ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମ୍ମିଳନୀ ୨୦୨୬ ରେ ଏମଆଇବି ପାଭିଲିଅନ୍ ଭାରତର ପ୍ରିମିୟର ଏଆଇ ଇନୋଭେସନ୍ ୱାର୍କସ୍ପେସ୍ ଭାବରେ ଉଭା ହୋଇଛି
ଏଆଇ ଗେମିଂ ଲ୍ୟାବ୍ସରୁ ଏଜେଣ୍ଟିକ୍ ନ୍ୟୁଜରୁମ୍ସ ପର୍ଯ୍ୟନ୍ତ : ଆଡୋବ୍, ଭାରତଜେନ୍ ଏବଂ କୁକୁ ଏଫଏମ୍ ୱେଭ୍ସ ରେ ବାସ୍ତବ – ବିଶ୍ଵ ଏଆଇ ନିୟୋଜନ ଉପରେ ଆଲୋକପାତ କରିଥିଲେ
ୱେଭ୍ସ କ୍ରିଏଟର୍ସ କର୍ଣ୍ଣରରେ ନାରଦ ମୁନି ଇନଷ୍ଟଲେସନ୍, ଏଆଇ ଥିଏଟର ଏବଂ ଭାରତଜେନ ବୁଥ ଧ୍ୟାନ ଆକର୍ଷିତ କରିଥିଲେ
ପୋଷ୍ଟ କରାଯିବା ଦିନାଙ୍କ:
17 FEB 2026 7:20PM by PIB Bhubaneshwar
ୱେଭ୍ସ କ୍ରିଏଟର୍ସ କର୍ଣ୍ଣରକୁ କେବଳ ଏକ ପ୍ରଦର୍ଶନୀ ପାଭିଲିୟନ ଭାବରେ ନୁହେଁ, ବରଂ ଏକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ, ବ୍ୟାବହାରିକ ନବସୃଜନ କାର୍ଯ୍ୟକ୍ଷେତ୍ର ଭାବରେ ପରିକଳ୍ପନା କରାଯାଇଛି। ଏଭିଜିସି – ଏକ୍ସଆର (ଆନିମେସନ୍, ଭିଏଫଏକ୍ସ, ଗେମିଂ, କମିକ୍ସ ଏବଂ ଏକ୍ସଟେଣ୍ଡେଡ୍ ରିଆଲିଟି) ଇକୋସିଷ୍ଟମରେ କୃତ୍ରିମ ବୁଦ୍ଧିମତାର ବାସ୍ତବ-ବିଶ୍ୱ, ଖେଳ-ପରିବର୍ତ୍ତନକାରୀ ପ୍ରୟୋଗଗୁଡ଼ିକୁ ପ୍ରଦର୍ଶନ କରିବା ପାଇଁ ଡିଜାଇନ୍ କରାଯାଇଥିବା ଏହି କର୍ଣ୍ଣର ପରିଦର୍ଶକମାନଙ୍କୁ ଏକ ନିମଜ୍ଜିତ ଏବଂ ଅଂଶଗ୍ରହଣକାରୀ ଅଭିଜ୍ଞତା ପ୍ରଦାନ କରୁଛି।
ଏହି ସ୍ଥାନଟି ୱେଭ୍ସ ଏବଂ ଏହାର ପ୍ରମୁଖ କ୍ଷେତ୍ରଗୁଡ଼ିକ , ଯଥା : ୱେଭ୍ସଏକ୍ସ , ୱେଭ୍ସ ବଜାର , ଏବଂ କ୍ରିଏଟ୍ ଇନ୍ ଇଣ୍ଡିଆ ଚ୍ୟାଲେଞ୍ଜେସ୍ ର ଏକ ରଣନୈତିକ ବିସ୍ତାର ଭାବରେ କାର୍ଯ୍ୟ କରେ , ଯେଉଁଥିରେ ୱେଭ୍ସଏକ୍ସ ଷ୍ଟାର୍ଟଅପ୍ ପ୍ରଭାବଶାଳୀ ପ୍ରଦର୍ଶନ ଏବଂ ଲାଇଭ୍ ନିୟୋଜନ ମାଧ୍ୟମରେ କେନ୍ଦ୍ର ବିନ୍ଦୁ ପାଲଟିଥାଏ।
ଉଦୀୟମାନ ଉଦ୍ଭାବକମାନଙ୍କ ସହିତ ଆଡୋବ୍, ନେଟଫ୍ଲିକ୍ସ, ସୋନି, କଲେକ୍ଟିଭ୍, ଇନସର୍ଟସ , କୁକୁ ଏଫଏମ୍ , ଏବଂ ହ୍ୱିସିଲିଂ ଉଡ୍ସ ଇଣ୍ଟରନ୍ୟାସନାଲ୍ ଭଳି ପ୍ରମୁଖ ବିଶ୍ୱ ଏବଂ ଭାରତୀୟ ଶିଳ୍ପଗୁଡିକ ଅତ୍ୟାଧୁନିକ ଏଆଇ ଉପକରଣ ଏବଂ ପରିବର୍ତ୍ତନକାରୀ ମିଡିଆ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରିବେ।
ପ୍ରମୁଖ ଅନୁଭୂତି ପ୍ରଦାନକାରୀ କ୍ଷେତ୍ର
ଏଆଇ ଗେମିଂ ଲ୍ୟାବ୍
ପରିଦର୍ଶକମାନେ ଆଜି ବାସ୍ତବ ସମୟରେ ଏଆଇ-ଚାଳିତ ଗେମ୍ ବିକାଶର ଅନୁଭୂତି ପାଇଥିଲେ, ଧାରଣା (କନସେପ୍ଟ) ସୃଷ୍ଟି ଠାରୁ ଖେଳାଯାଇପାରିବା ପ୍ରୋଟୋଟାଇପ୍ ପର୍ଯ୍ୟନ୍ତ, ଏବଂ ଏକ ଇଣ୍ଟରାକ୍ଟିଭ୍ ଗେମିଂ ଲ୍ୟାବ୍ ପରିବେଶ ମଧ୍ୟରେ ଏଆଇ-ନିର୍ମିତ ଭିଡିଓ ଗେମ୍ ସହିତ ଜଡିତ ହୋଇଥିଲେ। ଏଆଇ ଗେମିଂ ଲ୍ୟାବ୍ ଆଗାମୀ ଦିନରେ ଲାଇଭ୍ ପ୍ରଦର୍ଶନ ଏବଂ ଭାବବିନିମୟ ସୁବିଧା ପ୍ରଦାନ କରିବ।
ଏଆଇ କଣ୍ଟେଣ୍ଟ ସୃଷ୍ଟି ଲ୍ୟାବ୍ (ଆଡୋବ୍ ଦ୍ୱାରା ପରିଚାଳିତ)
ଲାଇଭ୍ ଷ୍ଟୁଡିଓ ପରିବେଶ ଏଆଇ - ସହାୟତାପ୍ରାପ୍ତ ଫିଲ୍ମ ନିର୍ମାଣ ପ୍ରଦର୍ଶନ କରିଥିଲା, ଯେଉଁଠାରେ ପ୍ରମ୍ପ୍ଟଗୁଡ଼ିକ ବାସ୍ତବ ସମୟରେ ସ୍କ୍ରିପ୍ଟ, ଭିଜୁଆଲ୍ ଏବଂ ସିନେମାଟିକ୍ କ୍ରମରେ ବିକଶିତ ହୋଇଥିଲା, ଡିଜିଟାଲ୍ କାହାଣୀ କହିବା କାର୍ଯ୍ୟପ୍ରଣାଳୀକୁ ପୁନଃପରିଭାଷିତ କରିଥିଲା। ଲ୍ୟାବ୍ ଆଗାମୀ ଦିନରେ ପରିଦର୍ଶକମାନଙ୍କ ପାଇଁ ଏଆଇ -ସକ୍ଷମ ସୃଜନଶୀଳ ପ୍ରକ୍ରିୟାଗୁଡ଼ିକୁ ପ୍ରଦର୍ଶନ କରିବା ଜାରି ରଖିବ।
ଏଆଇ -ଚାଳିତ ନ୍ୟୁଜରୁମ୍
ଏଆଇ -ଚାଳିତ ନ୍ୟୁଜରୁମ୍ ଏଡବ୍ଲୁଏସ୍ (AWS), ଭାରତଜେନ୍ , ଇଣ୍ଡିଆ ଟୁଡେ ଏବଂ କଳାସେତୁ ଷ୍ଟାର୍ଟଅପ୍ ଦ୍ୱାରା ପରିଚାଳିତ, ଏହି ନ୍ୟୁଜରୁମ୍ ଇନଷ୍ଟଲେସନ୍ କିପରି ଏଆଇ ଏଜେଣ୍ଟମାନେ ନ୍ୟୁଜରୁମ୍ କାର୍ଯ୍ୟକୁ ସୁବ୍ୟବସ୍ଥିତ କରନ୍ତି, ସ୍ୱୟଂଚାଳିତ ବିଷୟବସ୍ତୁ ସୃଷ୍ଟି ଠାରୁ ଭଏସ୍-କମାଣ୍ଡ-ଆଧାରିତ ସମ୍ପାଦକୀୟ ପରିଚାଳନା ପର୍ଯ୍ୟନ୍ତ, ମିଡିଆ କାର୍ଯ୍ୟର ଭବିଷ୍ୟତକୁ ରୂପାନ୍ତରିତ କରନ୍ତି ତାହା ପ୍ରଦର୍ଶନ କରିଥିଲା। ଏହି ଇନଷ୍ଟଲେସନ୍ କାର୍ଯ୍ୟକ୍ଷମ ରହିବ ଏବଂ ସମ୍ମିଳନୀର ଆଗାମୀ ଦିନଗୁଡ଼ିକରେ ପ୍ରଦର୍ଶନ ଜାରି ରଖିବ।
ନାରଦ ମୁନି ଇଣ୍ଟରାକ୍ଟିଭ୍ ଇନଷ୍ଟଲେସନ
ପୌରାଣିକ ବାର୍ତ୍ତାବାହକଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ, ଏହି ନିମଜ୍ଜିତ ସଂସ୍ଥାପନ କିପରି ଏଆଇ -ଚାଳିତ ଲାର୍ଜ ଲାଙ୍ଗୁଏଜ୍ ମଡେଲଗୁଡ଼ିକ ବାସ୍ତବ-ବିଶ୍ୱର ପ୍ରଶ୍ନଗୁଡ଼ିକୁ ଗତିଶୀଳ, କଥାବାର୍ତ୍ତାମୂଳକ ବ୍ୟବହାରକାରୀ ଅଭିଜ୍ଞତାରେ ରୂପାନ୍ତରିତ କରନ୍ତି, ପାରସ୍ପରିକ ବୁଦ୍ଧିମତାର ଶକ୍ତି ପ୍ରଦର୍ଶନ କରନ୍ତି ତାହା ପ୍ରଦର୍ଶିତ କରିଥିଲା। ଆଗାମୀ ଦିନରେ ଭାବବିନିମୟ ଅଭିଜ୍ଞତା ପରିଦର୍ଶକମାନଙ୍କୁ ଜଡ଼ିତ ରଖିବ।
ଏଆଇ ଥିଏଟର
ଏହି ଉତ୍ସର୍ଗୀକୃତ ସିନେମା ସମ୍ଵନ୍ଧିତ କ୍ଷେତ୍ରରେ ଏନଏଫଡିସି, ଏଲଟିଆଇମାଇଣ୍ଡଟ୍ରି ଏବଂ ଆଡୋବ୍ ଦ୍ୱାରା ପ୍ରସ୍ତୁତ ପ୍ରାୟ ୧୫୦ଟି ଏଆଇ ଜେନେରେଟେଡ୍ ଫିଲ୍ମ ପ୍ରଦର୍ଶିତ ହୋଇଥିଲା , ଯାହା ପରିଦର୍ଶକମାନଙ୍କୁ ଏଆଇ - ଚାଳିତ ଫିଲ୍ମ ନିର୍ମାଣର କଳାତ୍ମକ ଏବଂ ପ୍ରଯୁକ୍ତିବିଦ୍ୟା ବିକାଶ ଦେଖିବା ସହିତ ଆରାମ କରିବାର ସୁଯୋଗ ପ୍ରଦାନ କରିଥିଲା। ପାଭିଲିଅନରେ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ସ୍କ୍ରିନିଂ ଜାରି ରହିବ।
ୟୋରଷ୍ଟୋରୀ ଲାଉଞ୍ଜ
ଆଜି ଲାଉଞ୍ଜ ଏଆଇ ଇକୋସିଷ୍ଟମର ନେତାମାନଙ୍କ ସହିତ ସିଧାସଳଖ ଆଲୋଚନାର ଆୟୋଜନ କରିଥିଲା। ୟୋରଷ୍ଟୋରୀର ଶ୍ରଦ୍ଧା ଶର୍ମା ଏହି ଅଧିବେଶନଗୁଡ଼ିକୁ ପରିଚାଳନା କରିଥିଲେ , ଯାହା ନବସୃଜନ, ଉଦ୍ୟୋଗୀତା ଏବଂ କୃତ୍ରିମ ବୁଦ୍ଧିମତ୍ତାର ସନ୍ଧିସ୍ଥଳରେ ଆଲୋଚନାକୁ ପ୍ରୋତ୍ସାହିତ କରିଥିଲା। ଆଗାମୀ ଦିନରେ ଲାଉଞ୍ଜ ଆଲୋଚନା ଏବଂ ପାରସ୍ପରିକ ଭାବବିନିମୟ ଅଧିବେଶନ ଆୟୋଜନ କରିବ।
ଏମଆଇବି ପାଭିଲିଅନରେ ପ୍ରମୁଖ ବୁଥ୍ ହାଇଲାଇଟ୍ସ
ଏମଆଇବି ପାଭିଲିଅନରେ ପ୍ରମୁଖ ବିଶ୍ୱ ଏବଂ ଭାରତୀୟ ଉଦ୍ଭାବକମାନେ ଚଳଚ୍ଚିତ୍ର ନିର୍ମାଣ, ପ୍ରସାରଣ, ଭାଷା ପ୍ରଯୁକ୍ତିବିଦ୍ୟା, ଶିକ୍ଷା ଏବଂ ଡିଜିଟାଲ୍ କାହାଣୀ କହିବା କ୍ଷେତ୍ରରେ ଅତ୍ୟାଧୁନିକ ଏଆଇ ପ୍ରୟୋଗ ପ୍ରଦର୍ଶନ କରୁଛନ୍ତି।
- ଆଡୋବ୍ ଇଣ୍ଡିଆ ଫିଲ୍ମ ପ୍ରୋଜେକ୍ଟ ଭଳି ସହଯୋଗ ମାଧ୍ୟମରେ ଏଆଇ-ଚାଳିତ ଫିଲ୍ମ ନିର୍ମାଣକୁ ତ୍ୱରାନ୍ୱିତ କରୁଛି, ଏଆଇ-ଜେନେରେଟେଡ୍ ଫିଲ୍ମ ଏବଂ ଲାଇଭ୍ ଏଆଇ-ପ୍ରଥମ ସୃଜନଶୀଳ କାର୍ଯ୍ୟପ୍ରବାହ ପ୍ରଦର୍ଶନ କରୁଛି।
- ଭାରତଜେନ୍ ଭିଡିଓ ଏବଂ ଅଡିଓ "ଡାର୍କ ଡାଟା"କୁ ସନ୍ଧାନଯୋଗ୍ୟ, ଇଣ୍ଟରାକ୍ଟିଭ୍ ସମ୍ପତ୍ତିରେ ରୂପାନ୍ତରିତ କରିବା ପାଇଁ ମଲ୍ଟିମୋଡାଲ୍ ଆରଏଜି ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ କରୁଛି।
- ସୋନି ରିସର୍ଚ୍ଚ ଇଣ୍ଡିଆ ଟିଭି ଏବଂ ଓଟିଟି ପ୍ଲାଟଫର୍ମ ପାଇଁ ଏଆଇ-ଚାଳିତ ଅନୁବାଦ, ଡବିଂ, ଫେସ୍ ଏବଂ ଭଏସ୍ ରି-ଏଜିଂ ଏବଂ ଆକ୍ସେସିବିଲିଟି ସମାଧାନ ଉପସ୍ଥାପନ କରୁଛି।
- ସର୍ବମ ଭଏସ୍ କ୍ଲୋନିଂ, ଲାଇଭ୍ ସ୍ପିଚ୍-ଟୁ-ଟେକ୍ସଟ୍, ଏବଂ ରିଅଲ୍-ଟାଇମ୍ ଭାଷା ଏଆଇ ଉପକରଣ ମାଧ୍ୟମରେ ବହୁଭାଷୀ ଏଆଇ ପାରସ୍ପରିକ କ୍ରିୟାକୁ ସକ୍ଷମ କରୁଛି।
- ଆମାଜନ ୱେବ୍ ସର୍ଭିସେସ୍ (AWS) ହ୍ୟାଣ୍ଡସ୍-ଫ୍ରି, ଏଆଇ -ସକ୍ଷମ ପ୍ରସାରଣ ଉତ୍ପାଦନ ଏବଂ ହାଇପରଲୋକାଲ୍ ନ୍ୟୁଜ୍ ବିତରଣ ପାଇଁ ଏକ "ଏଜେଣ୍ଟିକ୍ ଏଆଇ ଆସିଷ୍ଟେଡ୍ ନ୍ୟୁଜ୍ରୁମ୍" ପ୍ରଦର୍ଶନ କରୁଛି।
- ହ୍ୱିସିଲିଂ ଉଡ୍ସ ଇଣ୍ଟରନ୍ୟାସନାଲ୍ ସର୍ବନିମ୍ନ ହାର୍ଡୱେର୍ ବ୍ୟବହାର କରି ଏଆଇ -ଆଧାରିତ ମାର୍କର-ଲେସ୍ ଗତି କ୍ୟାପଚର କାର୍ଯ୍ୟପ୍ରବାହ ପ୍ରଦର୍ଶନ କରୁଛି।
- ଗ୍ୟାଲେରୀ୫ (କଲେକ୍ଟିଭ୍ ଆର୍ଟିଷ୍ଟସ୍ ନେଟୱାର୍କ) ବଡ଼ ବଡ଼ ପୌରାଣିକ ଏବଂ ଥିଏଟର ପ୍ରକଳ୍ପଗୁଡ଼ିକୁ ଶକ୍ତି ପ୍ରଦାନ କରୁଥିବା ଏଆଇ -ନେଟିଭ୍ ସିନେମାଟିକ୍ ପ୍ରଡକ୍ସନ୍ ପ୍ଲାଟଫର୍ମ ଉପସ୍ଥାପନ କରୁଛି।
- କୁକୁ ଏଫଏମ ଭାରତର ପ୍ରଥମ ଏଆଇ-ଚାଳିତ ମାଇକ୍ରୋଡ୍ରାମା ଲଞ୍ଚ କରୁଛି , ଯାହା ତୃଣମୂଳ ସ୍ତରରେ ଡିଜିଟାଲ୍ ଷ୍ଟୋରିଟେଲିଂ ନବସୃଜନ ଉପରେ ଆଲୋକପାତ କରୁଛି।
- ପ୍ରିଜମିକ୍ସ କାହାଣୀ ଉପରେ ଆଧାରିତ ବିଷୟବସ୍ତୁ ସୃଷ୍ଟି ପାଇଁ ଜେନେରେଟିଭ୍ ଏଆଇ କୁ ଭିଏଫଏକ୍ସ ଏବଂ ପାରମ୍ପରିକ ଗଣମାଧ୍ୟମ ସହିତ ସଂଯୋଜିତ କରୁଛି।
- ଇନସର୍ଟସ୍ ବ୍ୟକ୍ତିଗତ ବିଷୟବସ୍ତୁ ବିତରଣ ସହିତ ଏଆଇ-ଚାଳିତ ଖବର ସାରାଂଶ ପ୍ରଦର୍ଶନ କରୁଛି।
- ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ କ୍ରିଏଟିଭ୍ ଟେକ୍ନୋଲୋଜି (ଆଇଆଇସିଟି) ଏଆଇ -ସମିଶ୍ରିତ ସୃଜନଶୀଳ ଶିକ୍ଷାକୁ ନିମଜ୍ଜିତ ଉତ୍ପାଦନ ପରିବେଶ ସହିତ ପୁନଃପରିଭାଷିତ କରୁଛି।
ଏଆଇ ଇମର୍ସିଭ୍ ଥିଏଟର:
ଏଥିରେ ୨୭୦-ଡିଗ୍ରୀ ପ୍ରୋଜେକ୍ସନ ଏବଂ ଏଆଇ-ଚାଳିତ ସିନେମା ସମ୍ପର୍କିତ ଅଭିଜ୍ଞତା ପ୍ରଦର୍ଶିତ ହୋଇଥିଲା ଯାହା ଆଜି କାହାଣୀ କହିବା ଏବଂ ଦର୍ଶକଙ୍କ ସହଭାଗିତାକୁ ପୁନଃ ପରିଭାଷିତ କରିଥିଲା। ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ଏବଂ ୱେଭ୍ସ ବଜାର ଦ୍ୱାରା ଏଲଟିଏମ୍ ସହଯୋଗରେ ଉପସ୍ଥାପିତ ଏଆଇ ସିନେମା ଶୋକେସ୍, ଏଆଇକୁ ଏକ କାହାଣୀ କହିବା ମାଧ୍ୟମ ଭାବରେ ବ୍ୟବହାର କରାଯିବା ସମ୍ପର୍କରେ ଉଦୀୟମାନ ଚଳଚ୍ଚିତ୍ର ନିର୍ମାତାମାନଙ୍କୁ ଅବଗତ କରାଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତର ପ୍ରଥମ ସିନେମାଏଆଇ ହାକାଥନର ଫାଇନାଲିଷ୍ଟ କାର୍ଯ୍ୟ ସହିତ, ଏଆଇ କ୍ଷୁଦ୍ର ଚଳଚ୍ଚିତ୍ର ଗୁଡ଼ିକର ଏକ ସଂଗ୍ରହ, କଥାବତାର ମଧ୍ୟ ପ୍ରଦର୍ଶିତ ହୋଇଥିଲା।
ଭାରତ ମଣ୍ଡପମ ମଧ୍ୟରେ ଥିବା ୱେଭ୍ସ କ୍ରିଏଟର୍ସ କର୍ଣ୍ଣରରେ ପ୍ରଦର୍ଶିତ ଏହି ପଦକ୍ଷେପ ଭାରତକୁ ଏଆଇ-ଚାଳିତ ସିନେମାଟିକ୍ ନବସୃଜନର ଶୀର୍ଷରେ ସ୍ଥାନିତ କରିଛି। ଆଗାମୀ ଦିନରେ ଏହି ନିମଜ୍ଜିତ ସ୍କ୍ରିନିଂ ଏବଂ ପ୍ରଦର୍ଶନ ଜାରି ରହିବ, ଯାହା ପରିଦର୍ଶକମାନଙ୍କୁ ଅତ୍ୟାଧୁନିକ ଏଆଇ-ସମର୍ଥିତ କାହାଣୀ କହିବାର ଅଭିଜ୍ଞତା ପାଇଁ ଆହୁରି ସୁଯୋଗ ପ୍ରଦାନ କରିବ।
ଆଡୋବ୍ ଦ୍ୱାରା ପରିଚାଳିତ ବିଷୟବସ୍ତୁ ସୃଷ୍ଟି ଲ୍ୟାବ୍
ଆଡୋବ୍ ଆଜିର ବିଷୟବସ୍ତୁ (କଣ୍ଟେଣ୍ଟ) ସୃଷ୍ଟିକାରୀଙ୍କ ପାଇଁ ଡିଜାଇନ୍ କରାଯାଇଥିବା ଏଆଇ - ନେତୃତ୍ୱାଧୀନ ଭିଡିଓ ସୃଷ୍ଟି କାର୍ଯ୍ୟପ୍ରଣାଳୀ ପ୍ରଦର୍ଶନ କରିଥିଲା, ଯାହା ଉନ୍ନତ ସୃଜନଶୀଳ ପ୍ରଯୁକ୍ତିବିଦ୍ୟା ଉପରେ ଦୃଢ଼ ଧ୍ୟାନ ଦେଇଥିଲା। କିପରି ଟେକ୍ସଟ ପ୍ରମ୍ପ୍ଟ, ଛବି, ଅଡିଓ ଇନପୁଟ୍ ଏବଂ ଜେନେରେଟିଭ୍ ଏଆଇ ଉପକରଣ ବ୍ୟବହାର କରି କଣ୍ଟେଣ୍ଟଗୁଡ଼ିକୁ ଉଚ୍ଚ-ଗୁଣବତ୍ତା ଭିଡିଓରେ ରୂପାନ୍ତରିତ କରାଯାଇପାରିବ ତାହା ଲ୍ୟାବ୍ ରେ ପ୍ରଦର୍ଶନ କରାଯାଇଥିଲା ।
ଲାଇଭ୍ ପ୍ରଦର୍ଶନ ମାଧ୍ୟମରେ, ସୃଷ୍ଟିକର୍ତ୍ତାମାନେ (କ୍ରିଏଟର) ଭିଡିଓ, ଅଡିଓ ଏବଂ ଛବିରେ ଏଣ୍ଡ-ଟୁ-ଏଣ୍ଡ ଏଆଇ କାର୍ଯ୍ୟପ୍ରବାହ ଅନୁଭବ କରିଥିଲେ, ଯେଉଁଥିରେ ଟେକ୍ସଟ୍-ଟୁ-ଭିଡିଓ, ଇମେଜ୍-ଟୁ-ଭିଡିଓ କାହାଣୀ କହିବା, ଜେନେରେଟିଭ୍ ଏଡିଟ୍ ଏବଂ ଦ୍ରୁତ ବିଷୟବସ୍ତୁ ପୁନରାବୃତ୍ତି ଅନ୍ତର୍ଭୁକ୍ତ ଥିଲା। ପ୍ରଦର୍ଶନୀଟି ଏଆଇ କିପରି ଜଟିଳ ଉତ୍ପାଦନ ପ୍ରକ୍ରିୟାକୁ ସରଳୀକରଣ କରିଥିଲା, ସ୍ୱୟଂଚାଳିତ ସମ୍ପାଦନା, ଉନ୍ନତ ଭିଜୁଆଲ୍ ଏବଂ ଧାରଣାରୁ ଚୂଡ଼ାନ୍ତ ଆଉଟପୁଟ୍ ପର୍ଯ୍ୟନ୍ତ ତ୍ୱରାନ୍ୱିତ କାହାଣୀ କହିବାକୁ ଆଲୋକପାତ କରିଥିଲା ତାହା ଉପରେ ଆଧାରିତ। ସାମଗ୍ରିକ ଭାବରେ, ଏହି ଅଭିଜ୍ଞତା ଏଆଇକୁ ଦ୍ରୁତ, ସ୍ମାର୍ଟ ଏବଂ ଅଧିକ ସ୍କେଲେବଲ୍ ମଲ୍ଟିମିଡିଆ ବିଷୟବସ୍ତୁ ସୃଷ୍ଟି ପାଇଁ ଏକ ଉତପ୍ରେରକ ଭାବରେ ଉପସ୍ଥାପନ କରିଥିଲା।
ମିଡିଆ ଲାଉଞ୍ଜ
ୟୋରଷ୍ଟୋରୀ ର ଶ୍ରଦ୍ଧା ଶର୍ମା ଆଜି ପ୍ରତିଷ୍ଠାତା ଏବଂ ଚିନ୍ତାଶୀଳ ବିଦ୍ଵାନମାନଙ୍କ ସହିତ ସାକ୍ଷାତକାର କରିଥିଲେ, ଏବଂ ସମସ୍ତ ଅଧିବେଶନ ୱେଭ୍ସ ଓଟିଟିରେ ଲାଇଭ୍ ଷ୍ଟ୍ରିମ୍ ହୋଇଥିଲା, ଯାହା ଶିଖର ସମ୍ମିଳନୀର ଅନ୍ତର୍ଦୃଷ୍ଟି ଏବଂ ଫଳାଫଳକୁ ବ୍ୟାପକ ଭାବରେ ଉପଲବ୍ଧ କରିଥିଲା। ବିଶେଷଜ୍ଞ ଆଲୋଚନାରେ ସାର୍ବଜନୀନ ନୀତି, ପ୍ଲାଟଫର୍ମ ଇକୋସିଷ୍ଟମ, ସାର୍ବଭୌମ ଏଆଇ କ୍ଷମତା ଏବଂ ଡିଜିଟାଲ୍ ସ୍ଥିରତା ଅନ୍ତର୍ଭୁକ୍ତ ହୋଇଥିଲା, ଜାତୀୟ ଫୋରେନ୍ସିକ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଏବଂ କେଓଜିଓ ଭଳି ପ୍ରତିଷ୍ଠାନରୁ ଅନ୍ତର୍ଦୃଷ୍ଟି ସହିତ, କୁକୁ ଏଫଏମ୍, ଗ୍ୟାରେଜ ଲ୍ୟାବ୍ସ ଏବଂ ଓରାକଲରୁ ଇକୋସିଷ୍ଟମ ଅଭିଜ୍ଞତା ଏଥିରେ ଜଡିତ ଥିଲା। ଷ୍ଟାର୍ଟଅପ୍ ପ୍ରଦର୍ଶନ, ପ୍ରତିଷ୍ଠାତା ପିଚ୍ ଏବଂ ସ୍ୱାସ୍ଥ୍ୟସେବା, ସାମାଜିକ ଆହ୍ଵାନ ଏବଂ ସ୍ଥାନୀୟ ବିଷୟବସ୍ତୁରେ ଏଆଇ ପ୍ରୟୋଗ ଉପରେ ଆଲୋଚନା ସମଗ୍ର ଭାରତରେ ନବସୃଜନ-ଚାଳିତ ପ୍ରଭାବକୁ ଆହୁରି ଉଜ୍ଜ୍ୱଳ କରିଥିଲା।
ସମ୍ମିଳନୀର ପ୍ରମୁଖ ଆଲୋଚନା ଏବଂ ଫଳାଫଳକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ଅତିରିକ୍ତ ଭାବବିନିମୟ କାର୍ଯ୍ୟ, ଆଲୋଚନା ଏବଂ ଲାଇଭ୍ ଅଧିବେଶନ ସହିତ ଆଗାମୀ ଦିନଗୁଡ଼ିକରେ ମିଡିଆ ଲାଉଞ୍ଜର ଯୋଗଦାନ ଜାରି ରହିବ।
ପ୍ୟାନେଲ ଆଲୋଚନା ଏବଂ ମାଷ୍ଟରକ୍ଲାସ
ଭାରତ ମଣ୍ଡପମର ପାଭିଲିୟନ୍ ରେ ଆଜି ଗଣମାଧ୍ୟମ ଏବଂ ମନୋରଞ୍ଜନ (ଏମ ଆଣ୍ଡ ଇ) ଶିଳ୍ପରେ ଏଆଇ ଯୋଗୁଁ ହେଉଥିବା ପରିବର୍ତନ ଉପରେ କେନ୍ଦ୍ରିତ ପ୍ୟାନେଲ୍ ଆଲୋଚନା ଏବଂ ମାଷ୍ଟରକ୍ଲାସର ଏକ ଶୃଙ୍ଖଳା ଆୟୋଜିତ ହୋଇଥିଲା। ୱେଭ୍ସ କ୍ରିଏଟର୍ସ କର୍ଣ୍ଣରରେ ଆଲୋଚନାଗୁଡ଼ିକୁ ଉଚ୍ଚ-ପ୍ରଭାବଶାଳୀ ଜ୍ଞାନ ମଞ୍ଚ ଭାବରେ ସଂଗୃହୀତ କରାଯାଇଥିଲା, ଯାହା ଶିଳ୍ପ ନେତୃତ୍ଵ, ଭେଞ୍ଜର କ୍ୟାପିଟାଲିଷ୍ଟ, ପ୍ରଯୁକ୍ତି ବିଶେଷଜ୍ଞ, ସୃଷ୍ଟିକର୍ତ୍ତା ଏବଂ ନୀତି ନିର୍ଦ୍ଧାରକମାନଙ୍କୁ ଏକତ୍ର କରିଥିଲା।
ଅଧିବେଶନ ସମୟରେ, ଗେମିଂ, ସିନେମା, ନ୍ୟୁଜରୁମ୍ ଅଟୋମେସନ, ଇଣ୍ଟରାକ୍ଟିଭ୍ ମିଡିଆ, ମନିଟାଇଜେସନ୍ ମଡେଲ୍ ଏବଂ ନୈତିକ ଏଆଇ ଫ୍ରେମୱାର୍କରେ ଏଆଇର ଭବିଷ୍ୟତ ବିଷୟରେ ଆଲୋଚନା କରାଯାଇଥିଲା। ଫାଉଣ୍ଡର ରାଉଣ୍ଡଟେବୁଲ ଆଲୋଚନା, ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଶେଖର କପୁରଙ୍କ ମାଷ୍ଟରକ୍ଲାସ୍ ଏବଂ ପ୍ରମୁଖ ବିଶ୍ୱ ପ୍ରଯୁକ୍ତି କମ୍ପାନୀଗୁଡ଼ିକ ଦ୍ୱାରା ଟେକ୍ନୋଲୋଜି ଡିପ୍ -ଡାଇଭ୍ ଅଧିବେଶନ ଆଜିର କାର୍ଯ୍ୟକ୍ରମର ଏକ ଅଂଶ ଥିଲା।
ଅଧିବେଶନଗୁଡ଼ିକ ତାତ୍ତ୍ୱିକ ଆଲୋଚନାରୁ ଆଗକୁ ବଢ଼ିଥିଲା ଏବଂ ବ୍ୟାବହାରିକ ପ୍ରଦର୍ଶନ, ବାସ୍ତବ-ବିଶ୍ୱ କେସ୍ ଷ୍ଟଡି ଏବଂ ଲାଇଭ୍ ପ୍ରଶ୍ନୋତ୍ତର ପାରସ୍ପରିକ ଆଲୋଚନା ପ୍ରଦର୍ଶିତ ହୋଇଥିଲା। ଅଂଶଗ୍ରହଣକାରୀମାନେ ଏଆଇ -ଚାଳିତ ଗଣମାଧ୍ୟମର ତୁରନ୍ତ ପ୍ରୟୋଗ, ଏହାର ନିବେଶ ସମ୍ଭାବନା ଏବଂ ଏମ ଆଣ୍ଡ ଇ ଇକୋସିଷ୍ଟମ ଉପରେ ଏହାର ଦୀର୍ଘକାଳୀନ ସୃଜନଶୀଳ ପ୍ରଭାବ ବିଷୟରେ ଅନ୍ତର୍ଦୃଷ୍ଟି ହାସଲ କରିଥିଲେ।
ଆଗାମୀ ଦିନଗୁଡ଼ିକରେ ୱେଭ୍ସ ପାଭିଲିୟନରେ ପ୍ୟାନେଲ ଆଲୋଚନା ଏବଂ ମାଷ୍ଟରକ୍ଲାସ ଜାରି ରହିବ, ଯାହା ଗଣମାଧ୍ୟମ ଏବଂ ମନୋରଞ୍ଜନ କ୍ଷେତ୍ରରେ ଏଆଇର ପରିବର୍ତ୍ତନକାରୀ ଭୂମିକା ଉପରେ ସମ୍ପର୍କକୁ ଆହୁରି ଗଭୀର କରିବ।
****
SSP
(ରିଲିଜ ଆଡି: 2229649)
ପରିଦର୍ଶକ କାଉଣ୍ଟର : 5