ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲିଦା ଜିଆଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ
प्रविष्टि तिथि:
30 DEC 2025 9:53AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବି. ଏନ୍. ପି. ଅଧ୍ୟକ୍ଷା ବେଗମ ଖାଲିଦା ଜିଆଙ୍କ ବିୟୋଗରେ ଶୋକ ବ୍ୟକ୍ତ କରିଛନ୍ତି।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:
"ଢାକାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବି. ଏନ୍. ପି. ଅଧ୍ୟକ୍ଷା ବେଗମ ଖାଲିଦା ଜିଆଙ୍କ ଦେହାନ୍ତ ବିଷୟରେ ଜାଣି ଗଭୀର ଦୁଃଖିତ।
ତାଙ୍କ ପରିବାର ଏବଂ ବାଂଲାଦେଶର ସମସ୍ତ ଲୋକଙ୍କୁ ଆମର ଆନ୍ତରିକ ସମବେଦନା। ଭଗବାନ ତାଙ୍କ ପରିବାରକୁ ଏହି ଦୁଃଖଦ କ୍ଷତି ସହିବାକୁ ଧୈର୍ଯ୍ୟ ପ୍ରଦାନ କରନ୍ତୁ।
ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ବାଂଲାଦେଶର ବିକାଶ ତଥା ଭାରତ-ବାଂଲାଦେଶ ସମ୍ପର୍କ ପ୍ରତି ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ।
ମୁଁ ୨୦୧୫ ମସିହାରେ ଢାକାରେ ତାଙ୍କ ସହିତ ମୋର ସାକ୍ଷାତକୁ ମନେ ପକାଉଛି। ଆମେ ଆଶା କରୁଛୁ ଯେ ତାଙ୍କର ଦୂରଦୃଷ୍ଟି ଏବଂ ପରମ୍ପରା ଆମର ଭାଗିଦାରୀକୁ ମାର୍ଗଦର୍ଶନ ଜାରି ରଖିବ।
ତାଙ୍କ ଆତ୍ମାକୁ ଶାନ୍ତି ମିଳୁ "
HS
(रिलीज़ आईडी: 2210713)
आगंतुक पटल : 36
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Bengali-TR
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam