ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଗୁଜରାଟର କେବାଡ଼ିଆରେ ପ୍ରଧାନମନ୍ତ୍ରୀ ୧୬୦ କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
प्रविष्टि तिथि:
31 OCT 2023 7:14PM by PIB Bhubaneshwar
ଗୁଜରାଟ କେବାଡ଼ିଆରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ୧୬୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବା ସହିତ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ପ୍ରଧାନମନ୍ତ୍ରୀ ଯେଉଁ ସବୁ ପ୍ରକଳ୍ପର ଉଦଘାଟନ କରିଛନ୍ତି, ସେଗୁଡ଼ିକ ମଧ୍ୟରେ ରହିଛି ଏକତା ନଗରରୁ ଅହମଦାବାଦ ଯାଏ ଐତିହ୍ୟ ଟ୍ରେନର ଶୁଭାରମ୍ଭ, ନର୍ମଦା ଆରତୀର ଲାଇଫ୍ ପ୍ରକଳ୍ପ, କମଲମ ପାର୍କ, ଏକତାର ମୂର୍ତ୍ତିରେ ଏକ ଚଲାବାଟ, ୩୦ଟି ନୂଆ ଇ-ବସ୍, ୨୧୦ଟି ଇ-ବାଇସାଇକଲ, ୨୧୦ ଟି ଇ-ସାଇକଲ ଓ ଏକାଧିକ ଗଲ୍ଫ କାର୍ଟ, ଏକତା ନଗରରେ ସିଟି ଗ୍ୟାସ ବିତରଣ ନେଟଓ୍ୱର୍କ ଓ ଗୁଜରାଟ ରାଜ୍ୟ ସମବାୟ ବ୍ୟାଙ୍କର ‘ସହକାର ଭବନ’ । ଏହା ସହିତ ପ୍ରଧାନମନ୍ତ୍ରୀ ଏକ ଟ୍ରମା ସେଣ୍ଟର ସହିତ ଏକ ଉପଖଣ୍ଡସ୍ତରୀୟ ଡାକ୍ତରଖାନାର ଭିତ୍ତିପ୍ରସ୍ତର ଓ କେବାଡ଼ିଆରେ ଏକ ସୌରଶକ୍ତି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
(रिलीज़ आईडी: 2189203)
आगंतुक पटल : 26
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
हिन्दी
,
Bengali
,
Assamese
,
Manipuri
,
Punjabi
,
Gujarati
,
Odia
,
Tamil
,
Telugu
,
Kannada
,
Malayalam