ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆମେରିକାର ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ
प्रविष्टि तिथि:
11 DEC 2025 8:50PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆମେରିକାର ରାଷ୍ଟ୍ରପତି ମହାମହିମ ଶ୍ରୀ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିଛନ୍ତି। ଉଭୟ ନେତା ଭାରତ-ଆମେରିକା ଦ୍ୱିପାକ୍ଷିକ ସମ୍ପର୍କର ସ୍ଥିର ପ୍ରଗତି ବିଷୟରେ ସମୀକ୍ଷା କରିଛନ୍ତି ଏବଂ ପ୍ରମୁଖ ଆଞ୍ଚଳିକ ତଥା ବୈଶ୍ବିକ ଘଟଣାବଳୀ ଉପରେ ମତ ବିନିମୟ କରିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରାଷ୍ଟ୍ରପତି ଟ୍ରମ୍ପ ପୁନର୍ବାର କହିଛନ୍ତି ଯେ ଭାରତ ଏବଂ ଆମେରିକା ବିଶ୍ୱ ଶାନ୍ତି, ସ୍ଥିରତା ଓ ସମୃଦ୍ଧିକୁ ଆଗକୁ ନେବା ପାଇଁ ଏକାଠି କାମ କରିବା ଜାରି ରଖିବେ।
ଏକ୍ସ ରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି:
"ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ଏକ ଅତ୍ୟନ୍ତ ସକାରାତ୍ମକ ଆଲୋଚନା ହୋଇଛି। ଆମେ ଆମର ଦ୍ୱିପାକ୍ଷିକ ସମ୍ପର୍କର ପ୍ରଗତି ବିଷୟରେ ସମୀକ୍ଷା କରିଛୁ। ଏହା ସହିତ ବିଭିନ୍ନ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ଘଟଣାବଳୀ ବିଷୟରେ ଆଲୋଚନା କରିଛୁ। ଭାରତ ଏବଂ ଆମେରିକା ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ଏକାଠି କାମ କରିବା ଜାରି ରଖିବେ।
@realDonaldTrump
@POTUS"
BS
(रिलीज़ आईडी: 2202654)
आगंतुक पटल : 17
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Telugu
,
Kannada
,
Malayalam