ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଦୃଷ୍ଟିହୀନ ମହିଳା ଟି-୨୦ ବିଶ୍ୱକପ୍ ବିଜେତା ଭାରତୀୟ କ୍ରିକେଟ ଟିମକୁ ପ୍ରଧାନମନ୍ତ୍ରୀଙ୍କ ଅଭିନନ୍ଦନ

प्रविष्टि तिथि: 24 NOV 2025 12:07PM by PIB Bhubaneshwar

ଉଦଘାଟନୀ ଦୃଷ୍ଟିହୀନ ମହିଳା ଟି-୨୦ ବିଶ୍ୱକପ ବିଜୟୀ ହୋଇ ଇତିହାସ ରଚିଥିବା ଭାରତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ ଟିମକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଅଭିନନ୍ଦନ ଜଣାଇଛନ୍ତି ।

ସିରିଜରେ ଅପରାଜିତ ରହିବାର ଉଲ୍ଲେଖନୀୟ ସଫଳତାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏହାକୁ ସେ କଠିନ ପରିଶ୍ରମ, ଦଳଗତ ପ୍ରଚେଷ୍ଟା ଏବଂ ଦୃଢ଼ତାର ଜ୍ୱଳନ୍ତ ଉଦାହରଣ ବୋଲି ବର୍ଣ୍ଣନା କରିଛନ୍ତି । ସେ ଉଲ୍ଲେଖ କରିଛନ୍ତି, ପ୍ରତ୍ୟେକ ଖେଳାଳି ଜଣେ ଜଣେ ଚାମ୍ପିଅନ ଯିଏ କି ଦେଶ ପାଇଁ ଗୌରବ ଆଣିପାରିଛନ୍ତି ।

ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି,

“ଉଦଘାଟନୀ ଦୃଷ୍ଟିହୀନ ମହିଳା ଟି-୨୦ ବିଶ୍ୱକପ ବିଜୟୀ ହୋଇ ଇତିହାସ ରଚିଥିବା ଭାରତୀୟ ଦୃଷ୍ଟିହୀନ ମହିଳା କ୍ରିକେଟ ଟିମକୁ ଅଭିନନ୍ଦନ! ଅଧିକ ପ୍ରଶଂସାଯୋଗ୍ୟ ବିଷୟ ଏହା ଯେ ଟିମ ସିରିଜରେ ଅପରାଜିତ ରହିଛି । ଏହା ବାସ୍ତବରେ କ୍ରୀଡ଼ାକ୍ଷେତ୍ରରେ ଐତିହାସିକ କୃତିତ୍ୱ,କଠିନ ପରିଶ୍ରମ, ଦଳଗତ ପ୍ରଚେଷ୍ଟା ଏବଂ ଦୃଢ଼ତାର ଜ୍ୱଳନ୍ତ ଉଦାହରଣ । ପ୍ରତ୍ୟେକ ଖେଳାଳି ଜଣେ ଜଣେ ଚାମ୍ପିଅନ! ଟିମକୁ ସେମାନଙ୍କର ଭବିଷ୍ୟତର ଉଦ୍ୟମ ପାଇଁ ଶୁଭେଚ୍ଛା ଜଣାଉଛି । ଏହି ସଫଳତା ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣାଦାୟକ ହୋଇ ରହିବ ।”

SR


(रिलीज़ आईडी: 2193795) आगंतुक पटल : 3
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Manipuri , Gujarati , Tamil , Kannada , Malayalam