ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଭବିଷ୍ୟତ ପାଇଁ ପ୍ରସ୍ତୁତ ଅର୍ଥନୀତି ଗଢ଼ିବାକୁ ସରକାରଙ୍କ ପରିବର୍ତ୍ତନକାରୀ ଶ୍ରମ ସଂସ୍କାର ଉପରେ ଆଲୋକପାତ କରୁଥିବା ଏକ ପ୍ରବନ୍ଧ ସେୟାର କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
24 NOV 2025 2:33PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଲେଖା ଶେୟାର କରିଛନ୍ତି, ଯେଉଁଥିରେ ଭବିଷ୍ୟତ ପାଇଁ ପ୍ରସ୍ତୁତ ଅର୍ଥନୀତି ଗଠନ କରୁଥିବା ସରକାରଙ୍କ ପରିବର୍ତ୍ତନକାରୀ ଶ୍ରମ ସଂସ୍କାରକୁ ରେଖାଙ୍କିତ କରିବା ସହ ବିଶ୍ୱସ୍ତ ବିଶ୍ୱ ସହଯୋଗୀ ଭାବରେ ଭାରତର ଉଦୟକୁ ପୁନଃ ନିର୍ଦ୍ଦିଷ୍ଟ କରାଯାଇଛି ।
କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟ ନିକଟରେ ଲେଖିଥିବା ଏକ ଲେଖାରେ, ଏହି ସଂସ୍କାରଗୁଡିକର ସୁଦୂରପ୍ରସାରୀ ପ୍ରଭାବ ବିଷୟରେ ଉଲ୍ଲେଖ କରିଛନ୍ତି । ଯେଉଁଥିରେ ନିୟମର ଅନୁପାଳନକୁ ସରଳ କରାଯାଇଛି, ମହିଳା ଶ୍ରମିକମାନଙ୍କୁ ସଶକ୍ତ କରାଯାଇଛି ଏବଂ ବିଶ୍ୱସ୍ତରୀୟ ମୂଲ୍ୟ ଶୃଙ୍ଖଳାରେ ଭାରତର ସ୍ଥିତିକୁ ମଜବୁତ କରାଯିବା ବିଷୟରେ ବର୍ଣ୍ଣନା କରାଯାଇଛି ।
ପିଏମ୍ଓ ଇଣ୍ଡିଆ ହ୍ୟାଣ୍ଡେଲ ପକ୍ଷରୁ ଏକ୍ସରେ ପୋଷ୍ଟ କରାଯାଇଛି;
“ସମଗ୍ର ବିଶ୍ୱ ଏକ ବିଶ୍ୱସ୍ତ ବିଶ୍ୱ ସହଯୋଗୀ ଭାବରେ ଭାରତର ଉତ୍ଥାନକୁ ସ୍ୱୀକାର କରୁଛି । ସରକାରଙ୍କ ଦ୍ୱାରା ନୂତନ ଶ୍ରମ ସଂସ୍କାର ଭବିଷ୍ୟତ ପାଇଁ ପ୍ରସ୍ତୁତ ଅର୍ଥନୀତି, ନିୟମର ସରଳ ଅନୁପାଳନ, ମହିଳା ଶ୍ରମିକମାନଙ୍କୁ ସଶକ୍ତ କରିବା ଏବଂ ବିଶ୍ୱ ମୂଲ୍ୟ ଶୃଙ୍ଖଳାରେ ଭାରତର ସ୍ଥିତିକୁ ମଜବୁତ କରିବାର ପ୍ରତିବଦ୍ଧତାକୁ ଦର୍ଶାଇଥାଏ!
କେନ୍ଦ୍ରମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭିୟଙ୍କ ଅର୍ନ୍ତଦୃଷ୍ଟିପୂର୍ଣ୍ଣ ଲେଖା ମାଧ୍ୟମରେ ଏହାର ଚିନ୍ତନ କରନ୍ତୁ ।”
SR
(रिलीज़ आईडी: 2193959)
आगंतुक पटल : 24
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam