ରାଠୋର ଜୀ, ଅନ୍ୟ ସମ୍ମାନିତ ମନ୍ତ୍ରୀଗଣ, ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ,  ଏବଂ ରାଜସ୍ଥାନର ମୋର ପ୍ରିୟ ଭାଇ ଓ ଭଉଣୀମାନେ ।  ମୁଁ  ପୂଜ୍ୟ ସନ୍ଥମାନଙ୍କୁ ଗଭୀର କୃତଜ୍ଞତା  ଜଣାଉଛି, ଯେ ଆଜି ମୋତେ ଏତେ ବଡ଼ ସଂଖ୍ୟାରେ ଆସି ଆର୍ଶିବାଦ ଦେବାକୁ ଉପସ୍ଥିତ ହୋଇଛନ୍ତି।

ବନ୍ଧୁଗଣ,

ଆଜମେର ହେଉଛି ବିଶ୍ୱାସ ଏବଂ ବୀରତ୍ୱର ଭୂମି। ଏଠାରେ ପବିତ୍ର ତୀର୍ଥସ୍ଥାନ ଏବଂ ବିପ୍ଳବୀଙ୍କ ପାଦଚିହ୍ନ ମଧ୍ୟ ଅଛି। ଗତକାଲି ମୁଁ ଇସ୍ରାଏଲ ଗସ୍ତ ସମାପ୍ତ କରି ଭାରତ ଫେରିଛି ।  ରାଜସ୍ଥାନର ସୁପୁତ୍ର ମେଜର ଦଲପତ ​​ସିଂହଙ୍କ ବୀରତ୍ୱକୁ ଏବେ ବି ଇସ୍ରାଏଲର ଲୋକମାନେ ଗର୍ବର ସହିତ ମନେ ରଖିଛନ୍ତି। ଇସ୍ରାଏଲର ସଂସଦରେ ମୋତେ ମଧ୍ୟ ମେଜର ଦଲପତ ​​ସିଂହ ଜୀଙ୍କ ସାହସିକତାକୁ ଶ୍ରଦ୍ଧାଞ୍ଜଳି ଦେବାର ସୌଭାଗ୍ୟ ମିଳିଲା। ଇସ୍ରାଏଲର ହାଇଫା ସହରକୁ ମୁକ୍ତ କରିବାରେ ଭୂମିକା ଗ୍ରହଣ କରିଥିବା ରାଜସ୍ଥାନର ସାହସୀ ଯୋଦ୍ଧାଙ୍କ ମହିମା ବର୍ଣ୍ଣନା କରିବାର ମୋତେ ଗୌରବ ମିଳିଲା।

ବନ୍ଧୁଗଣ,

କିଛି ସମୟ ପୂର୍ବରୁ, ରାଜସ୍ଥାନରେ ବିଜେପିର ଡବଲ-ଇଞ୍ଜିନ ସରକାର ଦୁଇ ବର୍ଷ ପୂରଣ କରିଥିଲା। ମୁଁ ଖୁସୀ ଯେ ଆଜି ରାଜସ୍ଥାନ ବିକାଶର ଏକ ନୂତନ ପଥରେ ଆଗକୁ ବଢ଼ୁଛି।  ବିଜେପି ସରକାର ଆପଣଙ୍କ ସେବା କରିବାକୁ ଆସିଥିବା ପ୍ରଗତି ପ୍ରତିଶ୍ରୁତିଗୁଡ଼ିକ ଦ୍ରୁତ ଗତିରେ ପୂରଣ ହେଉଛି। ଏବଂ ଆଜି ବିକାଶର ଏହି ଅଭିଯାନକୁ ତ୍ୱରାନ୍ୱିତ କରିବାର ଦିନ। କିଛି ସମୟ ପୂର୍ବରୁ, ରାଜସ୍ଥାନର ବିକାଶ ସହିତ ଜଡିତ ପ୍ରାୟ ୧୭ ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦ୍ଘାଟନ ଏବଂ ସମର୍ପିତ ହୋଇଥିଲା।  ରାସ୍ତା, ବିଦ୍ୟୁତ୍, ପାଣି, ସ୍ୱାସ୍ଥ୍ୟ, ଶିକ୍ଷା ପ୍ରତ୍ୟେକ କ୍ଷେତ୍ରରେ  ନୂତନ ଶକ୍ତି ଯୋଡା ହେଉଛି। ଏହି ସମସ୍ତ ପ୍ରକଳ୍ପ ରାଜସ୍ଥାନର ଲୋକଙ୍କ ସୁବିଧାକୁ ବୃଦ୍ଧି କରିବ ଏବଂ ରାଜସ୍ଥାନର ଯୁବକମାନଙ୍କ ପାଇଁ ନିଯୁକ୍ତିର ସୁଯୋଗ ମଧ୍ୟ ସୃଷ୍ଟି କରିବ।

ବନ୍ଧୁଗଣ,

ବିଜେପିର ଡବଲ-ଇଞ୍ଜିନ୍ ସରକାର ନିରନ୍ତର ଯୁବପିଢ଼ିଙ୍କୁ ସଶକ୍ତ କରୁଛି।  ଦୁଇ ବର୍ଷ ପୂର୍ବେ  ରାଜସ୍ଥାନ କେବଳ ନିଯୁକ୍ତି ଏବଂ ପେପର ଲିକ୍ ଦୁର୍ନୀତି ପାଇଁ ଖବରରେ ଥିଲା। ଏବେ, ପେପର ଲିକ୍ ରୋକିବାକୁ ଚେଷ୍ଟା କରାଯାଇଛି, ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆଜି ଏହି ମଞ୍ଚରୁ ରାଜସ୍ଥାନର ୨୧ ହଜାରରୁ ଅଧିକ ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଏହା ଏକ ବିରାଟ ପରିବର୍ତ୍ତନ। ଏହି ପରିବର୍ତ୍ତନ ପାଇଁ, ନୂତନ ଚାକିରି ପାଇଁ, ବିକାଶର ସମସ୍ତ କାର୍ଯ୍ୟ ପାଇଁ, ମୁଁ ଆପଣ ସମସ୍ତଙ୍କୁ ରାଜସ୍ଥାନର ଲୋକମାନଙ୍କୁ ମୁଁ ହୃଦୟରୁ  ବହୁତ-ବହୁତ ଅଭିନନ୍ଦନ ଜଣାଉଛି।

ବନ୍ଧୁଗଣ,

ଆଜି, ବିରାଙ୍ଗନାଙ୍କର ଏହି ଭୂମିରୁ, ମୋତେ ଦେଶର ସମସ୍ତ ଝିଅମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଯାନ ଆରମ୍ଭ କରିବାର ସୁଯୋଗ ପାଇଛି ।  ଏଠାରୁ ଆଜମେରରୁ, ଏଚ୍ ପି ଭି ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି। ଏହି ଅଭିଯାନ ଦେଶର ମହିଳା ଶକ୍ତିକୁ ସଶକ୍ତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ବନ୍ଧୁଗଣ,

ଆମେ ସମସ୍ତେ ଜାଣୁ ଯେ ଯେତେବେଳେ ଜଣେ ମା ଅସୁସ୍ଥ ହୁଅନ୍ତି, ପରିବାର ଭାଙ୍ଗି ପଡ଼ିଥାଏ। କିନ୍ତୁ ଯଦି ମା ସୁସ୍ଥ ଥାଆନ୍ତି, ପରିବାରରେ ଯେକୌଣସି  ସଙ୍କଟ  ଆସିଲେ ମଧ୍ୟ ତାକୁ ସାମନା କରିବାର ଶକ୍ତି ଜଣେ କରିପାରିବ। ଏହି ଭାବନା ସହିତ, ବିଜେପି ସରକାର ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଅନେକ ଯୋଜନା ଆରମ୍ଭ କରିଛନ୍ତି।

ବନ୍ଧୁଗଣ,

ଆମେ  ୨୦୧୪ ପୂର୍ବର ସମୟ ଦେଖିଥିବେ , ଶୌଚାଳୟର ଅଭାବ ଆମର ଭଉଣୀ ଏବଂ ଝିଅମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟ ଏବଂ ଅପମାନ ଆଣିଥିଲା। ପୃଥକ ଶୌଚାଳୟ ସୁବିଧା ନଥିବାରୁ ଝିଅମାନେ ସ୍କୁଲ ଛାଡି ଦେଉଥିଲେ।  ଗରିବ ଝିଅମାନେ ସାନିଟାରୀ ପ୍ୟାଡ୍ କିଣି ପାରୁ ନଥିଲେ। ପୂର୍ବରୁ କ୍ଷମତାରେ ଥିବା ଲୋକଙ୍କ ପାଇଁ ଏଗୁଡ଼ିକ ସାମାନ୍ୟ ବିଷୟ ଥିଲା, ଆଲୋଚନା କରିବା ଯୋଗ୍ୟ ମଧ୍ୟ ଭାବୁ ନଥିଲେ । କିନ୍ତୁ ଆମ ପାଇଁ, ଏଗୁଡ଼ିକ ସମ୍ବେଦନଶୀଳ ପ୍ରସଙ୍ଗ ଥିଲା ଯାହା ଆମର ଭଉଣୀ ଏବଂ ଝିଅମାନଙ୍କ ସ୍ୱାସ୍ଥ୍ୟ ଏବଂ ସମ୍ମାନକୁ କ୍ଷତି ପହଞ୍ଚାଉଥିଲା। ସେଥିପାଇଁ ଆମେ ମିଶନ ମୋଡ୍‌ରେ ସେଗୁଡ଼ିକୁ ସମାଧାନ କରିଥିଲୁ।

ବନ୍ଧୁଗଣ,

ଗର୍ଭାବସ୍ଥାରେ, କୁପୋଷଣ ମା'ମାନଙ୍କ ଜୀବନ ପାଇଁ ଏକ ଗୁରୁତର ବିପଦ ସୃଷ୍ଟି କରିଥିଲା। ଆମେ ନିରାପଦ ମାତୃତ୍ୱ ପାଇଁ ଯୋଜନା ପ୍ରଣୟନ କରିଥିଲୁ, ମା’ମାନଙ୍କୁ ପୁଷ୍ଟିକର ଖାଦ୍ୟ ମିଳୁଥିଲା, ସେମାନଙ୍କ ଆକାଉଣ୍ଟରେ ସିଧାସଳଖ ପାଞ୍ଚ ହଚାର ଟଙ୍କା  ଜମା ହେଉଥିଲା। ମା’ମାନେ ଧୂଆଁରେ କାସୁଥିଲେ କିନ୍ତୁ କେବେ ଅଭିଯୋଗ କରିନଥିଲେ। ଆମେ କହିଥିଲୁ ଯେ ଏହା ଏଭଳି  ହୋଇପାରିବ ନାହିଁ।  ସେଥିପାଇଁ ଆମେ ଉଜ୍ଜ୍ୱଳା ଗ୍ୟାସ ଯୋଜନା ଆରମ୍ଭ କରିଥିଲୁ। ଏସବୁ ସମ୍ଭବ ହୋଇପାରିଛି କାରଣ ବିଜେପି ସରକାର ଶକ୍ତି ଭାବନା ସହିତ ନୁହେଁ, ବରଂ ସମ୍ବେଦନଶୀଳତାର ସହିତ କାମ କରେ।

ବନ୍ଧୁଗଣ,

ଏକବିଂଶ ଶତାବ୍ଦୀର ଏକ ଚତୁର୍ଥାଂଶ ବିତିଗଲାଣି।  ଆଜିର ସମୟ ରାଜସ୍ଥାନର ବିକାଶ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସମୟ। ବିଜେପିର ଡବଲ-ଇଞ୍ଜିନ୍ ସରକାର ରାଜସ୍ଥାନର ଐତିହ୍ୟ ଏବଂ ପ୍ରଗତି ଉଭୟକୁ ଏକାଠି ଆଗକୁ ବଢ଼ାଉଛି। ଆମେ ସମସ୍ତେ ଜାଣୁ ଯେ ଭଲ ରାସ୍ତା, ରେଳ ଏବଂ ବିମାନ ସଂଯୋଗ କେବଳ ଯାତ୍ରାକୁ ସହଜ କରେ ନାହିଁ , ଏହା ସମଗ୍ର ଅଞ୍ଚଳର ଭାଗ୍ୟ ପରିବର୍ତ୍ତନ କରେ। ଯେତେବେଳେ ପ୍ରତ୍ୟେକ ଗାଁରେ ରାସ୍ତାର ସଂଯୋଗୀକରଣ ହୋଇଥାଏ , ଚାଷୀମାନେ ସେମାନଙ୍କର ଫସଲକୁ ଉଚିତ ମୂଲ୍ୟରେ ବିକ୍ରି କରିପାରିବେ। ବ୍ୟବସାୟୀମାନେ ସହଜରେ ସେମାନଙ୍କର ସାମଗ୍ରୀ ବାହାରକୁ ପଠାଇପାରିବେ। ଏବଂ ଆଜମେର-ପୁଷ୍କରର ପର୍ଯ୍ୟଟନ ଶକ୍ତି କିଏ ନ’ ଜାଣେ? ଉନ୍ନତ ସଂଯୋଗ ପର୍ଯ୍ୟଟନ ଉପରେ ସର୍ବାଧିକ ପ୍ରଭାବ ପକାଇଥାଏ । ଯେତେବେଳେ ଯାତ୍ରା ସହଜ ହୁଏ, ସେତେବେଳେ ଅଧିକ ଲୋକ ବୁଲିବାକୁ ଆସିଥାନ୍ତି।

ଏବଂ ବନ୍ଧୁଗଣ,

ଯେତେବେଳେ ପର୍ଯ୍ୟଟକମାନେ ଆସିଥାନ୍ତି , ଏହା ସ୍ୱାଭାବିକ ଯେ ହୋଟେଲଗୁଡ଼ିକ ଭାବରେ ଚାଲେ, ରାସ୍ତାପାର୍ଶ୍ୱରେ ଖାଦ୍ୟ ଦୋକାନ ଭଲ ବିକ୍ରି ହୋଇଥାଏ , କଚୋଡ଼ି ଏବଂ ଡାଲ ବାଟି ଅଧିକ ବିକ୍ରି ହୁଏ, ରାଜସ୍ଥାନର କାରିଗରମାନେ ସେମାନଙ୍କ କାରିଗରୀ ପାଇଁ କ୍ରେତା ପାଆନ୍ତି, ଟ୍ୟାକ୍ସି ଚାଲେ ଏବଂ ଗାଇଡମାନଙ୍କୁ କାମ ମିଳେ।  ଅନ୍ୟ ଶବ୍ଦରେ କହିବାକୁ ଗଲେ, ଜଣେ ପର୍ଯ୍ୟଟକ ଅନେକ ପରିବାର ପାଇଁ ଜୀବିକା ପାଲଟିଯାଏ। ଏହି ଦୃଷ୍ଟିକୋଣ ସହିତ ଆମର ସରକାର ରାଜସ୍ଥାନରେ ଆଧୁନିକ ସଂଯୋଗୀକରଣ  ଉପରେ ଦୃଢ଼ ଭାବରେ ଧ୍ୟାନ ଦେଉଛନ୍ତି ।

ବନ୍ଧୁଗଣ,

ରାଜସ୍ଥାନରେ ସଂଯୋଗୀକରଣ ବୃଦ୍ଧି ପାଇବା ସହିତ, ନିବେଶର ସୁଯୋଗ ମଧ୍ୟ ନିରନ୍ତର ବୃଦ୍ଧି ପାଉଛି। ଦିଲ୍ଲୀ-ମୁମ୍ବାଇ ଶିଳ୍ପ କରିଡର ଚାରିପାଖରେ  ବହୁତଗୁଡ଼ିଏ  ଶିଳ୍ପ ପାଇଁ ଏକ ବିଶ୍ୱସ୍ତରୀୟ ଭିତ୍ତିଭୂମି ବିକଶିତ ହେଉଛି।  ଏହାର ଅର୍ଥ ରାଜସ୍ଥାନକୁ ସୁଯୋଗର ଭୂମି କରିବା ପାଇଁ, ଡବଲ-ଇଞ୍ଜିନ ସରକାର ବିଭିନ୍ନ ଉପାୟରେ ଅକ୍ଲାନ୍ତ ପରିଶ୍ରମ କରୁଛନ୍ତି।

ବନ୍ଧୁଗଣ,

ରାଜସ୍ଥାନର ମାଆମାନେ ସେମାନଙ୍କ ପିଲାମାନଙ୍କୁ ଲାଳନ-ପାଳନ କରିବା ସମୟରେ ସେମାନଙ୍କ ମଧ୍ୟରେ ଦେଶପ୍ରେମର ମୂଲ୍ୟବୋଧ ଜଣାନ୍ତି। ଏହି ରାଜସ୍ଥାନ ଭୂମି ଜାଣେ ଯେ ରାଷ୍ଟ୍ର ପ୍ରତି ସମ୍ମାନ କ’ଣ  ଏବଂ ସେଥିପାଇଁ ଆଜି ରାଜସ୍ଥାନର ଏହି ମାଟିରେ  ମୁଁ ଆପଣଙ୍କ ସହିତ ଆଉ ଏକ ଚିନ୍ତାଧାରା ବାଣ୍ଟିବାକୁ ଆସିଛି।

ବନ୍ଧୁଗଣ,

ସମ୍ପ୍ରତି, ଦିଲ୍ଲୀରେ, ବିଶ୍ୱର ସର୍ବବୃହତ ଏଆଇ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା, ଏହି କାର୍ଯ୍ୟକ୍ରମରେ ଅନେକ ଦେଶର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ମନ୍ତ୍ରୀମାନେ ଯୋଗ ଦେଇଥିଲେ। ବିଶ୍ୱର ବଡ଼-ବଡ଼ କମ୍ପାନୀର ନେତାମାନେ ମଧ୍ୟ ଗୋଟିଏ ଛାତ ତଳେ ଏକାଠି ହୋଇଥିଲେ। ସମସ୍ତେ ଖୋଲାଖୋଲି ଭାବରେ ଭାରତକୁ ପ୍ରଶଂସା କରିଥିଲେ। ମୁଁ ରାଜସ୍ଥାନର ମୋର ଭାଇ-ଭଉଣୀମାନଙ୍କୁ ପଚାରିବାକୁ ଚାହୁଁଛି,ଯେତେବେଳେ ବିଶ୍ୱର ଏତେ ଲୋକ ଭାରତକୁ ପ୍ରଶଂସା କରନ୍ତି, ସେତେବେଳେ ଆପଣ କ’ଣ ଗର୍ବିତ ଅନୁଭବ କରନ୍ତି ନାହିଁ? ଆପଣ କ’ଣ ସମ୍ମାନିତ ଅନୁଭବ କରନ୍ତି ନାହିଁ? ଆପଣଙ୍କର କଣ ଗର୍ବରେ ମୁଣ୍ଡ ଉପରକୁ ଉଠିଯାଏ ନାହିଁ? ଆପଣଙ୍କ ଛାତି କ’ଣ ଗର୍ବରେ ଫୁଲିଯାଏ ନାହିଁ?

ବନ୍ଧୁଗଣ,

ଆପଣମାନେ ଗର୍ବି ଅନୁଭବ କରିଥିଲେ, କିନ୍ତୁ  ଆପଣ ଏହା ମଧ୍ୟ ଦେଖିଛନ୍ତି ଯେ ଲଗାତାର ପରାଜୟରୁ ହତାଶା ଏବଂ କ୍ଳାନ୍ତତାରେ ବୁଡ଼ି ରହିଥିବା କଂଗ୍ରେସ କ’ଣ କରିଥିଲା। ସାରା ବିଶ୍ୱରୁ ଆସିଥିବା ଅତିଥିମାନଙ୍କ ସମ୍ମୁଖରେ, କଂଗ୍ରେସ ଦେଶକୁ ବଦନାମ କରିବାକୁ ଚେଷ୍ଟା କରିଥିଲା। ସେମାନେ ବିଦେଶୀ ପରିଦର୍ଶକଙ୍କ ସମ୍ମୁଖରେ ଦେଶକୁ ବଦନାମ କରିବା ପାଇଁ ଏକ ସମ୍ପୂର୍ଣ୍ଣ ନାଟକ କରିଥିଲେ।

ବନ୍ଧୁଗଣ,

ସମଗ୍ର ଦେଶରେ କଂଗ୍ରେସ ହାରୁଛି, ଏବଂ କ୍ରୋଧରେ ସେମାନେ ଭାରତର ପ୍ରତିମୂର୍ତ୍ତିକୁ ଖରାପ କରି ପ୍ରତିଶୋଧ ନେଉଛନ୍ତି। ଥରେ କଂଗ୍ରେସ, ଆଇଏନ୍ ସି ଅର୍ଥାତ୍  ଭାରତୀୟ ଜାତୀୟ କଂଗ୍ରେସ ଥିଲା ।   କିନ୍ତୁ ଆଜି ଆଉ ଭାରତୀୟ ଜାତୀୟ କଂଗ୍ରେସ ଆଉ ନାହିଁ  ।  ଆଜି ସେହି ଆଇଏନ୍ ସି ବଦଳରେ ଏହା ଏମ୍ ଏମ୍ ସି ହୋଇଗଲାଣି। ଏମ୍ ଏମ୍ ସି ଅର୍ଥ ହେଉଛି ମୁସଲିମ ଲିଗ୍ ମାଓବାଦୀ କଂଗ୍ରେସ।

ରାଜସ୍ଥାନର ମୋର ସାହସୀ ବୀରମାନେ,

ଇତିହାସ ସାକ୍ଷୀ ଅଛି ଯେ , ମୁସଲିମ ଲିଗ୍ ଭାରତକୁ ଘୃଣା କରୁଥିଲା, ଏବଂ ସେଥିପାଇଁ ଏହା ଦେଶକୁ ବିଭାଜନ କରିଥିଲା। ଆଜି କଂଗ୍ରେସ ମଧ୍ୟ ସେହିପରି କରୁଛି। ମାଓବାଦୀମାନେ ମଧ୍ୟ ଭାରତର ସମୃଦ୍ଧି, ଆମର ସମ୍ବିଧାନ ଏବଂ ଆମର ସଫଳ ଗଣତନ୍ତ୍ରକୁ ଘୃଣା କରନ୍ତି। କଂଗ୍ରେସ ମଧ୍ୟ ଦେଶକୁ ବଦନାମ କରିବା ପାଇଁ ଯେକୌଣସି ସ୍ଥାନରେ ପଶିଯାଏ।  ଦେଶ କଂଗ୍ରେସର ଏପରି ଦୁଷ୍କର୍ମକୁ କେବେ କ୍ଷମା କରିବ ନାହିଁ।

ବନ୍ଧୁଗଣ,

ଦେଶକୁ ବଦନାମ କରିବା ଏବଂ ଆମର ସଶସ୍ତ୍ର ବାହିନୀକୁ ଦୁର୍ବଳ କରିବା କଂଗ୍ରେସର ପୁରୁଣା ଅଭ୍ୟାସ। ମନେରଖନ୍ତୁ, ଇଏ ସେହି କଂଗ୍ରେସ ଯାହା ଆମର ସୈନିକମାନଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ୟୁନିଫର୍ମ ପାଇଁ ମଧ୍ୟ ଲୋଭୀ କରି ରଖିଛି। ଏହା ସେହି କଂଗ୍ରେସ ଯାହା ବର୍ଷ -ବର୍ଷ ଧରି ସୈନିକ ପରିବାରଗୁଡ଼ିକୁ ୱାନ୍ ରାଙ୍କ ୱାନ୍ ପେନସନ୍ ରୁ ବଞ୍ଚିତ କରିଥିଲା। ଇଏ ସେହି କଂଗ୍ରେସ ଯାହାର ଶାସନରେ ବିଦେଶୀ ଦେଶ ସହିତ ପ୍ରତିରକ୍ଷା ଚୁକ୍ତିରେ ବଡ଼ ଘୋଟାଲା ହୋଇଥିଲା।

ବନ୍ଧୁଗଣ,

ଗତ ୧୧ ବର୍ଷ ମଧ୍ୟରେ, ଭାରତର ସେନା ପ୍ରତ୍ୟେକ ମୋର୍ଚ୍ଚାରେ ଆତଙ୍କବାଦୀ ଏବଂ ଶତ୍ରୁଙ୍କ ବିରୁଦ୍ଧରେ କଠୋର ଆକ୍ରମଣ କରିଛି। ଆମର ସେନା ପ୍ରତ୍ୟେକ ମିଶନ, ପ୍ରତ୍ୟେକ ଯୁଦ୍ଧରେ ବିଜୟୀ ହୋଇଛି। ସର୍ଜିକାଲ୍ ଷ୍ଟ୍ରାଇକ୍ ଠାରୁ ଆରମ୍ଭ କରି ଅପରେସନ୍ ସିନ୍ଦୂର ପର୍ଯ୍ୟନ୍ତ, ସେମାନେ ସେମାନଙ୍କର ବୀରତ୍ୱ ପ୍ରମାଣିତ କରିଛନ୍ତି। ତଥାପି କଂଗ୍ରେସ ନେତାମାନେ ଆମର ଶତ୍ରୁମାନଙ୍କ ମିଛକୁ ଆହୁରି ପ୍ରଶସ୍ତ କରିବାକୁ ବାଛିଥିଲେ।  ଯାହା ରାଷ୍ଟ୍ର ପାଇଁ ଭଲ, ଯାହା ଜନତାଙ୍କ ପାଇଁ ଲାଭଦାୟକ, କଂଗ୍ରେସ ସେସବୁକୁ ବିରୋଧ କରେ।  ସେଥିପାଇଁ ଆଜି ଦେଶ କଂଗ୍ରେସକୁ ଶିକ୍ଷା ଦେଉଛି।

ବନ୍ଧୁଗଣ,

ରାଜସ୍ଥାନରେ, ଆପଣମାନେ କଂଗ୍ରେସର କୁଶାସନକୁ ନିକଟରୁ ଅନୁଭବ କରିଛନ୍ତି। ଏଠାରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ, କଂଗ୍ରେସ କେବଳ ଦୁର୍ନୀତି ଏବଂ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱରେ ଫସି ରହିଥିଲା। କଂଗ୍ରେସ ସର୍ବଦା ଆମର ଚାଷୀମାନଙ୍କୁ ବିଶ୍ୱାସଘାତକତା କରିଛି। ମନେରଖନ୍ତୁ ଯେ , କଂଗ୍ରେସ କିପରି ଦଶନ୍ଧି ଧରି ଜଳସେଚନ ପ୍ରକଳ୍ପଗୁଡ଼ିକୁ ଝୁଲାଇ ରଖିଥିଲା, ଯାହା ରାଜସ୍ଥାନର ଚାଷୀମାନଙ୍କୁ ପ୍ରଚୁର କ୍ଷତି ପହଞ୍ଚାଇଥିଲା।  ଇ ଆର୍ ସିପି ପ୍ରକଳ୍ପ କେବଳ କଂଗ୍ରେସ ସରକାର  ଫାଇଲ୍ ଏବଂ ଘୋଷଣାରେ ସିମୀତ ରଖିଥିଲେ। ଆମ ସରକାର ଆସିବା ମାତ୍ରେ, ଆମେ ଏହି ଯୋଜନାକୁ ଫାଇଲ୍ ରୁ ବାହାର କରି  ଜନସାଧାରଣଙ୍କ ସମ୍ମୁଖରେ ଆଣିବା ପାଇଁ କାମ କରିଥିଲୁ।

ବନ୍ଧୁଗଣ,

ଆମର ସରକାର ଆରମ୍ଭ କରିଥିବା ନଦୀ ସଂଯୋଗୀକରଣ ଅଭିଯାନ ରାଜସ୍ଥାନକୁ ବହୁତ ଲାଭ ଦେବ।  ସଂଶୋଧିତ ପାର୍ବତୀ-କାଳିସିନ୍ଧ-ଚମ୍ବଲ ଲିଙ୍କ୍ ପ୍ରକଳ୍ପ ହେଉ କିମ୍ବା ଯମୁନା-ରାଜସ୍ଥାନ ଲିଙ୍କ୍ ପ୍ରକଳ୍ପ, ଡବଲ-ଇଞ୍ଜିନ ସରକାର ଏହିପରି ଜଳସେଚନ ପ୍ରକଳ୍ପର ଲାଭ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରତିବଦ୍ଧ। ଆଜି ମଧ୍ୟ, ଝାଲାୱାର, ବାରନ, କୋଟା ଏବଂ ବୁନ୍ଦି ଜିଲ୍ଲା ପାଇଁ ଅନେକ ଜଳ ପ୍ରକଳ୍ପ ଆରମ୍ଭ ହୋଇଛି।  ଆମର ପ୍ରୟାସ , ଯେ ରାଜସ୍ଥାନରେ ଭୂତଳ ଜଳ ସ୍ତର ମଧ୍ୟ ବୃଦ୍ଧି ହେଉ ।

ବନ୍ଧୁଗଣ,

ରାଜସ୍ଥାନର ସମ୍ଭାବନାକୁ ବୁଝି ବିଜେପି ସରକାର ଯୋଜନା ଏବଂ ଡିଜାଇନ୍ କାର୍ଯ୍ୟକାରୀ କରୁଛନ୍ତି। ମୁଁ ଖୁସି ଯେ ରାଜସ୍ଥାନ ଏବେ ସୂର୍ଯ୍ୟଙ୍କ ଶକ୍ତିରୁ ସମୃଦ୍ଧି ଅର୍ଜନ କରୁଥିବା ଏକ ଭୂମି ପାଲଟିଛି। ଆମେ ସମସ୍ତେ ଜାଣୁ ଯେ ରାଜସ୍ଥାନରେ ସୂର୍ଯ୍ୟକିରଣର କୌଣସି ଅଭାବ ନାହିଁ। ବର୍ତ୍ତମାନ ଏହି ସୂର୍ଯ୍ୟକିରଣ ସାଧାରଣ ପରିବାର ପାଇଁ ସଞ୍ଚୟ ଏବଂ ଆୟର ଏକ ଉତ୍ସ ପାଲଟିଛି। ଏବଂ ଏଥିରେ, ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମାଗଣା ବିଦ୍ୟୁତ୍ ଯୋଜନା ଏକ ପ୍ରମୁଖ ଭୂମିକା ଗ୍ରହଣ କରେ। ଏହି ଯୋଜନାରେ ରାଜସ୍ଥାନର ଭାଗ୍ୟ ବଦଳାଇବାର ଶକ୍ତି ଅଛି। ଏହି ଯୋଜନା ଅଧୀନରେ, ବିଜେପି ସରକାର ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ ପାଇଁ ୭୮ ହଜାର ଟଙ୍କା  ସହାୟତା ପ୍ରଦାନ କରୁଛନ୍ତି । ସରକାର ସିଧାସଳଖ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ସ୍ଥାନାନ୍ତର କରନ୍ତି। ସ୍ୱାଧୀନତା ପରଠାରୁ ସମସ୍ତ ବଜେଟ୍ ଏବଂ ଯୋଜନାଗୁଡ଼ିକୁ ଦେଖନ୍ତୁ - ଆପଣ ଏପରି କୌଣସି ଯୋଜନା ପାଇବେ ନାହିଁ ଯାହା ମଧ୍ୟବିତ୍ତ ବର୍ଗକୁ ଏତେ ଲାଭ ଦେଇଥାଏ।  ଆଜି ପରିବାରଗୁଡ଼ିକ ସୋଲାର ପ୍ୟାନେଲ ଲଗାଇବା ପାଇଁ ସରକାରଙ୍କଠାରୁ ସିଧାସଳଖ ୭୮ହଜାର ଟଙ୍କା  ପାଉଛନ୍ତି।  ମଧ୍ୟବିତ୍ତ ବର୍ଗ ସବୁଠାରୁ ଅଧିକ ଲାଭ ପାଉଛନ୍ତି।  ଏହା ଦ୍ୱାରା ଘରେ ଏକ ଛୋଟ ବିଦ୍ୟୁତ୍ କେନ୍ଦ୍ର ସୃଷ୍ଟି ହୋଇପାରୁଛି । ଦିନବେଳେ, ସୂର୍ଯ୍ୟକିରଣରୁ ବିଦ୍ୟୁତ୍ ଉତ୍ପାଦନ ହୁଏ, ଯାହାକୁ ଘରେ ବ୍ୟବହାର କରାଯାଏ, ଏବଂ ଅତିରିକ୍ତ ବିଦ୍ୟୁତ୍ ଗ୍ରୀଡ୍ କୁ ଯାଏ ।  ଯେଉଁ ପରିବାର ବିଦ୍ୟୁତ୍ ଉତ୍ପାଦନ କରନ୍ତି ,ସେମାନେ ମଧ୍ୟ ଏଥିରୁ ଲାଭ ପାଆନ୍ତି।

ବନ୍ଧୁଗଣ,

ଆଜି, ରାଜସ୍ଥାନରେ ଏକ ଲକ୍ଷ ପଚିଶ ହଜାରରୁ ଅଧିକ ପରିବାର ଏହି ଯୋଜନାରେ ସାମିଲ ହୋଇଛନ୍ତି। ଏବଂ ଏହି ଯୋଜନା ଯୋଗୁଁ, ଅନେକ ପରିବାର ସେମାନଙ୍କର ବିଦ୍ୟୁତ୍ ବିଲ୍ ପ୍ରାୟ ଶୂନ୍ୟକୁ ହ୍ରାସ କରିଛନ୍ତି । ଏହାର ଅର୍ଥ ହେଉଛି, ଖର୍ଚ୍ଚ ହ୍ରାସ ପାଇଛି, ଏବଂ ସଞ୍ଚୟ ବୃଦ୍ଧି ପାଇଛି।

ବନ୍ଧୁଗଣ,

" ବିକଶିତ ରାଜସ୍ଥାନରୁ ବିକଶିତ ଭାରତର " ମନ୍ତ୍ର ଉପରେ ନିରନ୍ତର କାମ କରୁଛୁ। ଆଜି ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକ ଏକ ବିକଶିତ ରାଜସ୍ଥାନର ମୂଳଦୁଆକୁ ଆହୁରି ମଜବୁତ କରିବ।  ଯେତେବେଳେ ରାଜସ୍ଥାନର ବିକାଶ ହେବ, ସେତେବେଳେ ଏଠାରେ ପ୍ରତ୍ୟେକ ପରିବାରର ଜୀବନ ସମୃଦ୍ଧ ହେବ।  ଆପଣମାନଙ୍କୁ ସମସ୍ତଙ୍କୁ ପୁଣିଥରେ,  ବିକାଶମୂଳକ ପ୍ରକଳ୍ପଗୁଡ଼ିକ ପାଇଁ ମୁଁ ହୃଦୟର ସହିତ ଅଭିନନ୍ଦନ ଜଣାଉଛି। ମୋ ସହିତ କୁହନ୍ତୁ -

ଭାରତ ମାତା କି ଜୟ ।

ଭାରତ ମାତା କି ଜୟ ।

ଦେଶ ବନ୍ଦେ ମାତରମର 150 ବର୍ଷ ପାଳନ କରୁଛି।  ମୋ ସହିତ କୁହନ୍ତୁ -

ବନ୍ଦେ ମାତରମ୍ |

ବନ୍ଦେ ମାତରମ୍ |

ବନ୍ଦେ ମାତରମ୍ |

ବନ୍ଦେ ମାତରମ୍ |

ବନ୍ଦେ ମାତରମ୍ |

ବନ୍ଦେ ମାତରମ୍ |

ବନ୍ଦେ ମାତରମ୍ |

ବନ୍ଦେ ମାତରମ୍ |

ବନ୍ଦେ ମାତରମ୍ |

ବନ୍ଦେ ମାତରମ୍ |

ବହୁତ-ବହୁତ ଧନ୍ୟବାଦ

 

****

NS

 


(ରିଲିଜ ଆଡି: 2247510) ପରିଦର୍ଶକ କାଉଣ୍ଟର : 11