ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ୱାର୍ଲ୍ଡ ବକ୍ସିଂ କପ ଫାଇନାଲ୍ସ ୨୦୨୫ରେ ଅସାଧାରଣ ଏବଂ ରେକର୍ଡ-ବ୍ରେକିଂ ପ୍ରଦର୍ଶନ ପାଇଁ ଭାରତୀୟ ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
24 NOV 2025 12:06PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୱାର୍ଲ୍ଡ ବକ୍ସିଂ କପ ଫାଇନାଲ୍ସ ୨୦୨୫ରେ ଅସାଧାରଣ ଏବଂ ରେକର୍ଡ-ବ୍ରେକିଂ ପ୍ରଦର୍ଶନ ପାଇଁ ଭାରତୀୟ ଖେଳାଳୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ, ଖେଳାଳୀମାନେ ୯ ସ୍ୱର୍ଣ୍ଣ ସମେତ ୨୦ ପଦକ ଜିତିଛନ୍ତି ଯାହା, ଭାରତୀୟ ବକ୍ସିଂ ଜଗତ ପାଇଁ ଏକ ଐତିହାସିକ ସଫଳତା । ସେ ଏହି ସଫଳତାର ଶ୍ରେୟ ଦେଶର ବକ୍ସରମାନଙ୍କ ସଂକଳ୍ପ, ଦୃଢ଼ ନିଷ୍ପତ୍ତି ଏବଂ ଅବିଶ୍ରାନ୍ତ ପରିଶ୍ରମ ଭାବନାକୁ ଦେଇଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ଆମର ଅସାଧାରଣ ଖେଳାଳୀମାନେ ୨୦୨୫ ୱାର୍ଲ୍ଡ ବକ୍ସିଂ କପ ଫାଇନାଲ୍ସ ୨୦୨୫ରେ ଏକ ଅସାଧାରଣ, ରେକର୍ଡ-ବ୍ରେକିଂ ପ୍ରଦର୍ଶନ କରିଛନ୍ତି! ସେମାନେ ୯ ସ୍ୱର୍ଣ୍ଣ ସମେତ ୨୦ ପଦକ ଜିତିଛନ୍ତି । ଏହା ଆମର ବକ୍ସରମାନଙ୍କ ସଂକଳ୍ପ ଏବଂ ଦୃଢ଼ ନିଷ୍ପତ୍ତି ଯୋଗୁଁ ସମ୍ଭବ ହୋଇପାରିଛି । ସେମାନଙ୍କୁ ଅଭିନନ୍ଦନ । ସେମାନଙ୍କର ଆଗାମୀ ପ୍ରୟାସ ପାଇଁ ଶୁଭକାମନା ।”
SR
(रिलीज़ आईडी: 2195155)
आगंतुक पटल : 15
इस विज्ञप्ति को इन भाषाओं में पढ़ें:
Malayalam
,
Assamese
,
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada