ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଶ୍ରୀ ଶିବରାଜ ପାଟିଲଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପୋଷ୍ଟ କରାଯିବା ଦିନାଙ୍କ: 12 DEC 2025 10:26AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶ୍ରୀ ଶିବରାଜ ପାଟିଲଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି, ତାଙ୍କୁ ଜନସାଧାରଙ୍କ ସେବାରେ ଜୀବନକୁ  ଉତ୍ସର୍ଗ କରିଥିବା ଜଣେ ଅଭିଜ୍ଞ ନେତା ଭାବରେ ବର୍ଣ୍ଣନା କରିଛନ୍ତିତାଙ୍କ ଦୀର୍ଘ ଏବଂ ଗୌରବମୟ ସାର୍ବଜନୀନ ଜୀବନକାଳରେ ସେ ବିଧାୟକ (MLA), ସାଂସଦ (MP), କେନ୍ଦ୍ର ମନ୍ତ୍ରୀ, ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଏବଂ ଲୋକସଭାର ବାଚସ୍ପତି  ଭାବେ ଦେଶକୁ ବିଭିନ୍ନ ଭୂମିକାରେ ସେବା ଦେଇଥିଲେଶ୍ରୀ ପାଟିଲ ସମାଜକଲ୍ୟାଣ ପ୍ରତି ତାଙ୍କର ପ୍ରତିବଦ୍ଧତା ଏବଂ ଲୋକତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ତାଙ୍କର ଅତୁଟ ନିଷ୍ଠା ପାଇଁ ପରିଚିତ ଥିଲେ

ପ୍ରଧାନମନ୍ତ୍ରୀ  ବର୍ଷ ବର୍ଷ ଧରି ଶ୍ରୀ ପାଟିଲଙ୍କ ସହ ହୋଇଥିବା ତାଙ୍କର ଅନେକ ସାକ୍ଷାତକାରକୁ ସ୍ମରଣ କରି କହିଛନ୍ତି ଯେ କିଛି ମାସ ପୂର୍ବେ ଶ୍ରୀ ପାଟିଲ ତାଙ୍କ ନିବାସକୁ ଆସିଥିବା ସମୟରେ ସେମାନଙ୍କର ଶେଷ ସାକ୍ଷାତ ହୋଇଥିଲା

X ରେ ପୃଥକ ପୋଷ୍ଟରେ ଶ୍ରୀ ମୋଦି ଲେଖିଛନ୍ତି:

ଶ୍ରୀ ଶିବରାଜ ପାଟିଲ ଜୀଙ୍କ ଦେହାନ୍ତରେ ମୁଁ ଦୁଃଖିତସେ ଜଣେ ଅଭିଜ୍ଞ ନେତା ଥିଲେ, ଦୀର୍ଘ ବର୍ଷ ଧରି ସାର୍ବଜନୀନ ଜୀବନରେ ବିଧାୟକ, ସାଂସଦ, କେନ୍ଦ୍ର ମନ୍ତ୍ରୀ, ମହାରାଷ୍ଟ୍ର ବିଧାନସଭା ଏବଂ ଲୋକସଭାର ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେସମାଜର କଲ୍ୟାଣରେ ତାଙ୍କର ଏକ ବିଶେଷ ଅବଦାନ ଥିଲାଗତ କିଛି ବର୍ଷ ମଧ୍ୟରେ ମୁଁ ତାଙ୍କ ସହିତ ଅନେକ ଥର କଥା ହୋଇଛିସେ ଶେଷ ଥର ପାଇଁ କିଛି ମାସ ପୂର୍ବରୁ ମୋ ବାସଭବନକୁ ଆସିଥିଲେଏହି ଦୁଃଖର ମୁହୂର୍ତ୍ତରେ ତାଙ୍କ ପରିବାର ପ୍ରତି ମୋର ସମବେଦନାଓମ୍ ଶାନ୍ତି।"

 

SWS

 


(ରିଲିଜ ଆଡି: 2216772) ପରିଦର୍ଶକ କାଉଣ୍ଟର : 25