ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ମହାରାଷ୍ଟ୍ରର ନାଗପୁରରେ କାରଖାନା ବିସ୍ଫୋରଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ


ପିଏମଏନଆରଏଫରୁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 01 MAR 2026 12:09PM by PIB Bhubaneswar

ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ନାଗପୁରସ୍ଥିତ ଏକ କାରଖାନାରେ ଘଟିଥିବା ବିସ୍ଫୋରଣ ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଦୃଢୋକ୍ତି ପ୍ରକାଶ କରିଥିଲେ ଯେ ସ୍ଥାନୀୟ ପ୍ରଶାସନ ପ୍ରଭାବିତ ଲୋକଙ୍କୁ ସହାୟତା କରୁଛି।

ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠି (ପିଏମଏନଆରଏଫ) ରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ଆହତମାନଙ୍କୁ ୫୦,୦୦୦ ଟଙ୍କା କରି ଦିଆଯିବ।

ପ୍ରଧାନମନ୍ତ୍ରୀ 'ଏକ୍ସ ’ ରେ ସେୟାର କରିଛନ୍ତି;

"ମହାରାଷ୍ଟ୍ରର ନାଗପୁରର ଏକ କାରଖାନାରେ ଘଟିଥିବା ବିସ୍ଫୋରଣ ଅତ୍ୟନ୍ତ ଦୁଃଖଦାୟକ। ମୃତକଙ୍କ ପରିବାର ପ୍ରତି ମୋର ସମବେଦନା। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି। ସ୍ଥାନୀୟ ପ୍ରଶାସନ ପ୍ରଭାବିତ ଲୋକଙ୍କୁ ସହାୟତା କରୁଛି।

ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ପିଏମଏନଆରଏଫରୁ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯିବ। ଆହତମାନଙ୍କୁ ୫୦,୦୦୦ ଟଙ୍କା କରି ଦିଆଯିବ

HS


(ରିଲିଜ ଆଡି: 2234513) ପରିଦର୍ଶକ କାଉଣ୍ଟର : 35