ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦରର ପ୍ରଥମ ପର୍ଯ୍ୟାୟର ଉଦଘାଟନ ଅବସରରେ ତାଙ୍କ ଅଭିଭାଷଣର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ପୋଷ୍ଟ କରାଯିବା ଦିନାଙ୍କ:
28 MAR 2026 7:41PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ଜେୱାର ଠାରେ ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦରର ଉଦଘାଟନର ଝଲକ ସେୟାର କରିଛନ୍ତି। ଏହି ଅବସରରେ ନିଜର ଗର୍ବ ଏବଂ ଆନନ୍ଦ ବ୍ୟକ୍ତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜି ବିକଶିତ ୟୁପି, ବିକଶିତ ଭାରତ ଅଭିଯାନରେ ଏକ ନୂତନ ଅଧ୍ୟାୟ ସୃଷ୍ଟି ହୋଇଛି। ସେ ଉଲ୍ଲେଖ କରିଥିଲେ ଯେ ଭାରତର ସର୍ବବୃହତ୍ ରାଜ୍ୟ ଏବେ ସର୍ବାଧିକ ସଂଖ୍ୟକ ଅନ୍ତର୍ଜାତୀୟ ବିମାନ ବନ୍ଦର ଥିବା ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ ହୋଇପାରିଛି।
ଏକ୍ସରେ ଏକାଧିକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:
"ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦରର ଟର୍ମିନାଲ ସୌଧରେ ଅତ୍ୟାଧୁନିକ ସୁବିଧା ଦେଖି ଖୁସି ଲାଗିଲା। ଏହି ବିମାନ ବନ୍ଦର ସଂଯୋଗ, ନିବେଶ ଏବଂ ବିକାଶକୁ ଏକ ନୂତନ ଗତି ପ୍ରଦାନ କରିବ ।’’
"ନୋଏଡ଼ା କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଏକତ୍ରିତ ହୋଇଥିବା ମୋ ପରିବାର ସଦସ୍ୟଙ୍କ ଉତ୍ସାହ ସ୍ପଷ୍ଟ ଭାବରେ ଦର୍ଶାଏ ଯେ ୟୁପି ସମେତ ସାରା ଦେଶରେ ଦ୍ରୁତ ବିକାଶକୁ ନେଇ ସେମାନେ କେତେ ଉତ୍ସାହିତ ଅଛନ୍ତି।"
‘‘ଆଜି ଉଦଘାଟିତ ହୋଇଥିବା ନୋଏଡ଼ା ଅନ୍ତର୍ଜାତୀୟ ବିମାନ ବନ୍ଦର ଡବଲ୍ ଇଞ୍ଜିନ୍ ସରକାର ଏବଂ ଆମର କାର୍ଯ୍ୟ-ସଂସ୍କୃତିର ଏକ ଉଜ୍ଜ୍ୱଳ ଉଦାହରଣ। ଏହା ଦର୍ଶାଉଛି ଯେ ଯୁଦ୍ଧର ବୈଶ୍ୱିକ ସଙ୍କଟ ମଧ୍ୟରେ ମଧ୍ୟ ଭାରତ ନିରନ୍ତର ଆଗକୁ ବଢ଼ୁଛି ।’’
"ନିକଟରେ, ଆମ ସରକାର ଉଡ଼ାନ୍ ଯୋଜନାକୁ ଆହୁରି ସମ୍ପ୍ରସାରିତ କରିଛନ୍ତି, ଯାହା ଅଧୀନରେ ଆଗାମୀ ବର୍ଷଗୁଡ଼ିକରେ ଛୋଟ ସହରରେ ୧୦୦ ଟି ନୂତନ ବିମାନବନ୍ଦର ଏବଂ ୨୦୦ ଟି ନୂତନ ହେଲିପ୍ୟାଡ୍ ନିର୍ମାଣ କରିବାକୁ ଯୋଜନା କରାଯାଇଛି। ଏହାଦ୍ୱାରା ୟୁପି ମଧ୍ୟ ବହୁତ ଲାଭବାନ ହେବ ।’’
"ଆମ ସରକାର ଭାରତରେ ବିମାନ ରକ୍ଷଣାବେକ୍ଷଣ, ମରାମତି ଏବଂ ଓଭରହଲ୍ (ଏମ୍. ଆର୍. ଓ.) ସୁବିଧା ବିକଶିତ କରିବାରେ ନିୟୋଜିତ ଅଛନ୍ତି। ଏହାଦ୍ୱାରା ଦେଶ ମଧ୍ୟ ରୋଜଗାର କରିବ ଏବଂ ଯୁବକମାନେ ମଧ୍ୟ ଅନେକ ନିଯୁକ୍ତି ପାଇବେ ।’’
‘‘ଏକ ବିକଶିତ ଭାରତର ସଂକଳ୍ପକୁ ସାକାର କରିବା ପାଇଁ ଆମ ସରକାର ଆଧୁନିକ ଭିତ୍ତିଭୂମି କ୍ଷେତ୍ରରେ ଅଭୂତପୂର୍ବ ନିବେଶ କରୁଛନ୍ତି। ମେଟ୍ରୋ ଏବଂ ବନ୍ଦେ ଭାରତ ଭଳି ରେଳ ଏବଂ ବନ୍ଦରଗୁଡ଼ିକର କ୍ଷମତା ସମ୍ପ୍ରସାରଣ ଏହାର ପରିଣାମ । "
"ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧରୁ ଉପୁଜିଥିବା ବର୍ତ୍ତମାନର ବିଶ୍ୱ ସଙ୍କଟକୁ ଆମକୁ ଧୈର୍ଯ୍ୟ ଏବଂ ଏକତାର ସହିତ ସାମ୍ନା କରିବାକୁ ପଡିବ। ସମସ୍ତ ରାଜନୈତିକ ଦଳକୁ ଏହା ମୋର ବିନମ୍ର ନିବେଦନ ବୋଲି ସେ କହିଛନ୍ତି। ’’
HS
(ରିଲିଜ ଆଡି: 2247486)
ପରିଦର୍ଶକ କାଉଣ୍ଟର : 15
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Bengali-TR
,
Punjabi
,
Gujarati
,
Telugu
,
Kannada
,
Malayalam