ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ତଖତ ଶ୍ରୀ ହରିମନ୍ଦିର ଜୀ ପାଟନା ସାହିବରେ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ
प्रविष्टि तिथि:
02 NOV 2025 10:10PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ସନ୍ଧ୍ୟାରେ ତଖତ ଶ୍ରୀ ହରିମନ୍ଦିର ଜୀ ପାଟନା ସାହିବରେ ପ୍ରାର୍ଥନା କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ତଖତ ଶ୍ରୀ ହରିମନ୍ଦିର ଜୀ ପାଟନା ସାହିବରେ ପ୍ରାର୍ଥନା କରିବା ଏକ ଦିବ୍ୟ ଅନୁଭୂତି ଥିଲା । ସେ କହିଛନ୍ତି, ଶିଖ୍ ଗୁରୁମାନଙ୍କ ମହାନ ଶିକ୍ଷା ସମଗ୍ର ମାନବଜାତିକୁ ପ୍ରେରଣା ଦେଇଥାଏ ।
ଶ୍ରୀ ମୋଦୀ ଏହା ମଧ୍ୟ କହିଥିଲେ, ଏହି ଗୁରୁଦ୍ୱାର ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ସହ ଘନିଷ୍ଠ ଭାବେ ଜଡ଼ିତ ଥିଲା, ଯାହାଙ୍କର ସାହସ ଏବଂ ନ୍ୟାୟ ପାଇଁ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରେରଣାଦାୟୀ ଥିଲା ।
ପ୍ରଧାନମନ୍ତ୍ରୀ ତଖତ ଶ୍ରୀ ହରିମନ୍ଦିର ଜୀ ପାଟନା ସାହିବର କିଛି ଝଲକ ମଧ୍ୟ ସେୟାର କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ଲେଖିଛନ୍ତି;
“ଆଜି ସନ୍ଧ୍ୟାରେ ତଖତ ଶ୍ରୀ ହରିମନ୍ଦିର ଜୀ ପାଟନା ସାହିବରେ ପ୍ରାର୍ଥନା କରିବା ଏକ ଦିବ୍ୟ ଅନୁଭୂତି ଥିଲା । ଶିଖ୍ ଗୁରୁମାନଙ୍କ ମହାନ ଶିକ୍ଷା ସମଗ୍ର ମାନବଜାତିକୁ ପ୍ରେରଣା ଦେଇଥାଏ । ଏହି ଗୁରୁଦ୍ୱାର ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀଙ୍କ ସହ ଘନିଷ୍ଠ ଭାବେ ଜଡ଼ିତ ଥିଲା, ଯାହାଙ୍କର ସାହସ ଏବଂ ନ୍ୟାୟ ପାଇଁ ପ୍ରତିବଦ୍ଧତା ଅତ୍ୟନ୍ତ ପ୍ରେରଣାଦାୟୀ ଥିଲା ।”
“ଏଠାରେ ତଖତ ଶ୍ରୀ ହରିମନ୍ଦିର ଜୀ ପାଟନା ସାହିବର କିଛି ଝଲକ ।”
“ତଖତ ଶ୍ରୀ ହରିମନ୍ଦିର ଜୀ ପାଟନା ସାହିବରେ ଶ୍ରୀ ଗୁରୁ ଗୋବିନ୍ଦ ସିଂହ ଜୀ ଏବଂ ମାତା ସାହିବ କୌର ଜୀଙ୍କ ପବିତ୍ର ଜୋରେ ସାହିବର ଦର୍ଶନ କଲି । ପବିତ୍ର ଗୁରୁ ଚରଣ ଯାତ୍ରା, ଯେଉଁଥିରେ ସବୁ ବର୍ଗର ଲୋକେ ସାମିଲ ଥିଲେ, ତାହା ପରେ ଏହା ପାଟନାକୁ ଆସିଥିଲା । ପାଟନା ଆସି ଏହାର ଦର୍ଶନ ପାଇଁ ସମସ୍ତଙ୍କୁ ଅନୁରୋଧ ।”
SR
(रिलीज़ आईडी: 2186031)
आगंतुक पटल : 25
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Bengali
,
Manipuri
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam