ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଇଥିଓପିଆର ପ୍ରଧାନମନ୍ତ୍ରୀ ଆବି ଅହମ୍ମଦ ଅଲିଙ୍କ ସହ ପ୍ରତିନିଧିମଣ୍ଡଳସ୍ତରୀୟ ଆଲୋଚନା ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

प्रविष्टि तिथि: 16 DEC 2025 10:17PM by PIB Bhubaneswar

ମହାମହିମ, ମୋର ଭାଇ, ମୋର ବନ୍ଧୁମାନେ ,

ଇଥିଓପିଆ ଗସ୍ତ କରିବା ପ୍ରକୃତରେ ମୋତେ ବହୁତ ଆନନ୍ଦ ଦେଇଛି । ଏହା ମୋର ଇଥିଓପିଆକୁ ପ୍ରଥମ ଗସ୍ତ। ତଥାପି, ମୁଁ ଏଠାରେ ପାଦ ରଖିବା ମୁହୂର୍ତ୍ତରେ, ମୋତେ ଆପଣାର ଏବଂ ଗଭୀର ଅତ୍ମୀୟତାର ଭାବନା ଅନୁଭବ କଲି। ଭାରତ ଏବଂ ଇଥିଓପିଆ ମଧ୍ୟରେ ଆମର ହଜାର ହଜାର ବର୍ଷ ଧରି ନିରନ୍ତର ଯୋଗାଯୋଗ, ଆଲୋଚନା ଏବଂ ଆଦାନପ୍ରଦାନ ରହି ଆସିଛି। ଅନେକ ଭାଷା ଏବଂ ପରମ୍ପରା ଦ୍ୱାରା ସମୃଦ୍ଧ ଆମର ଦୁଇ ରାଷ୍ଟ୍ର ବିବିଧତାରେ ଏକତାର ପ୍ରତୀକ ଭାବରେ ଠିଆ ହୋଇଛନ୍ତି। ଉଭୟ ଦେଶ ଶାନ୍ତି ଏବଂ ମାନବତାର କଲ୍ୟାଣ ପାଇଁ ପ୍ରତିଶୃତିବଦ୍ଧ ଗଣତାନ୍ତ୍ରିକ ଶକ୍ତି। ଆମେ ବିଶ୍ୱ ଦକ୍ଷିଣରେ ସହଯାତ୍ରୀ ଏବଂ ଅଂଶୀଦାର। ଅନ୍ତର୍ଜାତୀୟ ମଞ୍ଚରେ ମଧ୍ୟ, ଆମେ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହୋଇଛୁ।

ଆଫ୍ରିକୀୟସଂଘରମୁଖ୍ୟାଳୟ ଇଥିଓପିଆରେହେବା,ଇଥିଓପିଆକୁଏହି ଆଫ୍ରିକୀୟ କୂଟନୀତିର ସାକ୍ଷାତ ବିନ୍ଦୁ କରିଥାଏ। ଏକ ସମାବେଶୀ ବିଶ୍ୱ, ଆମର ସମାନ ଦୃଷ୍ଟିକୋଣରୁ ଅନୁପ୍ରାଣିତ ହୋଇ, ଭାରତ 2023ରେ ଏହା ନିଶ୍ଚିତ କରିଥିଲା ​​ଯେ, ଆଫ୍ରିକୀୟ ସଂଘ G20 ର ସଦସ୍ୟ  ହୁଅନ୍ତୁ । ଏହି ସମସ୍ତ ଦିଗକୁ ମନେ ରଖି, ଆଜି ଆମେ ଭାରତ-ଇଥିଓପିଆ ସମ୍ପର୍କକୁ ଏକ ରଣନୈତିକ ସହଭାଗୀତା ସ୍ତରକୁ ଉନ୍ନୀତ କରୁଛୁ। ଏହି ପଦକ୍ଷେପ ଆମର ସମ୍ପର୍କକୁ ନୂତନ ଶକ୍ତି, ନୂତନ ଗତି ଏବଂ ନୂତନ ଗଭୀରତା ପ୍ରଦାନ କରିବ।

ଭବିଷ୍ୟତର ବିଶାଳ ସମ୍ଭାବନାକୁ ସାକାର କରିବା ପାଇଁ ଏକ ସ୍ପଷ୍ଟ ରୋଡମ୍ୟାପ୍ ପ୍ରସ୍ତୁତ କରାଯିବ। ଆଜି, ଆମକୁ ଅର୍ଥନୀତି, ନବସୃଜନ, ପ୍ରଯୁକ୍ତିବିଦ୍ୟା, ପ୍ରତିରକ୍ଷା, ସ୍ୱାସ୍ଥ୍ୟ, କ୍ଷମତା ନିର୍ମାଣ ଏବଂ ବହୁପାକ୍ଷିକ ସହଯୋଗ ଭଳି ଆମର ସହଯୋଗର ପ୍ରମୁଖ ଦିଗଗୁଡ଼ିକ ଉପରେ ବିଚାର-ବିମର୍ଶ କରିବାର ସୁଯୋଗ ମିଳିଛି। ମୁଁ ଖୁସି ଯେ ଆଜି ଆମେ ଭାରତରେ ଇଥିଓପିଆ  ପାଇଁ ପାଠପଢୁଥିବା ଛାତ୍ରବୃତ୍ତିକୁ ଦ୍ୱିଗୁଣିତ କରିବାକୁ ନିଷ୍ପତ୍ତି ନେଇଛୁ।

ମହାମହିମ,

ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ଆପଣଙ୍କ ସମବେଦନା ଏବଂ ଆତଙ୍କବାଦ ବିରୁଦ୍ଧରେ ଆମର ଲଢ଼େଇରେ ଆପଣଙ୍କ ସମର୍ଥନ ପାଇଁ ମୁଁ ଆପଣଙ୍କୁ ଆନ୍ତରିକ ଭାବରେ ଧନ୍ୟବାଦ ଜଣାଉଛି। ଆତଙ୍କବାଦ ବିରୁଦ୍ଧରେ ଏହି ସଂଘର୍ଷରେ ବନ୍ଧୁତ୍ୱପୂର୍ଣ୍ଣ ରାଷ୍ଟ୍ରଗୁଡ଼ିକର ଏକତା ଏକ ବିଶାଳ ଅର୍ଥ ବହନ କରେ। ପୁଣି ଥରେ, ମୁଁ ଆପଣଙ୍କୁ, ମୋର  ଏବଂ ମୋର ପ୍ରତିନିଧିମଣ୍ଡଳକୁ ପ୍ରଦାନ କରାଯାଇଥିବା ଭବ୍ୟ ସ୍ୱାଗତ ପାଇଁ ଆପଣଙ୍କୁ ହୃଦୟରୁ କୃତଜ୍ଞତା ପ୍ରକାଶ କରୁଛି।

 

NS

 

***


(रिलीज़ आईडी: 2236989) आगंतुक पटल : 25
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Assamese , Manipuri , Bengali , Punjabi , Gujarati , Tamil , Telugu , Malayalam