ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି
ତେଲେଙ୍ଗାନାରେ ହାଇଦ୍ରାବାଦ-ପଣାଜୀ ଅର୍ଥନୈତିକ କରିଡରକୁ ନୂତନ ଗତି,
ପୋଷ୍ଟ କରାଯିବା ଦିନାଙ୍କ:
14 FEB 2026 1:00PM by PIB Bhubaneshwar
ଗୁଡେବେଲୁର–ମହବୁବନଗର ଜାତୀୟ ରାଜପଥ-୧୬୭ ଚାରି-ଲେନ୍ ପ୍ରଶସ୍ତିକରଣକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ
ପ୍ରକଳ୍ପର ମୋଟ ଦୈର୍ଘ୍ୟ ୮୦.୦୧ କିଲୋମିଟର ଏବଂ ମୋଟ ପୁଞ୍ଜି ବ୍ୟୟ ୩୧୭୫.୦୮ କୋଟି ଟଙ୍କା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସମ୍ବନ୍ଧୀୟ କ୍ୟାବିନେଟ୍ କମିଟି (ସିସିଇଏ), ଶୁକ୍ରବାର ତେଲେଙ୍ଗାନାଠାରେ ହାଇଦ୍ରାବାଦ-ପାଣାଜୀ ଅର୍ଥନୈତିକ କରିଡରର ପ୍ରଶସ୍ତୀକରଣକୁ ଅନୁମୋଦନ କରିଛନ୍ତି। ଏହି ଅନୁମୋଦନ ଦ୍ୱାରା ରାଜ୍ୟର ଗୁଡେବେଲୁରରୁ ମହବୁବନଗର ପର୍ଯ୍ୟନ୍ତ ଜାତୀୟ ରାଜପଥ-୧୬୭ କୁ ୪-ଲେନ୍ ବିଶିଷ୍ଟ ପ୍ରଶସ୍ତ କରାଯିବ। ଏନ୍ଏଚ୍ (ଓ) ଯୋଜନା ଅଧୀନରେ ହାଇବ୍ରିଡ୍ ଆନୁଇଟି ମୋଡ୍ (HAM) ମାଧ୍ୟମରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବ। ଏଥିରେ ମୋଟ ୩୧୭୫.୦୮ କୋଟି ଟଙ୍କାର ପୁଞ୍ଜି ବ୍ୟୟ କରାଯିବ ବୋଲି ସିସିଇଏ ପକ୍ଷରୁ କୁହାଯାଇଛି। ଏହି ପୁଞ୍ଜି ନିବେଶ ଦ୍ୱାରା ପ୍ରକଳ୍ପର ୮୦.୦୧ କିଲୋମିଟର ରାସ୍ତା ଆଧୁନିକ ଆବଶ୍ୟକତାକୁ ପୂରଣ କରିବାରେ ସକ୍ଷମ ହେବ।
ବର୍ତ୍ତମାନର ଜାତୀୟ ରାଜପଥ-୧୬୭ରେ ଗୁଡେବେଲୁରରୁ ମହବୁବନଗର ମଧ୍ୟରେ ଯାତାୟାତ ସମୟରେ ଅତ୍ୟଧିକ ବିଳମ୍ବ ହେଉଛି, ଯାହାର ମୁଖ୍ୟ କାରଣ ହେଉଛି ରାସ୍ତାର ଖରାପ ଜ୍ୟାମିତିକ ଗଠନ ଏବଂ ସହରାଞ୍ଚଳରେ ଟ୍ରାଫିକ୍ ଜାମ୍। ଏହି ରାସ୍ତାଟି ଗୁଡେବେଲୁର, ମାଗନୁର, ମାକଥାଲ, ମାରିକାଲ, ଦେବରକାଦ୍ରା, ଜାକଲାଇର, ଏଲିଗାଣ୍ଡଲା ଏବଂ ବାନ୍ଦରପଲ୍ଲୀ ଭଳି ଅତ୍ୟଧିକ ସହରୀକରଣ ହୋଇଥିବା ସହର ଓ ଗ୍ରାମ ଦେଇ ଗତି କରୁଛି। ଏହି ସମସ୍ୟାର ସମାଧାନ ପାଇଁ ପ୍ରକଳ୍ପଟିକୁ ୪-ଲେନ୍ ବିଶିଷ୍ଟ କରିବାକୁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରକଳ୍ପ ଦ୍ୱାରା ତେଲେଙ୍ଗାନା ରାଜ୍ୟର ନାରାୟଣପେଟ ଏବଂ ମହବୁବନଗର ଜିଲ୍ଲା ବିଶେଷ ଭାବେ ଉପକୃତ ହେବେ। ଏହା ମାଲ୍ ପରିବହନର ଦକ୍ଷତା ବୃଦ୍ଧି କରିବା ସହ ମାଲ ପରିବହନ ଖର୍ଚ୍ଚ ହ୍ରାସ କରିବ। ଏହାସହ ସମ୍ପୃକ୍ତ ଅଞ୍ଚଳର ସାମାଜିକ-ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବ ବୋଲି ଆଶା କରାଯାଇଛି।
ଏହି ପ୍ରକଳ୍ପ ଦୁଇଟି ପ୍ରମୁଖ ଜାତୀୟ ରାଜପଥ ୧୫୦ ଏବଂ ଜାତୀୟ ରାଜପଥ ୧୬୭ ଏନ୍ ସହିତ ସଂଯୋଜିତ ହୋଇଛି, ଯାହା ତେଲେଙ୍ଗାନାର ପ୍ରମୁଖ ଅର୍ଥନୈତିକ, ସାମାଜିକ ଏବଂ ମାଲ ପରିବହନ କେନ୍ଦ୍ରଗୁଡ଼ିକୁ ନିରନ୍ତର ସଂଯୋଗ ପ୍ରଦାନ କରିବ। ଏହା ବ୍ୟତୀତ, ଏହି ଉନ୍ନତ କରିଡରଟି ତିନୋଟି ପିଏମ ଗତିଶକ୍ତି ଅର୍ଥନୈତିକ କେନ୍ଦ୍ର, ନଅଟି ସାମାଜିକ କେନ୍ଦ୍ର ଏବଂ ସାତଟି ମାଲ ପରିବହନ କେନ୍ଦ୍ରକୁ ସଂଯୋଗ କରି ମଲ୍ଟି-ମୋଡାଲ୍ ଏକୀକରଣ ଏବଂ ନିରନ୍ତର ସଂଯୋଗୀକରଣକୁ ବୃଦ୍ଧି କରିବ, ଯାହା ଫଳରେ ଏହି ଅଞ୍ଚଳରେ ପଣ୍ୟଦ୍ରବ୍ୟ ଏବଂ ଯାତ୍ରୀମାନଙ୍କର ଦ୍ରୁତ ଯାତାୟାତ ସମ୍ଭବ ହୋଇପାରିବ।
ପ୍ରସ୍ତାବିତ ସମ୍ପ୍ରସାରଣ କାର୍ଯ୍ୟ ସମାପ୍ତ ହେବା ପରେ, ୧୬୭ ନମ୍ବର ଜାତୀୟ ରାଜପଥ ଆଞ୍ଚଳିକ ଅର୍ଥନୈତିକ ଅଭିବୃଦ୍ଧିରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ। ପ୍ରମୁଖ ଧାର୍ମିକ ଓ ଅର୍ଥନୈତିକ କେନ୍ଦ୍ରଗୁଡିକ ମଧ୍ୟରେ ସଂଯୋଗକୁ ସୁଦୃଢ଼ କରିବ ଏବଂ ବାଣିଜ୍ୟ ତଥା ଶିଳ୍ପ ବିକାଶ ପାଇଁ ନୂତନ ପଥ ଉନ୍ମୁକ୍ତ କରିବ ବୋଲି ଆଶା କରାଯାଇଛି। ୮୦.୦୧ କିଲୋମିଟର ଦୈର୍ଘ୍ୟର ଏହି ପ୍ରସ୍ତାବିତ ଆକ୍ସେସ୍-କଣ୍ଟ୍ରୋଲ୍ ଚାରି ଥାକିଆ ରାସ୍ତା ପ୍ରକଳ୍ପ ଦ୍ୱାରା ପ୍ରାୟ ୧୪.୪ ଲକ୍ଷ ମାନବ ଦିବସର ପ୍ରତ୍ୟକ୍ଷ ନିଯୁକ୍ତି ଏବଂ ୧୭.୯ ଲକ୍ଷ ମାନବ ଦିବସର ପରୋକ୍ଷ ନିଯୁକ୍ତି ସୃଷ୍ଟି ହେବ। ଏହି କରିଡର ଚତୁଃପାର୍ଶ୍ୱରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇବା ଦ୍ୱାରା ଅତିରିକ୍ତ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି ହେବ ବୋଲି କୁହାଯାଇଛି।
ପରିଶିଷ୍ଟ - I: ପ୍ରକଳ୍ପ ବିବରଣୀ
|
ବୈଶିଷ୍ଟ୍ୟ
|
ବିବରଣୀ
|
|
ପ୍ରକଳ୍ପ ନାମ
|
ଏନ୍ଏଚ୍ (ଓ) ଯୋଜନା ଅଧୀନରେ ହାଇବ୍ରିଡ୍ ଆନୁଇଟି ମୋଡ୍ (HAM) ରେ ତେଲେଙ୍ଗାନା ରାଜ୍ୟରେ ହାଇଦ୍ରାବାଦ-ପଣାଜୀ ଅର୍ଥନୈତିକ କରିଡର ଅନ୍ତର୍ଗତ ଗୁଡେବେଲୁରରୁ ମହବୁବନଗର ପର୍ଯ୍ୟନ୍ତ ଜାତୀୟ ରାଜପଥ-୧୬୭ କୁ ୪-ଥାକିଆ ବିଶିଷ୍ଟ ପ୍ରଶସ୍ତିକରଣ; ଏହି ପ୍ରକଳ୍ପର ମୋଟ ଦୈର୍ଘ୍ୟ ୮୦.୦୧ କିଲୋମିଟର ଏବଂ ମୋଟ ପୁଞ୍ଜି ବ୍ୟୟ ୩୧୭୫.୦୮ କୋଟି ଟଙ୍କା
|
|
କରିଡର
|
ହାଇଦ୍ରାବାଦ-ପଣାଜୀ ଅର୍ଥନୈତିକ କରିଡରର ଗୁଡେବେଲୁର – ମହବୁବନଗର ଅଂଶ
|
|
ଦୈର୍ଘ୍ୟ (କିଲୋମିଟର)
|
୮୦.୦୧ (୩୬.୮ କିଲୋମିଟରର ବାଇପାସ୍ ଏବଂ ରି-ଆଲାଇନ୍ମେଣ୍ଟ ସମେତ)
|
|
ୟୁଟିଲିଟି ସିଫ୍ଟିଙ୍ଗ୍ ସମେତ ମୋଟ ନିର୍ମାଣ ଖର୍ଚ୍ଚ (କୋଟି ଟଙ୍କାରେ)
|
୧୮୬୮.୯୦
|
|
ପ୍ରାକ୍-ନିର୍ମାଣ କାର୍ଯ୍ୟ ଖର୍ଚ୍ଚ (ଜମି ଅଧିଗ୍ରହଣ + ଅନ୍ୟାନ୍ୟ ଖର୍ଚ୍ଚ)
|
୪୫୯.୧୧
|
|
ମୋଟ ପୁଞ୍ଜି ବ୍ୟୟ (କୋଟି ଟଙ୍କାରେ)
|
୩୧୭୫.୦୮
|
|
ମୋଡ୍ / ପଦ୍ଧତି
|
ହାଇବ୍ରିଡ୍ ଆନୁଇଟି ମୋଡ୍ (HAM)
|
|
ସଂଯୋଜିତ ପ୍ରମୁଖ ରାସ୍ତା
|
ଜାତୀୟ ରାଜପଥ – NH-150 ଏବଂ NH-167N
|
|
ସଂଯୋଜିତ ଅର୍ଥନୈତିକ / ସାମାଜିକ / ପରିବହନ କେନ୍ଦ୍ର
|
ଅର୍ଥନୈତିକ କେନ୍ଦ୍ର:
• ଏନ୍ଆଇସିଡିସି : ହାଇଦ୍ରାବାଦ – ବାଙ୍ଗାଲୋର ଏନ୍ଆଇସିଡିସି
• ଫାର୍ମା ଏବଂ ମେଡିକାଲ୍ କ୍ଲଷ୍ଟର - ହାଇଦ୍ରାବାଦ
• ହାଇଦ୍ରାବାଦରେ ଥିବା ଏସ୍ଇଜେଡ ସମୂହ
ସାମାଜିକ କେନ୍ଦ୍ର:
• ଆକାଂକ୍ଷୀ ଜିଲ୍ଲା – ରାୟଚୁର, ଅନେକ ପର୍ଯ୍ୟଟନ ଏବଂ ଧାର୍ମିକ ସ୍ଥଳୀ
ମାଲ ପରିବହନ କେନ୍ଦ୍ର:
• ବିମାନବନ୍ଦର - ୧ (ହାଇଦ୍ରାବାଦ)
• ରେଳ ଷ୍ଟେସନ - ୪
• MMLP (ମଲ୍ଟି ମୋଡାଲ୍ ଲଜିଷ୍ଟିକ୍ସ ପାର୍କ) - ୨
|
|
ସଂଯୋଜିତ ପ୍ରମୁଖ ସହର
|
ମହବୁବନଗର, ନାରାୟଣପେଟ, ରାୟଚୁର, ଦେବରକାଦ୍ରା, ମାକଥାଲ ଏବଂ ହାଇଦ୍ରାବାଦ ଇତ୍ୟାଦି
|
|
ନିଯୁକ୍ତି ସୁଯୋଗ ସୃଷ୍ଟି କ୍ଷମତା
|
୧୪.୪ ଲକ୍ଷ ପ୍ରତ୍ୟକ୍ଷ ମାନବ ଦିବସନିଯୁକ୍ତି ଏବଂ ୧୭.୯ ଲକ୍ଷ ପରୋକ୍ଷ ମାନବ ଦିବସ ନିଯୁକ୍ତି
|
|
ଆର୍ଥିକ ବର୍ଷ ୨୪-୨୫ ରେ ବାର୍ଷିକ ହାରାହାରି ଦୈନିକ ଟ୍ରାଫିକ୍ (AADT)
|
ଆନୁମାନିକ ୧୭,୯୯୧ ଯାତ୍ରୀବାହୀ କାର୍ ୟୁନିଟ୍ (PCU)
|
(ରିଲିଜ ଆଡି: 2228285)
ପରିଦର୍ଶକ କାଉଣ୍ଟର : 6