ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ଗୁଜରାଟର କେଭାଡ଼ିଆରେ ୧୨୧୯ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ

प्रविष्टि तिथि: 30 OCT 2025 11:07PM by PIB Bhubaneshwar


ଦୀର୍ଘସ୍ଥାୟୀ ପରିବହନକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ବୈଦ୍ୟୁତିକ ବସଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ


ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସମ୍ମାନରେ ସ୍ମାରକୀ ମୁଦ୍ରା ଏବଂ ଡାକ ଟିକଟ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ


କେଭାଡ଼ିଆରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପରିବାର ସଦସ୍ୟଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ


ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୀବନ ଏବଂ ପରମ୍ପରାକୁ ପ୍ରଦର୍ଶିତ କରୁଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ କେଭାଡିଆଠାରେ ୧,୨୧୯ କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ଭଗବାନ ବିର୍ସା ମୁଣ୍ଡାଙ୍କୁ ସମର୍ପିତ ବିର୍ସା ମୁଣ୍ଡା ଭବନ, ଏକ ପ୍ରତିଷ୍ଠିତ କେନ୍ଦ୍ର-ଜି.ଏସ୍.ଇ.ସି. ଏବଂ ଏସ୍.ଏସ୍.ଏନ୍.ଏନ୍.ଏଲ୍. କର୍ମଚାରୀଙ୍କ ପାଇଁ ଏକ ଆବାସିକ କମ୍ପ୍ଲେକ୍ସ, ଆତିଥ୍ୟ ଜିଲ୍ଲାର ପ୍ରଥମ ପର୍ଯ୍ୟାୟ ଏବଂ ଏକ ବୋନସାଇ ଉଦ୍ୟାନ ।
ଶ୍ରୀ ମୋଦୀ କେଭାଡିଆରେ ବୈଦ୍ୟୁତିକ ବସଗୁଡ଼ିକର ଏକ ଦଳକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଏହି ପଦକ୍ଷେପ ଏହି ଅଞ୍ଚଳ ପରିଦର୍ଶନ କରୁଥିବା ଲୋକଙ୍କ ପାଇଁ ଆରାମଦାୟକ ଏବଂ ସ୍ଥାୟୀ ପରିବହନ ସୁବିଧା ସୁନିଶ୍ଚିତ କରିବ। 
ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଭାରତର ଲୌହ ପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଏକ ସ୍ୱତନ୍ତ୍ର ସ୍ମାରକୀ ମୁଦ୍ରା ଏବଂ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିଥିଲେ।
ତାଙ୍କ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ କେଭାଡ଼ିଆରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପରିବାରର ସଦସ୍ୟମାନଙ୍କୁ ମଧ୍ୟ ଭେଟିଥିଲେ। ସେ କହିଥିଲେ ଯେ ସେମାନଙ୍କ ସହ ଭାବ ବିନିମୟ କରିବା ଏବଂ ଦେଶ ପ୍ରତି ସର୍ଦ୍ଦାର ପଟେଲଙ୍କ ଅତୁଳନୀୟ ଅବଦାନକୁ ସ୍ମରଣ କରିବା ଅତ୍ୟନ୍ତ ଆନନ୍ଦଦାୟକ। 
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେଭାଡିଆଠାରେ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗ ଦେଇଥିଲେ, ଯେଉଁଥିରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପ୍ରେରଣାଦାୟୀ ଜୀବନ ଏବଂ ପରମ୍ପରାକୁ ପ୍ରଦର୍ଶିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭାରତର ସ୍ୱାଧୀନତା ସଂଗ୍ରାମରେ ସର୍ଦ୍ଦାର ପଟେଲଙ୍କ ସକ୍ରିୟ ଭୂମିକା, ରାଷ୍ଟ୍ରର ଏକୀକରଣରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ଏବଂ ସ୍ୱାଧୀନତା ପରବର୍ତ୍ତୀ ପ୍ରାରମ୍ଭିକ ବର୍ଷଗୁଡ଼ିକରେ ସମ୍ମୁଖୀନ ହେଉଥିବା ଆହ୍ୱାନର ମୁକାବିଲା କରିବାରେ ତାଙ୍କ ନେତୃତ୍ୱ ଉପରେ ଆଲୋକପାତ କରାଯାଇଥିଲା। 
ଏକ୍ସରେ ଏକ ପୃଥକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; 
"କେଭାଡ଼ିଆର ଭିତ୍ତିଭୂମିକୁ ପ୍ରୋତ୍ସାହନ! 
କୋଟି କୋଟି ଟଙ୍କା ମୂଲ୍ୟର ପ୍ରମୁଖ ବିକାଶମୂଳକ କାର୍ଯ୍ୟ। ଆଜି ସନ୍ଧ୍ୟାରେ ୧,୨୧୯ କୋଟି ଟଙ୍କାର ଏହି ଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରାଯାଇଥିଲା। 
ଉଦଘାଟିତ ହେଉଥିବା କାର୍ଯ୍ୟଗୁଡ଼ିକ ମଧ୍ୟରେ ରହିଛି : ଭଗବାନ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ଏକ ପ୍ରତିଷ୍ଠିତ କେନ୍ଦ୍ର, ବିର୍ସା ମୁଣ୍ଡା ଭବନ। 
ଜି.ଏସ୍ ଇ.ସି. ଏବଂ ଏସ୍.ଏସ୍.ଏନ୍.ଏନ୍.ଏଲ୍. କର୍ମଚାରୀଙ୍କ ପାଇଁ ଆବାସିକ କମ୍ପ୍ଲେକ୍ସ। 
ଆତିଥ୍ୟ ଜିଲ୍ଲାର ପ୍ରଥମ ପର୍ଯ୍ୟାୟ। 
ବୋନସାଇ ଉଦ୍ୟାନ " 
"ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀ ପୂର୍ବ ସନ୍ଧ୍ୟାରେ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ କେଭାଡିଆରେ ପହଞ୍ଚିଥିଲେ। ପ୍ରଥମ କାର୍ଯ୍ୟକ୍ରମ ଥିଲା ବୈଦ୍ୟୁତିକ ବସଗୁଡ଼ିକୁ ପତାକା ଦେଖାଇ ଶୁଭାରମ୍ଭ କରିବା, ଯାହା କେଭାଡିଆ ପରିଦର୍ଶନ କରୁଥିବା ଲୋକଙ୍କ ପାଇଁ ଆରାମଦାୟକ ଏବଂ ସ୍ଥାୟୀ ପରିବହନ ସୁନିଶ୍ଚିତ କରିବ 
ସର୍ଦ୍ଦାର ପଟେଲଙ୍କ ୧୫୦ତମ ଜୟନ୍ତୀ ଅବସରରେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ସ୍ୱରୂପ ଏକ ସ୍ୱତନ୍ତ୍ର ମୁଦ୍ରା ଏବଂ ଡାକ ଟିକଟ ଉନ୍ମୋଚନ କରାଯାଇଥିଲା 
"କେଭାଡ଼ିଆରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ପରିବାରକୁ ଭେଟିଥିଲେ। ସେମାନଙ୍କ ସହ ଭାବ ବିନିମୟ କରିବା ଏବଂ ଆମ ଦେଶ ପ୍ରତି ସର୍ଦ୍ଦାର ପଟେଲଙ୍କ ଅତୁଳନୀୟ ଅବଦାନକୁ ସ୍ମରଣ କରିବା ଅତ୍ୟନ୍ତ ଆନନ୍ଦଦାୟକ ଥିଲା ।
"କେଭାଡ଼ିଆରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଲି, ଯେଉଁଥିରେ ସର୍ଦ୍ଦାର ପଟେଲଙ୍କ ଜୀବନକୁ ପ୍ରଦର୍ଶିତ କରାଯାଇଛି, ଯେଉଁଥିରେ ସ୍ୱାଧୀନତା ସଂଗ୍ରାମରେ ତାଙ୍କର ସକ୍ରିୟ ଅଂଶଗ୍ରହଣ ଏବଂ ଭାରତକୁ ଏକୀକୃତ କରିବାରେ ତାଙ୍କର ଭୂମିକା ତଥା ଔପନିବେଶିକ ଶାସନରୁ ସ୍ୱାଧୀନତା ପରେ ଆହ୍ୱାନର ମୁକାବିଲା କରିବା ଅନ୍ତର୍ଭୁକ୍ତ।" 
HS


(रिलीज़ आईडी: 2186088) आगंतुक पटल : 21
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Bengali , Manipuri , Gujarati , Tamil , Telugu , Kannada , Malayalam