ରାଷ୍ଟ୍ରପତିଙ୍କ ସଚିବାଳୟ
ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କଲେ ରାଷ୍ଟ୍ରପତି
ପୋଷ୍ଟ କରାଯିବା ଦିନାଙ୍କ:
25 DEC 2025 1:35PM by PIB Bhubaneshwar
ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସାନ୍ତାଳୀ ଭାଷାରେ ଭାରତର ସମ୍ବିଧାନକୁ ଉନ୍ମୋଚନ କରିଛନ୍ତି ।


ଏହି ଅବସରରେ ଉଦବୋଧନ ଦେଇ ରାଷ୍ଟ୍ରପତି କହିଛନ୍ତି ଯେ, ସମସ୍ତ ସାନ୍ତାଳୀ ଲୋକଙ୍କ ପାଇଁ ଏହା ଏକ ଗର୍ବ ଓ ଆନନ୍ଦର ବିଷୟ ଯେ ‘ଅଲ୍ ଚିକି’ ଲିପିରେ ଲିଖିତ ଭାରତର ସମ୍ବିଧାନ ଏବେ ସାନ୍ତାଳୀ ଭାଷାରେ ଉପଲବ୍ଧ ହୋଇଛି। ଏହା ସେମାନଙ୍କୁ ନିଜ ଭାଷାରେ ସମ୍ବିଧାନ ପଢ଼ିବା ଏବଂ ବୁଝିବା ପାଇଁ ସକ୍ଷମ କରିବ।
ରାଷ୍ଟ୍ରପତି କହିଛନ୍ତି ଯେ, ଚଳିତ ବର୍ଷ ଆମେ ‘ଅଲ୍ ଚିକି’ ଲିପିର ଶତବାର୍ଷିକୀ ପାଳନ କରୁଛୁ। ଏହି ଶତବାର୍ଷିକୀ ବର୍ଷରେ ଭାରତର ସମ୍ବିଧାନକୁ ଅଲ୍ ଚିକି ଲିପିରେ ପ୍ରକାଶ କରିଥିବାରୁ ସେ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରୀ ଏବଂ ତାଙ୍କ ଦଳକୁ ପ୍ରଶଂସା କରିଛନ୍ତି।
ଏହି ଅବସରରେ ଭାରତର ଉପରାଷ୍ଟ୍ରପତି ଶ୍ରୀ ସିପି ରାଧାକୃଷ୍ଣନ ଏବଂ କେନ୍ଦ୍ର ଆଇନ ଓ ନ୍ୟାୟ ରାଷ୍ଟ୍ର ମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘୱାଲ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ସାନ୍ତାଳୀ ଭାଷା, ଯାହା ୨୦୦୩ର ୯୨ତମ ସଂଶୋଧନ ଆଇନ ମାଧ୍ୟମରେ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ଅନ୍ତର୍ଭୁକ୍ତ କରାଯାଇଥିଲା, ତାହା ଭାରତର ଅନ୍ୟତମ ପ୍ରାଚୀନ ଜୀବନ୍ତ ଭାଷା। ଓଡ଼ିଶା, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ ଏବଂ ବିହାରର ବହୁ ସଂଖ୍ୟକ ଆଦିବାସୀ ଜନସଂଖ୍ୟା ଏହି ଭାଷାରେ କଥା ହୁଅନ୍ତି।
****
HP
(ରିଲିଜ ଆଡି: 2208577)
ପରିଦର୍ଶକ କାଉଣ୍ଟର : 54