ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭୂଟାନ ରାଜାଙ୍କ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

प्रविष्टि तिथि: 11 NOV 2025 1:53PM by PIB Bhubaneswar

ମହାମହିମ ଭୂଟାନର ରାଜା

ମହାମହିମ ଚତୁର୍ଥ ରାଜା

ରାଜପରିବାରର ସମ୍ମାନିତ ସଦସ୍ୟମାନେ

ଭୂଟାନର ପ୍ରଧାନମନ୍ତ୍ରୀ

ଅନ୍ୟାନ୍ୟ ସମ୍ମାନିତ ଅତିଥିଗଣ,

ଏବଂ ମୋର ଭୂଟାନର ଭାଇ ଭଉଣୀମାନେ!

କୁଜୁଜାଙ୍ଗପୋ ଲା!

 

ଆଜିର ଦିନ ଭୂଟାନ ପାଇଁ, ଭୂଟାନର ରାଜପରିବାର ପାଇଁ ଏବଂ ବିଶ୍ୱଶାନ୍ତିରେ ବିଶ୍ୱାସ ରଖୁଥିବା ସମସ୍ତ ଲୋକଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ

ଶତାବ୍ଦୀ ଧରି ଭାରତ ଭୂଟାନ ମଧ୍ୟରେ ଗଭୀର ଆତ୍ମୀୟ ସାଂସ୍କୃତିକ ସମ୍ପର୍କ ରହିଛି ତେଣୁ ଏହି ମହତ୍ୱପୂର୍ଣ୍ଣ ଅବସରରେ ସାମିଲ ହେବା ଭାରତ ମୋ ପାଇଁ ପ୍ରତିବଦ୍ଧତା ଥିଲା

କିନ୍ତୁ ମୁଁ ଆଜି ଏଠାକୁ ବ୍ୟଥିତ ହୃଦୟରେ ଆସିଛି କାଲି ସନ୍ଧ୍ୟାରେ ଦିଲ୍ଲୀରେ ହୋଇଥିବା ଭୟାବହ ଘଟଣା ସମସ୍ତଙ୍କ ମନକୁ ବ୍ୟଥିତ କରିଦେଇଛି ମୁଁ ଅପୂରଣୀୟ କ୍ଷତିର ସମ୍ମୁଖୀନ ହୋଇଥିବା ପୀଡ଼ିତ ପରିବାରଙ୍କ ଦୁଃଖ ବୁଝିପାରୁଛି ଆଜି ସମଗ୍ର ଦେଶ ସେମାନଙ୍କ ସହ ସହାୟତା ପାଇଁ ଛିଡ଼ା ହୋଇଛି

ମୁଁ କାଲି ରାତି ଏହି ଘଟଣାର ତଦନ୍ତ କରୁଥିବା ସମସ୍ତ ଏଜେନ୍ସି ସହିତ, ସମସ୍ତ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ଯୋଗାଯୋଗରେ ଥିଲି ବିଚାର ବିମର୍ଶ ଚାଲିଥିଲା, ମିଳୁଥିବା ତଥ୍ୟକୁ ଯୋଡ଼ାଯାଉଥିଲା

ଆମ ଏଜେନ୍ସି ଗୁଡ଼ିକ ଷଡ଼ଯନ୍ତ୍ରର ମୂଳ ପର୍ଯ୍ୟନ୍ତ ଯିବେ ଏହା ପଛରେ ଥିବା ଷଡ଼ଯନ୍ତ୍ରକାରୀଙ୍କୁ କ୍ଷମା ମିଳିବ ନାହିଁ

ସମସ୍ତ ଦାୟୀ ବ୍ୟକ୍ତିଙ୍କୁ ଆଇନର ପରିସରକୁ ଅଣାଯିବ

ବନ୍ଧୁଗଣ,

ଆଜି ଏକ ପକ୍ଷରେ ଗୁରୁ ପଦ୍ମସମ୍ଭବଙ୍କ ଆଶୀର୍ବାଦରେ ଆମେ ଏଠାରେ ଗ୍ଲୋବାଲ ପିସ୍ ପେୟାର ଫେଷ୍ଟିଭାଲରେ ଏକାଠି ହୋଇଛନ୍ତି; ଅନ୍ୟପକ୍ଷରେ ଭଗବାନ ବୁଦ୍ଧଙ୍କ ପିପରହୱା ଅବଶେଷର ଦର୍ଶନ ହେଉଛି ଏହି ସମସ୍ତ ଅବସରରେ ଆମେ ଭୂଟାନର ଚତୁର୍ଥ ରାଜାଙ୍କ ୭୦ତମ ଜୟନ୍ତୀ ଉତ୍ସବର ସାକ୍ଷୀ ହେଉଛୁ

ଏହି ସମାରୋହ ଏବଂ ସମସ୍ତଙ୍କ ଗରିମାମୟ ଉପସ୍ଥିତି, ଭାରତ ଭୂଟାନ ମଧ୍ୟରେ ଥିବା ସମ୍ପର୍କର ଦୃଢ଼ତା ପରିଲକ୍ଷିତ ହେଉଛି

ବନ୍ଧୁଗଣ,

ଭାରତରେ ଆମ ପୂର୍ବପୁରୁଷଙ୍କ ପ୍ରେରଣାବସୁଧୈବ କୁଟୁମ୍ବକମ୍, ଅର୍ଥାତ ପୁରା ବିଶ୍ୱ ଏକ ପରିବାର

ଆମେ କହିଥାଉ - ସର୍ବେ ଭବନ୍ତୁ ସୁଖୀନଃ : ଏହି ପୃଥିବୀରେ ସମସ୍ତେ ସୁଖୀ ରୁହନ୍ତୁ...

ଆମେ କହିଥାଉ-

ଧୌ : ଶାନ୍ତି:

ଅନ୍ତରୀକ୍ଷମ ଶାନ୍ତି :

ପୃଥିବୀ ଶାନ୍ତି :

ଆପ୍ : ଶାନ୍ତି :

ଔଷଧ୍ୟ : ଶାନ୍ତି :

 

ଅର୍ଥାତ୍ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ, ଆକାଶ, ପୃଥ୍ୱୀ, ଜଳ, ଔଷଧିୟ, ବନସ୍ପତିୟ ଏବଂ ସମସ୍ତ ଜୀବିତ ପ୍ରାଣୀଙ୍କ ଠାରେ ଶାନ୍ତି ରହୁ ଏହି ଭାବନା ସହିତ ଭାରତ ଆଜି ଭୁଟାର ଏହି ଗ୍ଲୋବାଲ ପିସ୍ ପ୍ରେୟାର ଫେଷ୍ଟିଭାଲରେ ସାମିଲ ହୋଇଛି

ଆଜି ସମଗ୍ର ବିଶ୍ୱରୁ ଆସିଥିବା ସନ୍ଥମାନେ ଏକାଠି ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି ଏବଂ ଏହା ମଧ୍ୟରେ ୧୪୦ କୋଟି ଭାରତୀୟଙ୍କ ପ୍ରାର୍ଥନା ମଧ୍ୟ ସାମିଲ ରହିଛି

ଏଠାରେ ଅନେକ ଲୋକଙ୍କୁ ମାଲୁମ ନଥିବ, ବଡ଼ନଗର, ଯେଉଁଠି କି ମୋର ଜନ୍ମ ହୋଇଥିଲା ତାହା ବୌଦ୍ଧ ପରମ୍ପରା ସହ ଜଡ଼ିତ ଏକ ପୁଣ୍ୟଭୂମି ଏବଂ ବାରାଣସୀ, ଯାହା କି ମୋ କର୍ମସ୍ଥଳ, ବୌଦ୍ଧ ଶ୍ରଦ୍ଧାର ଶିଖରସ୍ଥଳ ଅଟେ ସେଥିପାଇଁ ଏହି ସମାରୋହକୁ ଆସିବା ମୋ ପାଇଁ ସ୍ୱତନ୍ତ୍ର ମୋର ଏହା ପ୍ରାର୍ଥନା, ଶାନ୍ତିର ଦୀପ ଭୂଟାନ ଏବଂ ବିଶ୍ୱର ପ୍ରତ୍ୟେକ ଘରକୁ ଆଲୋକିତ କରୁ

ବନ୍ଧୁଗଣ,

ଭୂଟାନର ମହାମହିମ ଚତୁର୍ଥ ରାଜାଙ୍କ ଜୀବନ ଜ୍ଞାନ, ସରଳତା, ସାହସ ଏବଂ ରାଷ୍ଟ୍ରପତି ନିଃସ୍ୱାର୍ଥପର ସେବାର ଏକ ସଙ୍ଗମ

ସେ ୧୬ ବର୍ଷ ବୟସର କମ୍ ଆୟୁରେ ବଡ଼ ଦାୟିତ୍ୱ ସମ୍ଭାଳିଛନ୍ତି ସେ ନିଜ ଦେଶକୁ ପିତା ଭଳି ସ୍ନେହ ଦେଇଛନ୍ତି ଏବଂ ନିଜ ଦେଶକୁ ଏକ ଦୃଷ୍ଟିକୋଣ ସହିତ ଆଗକୁ ବଢ଼ାଇଛନ୍ତି ୩୪ ବର୍ଷର ଶାସନ କାଳରେ ସେ ଭୂଟାନର ଐତିହ୍ୟ ବିକାଶକୁ ସାଥୀରେ ନେଇ ଚାଲିଛନ୍ତି

ଭୂଟାନରେ ଗଣତାନ୍ତ୍ରିକ ବ୍ୟବସ୍ଥାର ସ୍ଥାପନା ଠାରୁ ଆରମ୍ଭ କରି ସୀମା ଅଞ୍ଚଳରେ ଶାନ୍ତି ପ୍ରତିଷ୍ଠା ପର୍ଯ୍ୟନ୍ତ ମହାମହିମ ଏକ ନିର୍ଣ୍ଣାୟକ ଭୂମିକା ନିଭାଇଛନ୍ତି

ଆପଣ ଯେଉଁଗ୍ରସ ନ୍ୟାସନାଲ ହାପିନେସ ବିଚାର ଆରମ୍ଭ କରିଥିଲେ, ତାହା ଆଜି ସମଗ୍ର ବିଶ୍ୱରେ ବିକାଶକୁ ମାପିବାରେ ଏକ ନୂତନ ମାପଦଣ୍ଡ ହୋଇଛି ଆପଣ ଏହା ଦେଖାଇଛନ୍ତି କି ଦେଶ ଗଠନ କେବଳ ଜିଡିପିରେ ନୁହେଁ, ବରଂ ମାନବତାର ମଙ୍ଗଳରେ ହୋଇଥାଏ

ବନ୍ଧୁଗଣ,

ଭାରତ ଭୂଟାନର ବନ୍ଧୁତ୍ୱକୁ ସୁଦୃଢ଼ କରିବାରେ ତାଙ୍କର ବହୁତ ଯୋଗଦାନ ରହିଛି ଆପଣ ଏହାର ଯେଉଁ ମୂଳଦୁଆ ପକାଇଥିଲେ ଏହା ନିରନ୍ତର ଭାବେ ଆଗେଇ ଚାଲିଛି

ସମସ୍ତ ଭାରତୀୟଙ୍କ ପକ୍ଷରୁ ମୁଁ ମହାମହିମଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଉଛି ଏବଂ ତାଙ୍କର ଦୀର୍ଘାୟୁ ସୁ୍ସ୍ଥତା କାମନା କରୁଛି

ବନ୍ଧୁଗଣ,

ଭାରତ ଭୂଟାନ କେବଳ ସୀମାରେ ନୁହେଁ ବରଂ ସଂସ୍କୃତିରେ ମଧ୍ୟରେ ଯୋଡ଼ି ହୋଇଛନ୍ତି ଆମର ସମ୍ପର୍କ ନୈତିକତା, ଆବେଗ, ଶାନ୍ତି ବିକାଶର

୨୦୧୪ ମସିହାରେ ଯେତେବେଳେ ମୁଁ ପ୍ରଥମ ଥର ପ୍ରଧାନମନ୍ତ୍ରୀ ହେଲି, ମୋର ପ୍ରଥମ ବିଦେଶ ଗସ୍ତ ଥିଲା ଭୂଟାନକୁ ଆଜିବି ଏହାକୁ ମୁଁ ସ୍ମରଣ କରୁଛି

ଭାରତ ଭୂଟାନ ମଧ୍ୟରେ ସମ୍ପର୍କ ସଶକ୍ତ ସମୃଦ୍ଧ ଘଡ଼ିସନ୍ଧି ମୁହୂର୍ତ୍ତରେ ଆମେ ପରସ୍ପର ସହ ଛିଡ଼ା ହୋଇଥାଉ, ଆମେ ଏକାଠି ଆହ୍ୱାନର ସମ୍ମୁଖିନ ହୋଇଥାଉ ଏବଂ ଆଜି ଯେତେବେଳେ ଆମେ ବିକାଶ ସମୃଦ୍ଧି ଦିଗରେ ଅଗ୍ରସର ହେଉଛୁ , ଏହି ସମ୍ପର୍କ ଅଧିକ ସୁଦୃଢ଼ ହେଉଛି

ମହାମହିମ ରାଜା ଭୂଟାନକୁ ନୂତନ ଶୀର୍ଷତା ଆଡ଼କୁ ନେଇ ଯାଉଛନ୍ତି ଭାରତ ଭୂଟାନ ମଧ୍ୟରେ ବିଶ୍ୱାସ ବିକାଶର ଯେଉଁ ସହଭାଗିତା ରହିଛି, ଏହା ଏହି ସମ୍ପୂର୍ଣ୍ଣ ଅଞ୍ଚଳ ପାଇଁ ଏକ ବଡ଼ ମଡେଲ

ବନ୍ଧୁଗଣ,

ଆଜି ଆମେ ଉଭୟ ଦେଶ ଦ୍ରୁତ ଗତିରେ ଆଗକୁ ବଢ଼ୁଛୁ, ଏହି ଅଭିବୃଦ୍ଧିକୁ ଏନର୍ଜି ସହଭାଗିତା ଅଧିକ ଗତି ଦେଉଛି ଭାରତ-ଭୂଟାନ ଜଳବିଦ୍ୟୁଶକ୍ତି ସହଭାଗିତାର ମୂଳଦୁଆ ମଧ୍ୟ ମହାମହିମ ଚତୁର୍ଥ ରାଜାଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିଲା

ମହାମହିମ ଚତୁର୍ଥ ରାଜା ମହାମହିମ ପଞ୍ଚମ ରାଜା ଉଭୟ ଭୂଟାନରେ ନିରନ୍ତର ଅଭିବୃଦ୍ଧି ଏବଂ ପରିବେଶ ପ୍ରଥମ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇଛନ୍ତି ଆପଣଙ୍କ ଏହି ଦୃଷ୍ଟିକୋଣର ମୂଳଦୁଆରେ ଭୂଟାନ ଆଜି ବିଶ୍ୱର ପ୍ରଥମ କାର୍ବନ ନେଗେଟିଭ୍ ଦେଶରେ ପରିଣତ ହୋଇଛି ଏହା ଏକ ଅସାଧାରଣ ଉପଲବ୍ଧି ଆଜି ମୁଣ୍ଡପିଛା ନବୀକରଣ ଶକ୍ତି ସୃଷ୍ଟିରେ ମଧ୍ୟ ଭୂଟାନ ବିଶ୍ୱରେ ସର୍ବଶ୍ରେଷ୍ଠ ଦେଶ ମଧ୍ୟରୁ ଅନ୍ୟତମ

ବନ୍ଧୁଗଣ,

ଭୂଟାନ ଏବେ ନିଜର ଶତ ପ୍ରତିଶତ ବିଦ୍ୟୁଶକ୍ତି ନବୀକରଣ ଶକ୍ତିରୁ ସୃଷ୍ଟି କରୁଛି ଏହି ପଦକ୍ଷେପର ବିସ୍ତାର ସ୍ୱରୂପ ଆଜି ଏକ ନୂତନ ପଦକ୍ଷେପ ଆରମ୍ଭ କରାଯାଉଛି ଆଜି ଭୂଟାନରେ ହଜାର ମେଗାୱାଟରୁ ଅଧିକ କ୍ଷମତାର ଏକ ଜଳବିଦ୍ୟୁତ ପ୍ରକଳ୍ପର ଶୁଭାରମ୍ଭ ହେଉଛି ଏହାଦ୍ୱାରା ଭୂଟାନର ଜଳବିଦ୍ୟୁତ ଶକ୍ତି କ୍ଷମତାରେ ୪୦ ପ୍ରତିଶତ ବୃଦ୍ଧି ହେବ ଏଥିସହ ଦୀର୍ଘ ବର୍ଷ ଧରି ଅଟକି ରହିଥିବା ଏକ ଜଳବିଦୁ୍ୟତ ପ୍ରକଳ୍ପର କାମ ପୁଣି ଥରେ ଆରମ୍ଭ ହେଉଛି

ଏବଂ ଆମର ଏହି ସହଭାଗିତା କେବଳ ଜଳବିଦ୍ୟୁତ ପ୍ରକଳ୍ପରେ ସୀମିତ ନାହିଁ ଆମେ ଏବେ ସୌରଶକ୍ତି କ୍ଷେତ୍ରରେ ମଧ୍ୟ ବଡ଼ ପଦକ୍ଷେପ ନେଉଛୁ ଆଜି ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ହୋଇଛି

ବନ୍ଧୁଗଣ,

ଆଜି ଶକ୍ତି କ୍ଷେତ୍ରରେ ସହଯୋଗ ସହିତ ଭାରତ ଭୂଟାନ ମଧ୍ୟରେ ଯୋଗାଯୋଗ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ମଧ୍ୟ ଆମର ଫୋକସ ରହିଛି

ଆମେ ସମସ୍ତେ ଜାଣନ୍ତି

ଯୋଗାଯୋଗ ବ୍ୟବସ୍ଥା ଦ୍ୱାରା ସୁଯୋଗ ସୃଷ୍ଟି ହୋଇଥାଏ

ଏବଂ ସୁଯୋଗ ଦ୍ୱାରା ସମୃଦ୍ଧି ଆସିଥାଏ

ଏହି ଲକ୍ଷ୍ୟ ସହିତ ଆଗାମୀ ଦିନରେ ଭାରତ ସହ ଗେଲେଫୁ ସାମତସେକୁ ରେଳ ନେଟୱର୍କରେ ଯୋଡ଼ିବାକୁ ନିଷ୍ପତ୍ତି ହୋଇଛି ଏହି ପ୍ରକଳ୍ପ ଥରେ ଶେଷ ହୋଇଗଲେ ଭୂଟାନର ଉଦ୍ୟୋଗ ଏବଂ କୃଷକମାନଙ୍କ ପାଇଁ ଭାରତର ବୃହତ ବଜାରରେ ପହଞ୍ଚିବା ସୁବିଧା ହୋଇପାରିବ

ବନ୍ଧୁଗଣ,

ରେଳ ସଡ଼କରେ ଯୋଗାଯୋଗ ସହିତ ସୀମା ଭିତ୍ତିଭୂମିରେ ମଧ୍ୟ ଆମେ ଦ୍ରୁତଗତିରେ ଆଗକୁ ବଢ଼ୁଛୁ

ମହାମହିମ ଯେଉଁ ଗେଲେଫୁ ମାଇଣ୍ଡଫୁଲ ସିଟି ଦୃଷ୍ଟିକୋଣରେ କାମ ଆରମ୍ଭ କରିଛନ୍ତି, ଭାରତ ଏହାକୁ ଯଥାସମ୍ଭବ ସହଯୋଗ କରୁଛି ଆଜି ମୁଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରୁଛି ନିକଟ ଭବିଷ୍ୟତରେ ଭାରତ ଗେଲେଫୁ ନିକଟରେ ଏକ ଇମିଗ୍ରେସନ ଚେକ୍ ପଏଣ୍ଟ ସ୍ଥାପନ କରିବ, ଯଦ୍ୱାରା ଏଠାକୁ ଆସୁଥିବା ଭିଜିଟର୍ସ ନିବେଶକ ମାନଙ୍କୁ ଅଧିକ ସୁବିଧା ମିଳିପାରିବ

ବନ୍ଧୁଗଣ,

ଭାରତ ଭୂଟାନର ପ୍ରଗତି ଏବଂ ସମୃଦ୍ଧି ପରସ୍ପର ସହ ଯୋଡ଼ି ହୋଇଛି ଏହି ଭାବନାରେ ଭାରତ ସରକାର ଗତବର୍ଷ ଭୂଟାନର ପଞ୍ଚବାର୍ଷିକ ଯୋଜନା ପାଇଁ ଦଶ ହଜାର କୋଟି ଟଙ୍କାର ସହାୟତା ଘୋଷଣା କରିଥିଲେ ଏହି ପାଣ୍ଠି ସଡ଼କ ଠାରୁ କୃଷି, ଆର୍ଥିକ କ୍ଷେତ୍ର ଠାରୁ ସ୍ୱାସ୍ଥ୍ୟସେବାରେ ବିନିଯୋଗ ହୋଇଛି ଏବଂ ଭୂଟାନବାସୀଙ୍କ ଇଜ ଅଫ ଡୁଇଙ୍ଗରେ ବିକାଶ କରିବାରେ ସହାୟକ ହୋଇଛି

ଅତୀତରେ ଭାରତ ଏମିତି ଅନେକ ପଦକ୍ଷେପ ନେଇଛି, ଯାହାଦ୍ୱାରା ଭୂଟାନର ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀର ନିରନ୍ତର ଯୋଗାଣ ସମ୍ଭବ ହୋଇପାରିଛି

ଏବଂ ଏଠାରେ ଏବେ ୟୁପିଆଇ ପେମେଣ୍ଟର ସୁବିଧାର ବିସ୍ତାର ମଧ୍ୟ ହେଉଛି ଭୂଟାନର ନାଗରିକମାନେ ଭାରତ ଆସିଲେ ଯେପରି ୟୁପିଆଇ ସୁବିଧା ପାଇପାରିବେ, ସେ ଦିଗରେ ଆମେ କାମ କରୁଛୁ

ବନ୍ଧୁଗଣ,

ଭାରତ ଭୂଟାନ ମଧ୍ୟରେ ଥିବା ଦଅଢ଼ ସହଭାଗିତା ଦ୍ୱାରା ଆମ ଯୁବପିଢ଼ି ସବୁଠାରୁ ଅଧିକ ଫାଇଦାରେ ରହୁଛନ୍ତି ମହାମହିମ ଜାତୀୟ ସେବା, ସ୍ୱେଚ୍ଛାସେବୀ କାର୍ଯ୍ୟକ୍ରମ ଏବଂ ନବାଚାର ଦିଗରେ ଉତ୍ତମ କାର୍ଯ୍ୟ କରୁଛନ୍ତି ଯୁବପିଢ଼ିଙ୍କୁ ସଶକ୍ତ କରିବା ଦିଗରେ ମହାମହିମଙ୍କର ଯେଉଁ ଦୃଷ୍ଟିକୋଣ ରହିଛି, ସେମାନଙ୍କୁ ଟେକ୍ନୋଲୋଜି ସକ୍ଷମ କରିବାର ଯେିଁ ଚିନ୍ତାଧାରା ରହିଛି, ଏହାଦ୍ୱାରା ଭୂଟାନର ଯୁବପିଢ଼ି ଅତ୍ୟଧିକ ପ୍ରୋତ୍ସାହିତ ହେଉଛନ୍ତି

ଶିକ୍ଷା, ନବାଚାର, କୌଶଳ ବିକାଶ, କ୍ରୀଡ଼ା, ମହାକାଶ, ସଂସ୍କୃତି ଭଳି ଅନେକ କ୍ଷେତ୍ରରେ ଭାରତ ଭୁଟାନର ଯୁବପିଢ଼ିଙ୍କ ମଧ୍ୟରେ ସହଯୋଗ ବୃଦ୍ଧି ପାଉଛି ଆଜି ଆମର ଯୁବ ପିଢ଼ି ସାଥୀ ହୋଇ ଏକ ସାଟେଲାଇଟ ନିର୍ମାଣ କରୁଛନ୍ତି ଏହା ଭାରତ ଭୁଟାନ ଉଭୟଙ୍କ ପାଇଁ ଏକ ବଡ଼ କୃତିତ୍ୱ

ବନ୍ଧୁଗଣ,

ଭାରତ-ଭୂଟାନ ସମ୍ପର୍କର ଏକ ବଡ଼ ଶକ୍ତି ଆମ ଲୋକମାନଙ୍କ ମଧ୍ୟରେ ଆତ୍ମିକ ସମ୍ବନ୍ଧ ଦୁଇ ମାସ ପୂର୍ବେ ଭାରତ ରାଜଗିରରେ ରୟାଲ ଭୂଟାନିଜ ମନ୍ଦିରର ଉଦଘାଟନ ହୋଇଛି ଏବେ ଭାରତର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହି ପ୍ରୟାସର ବିସ୍ତାର କରାଯାଉଛି

ଭୂଟାନର ଜନସାଧାରଣଙ୍କର ଇଚ୍ଛା ଥିଲା କି ବାରାଣସୀରେ ଏକ ଅତିଥି ଭବନ ଭୂଟାନିଜ ମନ୍ଦିର ନିର୍ମାଣ ହେଉ ଏଥିପାଇଁ ଭାରତ ସରକାର ଆବଶ୍ୟକ ଜମି ଯୋଗାଇ ଦେଉଛନ୍ତି ଏହି ମନ୍ଦିର ଦ୍ୱାରା ଆମେ ଆମର ବହୁମୂଲ୍ୟ ଏବଂ ଐତିହାସିକ ସାଂସ୍କୃତିକ ସମ୍ବନ୍ଧକୁ ଆହୁରି ସୁଦୃଢ଼ କରିପାରିବୁ

ବନ୍ଧୁଗଣ,

ମୋର କାମନା, ଭାରତ ଏବଂ ଭୂଟାନ ଏହିପରି ଶାନ୍ତି, ସମୃଦ୍ଧି ବିକାଶର ଭାଗିଦାରିତା ରାସ୍ତାରେ ଆଗେଇଯାଆନ୍ତୁ ଭଗବାନ ବୁଦ୍ଧ ଏବଂ ଗୁରୁ ରିନପୋଚେଙ୍କ ଆଶୀର୍ବାଦ ସର୍ବଦା ଆମ ଦୁଇ ଦେଶକୁ ସୁରକ୍ଷିତ ରଖିବା ସହ ଆଲୋକ ଦେଖାଉଥାଉ

ଆପଣ ସମସ୍ତଙ୍କୁ ମୋ ହୃଦୟରୁ ବହୁତ ବହୁତ କୃତଜ୍ଞତା

ଧନ୍ୟବାଦ ! ! !

SR


(रिलीज़ आईडी: 2189932) आगंतुक पटल : 33
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Tamil , Telugu , Kannada , Malayalam