ଅର୍ଥ ମନ୍ତ୍ରଣାଳୟ
ସ୍ଥିରତାରୁ ଶକ୍ତି ପର୍ଯ୍ୟନ୍ତ: ମୁଦ୍ରାସ୍ଫୀତିର ସ୍ୱଳ୍ପତା ସହିତ ଅଭିବୃଦ୍ଧି ହେଉଛି ପ୍ରଖରିତ
ପୋଷ୍ଟ କରାଯିବା ଦିନାଙ୍କ:
29 JAN 2026 2:16PM by PIB Bhubaneshwar
- ଭାରତର ମୁଖ୍ୟ ମୁଦ୍ରାସ୍ଫୀତି ଦ୍ରୁତ ହ୍ରାସ ରେକର୍ଡ ହାସଲ କରିଛି: ପ୍ରଥମ ତ୍ରୈମାସରେ (ଏପ୍ରିଲ ଠାରୁ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ) ଘରୋଇ ମୁଦ୍ରାସ୍ଫୀତି ହାରାହାରି ୧.୭ ପ୍ରତିଶତ ରହିଛି
- ୨୦୨୬-୨୭ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ଉତ୍ସାହଜନକ ହେବ ବୋଲି ଆକଳନ କରିଛି ଅର୍ଥନୈତିକ ସର୍ଭେ ୨୦୨୫-୨୬
କେନ୍ଦ୍ରୀୟ ଅର୍ଥ ଏବଂ କର୍ପୋରେଟ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ଭେ ୨୦୨୫-୨୬ ଉପସ୍ଥାପନ କରି କହିଛନ୍ତି । ସେ କହିଥିଲେ ଯେ, ଭାରତରେ ସି.ପି.ଆଇ. ସିରିଜ ଆରମ୍ଭ ହେବା ପରଠାରୁ ସର୍ବନିମ୍ନ ମୁଦ୍ରାସ୍ଫୀତି ଦର ରେକର୍ଡ କରାଯାଇଛି । ୨୦୨୫ ଆର୍ଥିକ ବର୍ଷର ଏପ୍ରିଲ – ଡିସେମ୍ବର ତ୍ରୈମାସରେ ମୁଖ୍ୟ ମୁଦ୍ରାସ୍ଫୀତି ହାର ୧.୭ ପ୍ରତିଶତ ରହିଛି । ଖୁଚୁରା ମୁଦ୍ରାସ୍ଫୀତିରେ ଘଟିଥିବା ହ୍ରାସ ମୁଖ୍ୟତଃ ଖାଦ୍ୟ ଏବଂ ଇନ୍ଧନ ମୂଲ୍ୟରେ ସାଧାରଣ ମୁଦ୍ରାସ୍ଫୀତିର ପ୍ରବୃତ୍ତିକୁ ଦାୟୀ କରାଯାଇଛି ଏବଂ ଏହା ମିଳିତ ଭାବରେ ଭାରତର ଉପଭୋକ୍ତା ମୂଲ୍ୟ ସୂଚକାଂକ (ସି.ପି.ଆଇ.) ବାସ୍କେଟର ୫୨.୭ ପ୍ରତିଶତ ବୋଲି ଆକଳନ କରାଯାଇଛି ।
ଏହି ସର୍ଭେ ରିପୋର୍ଟ ଦର୍ଶାଇଛି ଯେ, ପ୍ରମୁଖ ଉଦୀୟମାନ ବଜାର ଏବଂ ବିକାଶଶୀଳ ଅର୍ଥ ବ୍ୟବସ୍ଥା (ଇ.ଏମ.ଡି.ଇ.)ମାନଙ୍କ ମଧ୍ୟରେ ଭାରତ ୨୦୨୫ ବର୍ଷରେ ମୁଖ୍ୟ ମୁଦ୍ରାସ୍ଫୀତିରେ ସର୍ବାଧିକ ତୀବ୍ର ହ୍ରାସ ହାସଲ କରିପାରିଛି ଯାହାକି ପ୍ରାୟ ୧.୮ ପ୍ରତିଶତ ପଏଣ୍ଟ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଟି ହେଲା, ଏହି ମୁଦ୍ରାସ୍ଫୀତି ୨୦୨୬ ଆର୍ଥିକ ବର୍ଷର ପ୍ରଥମ ଭାଗରେ ୮ ପ୍ରତିଶତର ମଜଭୁତ ଅଭିବୃଦ୍ଧି ସହିତ ଘଟିପାରିଛି ଏବଂ ଏହା ଭାରତର ସୁଦୃଢ଼ ମାଇକ୍ରୋଇକୋନୋମିକ ମୌଳିକ ତତ୍ତ୍ୱ ଏବଂ ମୂଲ୍ୟ ଚାପକୁ ପ୍ରଭାବଶାଳୀ ଭାବରେ ପରିଚାଳନା କରିବାରେ ସକ୍ଷମ ହୋଇଛି । ଏଥି ସହିତ ଅନ୍ୟ ଅର୍ଥରେ କହିଲେ, ଅଧିକ ଉଷ୍ମ ନକରି ଏହି ଅଭିବୃଦ୍ଧି ଆଗକୁ ବଜାୟ ରହିବାର କ୍ଷମତା ଅର୍ଥନୀତି ବହନ କରେ ।
ଭାରତର ସାର୍ବଭୌମ ମୂଲ୍ୟାଙ୍କନକୁ ଉର୍ଦ୍ଧ୍ୱଗାମୀ କରିବା ସମୟରେ, ବିଶ୍ୱ ମୂଲ୍ୟାୟନ ଏଜେନ୍ସିମାନେ ମଧ୍ୟ ଭାରତର ମୁଦ୍ରାସ୍ଫୀତି ପରିଚାଳନାର ବିଶ୍ୱସନୀୟତା ଏବଂ ଏହାର ମଜଭୁତ ପ୍ରଭାବକୁ ସ୍ୱୀକାର କରିଛନ୍ତି । ଏସ ଏଣ୍ଡ ପି ଏଜେନ୍ସି ଦର୍ଶାଇଛି ଯେ ଭାରତ ଲକ୍ଷ୍ୟସ୍ଥଳକୁ ପରିବର୍ତ୍ତନ କରିବା ନିମନ୍ତେ ମୁଦ୍ରା ନୀତି ସଂସ୍କାର ଲାଭାଂଶ ହାସଲ କରିଛି ବୋଲି ମତ ଦେଇଛି । ମୁଦ୍ରାସ୍ଫୀତି ଦଶ ବର୍ଷର ପୂର୍ବାପେକ୍ଷା ଉତ୍ତମ ଭାବରେ ସ୍ଥିର ରହିଛି । ୨୦୦୮ ଏବଂ ୨୦୧୪ ମସିହା ମଧ୍ୟରେ ଭାରତର ମୁଦ୍ରାସ୍ଫୀତି ଏକାଧିକ ଥର ଦୁଇ ଅଙ୍କରେ ପହଁଚିଥିବ । ବିଗତ ତିନି ବର୍ଷ ଭିତରେ ବିଶ୍ୱ ଶକ୍ତି ମୂଲ୍ୟରେ ଦେଖା ଦେଇଥିବା ଅସ୍ଥିରତା ଏବଂ ଯୋଗାଣ ପାର୍ଶ୍ୱ ଆଘାତ ଜାରି ରହିବା ସତ୍ତ୍ୱେ, ସି.ପି.ଆଇ. ଅଭିବୃଦ୍ଧି ହାରାହାରି ୫.୫ ପ୍ରତିଶତ ରହିଆସିଥିଲା । ନିକଟ ଅତୀତର ମାସ ମାନଙ୍କରେ ଏହା ଭାରତୀୟ ରିଜର୍ଭ ବ୍ୟାଙ୍କର ୨-୬ ପ୍ରତିଶତ ଲକ୍ଷ୍ୟ ସୀମାରେ ନିମ୍ନ ସ୍ତରରେ ରହିଛି।
ବିଶ୍ୱ ମୁଦ୍ରାସ୍ଫୀତିର ପ୍ରଗତି
ଚଳିତ ବର୍ଷ ବିଶ୍ୱ ଉନ୍ନତ, ଉଦୀୟମାନ ଏବଂ ବିକାଶଶୀଳ ଅର୍ଥବ୍ୟବସ୍ଥାଗୁଡ଼ିକରେ ମୁଦ୍ରାସ୍ଫୀତିରେ ଏକ ବ୍ୟାପକତା ଆଧାରିତ ଏବଂ ନିରନ୍ତର ନିୟନ୍ତ୍ରଣ ଘଟିଥିବା ଲକ୍ଷ୍ୟ କରିଛି । ବିଶ୍ୱ ମୁଦ୍ରାସ୍ଫୀତି ହାର ୨୦୨୨ ମସିହାରେ ୮.୭ ପ୍ରତିଶତର ଶୀର୍ଷରୁ ୨୦୨୫ ମସିହାରେ ୪.୨ ପ୍ରତିଶତକୁ ହ୍ରାସ ପାଇଛି ଯାହାକି ଏକ ରେକର୍ଡ ।
ଯୁକ୍ତରାଷ୍ଟ୍ର ଏବଂ ୟୁରୋପ କ୍ଷେତ୍ର ଏହାର ମୁଖ୍ୟ ମୁଦ୍ରାସସ୍ଫୀତିରେ ସାମାନ୍ୟ ହ୍ରାସ ହାସଲ କରିଛନ୍ତି ଯାହା ମୁଖ୍ୟତଃ ମୂଳ ସେବା ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ କରିବା ସହିତ ପ୍ରମୁଖ ସାମଗ୍ରୀର ମୂଲ୍ୟରେ ନକରାତ୍ମକ ମୁଦ୍ରାସ୍ଫୀତି, ଶକ୍ତି ଏବଂ ଖାଦ୍ୟ ମୂଲ୍ୟକୁ ହ୍ରାସ କରିବା ଫଳରେ ପ୍ରଭାବିତ ହୋଇଛି ।
ପ୍ରମୁଖ ଇ.ଏମ.ଡି.ଇମାନଙ୍କ ମଧ୍ୟରେ ଭାରତ ମୁଖ୍ୟ ମୁଦ୍ରାସ୍ଫୀତିରେ ସର୍ବାଧିକ ହ୍ରାସ ରେକର୍ଡ କରିଛି ଏବଂ ଏହା ପ୍ରାୟ ୧.୮ ପ୍ରତିଶତ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥାଟି ହେଉଛି, ଏହି ମୁଦ୍ରାସ୍ଫୀତି ୨୦୨୫-୨୬ର ପ୍ରଥମାର୍ଦ୍ଧରେ ୮ ପ୍ରତିଶତର ମଜଭୁତ ଜି.ଡି.ପି ଅଭିବୃଦ୍ଧି ସହିତ ହାସଲ କରାଯାଇ ପାରିଛି । ଏହା ଭାରତର ଦୃଢ଼ ସାମଗ୍ରିକ ଅର୍ଥନୈତିକ ମୌଳିକ ତତ୍ତ୍ୱ ଏବଂ ମୂଲ୍ୟ ଚାପକୁ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କରିବା ସହିତ ଅଭିବୃଦ୍ଧିକୁ ବଜାୟ ରଖିବାର କ୍ଷମତାକୁ ସୁସ୍ପଷ୍ଟ କରେ ।
ଘରୋଇ ମୁଦ୍ରାସ୍ଫୀତି
ବିଗତ ଚାରି ବର୍ଷ ଭିତରେ, ସି.ପି.ଆଇ. ଦ୍ୱାରା ଆକଳନ କରାଯାଇଥିବା ହାରାହାରି ଖାଉଟି ମୁଦ୍ରାସ୍ଫୀତି ସ୍ପଷ୍ଟ ଭାବରେ ନିମ୍ନଗାମୀ ପଥ ଅନୁସରଣ କରିଆସିଛି ଯାହା ୨୦୨୨-୨୩ ବର୍ଷରେ ୬.୭ ପ୍ରତିଶତରୁ ଡିସେମ୍ବର ୨୦୨୫ ପର୍ଯ୍ୟନ୍ତ ୧.୭ ପ୍ରତିଶତକୁ ସ୍ଥିର ଭାବରେ ହ୍ରାସ ପାଇଛି ।
୨୦୨୫-୨୬ର ପ୍ରଥମାର୍ଦ୍ଧରେ ମୁଖ୍ୟ ମୁଦ୍ରାସ୍ଫୀତି ଏପ୍ରିଲ ୨୦୨୫ରେ ୩.୨ ପ୍ରତିଶତରୁ କ୍ଷିପ୍ର ବେଗରେ ହ୍ରାସ ପାଇ ସେପ୍ଟେମ୍ବର ୨୦୨୫ରେ ୧.୪ ପ୍ରତିଶତକୁ ଛୁଇଁଛି । ହାରାହାରି ମୂଳ ମୁଦ୍ରାସ୍ଫୀତିରେ ବୃଦ୍ଧି ମୁଖ୍ୟତଃ ସୁନା ଏବଂ ରୂପା ଭଳି ମୂଲ୍ୟବାନ ଧାତୁର ମୂଲ୍ୟ ତୀବ୍ର ବେଗରେ ବୃଦ୍ଧି ଦ୍ୱାରା ପରିଚାଳିତ ।
ଖାଦ୍ୟ ମୁଦ୍ରାସ୍ଫୀତିର ନିଷ୍କ୍ରିୟକରଣର ଚାଳକ
ବର୍ଷ ସାରା ଖାଦ୍ୟ ମୁଦ୍ରାସ୍ଫୀତିରେ ଏକ ସ୍ଥିର ହ୍ରାସ ଅନୁଭବ କରାଯାଇଛି । ଜୁନ ୨୦୨୫ଠାରୁ ମୁଦ୍ରାସ୍ଫୀତି କ୍ଷେତ୍ରରେ ଏହା ପ୍ରବେଶ କରିଛି । ଏଭଳି ତୀବ୍ର ହ୍ରାସ ମୁଖ୍ୟତଃ ପନିପରିବା ମୂଲ୍ୟରେ ଏକ ନିରନ୍ତର ଏବଂ ତୀବ୍ର ହ୍ରାସ ଦ୍ୱାରା ପରିଚାଳିତ ହୋଇଥିଲା ଏବଂ ତାହା ବର୍ଷର ଅଧିକାଂଶ ସମୟ ପାଇଁ ଗଭୀର ଭାବରେ ନକାରାତ୍ମକ ରହିଥିଲା । ଖାଦ୍ୟ ବାସ୍କେଟରେ ଅଣ୍ଡା, ମାଂସ ଏବଂ ମାଛ ଭଳି ପ୍ରୋଟିନଯୁକ୍ତ ଖାଦ୍ୟ ସାମଗ୍ରୀର ମୂଲ୍ୟ କିଛି ମାସ ପାଇଁ ହ୍ରାସ ପାଇଥିଲା, ତେବେ ପରବର୍ତ୍ତୀ ମାସ ମାନଙ୍କରେ ଏହା ତୁରନ୍ତ ପୁନଃ ଉର୍ଦ୍ଧ୍ୱଗାମୀ ହୋଇଥିଲା । ଦୁଗ୍ଧ ଉତ୍ପାଦର ମୂଲ୍ୟ ବୃଦ୍ଧି ପ୍ରାୟ ୨.୬ ପ୍ରତିଶତରେ ସ୍ଥିର ରହିଥିଲା ।
ମୌଳିକ ମୁଦ୍ରାସ୍ଫୀତିର ବାହକ
ବିଗତ ଦୁଇ ବର୍ଷ ମଧ୍ୟରେ ପରିବହନ ଏବଂ ଯୋଗାଯୋଗରେ ଅସ୍ଥିରତା ପରିଲକ୍ଷିତ ହବା ସହିତ ପୋଷାକ ଏବଂ ଜୋତା, ବାସଗୃହ, ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ ମୁଦ୍ରାସ୍ଫୀତି କ୍ରମେ ହ୍ରାସ ପାଇଛି । ଏହି ବିଚ୍ଛିନ୍ନତା ଇନପୁଟ ବ୍ୟୟକୁ ସହଜ କରିବା, ଯୋଗାଣ ପରିସ୍ଥିତିରେ ଉନ୍ନତି ଏବଂ ସାମଗ୍ରୀ ବଜାରରେ ପ୍ରତିଯୋଗିତାମୂଳକ ଚାପକୁ ପ୍ରତିଫଳିତ କରେ ।
ମୁଦ୍ରାସ୍ଫୀତି: କ୍ଷେତ୍ରୀୟ ଦୃଶ୍ୟପଟ୍ଟ
ଯେତେବେଳେ ରାଜ୍ୟସ୍ତରୀୟ ମୁଦ୍ରାସ୍ଫୀତି ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାସ୍ଫୀତି ସହନଶୀଳତା ବ୍ୟାଣ୍ଡ ମଧ୍ୟରେ ରହିଛି, ଆଞ୍ଚଳିକ ମୁଦ୍ରାସ୍ଫୀତିର ଢାଞ୍ଚା ଗ୍ରାମାଞ୍ଚଳରେ ଅଧିକ ଅସ୍ଥିରତା ପ୍ରକଟ କରେ । କାରଣ ଉପଭୁକ୍ତି ବାସ୍କେଟରେ ଅଧିକ ଖାଦ୍ୟ ଭାର ରହିଛି । ପୂର୍ବବର୍ଷ ପରିବର୍ତ୍ତେ, ଗ୍ରାମାଞ୍ଚଳରେ ମୁଦ୍ରାସ୍ଫୀତି ହ୍ରାସ ପାଇଛି ଏବଂ ସହରାଞ୍ଚଳ ମୁଦ୍ରାସ୍ଫୀତି ତୁଳନାରେ ଏହା କମ୍ ରହିଛି । ପରିଣାମ ସ୍ୱରୂପ, ଗ୍ରାମାଞ୍ଚଳ ଚାପ ଆହୁରି ହ୍ରାସ ପାଇଛି ।
ଦୃଷ୍ଟିଭଙ୍ଗୀ
୨୦୨୭ ଆର୍ଥିକ ବର୍ଷ ନିମନ୍ତେ ଭାରତୀୟ ରିଜର୍ଭ ବ୍ୟାଙ୍କ ଏବଂ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି ଉଭୟ ମୁଖ୍ୟ ମୁଦ୍ରାସ୍ଫୀତିରେ ଏକ ମଧ୍ୟମ ଧରଣର ଅଭିବୃଦ୍ଧି ଆକଳନ କରିଛନ୍ତି । ଯଦିବା ଏହା ଏମ.ପି.ସିର ୨-୬ ପ୍ରତିଶତ ଲକ୍ଷ୍ୟ ବ୍ୟାଣ୍ଡ ମଧ୍ୟରେ ରହିବ ବୋଲି ଆଶା କରାଯାଉଛି । ଆର୍ଥିକ ସର୍ଭେ ଆର୍ଥିକ ବର୍ଷ ୨୦୨୬ ତୁଳନାରେ କିଛି ଅଧିକ ମୁଖ୍ୟ ଏବଂ ମୂଳ ମୁଦ୍ରାସ୍ଫୀତି ଆଶା କରିଛି । ତେବେ ମୁଦ୍ରାସ୍ଫୀତି ଚାପ ସ୍ଥିର ରହିବାର ସମ୍ଭାବନା ରହିଛି ।
ମୋଟାମୋଟି ଭାବେ ସର୍ଭେର ଦୃଷ୍ଟିକୋଣ ଅନୁକୂଳ ଅଟେ ଏବଂ ମୁଦ୍ରାସ୍ଫୀତି ଲକ୍ଷ୍ୟ ସୀମା ମଧ୍ୟରେ ରହିବାର ଆକଳନ ସହିତ ଦୃଢ଼ କୃଷି ଉତ୍ପାଦନ, ବିଶ୍ୱ ସାମଗ୍ରୀ ମୂଲ୍ୟରେ ସ୍ଥିରତା ଏବଂ ନିରନ୍ତର ନୀତି ସତର୍କତା ଦ୍ୱାରା ସମର୍ଥିତ । ତେବେ ଏହା ମୁଦ୍ରାର ଉଠାପକା, ମୂଳଧାତୁ ମୂଲ୍ୟ ବୃଦ୍ଧି ଏବଂ ବୈଶ୍ୱିକ ଅନିଶ୍ଚିତତା ବିପଦ ପ୍ରତି ସତର୍କ କରାଏ ଏବଂ ଏହା ଉପରେ ନିରନ୍ତର ଦୃଷ୍ଟି ରଖିବାକୁ ସୂଚୀତ କରେ ।
*********
(ରିଲିଜ ଆଡି: 2221125)
ପରିଦର୍ଶକ କାଉଣ୍ଟର : 7