ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
azadi ka amrit mahotsav

ସାନ୍ତାଳୀ ଭାଷାରେ ଭାରତୀୟ ସମ୍ବିଧାନ ପରି ଐତିହାସିକ ପଦକ୍ଷେପକୁ ଶ୍ରୀ ଅମିତ ଶାହଙ୍କ ପ୍ରଶଂସା

ପୋଷ୍ଟ କରାଯିବା ଦିନାଙ୍କ: 26 DEC 2025 4:40PM by PIB Bhubaneswar
  • ଭାରତୀୟ ଭାଷାଗୁଡ଼ିକୁ ସମ୍ମାନ ଦେବା ଦିଗରେ ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
  • ସାନ୍ତାଳୀ ଭାଷାରେ ଆମ ସମ୍ବିଧାନର ପ୍ରକାଶନ ସାନ୍ତାଳୀ ସମ୍ପ୍ରଦାୟ ଏବଂ ସମଗ୍ର ଦେଶ ପାଇଁ ଗର୍ବର ବିଷୟ
  • ଓଲ ଚିକୀ ଲିପିରେ ସମ୍ବିଧାନ ପ୍ରକାଶ ଆଦିବାସୀ ସମ୍ପ୍ରଦାୟ ପର୍ଯ୍ୟନ୍ତ ସମ୍ବିଧାନର ଆଦର୍ଶ ଓ ମୂଲ୍ୟବୋଧକୁ ପହଞ୍ଚାଇବାରେ ଏକ ମାଇଲଖୁଣ୍ଟ

କେନ୍ଦ୍ର ଗୃହ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ସାନ୍ତାଳୀ ଭାଷାରେ ଭାରତୀୟ ସମ୍ବିଧାନ ପ୍ରକାଶନର ଐତିହାସିକ କାର୍ଯ୍ୟ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ହୃଦୟରୁ କୃତଜ୍ଞତା ଜଣାଇଛନ୍ତି।

‘ଏକ୍ସ’ର ଏକ ପୋଷ୍ଟରେ କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ କହିଛନ୍ତି ଯେ, ଭାରତୀୟ ଭାଷାଗୁଡ଼ିକୁ ସମ୍ମାନ ଦେବା ଦିଗରେ ଏହା ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ସେ କହିଥିଲେ, ସାନ୍ତାଳୀ ଭାଷାରେ ଆମ ସମ୍ବିଧାନର ପ୍ରକାଶନ ସାନ୍ତାଳୀ ସମ୍ପ୍ରଦାୟ ଏବଂ ସମଗ୍ର ଦେଶ ପାଇଁ ଗର୍ବର ବିଷୟ। ଶ୍ରୀ ଶାହ କହିଥିଲେ ଯେ, ଓଲ ଚିକୀ ଲିପିରେ  ପ୍ରକାଶିତ ଏହି ସମ୍ବିଧାନ, ଆଦିବାସୀ ସମ୍ପ୍ରଦାୟକୁ ଆମ ସମ୍ବିଧାନର ଆଦର୍ଶ ଏବଂ ମୂଲ୍ୟବୋଧକୁ ଅଧିକ ସ୍ପଷ୍ଟ ଭାବରେ ଜଣାଇବ ଏବଂ ଆମ ସମ୍ବିଧାନ ନିର୍ମାତାଙ୍କ ସ୍ୱପ୍ନକୁ ପୂରଣ କରିବ।

HS


(ରିଲିଜ ଆଡି: 2209003) ପରିଦର୍ଶକ କାଉଣ୍ଟର : 50