ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀଙ୍କ ସହ ଟେଲିଫୋନରେ ଆଲୋଚନା କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

प्रविष्टि तिथि: 10 DEC 2025 7:59PM by PIB Bhubaneshwar
  • ଭାରତ-ଇସ୍ରାଏଲ ରଣନୀତିକ ସହଭାଗିତାକୁ ସୁଦୃଢ଼ କରିବାକୁ ଦୁଇ ନେତାଙ୍କ ଆଲୋଚନା
  • ଆତଙ୍କବାଦ ପ୍ରସଙ୍ଗରେ ଶୂନ୍ୟ ସହନଶୀଳତା ପାଇଁ ଉଭୟ ନେତା ସହମତ
  • ପଶ୍ଚିମ ଏସିଆ ଅଞ୍ଚଳରେ ନ୍ୟାୟପୂର୍ଣ୍ଣ ଓ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି

 

ଇସ୍ରାଏଲର ପ୍ରଧାନମନ୍ତ୍ରୀ ମହାମହିମ ବେଞ୍ଜାମିନ ନେତନ୍ୟାହୁଙ୍କ ଠାରୁ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଫୋନ୍ କଲ୍ ପାଇଥିଲେ ।
ଭାରତ-ଇସ୍ରାଏଲ ରଣନୀତିକ ସହଭାଗିତାରେ ହେଉଥିବା ଅଗ୍ରଗତିରେ ଉଭୟ ନେତା ସନ୍ତୋଷ ପ୍ରକାଶ କରିଥିଲେ ଏବଂ ପାରସ୍ପରିକ ଲାଭ ପାଇଁ ଏହି ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ସେମାନେ ପ୍ରତିବଦ୍ଧତା ଦୋହରାଇଥିଲେ ।
ଆତଙ୍କବାଦକୁ ଉଭୟ ନେତା କଠୋର ସମାଲୋଚନା କରିଥିଲେ ଏବଂ ଆତଙ୍କବାଦର ଯେକୌଣସି ସ୍ୱରୂପ ପ୍ରତି ଶୂନ୍ୟ ସହନଶୀଳତା ଆଭିମୁଖ୍ୟକୁ ଦୋହରାଇଥିଲେ ।
ପଶ୍ଚିମ ଏସିଆ ପ୍ରସଙ୍ଗରେ ମଧ୍ୟ ସେମାନେ ମତ ବିନିମୟ କରିଥିଲେ । ଏହି ଅଞ୍ଚଳରେ ନ୍ୟାୟପୂର୍ଣ୍ଣ ଓ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଚେଷ୍ଟାକୁ ଭାରତର ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ଗାଜା ଶାନ୍ତି ଚୁକ୍ତିକୁ ତୁରନ୍ତ ଲାଗୁ ପାଇଁ ମଧ୍ୟ ମତ ଦେଇଥିଲେ ।
ନିୟମିତ ସମ୍ପର୍କରେ ରହିବାକୁ ଦୁଇ ନେତା ସହମତ ହୋଇଥିଲେ ।
SR


(रिलीज़ आईडी: 2201932) आगंतुक पटल : 45
इस विज्ञप्ति को इन भाषाओं में पढ़ें: Malayalam , English , Urdu , हिन्दी , Marathi , Assamese , Bengali , Manipuri , Punjabi , Gujarati , Tamil , Telugu , Kannada