ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ପୁଡୁଚେରୀରେ ୨,୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ତାଙ୍କ ଅଭିଭାଷଣର ଝଲକ ସେୟାର କରିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ
ପୋଷ୍ଟ କରାଯିବା ଦିନାଙ୍କ:
01 MAR 2026 6:03PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୁଡୁଚେରୀରେ ୨୭୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ବିକାଶ ପ୍ରକଳ୍ପର ଉଦଘାଟନ, ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପଣ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ତାଙ୍କ ଅଭିଭାଷଣର ଝଲକ ସେୟାର କରିଛନ୍ତି ।
ଏକ୍ସରେ ଏକାଧିକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି;
"ପୁଡୁଚେରୀର ଚମତ୍କାର ଲୋକମାନଙ୍କ ମଧ୍ୟରେ ରହି ଖୁସି ଲାଗୁଛି। ଆଜି, ଏକାଧିକ ବିକାଶମୂଳକ କାର୍ଯ୍ୟ ଆରମ୍ଭ କରାଯାଉଛି ଯାହା ସହଜ ଜୀବନଧାରଣକୁ ବୃଦ୍ଧି କରିବ ଏବଂ ଏହି ଅଞ୍ଚଳର ଆର୍ଥିକ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବ ।
"ଭାନାକ୍କମ ପୁଡୁଚେରୀ!
ଅନେକ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ ଅବସରରେ ପୁଡୁଚେରୀର ମୋର ଭଉଣୀ ଏବଂ ଭାଇମାନଙ୍କ ମଧ୍ୟରେ ରହି ଖୁସି ଅନୁଭବ କରୁଛି। ଡବଲ ଇଞ୍ଜିନ୍ ଏନଡିଏ ସରକାର ଲୋକଙ୍କ କଲ୍ୟାଣ ପାଇଁ ବ୍ୟାପକ ଭାବେ କାର୍ଯ୍ୟ କରିଛନ୍ତି ।’’
"ଗତ ପାଞ୍ଚ ବର୍ଷ ମଧ୍ୟରେ, ପୁଡୁଚେରୀ ରେକର୍ଡ ବିକାଶର ସାକ୍ଷୀ ହୋଇଛି, ଯାହା ଶ୍ରେଷ୍ଠ ପୁଡୁଚେରୀ ନିର୍ମାଣର ଦୃଷ୍ଟିକୋଣ ଅନୁରୂପ।"
"ଆମେ କିପରି ପୁଡୁଚେରୀର ଯୁବକମାନଙ୍କୁ ସଶକ୍ତ କରୁଛୁ ତାହା ଏଠାରେ ଅଛି।"
"ଆମେ ପୁଡୁଚେରୀକୁ ଚିକିତ୍ସା ପର୍ଯ୍ୟଟନ ଏବଂ ସାମଗ୍ରିକ ସ୍ୱାସ୍ଥ୍ୟସେବା ପାଇଁ ଏକ ହବ୍ କରିବାକୁ ଚାହୁଁଛୁ"
‘‘ଦିଲ୍ଲୀରେ କେବଳ ଗୋଟିଏ ପରିବାରକୁ ସେବା ଦେବା ପାଇଁ କଂଗ୍ରେସ ପୁଡୁଚେରୀକୁ ଏଟିଏମ୍ ରେ ପରିଣତ କରିଥିଲା। ସେଥିପାଇଁ ପୁଡୁଚେରୀ କଦାପି କଂଗ୍ରେସ ଏବଂ ଏହାର ସହଯୋଗୀମାନଙ୍କୁ ଭୋଟ୍ ଦେବ ନାହିଁ ।’’
HS
(ରିଲିଜ ଆଡି: 2234848)
ପରିଦର୍ଶକ କାଉଣ୍ଟର : 26
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam