ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିହାରର ନୂତନ ଶପଥ ନେଇଥିବା ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
20 NOV 2025 1:41PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବିହାରର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ନୀତିଶ କୁମାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ କହିଛନ୍ତି ଯେ, ଶ୍ରୀ ନୀତିଶ କୁମାର ଜଣେ ଅଭିଜ୍ଞ ପ୍ରଶାସକ ଯାହାଙ୍କର ବହୁ ବର୍ଷ ଧରି ସୁଶାସନର ପ୍ରମାଣିତ ରେକର୍ଡ ରହିଛି । ତାଙ୍କର ଆଗାମୀ କାର୍ଯ୍ୟକାଳ ପାଇଁ ତାଙ୍କୁ ଶୁଭକାମନା ।
ପ୍ରଧାନମନ୍ତ୍ରୀ ଶ୍ରୀ ସମ୍ରାଟ ଚୌଧୁରୀ ଏବଂ ଶ୍ରୀ ବିଜୟ ସିହ୍ନାଙ୍କୁ୍ ବିହାରର ଉପମୁଖ୍ୟମନ୍ତ୍ରୀ ହେବା ପାଇଁ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ଉଭୟ ନେତା ଲୋକଙ୍କ ସେବା କରିବା ପାଇଁ ତୃଣମୂଳ ସ୍ତରରେ ବ୍ୟାପାକ ଭାବରେ କାର୍ଯ୍ୟ କରିଛନ୍ତି ଏବଂ ସେମାନଙ୍କୁ ତାଙ୍କର ଶୁଭକାମନା ଜଣାଇଛନ୍ତି ।
ଶ୍ରୀ ନରେନ୍ଦ୍ର ମୋଦୀ ବିହାର ସରକାରରେ ମନ୍ତ୍ରୀ ଭାବରେ ଶପଥ ନେଇଥିବା ସମସ୍ତଙ୍କୁ ତାଙ୍କର ଶୁଭକାମନା ଜଣାଇଛନ୍ତି । ସେ କହିଛନ୍ତି ଯେ, ଏହା ଏକ ଉତ୍ସର୍ଗୀକୃତ ନେତାଙ୍କ ସହିତ ଏକ ଚମତ୍କାର ଦଳ ଯେଉଁମାନେ ବିହାରକୁ ସଫଳତାର ନୂତନ ଶିଖରରେ ପହଞ୍ଚାଇବେ ଏବଂ ସେମାନଙ୍କୁ ବହୁତ ଶୁଭକାମନା ଜଣାଇଛନ୍ତି ।
ଏକ୍ସରେ ପୃଥକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ବିହାରର ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ନୀତିଶ କୁମାର ଜୀଙ୍କୁ ଅଭିନନ୍ଦନ। ସେ ଜଣେ ଦକ୍ଷ ଏବଂ ଅଭିଜ୍ଞ ପ୍ରଶାସକ । ରାଜ୍ୟରେ ସୁଶାସନ ପ୍ରତିଷ୍ଠା କରିବାରେ ତାଙ୍କର ରେକର୍ଡ ରହିଛି । ତାଙ୍କର ନୂଆ କାର୍ଯ୍ୟକାଳ ପାଇଁ ତାଙ୍କୁ ହାର୍ଦ୍ଦିକ ଶୁଭକାମନା ।
@NitishKumar”
“ଶ୍ରୀ ସମ୍ରାଟ ଚୌଧୁରୀ ଏବଂ ଶ୍ରୀ ବିଜୟ ସିହ୍ନାଙ୍କୁ ମଧ୍ୟ ବିହାରର ଉପମୁଖ୍ୟମନ୍ତ୍ରୀ ହେବା ପାଇଁ ଅନେକ ଅଭିନନ୍ଦନ । ଦୁଇ ନେତାଙ୍କ ପାଖରେ ତୃଳମୂଳ ସ୍ତରରେ ଜନସେବାର ଦୀର୍ଘ ଅନୁଭବ ରହିଛି । ତାଙ୍କୁ ମଧ୍ୟ ଅନେକ ଶୁଭକାମନା !
@samrat4bjp
@VijayKrSinhaBih”
“ବିହାର ସରକାରରେ ମନ୍ତ୍ରୀ ଭାବରେ ଶପଥ ନେଇଥିବା ଅନ୍ୟ ସମସ୍ତ ସାଥୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ । ସମର୍ପିତ ନେତାମାନଙ୍କୁ ନେଇ ଏହା ଏକ ଚମତ୍କାର ଦଳ, ଯେଉଁମାନେ ବିହାରକୁ ସଫଳତାର ନୂଆ ଶୀର୍ଷରେ ପହଞ୍ଚାଇବେ । ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା।”
“ବିହାରର ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଥିବାରୁ ଶ୍ରୀ ନୀତିଶ କୁମାର ଜୀଙ୍କୁ ଅଭିନନ୍ଦନ। ସେ ଜଣେ ଦକ୍ଷ ଏବଂ ଅଭିଜ୍ଞ ପ୍ରଶାସକ । ରାଜ୍ୟରେ ସୁଶାସନ ପ୍ରତିଷ୍ଠା କରିବାରେ ତାଙ୍କର ରେକର୍ଡ ରହିଛି । ତାଙ୍କର ନୂଆ କାର୍ଯ୍ୟକାଳ ପାଇଁ ତାଙ୍କୁ ହାର୍ଦ୍ଦିକ ଶୁଭକାମନା ।
@NitishKumar”
ଶ୍ରୀ ସମ୍ରାଟ ଚୌଧୁରୀ ଏବଂ ଶ୍ରୀ ବିଜୟ ସିହ୍ନାଙ୍କୁ ମଧ୍ୟ ବିହାରର ଉପମୁଖ୍ୟମନ୍ତ୍ରୀ ହେବା ପାଇଁ ଅନେକ ଅଭିନନ୍ଦନ । ଦୁଇ ନେତାଙ୍କ ପାଖରେ ତୃଳମୂଳ ସ୍ତରରେ ଜନସେବାର ଦୀର୍ଘ ଅନୁଭବ ରହିଛି । ତାଙ୍କୁ ମଧ୍ୟ ଅନେକ ଶୁଭକାମନା!
@samrat4bjp
@VijayKrSinhaBih”
“ବିହାର ସରକାରରେ ମନ୍ତ୍ରୀ ଭାବରେ ଶପଥ ନେଇଥିବା ଅନ୍ୟ ସମସ୍ତ ସାଥୀମାନଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ । ସମର୍ପିତ ନେତାମାନଙ୍କୁ ନେଇ ଏହା ଏକ ଚମତ୍କାର ଦଳ, ଯେଉଁମାନେ ବିହାରକୁ ସଫଳତାର ନୂଆ ଶୀର୍ଷରେ ପହଞ୍ଚାଇବେ । ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା।”
SR
(रिलीज़ आईडी: 2192107)
आगंतुक पटल : 10
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Assamese
,
Manipuri
,
Bengali
,
Gujarati
,
Telugu
,
Kannada
,
Malayalam