ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିକଶିତ ଭାରତ ‘ଭାରତ ଜୀ ରାମ୍ ଜୀ ବିଲ୍ ସଂପର୍କରେ ବିଶେଷ ଆଲୋଚନା ହୋଇଥିବା ଏକ ପ୍ରବନ୍ଧ ସେୟାର କଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 20 DEC 2025 3:22PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧ ସେୟାର କରିଛନ୍ତି, ଯେଉଁଥିରେ ବିକଶିତ ଭାରତ ଜୀ ରାମ୍ ଜୀ ବିଲ୍ ର ଉଦ୍ଦେଶ୍ୟ ଉପରେ ଆଲୋକପାତ କରାଯାଇଛି।

 

ଏହି ପ୍ରବନ୍ଧଟିରେ ସୂଚୀତ ହୋଇଛି ଯେ, କିପରି ବିକଶିତ ଭାରତ - ଜୀ ରାମ୍ ଜୀ ବିଲ୍ ରୋଜଗାର ଗ୍ୟାରେଣ୍ଟି ବୃଦ୍ଧି, ସ୍ଥାନୀୟ ଯୋଜନାକୁ ସଂଯୋଜିତ କରିବା, କୃଷି ଉତ୍ପାଦକତା ସହିତ ଶ୍ରମିକ ସୁରକ୍ଷାକୁ ସନ୍ତୁଳିତ କରିବା, ଯୋଜନାଗୁଡ଼ିକୁ ଏକତ୍ରିତ କରିବା, ଆଗୁଆ କ୍ଷମତାକୁ ସୁଦୃଢ଼ ​​କରିବା ଏବଂ ଶାସନକୁ ଆଧୁନିକୀକରଣ କରି ଗ୍ରାମୀଣ ଜୀବିକାକୁ ପରିବର୍ତ୍ତନ କରିବାର ଲକ୍ଷ୍ୟ ରଖିଛି। ଏହା ଆହୁରି ଉଲ୍ଲେଖ କରିଛି ଯେ, ବିଲ୍ ସାମାଜିକ ସୁରକ୍ଷାରୁ ପଛଘୁଞ୍ଚା ନୁହେଁ, ବରଂ ଏହାର ନବୀକରଣ।

 

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଲିଖିତ ପ୍ରବନ୍ଧର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;

 

"ଏହି ଅତ୍ୟାବଶ୍ୟକ ଲେଖାରେ ଲେଖାରେ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ବ୍ୟାଖ୍ୟା କରିଛନ୍ତି ଯେ, କିପରି ବିକଶିତ ଭାରତ ଜୀ ରାମ୍ ଜୀ ବିଲ୍ ନିଯୁକ୍ତି ଗ୍ୟାରେଣ୍ଟି ବୃଦ୍ଧି, ସ୍ଥାନୀୟ ଯୋଜନାକୁ ସଂଯୋଜିତ କରିବା, ଶ୍ରମିକ ସୁରକ୍ଷାକୁ କୃଷି ଉତ୍ପାଦକତା ସହିତ ସନ୍ତୁଳିତ କରିବା, ଯୋଜନାଗୁଡ଼ିକୁ ଏକତ୍ରିତ କରିବା, ଆଗୁଆ କ୍ଷମତାକୁ ସୁଦୃଢ଼ ​​କରିବା ଏବଂ ଶାସନକୁ ଆଧୁନିକୀକରଣ କରି ଗ୍ରାମୀଣ ଜୀବିକାକୁ ପରିବର୍ତ୍ତନ କରିବାର ଲକ୍ଷ୍ୟ ରଖିଛି।

 

ସେ ଉଲ୍ଲେଖ କରିଛନ୍ତି ଯେ, ବିଲ୍ ସାମାଜିକ ସୁରକ୍ଷାରୁ ପଛଘୁଞ୍ଚା ନୁହେଁ - ଏହା ଏହାର ନବୀକରଣ।"

 

*****

MT

 

 

 

 


(रिलीज़ आईडी: 2237135) आगंतुक पटल : 47
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam , Malayalam