ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରଧାନମନ୍ତ୍ରୀ ଉଡୁପୀ, କର୍ଣ୍ଣାଟକ ଗସ୍ତର ଝଲକ ସେୟାର କଲେ

ପୋଷ୍ଟ କରାଯିବା ଦିନାଙ୍କ: 28 NOV 2025 10:01PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ଉଡୁପୀ, କର୍ଣ୍ଣାଟକ ଗସ୍ତର ଝଲକ ସେୟାର କରିଛନ୍ତି ସେ ଉଡୁପୀସ୍ଥିତ ଶ୍ରୀକୃଷ୍ଣ ମଠ ପରିଦର୍ଶନ କଲେ ଏବଂ ଲକ୍ଷ କଣ୍ଠ ଗୀତା ପାରାୟଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଏହା ଏକ ଭକ୍ତି ଆୟୋଜନ ଥିଲା, ଯେଉଁଥିରେ ୧,୦୦,୦୦୦ ଶ୍ରଦ୍ଧାଳୁ ଭାଗ ନେଇଥିଲେ ଏମାନଙ୍କ ମଧ୍ୟରେ ଛାତ୍ର, ସାଧୁ-ସନ୍ଥ, ବିଦ୍ୱାନ ଏବଂ ବିଭିନ୍ନ କ୍ଷେତ୍ରର ନାଗରିକ ସମ୍ମିଳିତ ହୋଇଥିଲେ, ଯେଉଁମାନେ କି ସାମୂହିକ ଭାବେ ଶ୍ରୀମଦ୍ଭାଗବତ ଗୀତା ପାଠ କରିଥିଲେ

ପ୍ରଧାନମନ୍ତ୍ରୀ କୃଷ୍ଣ ଗର୍ଭଗୃହ ସମ୍ମୁଖରେ ଥିବା ସୁବର୍ଣ୍ଣ ତୀର୍ଥ ମଣ୍ଡପର ଉଦଘାଟନ କରିଥିଲେ ସେ ପବିତ୍ର କନକନା କିନ୍ଦି ପାଇଁ କନକ କବଚ (ସ୍ୱର୍ଣ୍ଣ ଛାଉଣୀ) ଉତ୍ସର୍ଗ କରିଥିଲେ ଏହା ଏକ ପବିତ୍ର ଝରକା, ଯାହା ମାଧ୍ୟମରେ ସନ୍ଥ କନକଦାସ ଭଗବାନ କୃଷ୍ଣଙ୍କର ଦିବ୍ୟ ଦର୍ଶନ ପ୍ରାପ୍ତ ହୋଇଥିଲେ ବୋଲି ବିଶ୍ୱାସ କରାଯାଏ ଉଡୁପିର ଶ୍ରୀକୃଷ୍ଣ ମଠ ପ୍ରାୟ ୮୦୦ ବର୍ଷ ତଳେ ବେଦାନ୍ତର ଦ୍ୱୈତ ଦର୍ଶନର ପ୍ରବର୍ତ୍ତକ ଶ୍ରୀ ମାଧବାଚାର୍ଯ୍ୟଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା

ଏକ୍ସର ଏକାଧିକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ଉଡୁପିରେ ଥିବା ଆନନ୍ଦର ବିଷୟ ଏହା ଭକ୍ତି, ଜ୍ଞାନ ପରମ୍ପରା ସହ ଯୋଡ଼ି ହୋଇଥିବା ଭୂମି ଉଡୁମିରେ ମିଳିଥିବା ସ୍ୱାଗତ ସର୍ବଦା ମୋ ମନରେ ତାଜା ହୋଇ ରହିବ ଜନତାଙ୍କ ପ୍ରତି ମୁଁ ହୃଦୟରୁ କୃତଜ୍ଞ ।”

“ଉଡୁମି ଧର୍ମ, କରୁଣା ଏବଂ ସାମାଜିକ ଉତଥାନ ସହ ଗଭୀର ଭାବେ ଯୋଡ଼ି ହୋଇଥିବା ଭୂମି ।”

“ଭଗବାନ ଶ୍ରୀକୃଷ୍ଣ ଆମକୁ ଗରିବଙ୍କ ସହାୟତା କରିବାର ଶିକ୍ଷା ଦେଇଛନ୍ତି ଏହି ଭାବନାରେ ଆୟୁଷ୍ମାନ ଭାରତ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ଅନେକ ଅନ୍ୟ ଯୋଜନାକୁ ପ୍ରେରଣା ମିଳିଛି ।”

“ଗୀତାରୁ ପ୍ରେରଣା ପାଇ ମୁଁ ଆପଣ ସମସ୍ତଙ୍କୁ ଆହ୍ୱାନ କରୁଛି କି ଆପଣମାନେ ବର୍ତ୍ତମାନ ଏବଂ ଭବିଷ୍ୟତର କଲ୍ୟାଣ ପାଇଁ ଏହି ନଅଟି ସଂକଳ୍ପ ନିଅନ୍ତୁ....”

“ଲକ୍ଷ କଣ୍ଠ ଗୀତାର ଭବ୍ୟ ଏବଂ ଦିବ୍ୟ ପାଠ ସମସ୍ତଙ୍କ ମନରେ ଶକ୍ତି ଏବଂ ଗଭୀର ଭକ୍ତି ଭରି ଦେଇଛି ଏପରି ବିଶାଳ ସଭା ଦ୍ୱାରା ଏକ ସ୍ୱରରେ ଗୀତା ଗୀତା ପାଠ ଦେଖିବା ଏକ ଅବିସ୍ମରଣୀୟ କ୍ଷଣ ଥିଲା ।”

“ଆଜି ଉଡୁପି ସ୍ଥିତ ଶ୍ରୀକୃଷ୍ଣ ମଠ ପରିଦର୍ଶନ ବହୁତ ସ୍ୱତନ୍ତ୍ର ଥିଲା ଗୀତା ପାଠ ଏକ ଅବିସ୍ମରଣୀୟ ଅନୁଭବ ଥିଲା ସୁବର୍ଣ୍ଣ ତୀର୍ଥ ମଣ୍ଡପ ଉଦଘାଟନ କଲି ଏବଂ କନକନା କିନ୍ଦି ପାଇଁ ଏକ କନକ କବଚ ଉତ୍ସର୍ଗ କଲି କନକନା କିନ୍ଦିରେ ଭଗବାନ ଶ୍ରୀକୃଷ୍ଣଙ୍କ ଅର୍ଚ୍ଚନା କଲି ଶ୍ରୀ କନକଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ବି ମୋ ପାଇଁ ସମ୍ମାନର କଥା ଥିଲା ।”

SR

 


(ରିଲିଜ ଆଡି: 2196784) ପରିଦର୍ଶକ କାଉଣ୍ଟର : 50