ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ
azadi ka amrit mahotsav

ବିକଶିତ ଭାରତ - ରୋଜଗାର ଓ ଜୀବିକା ପାଇଁ ଗ୍ୟାରେଣ୍ଟି ମିଶନ (ଗ୍ରାମୀଣ) ଭିବି-ଜୀ ରାମ ଜୀ ବିଲ୍, 2025କୁ ରାଷ୍ଟ୍ରପତିଙ୍କ ମଞ୍ଜୁରି


ବୈଧାନିକ ନିଯୁକ୍ତି ଗ୍ୟାରେଣ୍ଟିକୁ 125 ଦିନକୁ ବୃଦ୍ଧି କଲା ଏହି ଆଇନ

ଭବିଷ୍ୟତର ନେତୃତ୍ୱ ନେବ ପଞ୍ଚାୟତ - ଗ୍ରାମସଭା ଏବଂ ପଞ୍ଚାୟତକୁ ମିଳିଲା ଯୋଜନା ପ୍ରସ୍ତୁତି କ୍ଷମତା

ବିକଶିତ ଭାରତ -ଜୀ ରାମ ଜୀ ବିଲ୍‌ ବିକଶିତ ଭାରତ 2047ର ଲକ୍ଷ୍ୟକୁ କରିବ ସାକାର

ପୋଷ୍ଟ କରାଯିବା ଦିନାଙ୍କ: 21 DEC 2025 4:30PM by PIB Bhubaneshwar

 

ବିକଶିତ ଭାରତ - ରୋଜଗାର ଏବଂ ଜୀବିକା ପାଇଁ ଗ୍ୟାରେଣ୍ଟି ମିଶନ (ଗ୍ରାମୀଣ) (ଭିବି- ଜୀ ରାମ ଜୀ) ବିଲ୍, 2025କୁ ରାଷ୍ଟ୍ରପତି ଅନୁମୋଦନ କରିଛନ୍ତି। ଏହା ଗ୍ରାମୀଣ ନିଯୁକ୍ତି ନୀତିର ପରିବର୍ତ୍ତନ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହି ବିଲ୍‌ ଆଇନରେ ପରିଣତ ହୋଇଛି ନୂଆ ଆଇନ ଗ୍ରାମୀଣ ପରିବାର ପାଇଁ ପ୍ରତି ଆର୍ଥିକ ବର୍ଷରେ ବୈଧାନିକ ମଜୁରି ଭିତ୍ତିକ ନିଯୁକ୍ତି ଗ୍ୟାରେଣ୍ଟିକୁ 125 ଦିନକୁ ବୃଦ୍ଧି କରିଛି । ଏହା ସଶକ୍ତିକରଣ ଓ ସମାବେଶୀ ଅଭିବୃଦ୍ଧି ସୁନିଶ୍ଚିତ କରିବା ସହ ଏକ ସମୃଦ୍ଧ, ସ୍ଥିର ଏବଂ ଆତ୍ମନିର୍ଭରଶୀଳ ଗ୍ରାମୀଣ ଭାରତ ପାଇଁ ମୂଳଦୁଆକୁ ମଜବୁତ କରିବ ।

ଏଥିପୂର୍ବରୁ, ବିକଶିତ ଭାରତ - ରୋଜଗାର ଏବଂ ଜୀବିକା ପାଇଁ ଗ୍ୟାରେଣ୍ଟି ମିଶନ (ଗ୍ରାମୀଣ)  ବିଲ୍, 2025 ସଂସଦରେ ଗୃହୀତ ହୋଇଥିଲା ଏହା ଭାରତର ଗ୍ରାମୀଣ ନିଯୁକ୍ତି ଏବଂ ବିକାଶ ଢାଞ୍ଚାରେ ଏକ ନିର୍ଣ୍ଣାୟକ ସଂସ୍କାର ଆଣିବା ଲାଗି ମାର୍ଗପ୍ରଶସ୍ତ କରିଛି ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ (ଏମଜିଏନଆରଇଜିଏ) 2005 ପରିବର୍ତ୍ତେ ଏହି ନୂଆ ଆଇନ କାର୍ଯ୍ୟକାରୀ ହେବ ଏହା ଏକ ଆଧୁନିକ ବୈଧାନିକ ଢାଞ୍ଚା ପ୍ରଦାନ କରିବ ଏବଂ ବିକଶିତ ଭାରତ 2047ର ଜାତୀୟ ଲକ୍ଷ୍ୟକୁ ସାକାର କରିବା ଲାଗି ଜୀବିକା ସୁରକ୍ଷାକୁ ବୃଦ୍ଧି କରିବ

ସଶକ୍ତିକରଣ, ବିକାଶ, ସମନ୍ୱୟ ଏବଂ ପରିପୂର୍ଣ୍ଣତା ବା ସାଚ୍ୟୁରେସନ ନୀତିକୁ ଆଧାର କରି ନୂଆ ଆଇନ ଗ୍ରାମୀଣ ନିଯୁକ୍ତିକୁ କେବଳ ଏକ କଲ୍ୟାଣକାରୀ ଯୋଜନାଠାରୁ ଆଗକୁ ବଢ଼ାଇ ବିକାଶର ଏକ ସମନ୍ୱିତ ଉପକରଣରେ ପରିଣତ କରିବ । ଏହା ଗ୍ରାମୀଣ ପରିବାର ପାଇଁ ଆୟ ସୁରକ୍ଷାକୁ ସୁଦୃଢ଼ କରିବା ସହିତ ଶାସନ ଓ ଉତ୍ତରଦାୟିତ୍ୱକୁ ଆଧୁନିକ କରିବ ଏଥିସହିତ ମଜୁରିଭିତ୍ତିକ ନିଯୁକ୍ତିକୁ ଦୀର୍ଘସ୍ଥାୟୀ ଏବଂ ଗ୍ରାମୀଣ ଭିତ୍ତିଭୂମି ସୃଷ୍ଟି ସହିତ ଯୋଡ଼ିବ। ଏହା ଦ୍ୱାରା ଏକ ସମୃଦ୍ଧ ତଥା ସଶକ୍ତ ଗ୍ରାମୀଣ ଭାରତ ପାଇଁ ମୂଳଦୁଆ ସ୍ଥାପନ ହୋଇପାରିବ

 

ଆଇନର ମୁଖ୍ୟ ବୈଶିଷ୍ଟ୍ୟଗୁଡ଼ିକ

ନିଯୁକ୍ତିର ବୈଧାନିକ ଗ୍ୟାରେଣ୍ଟି ବୃଦ୍ଧି

 

  • ଏହି ଆଇନ ପ୍ରତି ଆର୍ଥିକ ବର୍ଷରେ ପ୍ରତ୍ୟେକ ଗ୍ରାମୀଣ ପରିବାରକୁ ଅତି କମରେ 125 ଦିନର ମଜୁରି ଆଧାରିତ ରୋଜଗାରର ଏକ ବୈଧାନିକ ଗ୍ୟାରେଣ୍ଟି ପ୍ରଦାନ କରିଥାଏ ପରିବାରର ବୟସ୍କ ସଦସ୍ୟମାନେ ଅଣକୁଶଳୀ ଶାରୀରିକ କାମ କରିବାକୁ ଇଚ୍ଛୁକ ଥିଲେ ସେମାନଙ୍କୁ କାମ ମିଳିବ(ଧାରା 5(1))
  • ପୂର୍ବରୁ ମିଳୁଥିବା 100-ଦିନର ରୋଜଗାର ଅଧିକାର ତୁଳନାରେ ଏହି ବୃଦ୍ଧି ଗ୍ରାମୀଣ ପରିବାର ପାଇଁ ଜୀବିକା ସୁରକ୍ଷା ଯୋଗାଇ ଦେଇଥାଏ ଏହା ମଧ୍ୟ କାର୍ଯ୍ୟକୁ ପୂର୍ବାନୁମାନଯୋଗ୍ୟ କରିବା ସହିତ ରୋଜଗାର ସ୍ଥିରତାକୁ ଉଲ୍ଲେଖନୀୟ ଭାବରେ ସୁଦୃଢ଼ କରିଥାଏ ଏହା ଜାତୀୟ ବିକାଶରେ ଗ୍ରାମୀଣ ପରିବାରକୁ ଅଧିକ ପ୍ରଭାବଶାଳୀ ଏବଂ ଅର୍ଥପୂର୍ଣ୍ଣ ଭାବରେ ଯୋଗଦାନ ଦେବାକୁ ସକ୍ଷମ କରେ

 

କୃଷି ଏବଂ ଗ୍ରାମୀଣ ଶ୍ରମ ପାଇଁ ସନ୍ତୁଳିତ ବ୍ୟବସ୍ଥା

  • ଫସଲ ବୁଣା ଏବଂ ଅମଳ ଋତୁରେ ସର୍ବାଧିକ ଆବଶ୍ୟକତା ଥିବା ସମୟରେ କୃଷି ଶ୍ରମିକଙ୍କ ପର୍ଯ୍ୟାପ୍ତ ଉପଲବ୍ଧତାକୁ ସୁଗମ କରିବା ପାଇଁ ଏହି ଆଇନ ରାଜ୍ୟଗୁଡ଼ିକୁ ଏକ ବିଶେଷ କ୍ଷମତା ପ୍ରଦାନ କରାଯାଇଛି ରାଜ୍ୟମାନେ ଗୋଟିଏ ଆର୍ଥିକ ବର୍ଷରେ ସର୍ବମୋଟ୍‌ ଷାଠିଏ ଦିନର କାର୍ଯ୍ୟ ବନ୍ଦ ଅବଧି ପାଇଁ ସୂଚୀତ କରିପାରିବେ (ଧାରା 6)
  • ଅବଶିଷ୍ଟ ସମୟ ମଧ୍ୟରେ ସମ୍ପୂର୍ଣ୍ଣ 125-ଦିନର ନିଯୁକ୍ତି ଗ୍ୟାରେଣ୍ଟି ଅକ୍ଷୁର୍ଣ୍ଣ ରହିବ ଏହାଦ୍ୱାରା କୃଷି ଉତ୍ପାଦକତା ଏବଂ ଶ୍ରମିକଙ୍କ ସୁରକ୍ଷା ଉଭୟକୁ ସନ୍ତୁଳିତ ଭାବେ ସମର୍ଥନ ମିଳିପାରିବ

 

ଠିକ୍ସମୟରେ ମଜୁରି ପ୍ରଦାନ

  • ଏହି ଆଇନ ସାପ୍ତାହିକ ଭାବରେ କିମ୍ବା ଅନ୍ୟ କୌଣସି କ୍ଷେତ୍ରରେ, କାମ ସରିବାର ପନ୍ଦର ଦିନ ମଧ୍ୟରେ ମଜୁରି ପ୍ରଦାନ କରିବାକୁ ବାଧ୍ୟତାମୂଳକ କରିଛି (ଧାରା 5(3))ନିର୍ଦ୍ଧାରିତ ସମୟଠାରୁ ଅଧିକ ବିଳମ୍ବ ହେଲେ ଅନୁସୂଚୀ II ରେ ଉଲ୍ଲେଖିତ ବ୍ୟବସ୍ଥା ଅନୁଯାୟୀ ବିଳମ୍ବିତ କ୍ଷତିପୂରଣ ପ୍ରଦାନ କରାଯିବ ଏହା ମଜୁରି ସୁରକ୍ଷାକୁ ସୁଦୃଢ଼ କରିବ ଏବଂ ଶ୍ରମିକମାନଙ୍କୁ ବିଳମ୍ବରେ ପାଉଣା ପାଇବାରୁ ରକ୍ଷା କରିବ।

 

ଉପଯୋଗୀ ଗ୍ରାମୀଣ ଭିତ୍ତିଭୂମି ସହ ଜଡିତ ନିଯୁକ୍ତି

ଏହି ଆଇନ ଅଧୀନରେ ମଜୁରି ଆଧାରିତ ରୋଜଗାର ସ୍ପଷ୍ଟ ଭାବରେ ଚାରୋଟି ପ୍ରାଥମିକତା ବିଷୟବସ୍ତୁ କ୍ଷେତ୍ରରେ ଦୀର୍ଘସ୍ଥାୟୀ ସାର୍ବଜନୀନ ସମ୍ପତ୍ତି ସୃଷ୍ଟି ସହ ଜଡ଼ିତ (ଧାରା 4(2), ଅନୁସୂଚୀ I ସହ ପଠିତ):

  1. ଜଳ ସୁରକ୍ଷା ଏବଂ ଜଳ-ସମ୍ବନ୍ଧୀୟ କାର୍ଯ୍ୟ
  2. ମୌଳିକ ଗ୍ରାମୀଣ ଭିତ୍ତିଭୂମି
  3. ଜୀବିକା ସହ ଜଡ଼ିତ ଭିତ୍ତିଭୂମି
  4. ଅତି ଖରାପ ପାଣିପାଗ ମୁକାବିଲା ବା ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ସହ ଜଡ଼ିତ କାର୍ଯ୍ୟ

ସମସ୍ତ କାର୍ଯ୍ୟ ବଟମ୍-ଅପ୍ ପ୍ରକ୍ରିୟା ମାଧ୍ୟମରେ ଯୋଜନା କରାଯାଇଛି ଏବଂ ସୃଷ୍ଟି ହୋଇଥିବା ସମସ୍ତ ସମ୍ପତ୍ତିକୁ ବିକଶିତ ଭାରତ ଜାତୀୟ ଗ୍ରାମୀଣ ଭିତ୍ତିଭୂମି ଷ୍ଟାକରେ ଏକୀକୃତ କରାଯାଇଛି। ଏହା ବିଭିନ୍ନ ସ୍ଥାନୀୟ ଆବଶ୍ୟକତା ଉପରେ ଆଧାରିତ ସାଧାରଣ ନିବେଶର ସମନ୍ୱୟ, ବିଖଣ୍ଡନ ଏଡାଇବା ଏବଂ ଫଳାଫଳ-ଆଧାରିତ ଯୋଜନାକୁ ସୁନିଶ୍ଚିତ କରିଥାଏ।

 

ଜାତୀୟ ସଂଯୋଜନ ସହିତ ବିକେନ୍ଦ୍ରୀକୃତ ଯୋଜନା

  • ସମସ୍ତ କାର୍ଯ୍ୟ ବିକଶିତ ଗ୍ରାମ ପଞ୍ଚାୟତ ଯୋଜନା (ଭିଜିପିପି)ରୁ ଉତ୍ପନ୍ନ ହେବ ଏହା ଗ୍ରାମ ପଞ୍ଚାୟତ ସ୍ତରରେ ଅଂଶଗ୍ରହଣ ଆଧାରିତ ପ୍ରକ୍ରିୟା ମାଧ୍ୟମରେ ପ୍ରସ୍ତୁତ ହୋଇ ଗ୍ରାମ ସଭା ଦ୍ୱାରା ଅନୁମୋଦିତ ହେବ (ଅନୁଚ୍ଛେଦ 4(1)-4(3))
  • ଏହି ଯୋଜନାଗୁଡ଼ିକ ଡିଜିଟାଲ୍ ଏବଂ ଭୂ-ସ୍ଥାନିକ ଭାବରେ ପିଏମ୍ ଗତି ଶକ୍ତି ଭଳି ଜାତୀୟ ପ୍ଲାଟଫର୍ମଗୁଡ଼ିକ ସହିତ ସମନ୍ୱିତ ହେବସ୍ଥାନୀୟ ସ୍ତରରେ ବିକେନ୍ଦ୍ରୀକୃତ ନିଷ୍ପତ୍ତି ଗ୍ରହଣକୁ ବଜାୟ ରଖି ଏହା ସାମଗ୍ରିକ ଭାବେ ସରକାରୀ ପଦ୍ଧତିରେ ସଂଯୋଜିତ ହେବ
  • ଏହି ସମନ୍ୱିତ ଯୋଜନା ନିର୍ମାଣର ଢାଞ୍ଚା, ମନ୍ତ୍ରଣାଳୟ ଓ ବିଭାଗଗୁଡ଼ିକର କାର୍ଯ୍ୟକଳାପଗୁଡ଼ିକୁ ଅଧିକ ପ୍ରଭାବଶାଳୀ ଭାବରେ ଯୋଜନା ପ୍ରସ୍ତୁତି ଏବଂ କାର୍ଯ୍ୟକାରୀ କରିବା ଲାଗି ସକ୍ଷମ କରିବଏହା ସହିତ ସାଧାରଣ ସମ୍ବଳର ପୁନରାବୃତ୍ତି ଏବଂ ଅପଚୟକୁ ଏଡାଇବା ସହିତ ପରିପୂର୍ଣ୍ଣତା-ଆଧାରିତ ଫଳାଫଳ ମାଧ୍ୟମରେ ବିକାଶର ଗତିକୁ ତ୍ୱରାନ୍ୱିତ କରିବ।

 

ଉନ୍ନତ ଆର୍ଥିକ ଢାଞ୍ଚା

  • ଏହି ଆଇନକୁ ଏକ କେନ୍ଦ୍ରୀୟ ପ୍ରାୟୋଜିତ ଯୋଜନା ଭାବରେ କାର୍ଯ୍ୟକାରୀ କରାଯାଇଛି ଆଇନର ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାରମାନେ ଏହାକୁ ଅଧିସୂଚିତ ଏବଂ କାର୍ଯ୍ୟକାରୀ କରିବେ।
  • ଯୋଜନା ପାଇଁ ବ୍ୟୟ ଢାଞ୍ଚା ଅନୁପାତ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ 60:40 ରହିଥିବା ବେଳେ ଉତ୍ତର-ପୂର୍ବ ଏବଂ ହିମାଳୟ ରାଜ୍ୟ ପାଇଁ 90:10 ଏବଂ ବିଧାନସଭା ବିନା କେନ୍ଦ୍ରଶାସିତ ଅଞ୍ଚଳ ପାଇଁ 100 ପ୍ରତିଶତ କେନ୍ଦ୍ରୀୟ ପାଣ୍ଠି ସୁବିଧା କରାଯାଇଛି
  • ନିୟମରେ ଧାର୍ଯ୍ୟ (ଧାରା 4(5) ଏବଂ 22(4)) ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟମୂଳକ ମାନଦଣ୍ଡକୁ  ଆଧାର କରି ରାଜ୍ୟ-ୱାରୀ ପାଣ୍ଠି ଆବଣ୍ଟନ ମାଧ୍ୟମରେ ଅନୁଦାନ ଯୋଗାଇ ଦିଆଯିବ ଏହ ପୂର୍ବାନୁମାନଯୋଗ୍ୟତା, ଆର୍ଥିକ ଶୃଙ୍ଖଳା ଏବଂ ସୁଦୃଢ଼ ଯୋଜନା ପ୍ରସ୍ତୁତିକୁ ସୁନିଶ୍ଚିତ କରିବ ଏହା ରୋଜଗାର ତଥା ବେକାରୀ ଭତ୍ତା ପାଇଁ ବୈଧାନିକ ଅଧିକାରକୁ ସମ୍ପୂର୍ଣ୍ଣ ସଂରକ୍ଷିତ କରିବ

 

ପ୍ରଶାସନିକ କ୍ଷମତାକୁ ସୁଦୃଢ଼ିକରଣ

  • ପ୍ରଶାସନିକ ଖର୍ଚ୍ଚ ସୀମାକୁ 6 ପ୍ରତିଶତରୁ 9 ପ୍ରତିଶତକୁ ବୃଦ୍ଧି କରାଯାଇଛି ଏହା ଦ୍ଵାରା ଉନ୍ନତ ମାନବ ସମ୍ବଳ ଉପଲବ୍ଧତା, ପ୍ରଶିକ୍ଷଣ, ବୈଷୟିକ କ୍ଷମତା ଏବଂ କ୍ଷେତ୍ରସ୍ତରୀୟ ସହାୟତା ସୁଦୃଢ଼ ହେବ ପ୍ରଭାବୀ ଫଳାଫଳ ପ୍ରଦାନ କରିବା ପାଇଁ ଅନୁଷ୍ଠାନଗୁଡ଼ିକର କ୍ଷମତାକୁ ସୁଦୃଢ଼ କରାଯାଇଛି।

ବିକଶିତ ଭାରତ - ରୋଜଗାର ଏବଂ ଜୀବିକା ପାଇଁ ଗ୍ୟାରେଣ୍ଟି ମିଶନ (ଗ୍ରାମୀଣ) ଆଇନ, 2025 ବିକଶିତ ଭାରତ 2047ର ଦୃଷ୍ଟିକୋଣ ଅନୁରୂପ ଭାରତର ଗ୍ରାମୀଣ ରୋଜଗାର ବ୍ୟବସ୍ଥାକୁ ନୂଆ ଏବଂ ମଜବୁତ ସ୍ୱରୂପ ପ୍ରଦାନ କରିବା ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ ପ୍ରତୈକ ଆର୍ଥିକ ବର୍ଷରେ ବୈଧାନିକ ମଜୁରି ଆଧାରିତ ନିଯୁକ୍ତି ଗ୍ୟାରେଣ୍ଟିକୁ 125 ଦିନକୁ ବୃଦ୍ଧି କରି, ଏହି ଆଇନ ବିକେନ୍ଦ୍ରୀକୃତ, ସହଭାଗିତାପୂର୍ଣ୍ଣ ପ୍ରଶାସନକୁ ପ୍ରୋତ୍ସାହିତ କରିଥାଏ ଏଥିସହିତ ନିଯୁକ୍ତି ଦାବି କରିବାର ଅଧିକାରକୁ ମଜବୁତ କରେ। ଏହା ସ୍ୱଚ୍ଛ, ନିୟମ-ଆଧାରିତ ପାଣ୍ଠି, ଉତ୍ତରଦାୟିତ୍ୱ ବ୍ୟବସ୍ଥା, ପ୍ରଯୁକ୍ତିବିଦ୍ୟା ପରିଚାଳିତ ଅନ୍ତର୍ଭୁକ୍ତିକରଣ ଏବଂ ସମନ୍ୱୟ ଆଧାରିତ ବିକାଶକୁ ଏକୀକୃତ କରିଥାଏ ଏହାଦ୍ୱାରା ଗ୍ରାମୀଣ ନିଯୁକ୍ତି କେବଳ ଆୟ ସୁରକ୍ଷା ପ୍ରଦାନ କରେ ନାହିଁ ବରଂ ଦୀର୍ଘସ୍ଥାୟୀ ଜୀବିକା, ସ୍ଥିର ସମ୍ପତ୍ତି ଏବଂ ଦୀର୍ଘକାଳୀନ ଗ୍ରାମୀଣ ସମୃଦ୍ଧିରେ ମଧ୍ୟ ଯୋଗଦାନ କରେ।

 

ରୋଜଗାର ଗ୍ୟାରେଣ୍ଟି ଏବଂ  ରୋଜଗାର ଦାବି କରିବାର ଅଧିକାର

ଏହି ଆଇନ ରୋଜଗାର ଦାବି କରିବାର ଅଧିକାରକୁ ଦୁର୍ବଳ କରେ ନାହିଁ। ଏହା ପରିବର୍ତ୍ତେ, ଆଇନର ଧାରା 5(1) ଯୋଗ୍ୟ ଗ୍ରାମୀଣ ପରିବାରକୁ ଅତିକମରେ 125 ଦିନର ନିଶ୍ଚିତ ମଜୁରି ଆଧାରିତ ରୋଜଗାର ପ୍ରଦାନ କରିବା ପାଇଁ ସରକାରଙ୍କ ଉପରେ ଏକ ସ୍ପଷ୍ଟ ବୈଧାନିକ ଦାୟିତ୍ୱ ନିର୍ଦ୍ଧାରଣ କରିଥାଏ ସୁଦୃଢ଼ ଉତ୍ତରଦାୟିତ୍ୱ ଏବଂ ଅଭିଯୋଗ ସମାଧାନ ବ୍ୟବସ୍ଥା ସହିତ ଗ୍ୟାରେଣ୍ଟି ରୋଜଗାର ଦିବସ ସଂଖ୍ୟା ବୃଦ୍ଧି ଏହି ଅଧିକାରର କାର୍ଯ୍ୟକାରିତାକୁ ସୁଦୃଢ଼ କରିବ।

 

ମାନକ ଆଧାରିତ ଆର୍ଥିକ ସହାୟତା ଏବଂ ନିଯୁକ୍ତି ବ୍ୟବସ୍ଥା

ମାନକ ଆଧାରିତ (ନର୍ମାଟିଭ୍‌) ଆବଣ୍ଟନ ଦିଗରେ ହୋଇଥିବା ପରିବର୍ତ୍ତନ ବଜେଟ୍‌ ନିର୍ଦ୍ଧାରଣ ଏବଂ ପାଣ୍ଠି ଯୋଗାଣ ବ୍ୟବସ୍ଥା ସହ ଜଡ଼ିତ ଏହାଦ୍ୱାରା ରୋଜଗାରର ଆଇନଗତ ଅଧିକାର ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ ଧାରା 4(5) ଏବଂ 22(4) ନିୟମ-ଆଧାରିତ, ପୂର୍ବାନୁମାନଯୋଗ୍ୟ ଆବଣ୍ଟନକୁ ସୁନିଶ୍ଚିତ କରୁଥିବା ବେଳେ ରୋଜଗାର କିମ୍ବା ବେକାରି ଭତ୍ତା ପ୍ରଦାନ କରିବାର ବୈଧାନିକ ଦାୟିତ୍ୱ ବଜାୟ ରଖିଥାଏ

 

ବିକେନ୍ଦ୍ରୀକରଣ ଏବଂ ପଞ୍ଚାୟତର ଭୂମିକା

ଏହି ଆଇନ ଯୋଜନା କିମ୍ବା କାର୍ଯ୍ୟକାରିତାକୁ କେନ୍ଦ୍ରୀକୃତ କରେ ନାହିଁ। ଧାରା 16 ରୁ 19 ଉପଯୁକ୍ତ ସ୍ତରରେ ପଞ୍ଚାୟତ, କାର୍ଯ୍ୟକ୍ରମ ଅଧିକାରୀ ଏବଂ ଜିଲ୍ଲା କର୍ତ୍ତୃପକ୍ଷଙ୍କୁ ଯୋଜନା, କାର୍ଯ୍ୟକାରିତା ଏବଂ ତଦାରଖ କ୍ଷମତା ପ୍ରଦାନ କରିଥାଏ ଜାତୀୟ ସ୍ତରରେ କେବଳ ଦୃଶ୍ୟମାନତା, ସମନ୍ୱୟ ଏବଂ ସଂଯୋଜନ କରାଯିବ ଏବଂ ଏହା ସ୍ଥାନୀୟ ନିଷ୍ପତ୍ତି ଅଧିକାରକୁ ପ୍ରଭାବିତ କରିବ ନାହିଁ

 

ନିଯୁକ୍ତି ଏବଂ ସମ୍ପତ୍ତି ସୃଷ୍ଟି

ଆଇନ 125 ଦିନର ଏକ ବର୍ଦ୍ଧିତ ବୈଧାନିକ ଜୀବିକା ଗ୍ୟାରେଣ୍ଟି ପ୍ରଦାନ କରିଥାଏ ରୋଜଗାର ଯେପରି ଉତ୍ପାଦକ ହୋଇପାରିବ ଏବଂ ଦୀର୍ଘସ୍ଥାୟୀ ଏବଂ ଜଳବାୟୁ ଅନୁକୂଳ ସମ୍ପତ୍ତି ସୃଷ୍ଟିରେ ଯୋଗଦାନ ଦେବ ତାହା ସୁନିଶ୍ଚିତ କରିଥାଏ ନିଯୁକ୍ତି ସୃଷ୍ଟି ଏବଂ ସମ୍ପତ୍ତି ନିର୍ମାଣ ପରସ୍ପର ପାଇଁ ଯେପରି ଅନୁକୂଳ ହେବ ସେଥିପାଇଁ ଆଇନରେ ବ୍ୟବସ୍ଥାରେ କରାଯାଇଛି ଏହା ଦୀର୍ଘକାଳୀନ ଗ୍ରାମୀଣ ବିକାଶ ଏବଂ ସ୍ଥିରତାକୁ ସମର୍ଥନ କରେ (ଧାରା 4(2) ଏବଂ ଅନୁସୂଚୀ I)

 

ପ୍ରଯୁକ୍ତିବିଦ୍ୟା ଏବଂ ଅନ୍ତର୍ଭୁକ୍ତିକରଣ

ଆଇନ ଅଧୀନରେ ପ୍ରଯୁକ୍ତିବିଦ୍ୟାକୁ କୌଣସି ବାଧା ନୁହେଁ, ବରଂ ଏକ ସକ୍ଷମ ଉପକରଣ ଭାବରେ ଉପଯୋଗ କରାଯିବ ଧାରା 23 ଏବଂ 24 ବାୟୋମେଟ୍ରିକ୍ ପ୍ରମାଣୀକରଣ, ଜିଓ-ଟ୍ୟାଗିଂ ଏବଂ ରିଅଲ୍-ଟାଇମ୍ ଡ୍ୟାସବୋର୍ଡ ମାଧ୍ୟମରେ ପ୍ରଯୁକ୍ତିବିଦ୍ୟା-ସକ୍ଷମ ସ୍ୱଚ୍ଛତା ପ୍ରଦାନ କରାଯିବ  ଧାରା 20 ଗ୍ରାମ ସଭା ଦ୍ୱାରା ସାମାଜିକ ଅଡିଟକୁ ସୁଦୃଢ଼ କରିବ ଯାହା ଗୋଷ୍ଠୀ ତଦାରଖ, ସ୍ୱଚ୍ଛତା ଏବଂ ଅନ୍ତର୍ଭୁକ୍ତିକରଣକୁ ସୁନିଶ୍ଚିତ କରିବ

 

ବେକାରି ଭତ୍ତା

ଏହି ଆଇନ ପୂର୍ବର ଅଧିକାରହୀନ ବ୍ୟବସ୍ଥାଗୁଡ଼ିକୁ ହଟାଇ ଦେଇଛି ଏବଂ ବେକାରି ଭତ୍ତାକୁ ଏକ ଅର୍ଥପୂର୍ଣ୍ଣ ବୈଧାନିକ ସୁରକ୍ଷା ଭାବରେ ପୁନଃପ୍ରତିଷ୍ଠା କରିଛି ନିର୍ଦ୍ଧାରିତ ସମୟ ମଧ୍ୟରେ ନିଯୁକ୍ତି ପ୍ରଦାନ କରାନଗଲେ ପନ୍ଦର ଦିନ ପରେ ବେକାରି ଭତ୍ତା ପ୍ରଦାନ କରିବାର ବ୍ୟବସ୍ଥା ଏଥିରେ ରହିଛି

 

ନିଷ୍କର୍ଷ

ବିକଶିତ ଭାରତ - ରୋଜଗାର ଏବଂ ଜୀବିକା ପାଇଁ ଗ୍ୟାରେଣ୍ଟି ମିଶନ (ଗ୍ରାମୀଣ) ଆଇନ, 2025 ଅନୁମୋଦନ ଲାଭ କରିବା ପରେ ଭାରତର ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟିର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟ ଆରମ୍ଭ ହୋଇଛି ବୈଧାନିକ ରୋଜଗାରକୁ 125 ଦିନ ପର୍ଯ୍ୟନ୍ତ ବିସ୍ତାର କରାଯିବା ସହିତ ବିକେନ୍ଦ୍ରୀକୃତ ଏବଂ ସହଭାଗୀ ଯୋଜନାକୁ ସଂଯୋଜିତ କରି ଏଥିରେ ଉତ୍ତରଦାୟିତ୍ୱକୁ ସୁଦୃଢ଼ କରାଯାଇଛି ସଂଯୋଜନ ଏବଂ ପରିପୂର୍ଣ୍ଣତା ଆଧାରିତ ବିକାଶକୁ ଆନୁଷ୍ଠାନିକ ରୂପ ଦେଇ ଏହି ଆଇନ ଗ୍ରାମୀଣ ରୋଜଗାରକୁ ସଶକ୍ତିକରଣ ଏବଂ ସମାବେଶୀ ବିକାଶର ମାଧ୍ୟମ ରୂପେ ପ୍ରୋତ୍ସାହିତ କରିବ। ଏହା ଏକ ସମୃଦ୍ଧ ଏବଂ ସକ୍ଷମ ଗ୍ରାମୀଣ ଭାରତ ନିର୍ମାଣ ଲାଗି ଏକ ରଣନୀତିକ ସାଧନ ରୂପେ କାର୍ଯ୍ୟ କରିବ ଯାହାକି ବିକଶିତ ଭାରତ 2047 ସଂକଳ୍ପକୁ ସାକାର କରିବା ଲାଗି ମହତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ

 

*******


(ରିଲିଜ ଆଡି: 2207248) ପରିଦର୍ଶକ କାଉଣ୍ଟର : 140