ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ରାଷ୍ଟ୍ରର ସାମୂହିକ ଚେତନା ଜାଗ୍ରତ କରିବାରେ ସୋମନାଥ ଧାମର ଶାଶ୍ୱତ ଭୂମିକାକୁ ଏକ ଶୁଭାଷିତମ ମାଧ୍ୟମରେ ଆଲୋକପାତ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 JAN 2026 8:44AM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପବିତ୍ର ସୋମନାଥ ଧାମ ପ୍ରତି ​​ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ଏବଂ ଦେଶର ସାମୂହିକ ଚେତନା ଜାଗ୍ରତ କରିବାରେ ଏହାର ଶାଶ୍ୱତ ଭୂମିକା ଉପରେ ଆଲୋକପାତ କରିଛନ୍ତି।

ପ୍ରଧାନମନ୍ତ୍ରୀ କହିଛନ୍ତି, ପବିତ୍ର ସୋମନାଥ ଧାମ ଶହ ଶହ ବର୍ଷ ଧରି ଏହାର ଦିବ୍ୟ ଶକ୍ତି ମାଧ୍ୟମରେ ଅନେକ ପିଢ଼ିକୁ ପ୍ରେରଣା ଦେଇଆସିଛି। ଏହି ଶକ୍ତି ଆଜି ମଧ୍ୟ ଆସ୍ଥା, ସାହସ ଏବଂ ଆତ୍ମସମ୍ମାନର ମାର୍ଗକୁ ଆଲୋକିତ କରିବା ସହିତ ଯୁଗ ଯୁଗ ଧରି ସବୁ ଭାରତବାସୀଙ୍କ ପାଇଁ ଏକ ମାର୍ଗଦର୍ଶୀ ପ୍ରକାଶ ରୂପେ କାର୍ଯ୍ୟ କରି ଆସୁଛି ବୋଲି ସେ ଉଲ୍ଲେଖ କରିଛନ୍ତି ।

ଗୋଟିଏ ଏକ୍ସ ପୋଷ୍ଟରେ ଏକ ସଂସ୍କୃତ ଶ୍ଳୋକକୁ ଉଦ୍ଧୃତ କରି ଶ୍ରୀ ମୋଦୀ ଲେଖିଛନ୍ତି:

‘‘ପୁଣ୍ୟ ପବିତ୍ର ସୋମନାଥ ଧାମର ଭବ୍ୟ ଐତିହ୍ୟ ଶହ ଶହ ବର୍ଷ ଧରି ଜନ ସାଧାରଣଙ୍କ ଚେତନତା ଜାଗୃତ କରି ଆସୁଛି। ଏଥିରୁ ବାହାରୁଥିବା ଦିବ୍ୟ ଶକ୍ତି ଯୁଗ ଯୁଗାନ୍ତର ପର୍ଯ୍ୟନ୍ତ ଆସ୍ଥା, ସାହସ ଏବଂ ସ୍ୱାଭିମାନର ଦୀପ ପ୍ରଜ୍ଜ୍ୱଳିତ କରିଚାଲିବ।

 

आदिनाथेन शर्वेण सर्वप्राणिहिताय वै

आद्यतत्त्वान्यथानीयं क्षेत्रमेतन्महाप्रभम्

प्रभासितं महादेवि यत्र सिद्ध्यन्ति मानवाः॥’’

***

PS


(ରିଲିଜ ଆଡି: 2212798) ପରିଦର୍ଶକ କାଉଣ୍ଟର : 43