ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

୩ ମାର୍ଚ୍ଚରେ “ସ୍ଥାୟୀ ଏବଂ ସୁଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି” ଶୀର୍ଷକ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 02 MAR 2026 7:10PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୩ ମାର୍ଚ୍ଚ ୨୦୨୬ ସକାଳ ୧୧:୧୫ରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ “ସ୍ଥାୟୀ ଏବଂ ସୁଦୃଢ଼ ଅର୍ଥନୈତିକ ଅଭିବୃଦ୍ଧି” ବିଷୟବସ୍ତୁ ଉପରେ ଆୟୋଜିତ ବଜେଟ୍ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିବେ ।

ଏହି ବିଷୟବସ୍ତୁ ଅନ୍ତର୍ଗତ, ବିଭିନ୍ନ କ୍ଷେତ୍ରକୁ ସାମିଲ କରି ଚାରୋଟି ଅଲଗା ୱେବିନାର ଅଧିବେଶନ ଆୟୋଜନ କରାଯାଉଛି । ସେଥିରେ (୧) ଉତ୍ପାଦନ, ଶିଳ୍ପ ଉନ୍ନୟନ ଏବଂ ରଣନୈତିକ କ୍ଷେତ୍ର (୨) ଲଘୁ ଏବଂ ମଧ୍ୟମ ଉଦ୍ୟୋଗ, ଆର୍ଥିକ ଏବଂ ବଜାର ପ୍ରବେଶ (୩) ସହର ଅର୍ଥନୈତିକ କ୍ଷେତ୍ର ଏବଂ (୪) ଭିତ୍ତିଭୂମି, ଲଜିଷ୍ଟିକ୍ସ ଏବଂ ମାଲ ପରିବହନ ଅନ୍ତର୍ଭୁକ୍ତ ।

ବଜେଟ୍ ପରବର୍ତ୍ତୀ ୱେବିନାରରେ ଶିଳ୍ପ ସ୍ତର ବିସ୍ତାର, ପ୍ରଯୁକ୍ତିବିଦ୍ୟା ନେତୃତ୍ୱକୁ ଗଭୀର କରିବା ଏବଂ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡିକର ମୂଳଦୁଆକୁ ସୁଦୃଢ଼ କରିବା ପାଇଁ ଭବିଷ୍ୟତ ସଂସ୍କାର ପ୍ରୟାସ ଉପରେ ଆଲୋକପାତ କରାଯିବ । ଆଲୋଚନାରେ ଏହି ପ୍ରାଥମିକତାଗୁଡିକୁ ପ୍ରଭାବଶାଳୀ କାର୍ଯ୍ୟରେ ପରିଣତ କରିବା ଉପରେ ଧ୍ୟାନ ଦିଆଯିବ । ଏଥିପାଇଁ ଉଦ୍ୟୋଗଜଗତର ଅଂଶଗ୍ରହଣକାରୀଙ୍କ କ୍ଷେତ୍ରୀୟ ଅନୁଭବ ଦ୍ୱାରା ମାର୍ଗଦର୍ଶନ ହାସଲ କରାଯିବ, ଯାହା ଅଧିକ ପ୍ରଭାବଶାଳୀ କାର୍ଯ୍ୟାନ୍ୱୟନରେ ସହାୟକ ହେବ ।

 

SR


(ରିଲିଜ ଆଡି: 2234807) ପରିଦର୍ଶକ କାଉଣ୍ଟର : 5