ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବିଶ୍ୱସ୍ତରୀୟ ଜଳବାୟୁ ଆଧାରରେ ଅର୍ଥ ବ୍ୟବସ୍ଥାକୁ ପୁନଃଆକୃତି ଦେବା ପାଇଁ ଭାରତର ସୁଯୋଗ ଉପରେ ଆଲେଖ୍ୟ ଶେୟାର କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 18 NOV 2025 12:48PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଲିଖିତ ଏକ ଲେଖା ଶେୟାର କରିଛନ୍ତି । ଯେଉଁଥିରେ ଉଲ୍ଲେଖ କରାଯାଇଛି ଯେ, ଅଧିକ ସ୍ୱଚ୍ଛତା ଏବଂ ସାଧାରଣ ମାନଦଣ୍ଡ ସହିତ ବିଶ୍ୱସ୍ତରୀ ଜଳବାୟୁ ଅର୍ଥ ବ୍ୟବସ୍ଥାକୁ ପୁନଃଆକୃତି ଦେବାର ଏକ ମଜବୁତ ସୁଯୋଗ ରହିଛି ।

ଏହି ଲେଖାରେ ଭାରତର ଜଳବାୟୁ ଅର୍ଥ ବ୍ୟବସ୍ଥା ଏବଂ ବର୍ଦ୍ଧିତ ଘରୋଇ ସବୁଜ ଅର୍ଥ ବ୍ୟବସ୍ଥାକୁ ବାସ୍ତବବାଦୀ ନେତୃତ୍ୱର ଉଦାହରଣ ଭାବରେ ଇଙ୍ଗିତ କରାଯାଇଛି ଯାହା, ଭବିଷ୍ୟତ ପାଇଁ ଅଧିକ ପ୍ରଭାବଶାଳୀ ବିଶ୍ୱସ୍ତରୀୟ ସ୍ଥାପତ୍ୟର ମାର୍ଗଦର୍ଶନ କରିପାରିବ ।

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଲିଖିତ ଆଲେଖ୍ୟର ଉତ୍ତରରେ ଶ୍ରୀ ମୋଦୀ କହିଛନ୍ତି;

“କେନ୍ଦ୍ର ମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଯାଦବ ଏହି ବିଷୟ ଉପରେ ଆଲୋକପାତ କରିଛନ୍ତି ଯେ, ଅଧିକ ସ୍ୱଚ୍ଛତା ଏବଂ ସାଧାରଣ ମାନଦଣ୍ଡ ସହିତ ବିଶ୍ୱସ୍ତରୀୟ ଜଳବାୟୁ ଅର୍ଥ ବ୍ୟବସ୍ଥାକୁ ପୁନଃଆକୃତି ଦେବାର ଏକ ମଜବୁତ ସୁଯୋଗ ରହିଛି ।

ସେ ଭାରତର ଜଳବାୟୁ ଅର୍ଥ ବ୍ୟବସ୍ଥା ଏବଂ ବର୍ଦ୍ଧିତ ଘରୋଇ ସବୁଜ ଅର୍ଥ ବ୍ୟବସ୍ଥାକୁ ବାସ୍ତବବାଦୀ ନେତୃତ୍ୱର ଉଦାହରଣ ଭାବରେ ଇଙ୍ଗିତ କରିଛନ୍ତି, ଯାହା ଭବିଷ୍ୟତ ପାଇଁ ଏକ ଅଧିକ ପ୍ରଭାବଶାଳୀ ବିଶ୍ୱସ୍ତରୀୟ ସ୍ଥାପତ୍ୟର ମାର୍ଗଦର୍ଶନ କରିପାରିବ ।”

 

SR


(ରିଲିଜ ଆଡି: 2191984) ପରିଦର୍ଶକ କାଉଣ୍ଟର : 29