ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ମେଘାଳୟର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 21 JAN 2026 9:21AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ଆଜି ମେଘାଳୟର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମେଘାଳୟର ଲୋକମାନେ ରାଷ୍ଟ୍ରର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି। ସେ ଉଲ୍ଲେଖ କରିଥିଲେ ଯେ, ରାଜ୍ୟର ସାଂସ୍କୃତିକ ଜୀବନ୍ତତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ସାରା ଦେଶରେ ବ୍ୟାପକ ପ୍ରଶଂସା କରାଯାଉଛି।

ଭବିଷ୍ୟତରେ ମେଘାଳୟ ବିକାଶର ନୂତନ ଶିଖରରେ ପହଞ୍ଚିବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଥିଲେ।

ପ୍ରଧାନମନ୍ତ୍ରୀ 'ଏକ୍ସ’ରେ ପୋଷ୍ଟ କରିଛନ୍ତି;

"ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ମୁଁ ମେଘାଳୟର ଜନସାଧାରଣଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି। ମେଘାଳୟର ଲୋକମାନେ ଆମ ଦେଶର ବିକାଶରେ ଦୃଢ଼ ଯୋଗଦାନ ଦେଇଛନ୍ତି। ରାଜ୍ୟର ସାଂସ୍କୃତିକ ଜୀବନ୍ତତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ବ୍ୟାପକ ଭାବେ ପ୍ରଶଂସା କରାଯାଉଛି। ଭବିଷ୍ୟତରେ ମେଘାଳୟ ବିକାଶର ନୂତନ ଶିଖରରେ ପହଞ୍ଚୁ "

HS


(रिलीज़ आईडी: 2216747) आगंतुक पटल : 5
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Bengali , Assamese , Punjabi , Gujarati , Tamil , Telugu , Kannada , Malayalam