ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
କେଭାଡିଆରେ ଷ୍ଟାଚ୍ୟୁ ଅଫ୍ ୟୁନିଟିରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
प्रविष्टि तिथि:
31 OCT 2025 12:41PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କେଭାଡିଆରେ ‘ଷ୍ଟାଚ୍ୟୁ ଅଫ ୟୁନିଟ’ରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି କି, ଷ୍ଟାଚ୍ୟୁ ଅଫ ୟୁନିଟି ସର୍ଦ୍ଦାର ପଟେଲ ଏବଂ ଭାରତର ଏକତା ଓ ଶକ୍ତି ପ୍ରତି ତାଙ୍କର ଦୃଷ୍ଟିକୋଣକୁ ଏକ ଅବିସ୍ମରଣୀୟ ଶ୍ରଦ୍ଧାଞ୍ଜଳି । ସେ କହିଛନ୍ତି, ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି ଭାବେ ସ୍ଥାପିତ ଏହି ପ୍ରତିମା, ରାଷ୍ଟ୍ରୀୟ ଗୌରବ ଏବଂ ସର୍ଦ୍ଦାର ପଟେଲଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ରାଷ୍ଟ୍ରର ସାମୂହିକ ସଂକଳ୍ପର ପ୍ରତୀକ ।
ପ୍ରଧାନମନ୍ତ୍ରୀ ଏକ୍ସରେ ଲେଖିଛନ୍ତି;
“କେଭାଡିଆରେ ‘ଷ୍ଟାଚ୍ୟୁ ଅଫ ୟୁନିଟି’ରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି ।
ଏହି ସ୍ମାରକ ସର୍ଦ୍ଦାର ପଟେଲ ଏବଂ ଭାରତର ଏକତା ଓ ଶକ୍ତି ପ୍ରତି ତାଙ୍କର ଦୃଷ୍ଟିକୋଣକୁ ଏକ ଅବିସ୍ମରଣୀୟ ଶ୍ରଦ୍ଧାଞ୍ଜଳି । ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି ଭାବେ ସ୍ଥାପିତ ଏହି ପ୍ରତିମା ରାଷ୍ଟ୍ରୀୟ ଗୌରବ ଏବଂ ସର୍ଦ୍ଦାର ପଟେଲଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ରାଷ୍ଟ୍ରର ସାମୂହିକ ସଂକଳ୍ପର ପ୍ରତୀକ ।”
“କେଭାଡିଆରେ ‘ଷ୍ଟାଚ୍ୟୁ ଅଫ ୟୁନିଟି’ରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲି ।
ଷ୍ଟାଚ୍ୟୁ ଅଫ୍ ୟୁନିଟି ସର୍ଦ୍ଦାର ପଟେଲଙ୍କୁ ସମର୍ପିତ ଏକ ଭବ୍ୟ ସ୍ମାରକ,ଯାହାକି ଭାରତର ଏକତାଠାରୁ ଆରମ୍ଭ କରି ତାଙ୍କ ସଂକଳ୍ପର ସଶକ୍ତ ପ୍ରତୀକ । ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି ଭାବେ ସ୍ଥାପିତ ଏହି ପ୍ରତିମା, ରାଷ୍ଟ୍ରୀୟ ଗୌରବ ଏବଂ ସର୍ଦ୍ଦାର ପଟେଲଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ସାମୂହିକ ସଂକଳ୍ପର ପ୍ରେରଣା ଶକ୍ତି ମଧ୍ୟ ।”
SR
(रिलीज़ आईडी: 2184693)
आगंतुक पटल : 33
इस विज्ञप्ति को इन भाषाओं में पढ़ें:
English
,
Urdu
,
हिन्दी
,
Marathi
,
Bengali
,
Assamese
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam