ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଯୁବକମାନଙ୍କ ଶକ୍ତି ଉପରେ ବିଶ୍ୱାସୀ ବିବେକାନନ୍ଦଙ୍କୁ ଗୁରୁତ୍ୱ ଦେଇ ସଂସ୍କୃତ ସୁଭାଷିତମ ସେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 12 JAN 2026 10:11AM by PIB Bhubaneshwar

ଯୁବକମାନଙ୍କ ଶକ୍ତି ଉପରେ ବିଶ୍ୱାସୀ ବିବେକାନନ୍ଦଙ୍କୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସଂସ୍କୃତ ସୁଭାଷିତମ ସେୟାର କରିଛନ୍ତି ଜାତି ଗଠନରେ ଯୁବଶକ୍ତି ଏକ ବଳିଷ୍ଠ ମାଧ୍ୟମ ଭାରତର ଯୁବଶକ୍ତି ନିଜର ପ୍ରତିଟି ଆକାଂକ୍ଷାକୁ ଉତ୍ସାହର ସହ ଅନୁଭବ କରିଛନ୍ତି

‘ଅଙ୍ଗଳବେଦି ବସୁଧା କୁଲ୍ୟା ଜଳଧିଃ ସ୍ଥଳୀ ପାତାଳମ

ବଲ୍ମୀକଶ୍ଚ ସୁମେରୁଃ କୃତପ୍ରତିଜ୍ଞସ୍ୟ ବୀରସ୍ୟ ।’

ଉକ୍ତ ସୁଭାଷିତମ କୁହେ ଯେ, ସାହାସୀ ଦୃଢ ଇଚ୍ଛାଶକ୍ତିସମ୍ପନ୍ନ ବ୍ୟକ୍ତି ପାଇଁ ସସାଗର ଧରା କେବଳ ମାତ୍ର ଏକ ଅଗଣା, ସମୁଦ୍ର ଏକ ପୁଷ୍କରିଣୀ, ଆକାଶ ସୁଉଚ୍ଚ ପର୍ବତ କେବଳ ଏକ କୁଦ ସଦୃଶ ଦୃଢଇଚ୍ଛାଶକ୍ତିସମ୍ପନ୍ନ ବ୍ୟକ୍ତି ପାଇଁ ସଂସାରରେ କିଛି ବି ଅସାଧ୍ୟ ନୁହେଁ

ଟ୍ୱିଟରରେ ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ,

‘ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତି ହିଁ ସବୁଠାରୁ ବଡ ଆଧାରଶିଳା ବୋଲି ସ୍ୱାମୀ ବିବେକାନନ୍ଦ ମାନୁଥିଲେ ନିଜ ଦୃଢ ଇଚ୍ଛାଶକ୍ତି ବଳରେ ଭାରତର ପ୍ରତିଟି ଯୁବକ ନିଜ ସ୍ୱପ୍ନକୁ ସାକାର କରିପାରିବେ

ଅଙ୍ଗଳବେଦି ବସୁଧା କୁଲ୍ୟା ଜଳଧିଃ ସ୍ଥଳୀ ପାତାଳମ

ବଲ୍ମୀକଶ୍ଚ ସୁମେରୁଃ କୃତପ୍ରତିଜ୍ଞସ୍ୟ ବୀରସ୍ୟ ।’

PBD


(ରିଲିଜ ଆଡି: 2223526) ପରିଦର୍ଶକ କାଉଣ୍ଟର : 11