ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ନୂଆଦିଲ୍ଲୀ ଏନଡିଟିଭି ୱାର୍ଲଡ ସମିଟ ୨୦୨୫ରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

प्रविष्टि तिथि: 17 OCT 2025 11:03PM by PIB Bhubaneshwar

 

ମହାମହିମ ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ହାରିନି ଅମରସୂର୍ଯ୍ୟାଜୀ, ମହାମହିମ ଅଷ୍ଟ୍ରେଲିଆର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ମୋ ବନ୍ଧୁ ଟୋନି ଆବଟ୍ଟଜୀ, ମହାମହିମ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ଋଷି ସୁନକଜୀ, ଅନ୍ୟାନ୍ୟ ବନ୍ଧୁଗଣ, ନମସ୍କାର ।

ଏହା ଉତ୍ସବର ସମୟ । ଆପଣମାନଙ୍କୁ ସମସ୍ତଙ୍କୁ ଶୁଭ ଦୀପାବଳି । ଏକ ଉତ୍ସାହ ଓ ଉଦ୍ଦୀପନାର ମାହୋଲରେ ଏନଡିଟିଭି ୱାର୍ଲଡ ସମିଟ ୨୦୨୫ ଅନୁଷ୍ଠିତ ହେଉଛି । ଚଳିତ ଅଧିବେଶନ ଲାଗି ଆପଣମାନେ ଏକ ପ୍ରମୁଖ ପ୍ରସଙ୍ଗ ଚୟନ କରିଛନ୍ତି । ଅପ୍ରତିହତ ଭାରତ । ବାସ୍ତବରେ ଭାରତ ଆଜି ଅଟକିଯିବା ଭାବନାରେ ନାହିଁ । ଆମେ ଅଟକିଯିବୁନି କିମ୍ବା ବନ୍ଦ କରିବୁନି । ଏକାଠି ହୋଇ ଆମେ ୧୪୦ କୋଟି ଭାରତୀୟ ଆଗକୁ ବଢିବୁ ।

ବନ୍ଧୁଗଣ, 

ଆଜି ଯେତେବେଳେ ସାରା ବିଶ୍ୱ ରାସ୍ତା ଅବରୋଧ ଓ ସ୍ପିଡ ବ୍ରେକରମାନଙ୍କୁ ସାମ୍ନା କରୁଛି ସେବେ ଅପ୍ରତିହତ ଭାରତ ପ୍ରସଙ୍ଗରେ ଆଲୋଚନା କରିବା ସ୍ୱାଭାବିକ କଥା । ଏଗାର ବର୍ଷ ତଳେ ଓ ଆଜିର ଦିନରେ ଏସବୁ ପ୍ରସଙ୍ଗକୁ ମୁଁ ରଖିବାକୁ ଚାହୁଁଛି । ୨୦୧୪ ପୂର୍ବରୁ ଏପ୍ରକାର ସମ୍ମିଳନୀରେ କଣ ଆଲୋଚନା କରାଯାଉଥିଲା ତାହା ଆପଣମାନଙ୍କର ସ୍ମରଣ ଥିବ । ହେଡଲାଇନ କଣ ରହୁଥିଲା କିମ୍ବା କନଫରେନ୍ସରେ କଣ ଆଲୋଚନା କରାଯାଉଥିଲା, ରାସ୍ତାଘାଟରେ କଣ ଆଲୋଚନା ହେଉଥିଲା ତାହା ଆପଣମାନଙ୍କର ଊଣା ଅଧିକେ ମନେ ରହିଥିବ । ବୈଶ୍ୱିକ ଚ୍ୟାଲେଞ୍ଜକୁ କିଭଳି ଆମେ ସାମ୍ନା କରିବା, ଶୀତଳ ଭଣ୍ଡାରରେ ପଡିରହିଥିବା ବିଭିନ୍ନ ଯୋଜନା କିପରି କାର୍ଯ୍ୟକାରୀ କରାଯିବ ସେନେଇ ଆମେ ଚିନ୍ତିତ ଥିଲେ । ଦେଶର ବଡ ବଡ ସ୍କାମକୁ କିପରି ବନ୍ଦ କରିହେବ ସେନେଇ ବି ଆଲୋଚନା ଚାଲିଥିଲା ।

ବନ୍ଧୁଗଣ,  

ସେହି ସମୟରେ ମହିଳା ସୁରକ୍ଷା ଉପରେ ଅନେକ ପ୍ରଶ୍ନ କରାଯାଉଥିଲା । ଟେରିଷ୍ଟ ସ୍ଲିପର ସେଲଗୁଡିକ କିପରି ନିୟନ୍ତ୍ରଣ ବାହାରେ ସେନେଇ ଖୁଲାସା କରାଯାଉଥିଲା । ମହଙ୍ଗା ରୂପକ ଡାହାଣୀ ଖାଇଯାଉଥିବା ନେଇ ଗୀତ ବି ବୋଲାଗଲା । ୨୦୧୪ ପୂର୍ବରୁ କଣ ହେଉଥିଲା ସେନେଇ ଏକ ପରିଷ୍କାର ଚିତ୍ର ସାମ୍ନାକୁ ଆସିଲା । ତା ପୂର୍ବରୁ ଏ ଦେଶ ଓ ସାରା ବିଶ୍ୱର ଲୋକେ ଭାବୁଥିଲେ ଯେ, ବିଭିନ୍ନ ପ୍ରକାର ସମସ୍ୟା ଭିତରେ ଘାଂଟି ହେଉଥିବା ଲୋକେ କେବେ ବି ଏଥିରୁ ମୁକୁଳି ପାରିବେ ନାହିଁ । କିନ୍ତୁ ଗତ ଏଗାର ବର୍ଷ ଭିତରେ ସମସ୍ତ ପ୍ରକାର କଳ୍ପନା ଜଳ୍ପନାକୁ ଭାରତ ଖଣ୍ଡନ କରିଛି । ପ୍ରତି ଚ୍ୟାଲେଞ୍ଜକୁ ଏହା ପ୍ରତିହତ କରିପାରିଛି । ଫ୍ରାଜାଇଲ ଫାଇଭରୁ ଆଜି ଭାରତ ମୁକୁଳାଇ ପାରିଛି । ବିଶ୍ୱର ପାଂଚଟି ଅର୍ଥନୈତିକ ଦେଶ ଭିତରେ ଭାରତ ନିଜ ସ୍ଥାନ ପକ୍କା କରିଛି । ଆଜି ଦୁଇ ପ୍ରତିଶତ ତଳକୁ ମୁଦ୍ରାସ୍ଫୀତି ରହିଥିବା ବେଳେ ସାତ ପ୍ରତିଶତ ଉପରେ ବିକାଶ ହାର ରହିଛି । ସିପରୁ ଚିପ ପର୍ଯ୍ୟନ୍ତ ଆତ୍ମ ନିର୍ଭର ଭାରତ ଆଜି ଆତ୍ମ ବିଶ୍ୱାସ ସମ୍ପନ୍ନ ଭାରତରେ ପରିଣତ ହୋଇପାରିଛି । ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଚୁପ ବସି ନାହିଁ । ସର୍ଜିକାଲ ଷ୍ଟ୍ରାଇକ, ଏୟାର ଷ୍ଟ୍ରାଇକ, ଅପରେସନ ସିନ୍ଦୂର ପରି ବିଭିନ୍ନ ପଦକ୍ଷେପ ନିଆଯାଇଛି ।

ବନ୍ଧୁଗଣ,

କୋଭିଡ ପୂର୍ବବର୍ତୀ ସମୟ କଥା ବିଚାରକୁ ନିଆଯାଉ ଯେବେ ସାରା ବିଶ୍ୱ ଜୀବନ ଓ ମୃତ୍ୟୁ ଭିତରେ ସଂଘର୍ଷ କରୁଥିଲା । ସାରା ବିଶ୍ୱ ଯେବେ ଏତେ ବଡ ଜନସଂଖ୍ୟା ବିଶିଷ୍ଟ ଦେଶକୁ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ଦେଖିଲା ସମସ୍ତେ ଭାବିଲେ ଭାରତ ପାଇଁ ବୋଧହୁଏ ସାରା ବିଶ୍ୱ ଡୁବିଯିବ । ଏନେଇ ବିଭିନ୍ନ ପ୍ରକାର କଳ୍ପନା ଜଳ୍ପନା ପ୍ରକାଶ ପାଇଲା । କିନ୍ତୁ ପ୍ରତିଟି କଳ୍ପନା ଜଳ୍ପନାକୁ ଭାରତ ଭୁଲ ପ୍ରମାଣିତ କଲା । ଆମେ ପ୍ରତିରୋଧ କରିବା ଆରମ୍ଭ କଲୁ । ଆମେ ଆମ ନିଜ ଟୀକା ବାହାର କରିବାକୁ ଆରମ୍ଭ କଲୁ । ରେକର୍ଡ ଟାଇମରେ ଆମେ ଟୀକା ପ୍ରୟୋଗ କଲୁ । ଏପ୍ରକାର ସମସ୍ୟାରୁ ମୁକୁଳିବା ପରେ ଆମେ ସାରା ବିଶ୍ୱର ପ୍ରମୁଖ ଅର୍ଥନୈତିକ ଦେଶ ଭିତରେ ସ୍ଥାନିତ ହୋଇପାରିଲୁ । 

ବନ୍ଧୁଗଣ,

କରୋନାର ପ୍ରଭାବ କମି ନଥିବା ବେଳେ ସାରା ବିଶ୍ୱ ବିଭିନ୍ନ ପ୍ରକାର ମତ ପାର୍ଥକ୍ୟ ଦେଖିବାକୁ ପାଇଲା । ହେଡଲାଇନରେ ଯୁଦ୍ଧର ବିଭୀଷିକା ଓ ଘନଘଟା ବିଷୟରେ ଖବର ପ୍ରକାଶ ପାଇବାରେ ଲାଗିଲା । ଦ୍ରୁତ ବିକାଶଶୀଳ ପ୍ରମୁଖ ଅର୍ଥନୈତିକ ଦେଶ ଭାବରେ ଭାରତ ବିକଶିତ ହେବାକୁ ଲାଗିଲା । ଗତ ତିନି ବର୍ଷ ଭିତରେ ଭାରତର ହାରାହାରି ବିକାଶ ହାର ୭.୮ ପ୍ରତିଶତ । ଏହା ଅବିଶ୍ୱସନୀୟ ଓ ଅଭୂତପୂର୍ବ । ଦୁଇ ଦିନ ପୂର୍ବରୁ ଗତବର୍ଷ ଅପେକ୍ଷା ସାମୁଦ୍ରିକ ରପ୍ତାନୀ ହାର ୭ ପ୍ରତିଶତ ବଢିଛି । ୪.୫ ଲକ୍ଷ କୋଟି ମୂଲ୍ୟର କୃଷିଜାତ ଦ୍ରବ୍ୟ ଭାରତ ରପ୍ତାନୀ କରିଛି । ବିଭିନ୍ନ ଦେଶର ଅସ୍ଥିର ରେଟିଂ ଭିତରେ ୧୭ ବର୍ଷ ପରେ ଭାରତର କ୍ରେଡିଟ ରେଟିଂକୁ ଏସ ଆଣ୍ଡ ପି ଅପଗ୍ରେଡ କରିପାରିଛି । ଆଇଏମଏଫ ମଧ୍ୟ ଭାରତର ବିକାଶକୁ ସମୀକ୍ଷା କରିଛି । କିଛି ଦିନ ପୂର୍ବେ ଭାରତର ଏଆଇ ସ୍ପେସ ପାଇଁ ଗୁଗୁଲ ୧୫ ବିଲିୟନ ଡଲାର ପୁଞ୍ଜି ନିବେଶ ଘୋଷଣା କରିଛି । ଗ୍ରୀନ ଏନର୍ଜି ସେମି କଣ୍ଡକ୍ଟର ବାବଦକୁ ଆଜି ବିପୁଳ ପୁଞ୍ଜି ନିବେଶ କରାଯାଉଛି ।

ବନ୍ଧୁଗଣ, 

ଆଜି ଭାରତର ବିକାଶ ବୈଶ୍ୱିକ ସୁଯୋଗକୁ ଆକାର ଦେଇପାରୁଛି । ଏଇ ନିକଟରେ ସ୍ୱାକ୍ଷରିତ ହୋଇଥିବା ଇଏଫଟିଏ ବାଣିଜ୍ୟିକ ଚୁକ୍ତିନାମା ଏହାର ଜ୍ୱଳନ୍ତ ଉଦାହରଣ । ଭାରତରେ ଶହେ ବିଲିୟନ ଡଲାରର ପୁଞ୍ଜି ନିବେଶ ଲାଗି ୟୁରୋପିଆନ ଦେଶଗୁଡିକ ଚୁକ୍ତି ସ୍ୱାକ୍ଷରିତ କରିଛନ୍ତି । ଏହା ଭାରତରେ ପ୍ରବଳ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । କିଛି ଦିନ ପୂର୍ବରୁ ମୋ ବନ୍ଧୁ ତଥା ବ୍ରିଟେନର ପ୍ରଧାନମନ୍ତ୍ରୀ ଷ୍ଟାର୍ମର ତାଙ୍କ ବାଣିଜ୍ୟିକ ପ୍ରତିନିଧି ମଣ୍ଡଳୀକୁ ନେଇ ଭାରତ ପରିଦର୍ଶନ କରିଥିଲେ । ଜି-୭ ଦେଶଗୁଡିକ ସହ ୬୦ ପ୍ରତିଶତରୁ ଅଧିକ ବାଣିଜ୍ୟ ହୋଇଛି । ନିର୍ଭର ଯୋଗ୍ୟ, ବିଶ୍ୱସନୀୟ ସହଯୋଗୀ ହିସାବରେ ସାରା ବିଶ୍ୱ ଭାରତବର୍ଷକୁ ଦେଖୁଛି । ଇଲେକ୍ଟ୍ରୋନିକ୍ସରୁ ଫାର୍ମା, ଅଟୋ ମୋବାଇଲରୁ ମୋବାଇଲ ନିର୍ମାଣ ସବୁ କ୍ଷେତ୍ରରେ ଭାରତରେ ପୁଞ୍ଜି ନିବେଶର ମାହୋଲ ସୃଷ୍ଟି ହୋଇପାରିଛି ।

ବନ୍ଧୁଗଣ,

ଏହି ସମ୍ମିଳନୀରେ ଆପଣମାନେ ସମସ୍ତେ ଏଜ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି । ବିଶ୍ୱ ପାଇଁ ଏଜ ଅଫ ଦ ଅନନୋନ ହେଉଛି ସମ୍ଭାବନାର ଏକ ଗେଟୱେ । ବର୍ଷ ବର୍ଷ ଧରି ଭାରତ ବିଭିନ୍ନ ଉପାୟରେ ବିକଶିତ ହୋଇଛି । ଆମ ସାଧୁ, ବୈଜ୍ଞାନିକ, ନାବିକ ସମସ୍ତେ କହିଛନ୍ତି ଯେ, ପ୍ରଥମ ପଦକ୍ଷେପ ହେଉଛି ପରିବର୍ତନର ସ୍ୱର । ବୈଷୟିକ ଓ ପ୍ରଯୁକ୍ତି ବିଦ୍ୟା ହେଉ ଅବା କରୋନା ଲାଗି ଆବଶ୍ୟକୀୟ ଟୀକା, କୁଶଳୀ ମାନବ ସମ୍ବଳ ସବୁ କ୍ଷେତ୍ରରେ ସବୁ ପ୍ରକାର ବିପଦକୁ ଆମେ ସମ୍ଭାବନାରେ ପରିଣତ କରିପାରିଛୁ । ଭାରତର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପରେ ନିକଟରେ ଆନ୍ତର୍ଜାତିକ ମୁଦ୍ରା ପାଣ୍ଠିର ମୁଖ୍ୟ କହିଛନ୍ତି ଯେ, ସେ ଅତ୍ୟନ୍ତ ଖୁସି । ବିଭିନ୍ନ ସଂସ୍କାର ସହ ଇକୋ ସିଷ୍ଟମକୁ ବି ଗୁରୁତ୍ୱ ଦିଆଯାଉଛି । ଭାରତର ଉଲ୍ଲେଖନୀୟ ସଂସ୍କାରଧର୍ମୀ ଭୂମିକାକୁ ଆଇଏମଏଫ ପ୍ରାଧାନ୍ୟ ଦେଇଛି । ସେ ଆଉ ଗୋଟିଏ କଥା ବି କହିଛନ୍ତି । ଏତେ ବଡ ଜନ ସମୁଦାୟକୁ ଡିଜିଟାଲ ଆଇଡେଂଟି ଦେବାରେ ଭାରତର ଉଲ୍ଲେଖନୀୟ ଉଦ୍ୟମକୁ ଆଇଏମଏଫ ମୁଖ୍ୟ ସ୍ୱାଗତ କରିଛନ୍ତି । ଭାରତରେ ୫୦ ପ୍ରତିଶତ ଫିନଟେକ ବିଶ୍ୱ ରିୟଲ ଟାଇମ କାରବାର ହେଉଛି । ଭାରତର ୫୦ ପ୍ରତିଶତ ୟୁପିଆଇ କାରବାର ସାରା ବିଶ୍ୱର ଡିଜିଟାଲ କାରବାରକୁ ସୂଚାଇଥାଏ । ଏହାର ଅର୍ଥ ହେଉଛି ଯେ ସମସ୍ତ ପ୍ରକାର ସମ୍ଭାବନା ଓ କଳ୍ପନା ଜଳ୍ପନାର ସୀମା ଅତିକ୍ରମଣତା ଏବେ ଭାରତବର୍ଷର ସ୍ୱଭାବରେ ପରିଣତ ହୋଇଛି । ମୁଁ ପ୍ରକୃତି ନୁହେଁ ବରଂ ସ୍ୱଭାବ କଥା ଉଲ୍ଲେଖ କରିଛି । ଏହି ସ୍ୱଭାବ ପାଇଁ ହିଁ ଆଜି ଭାରତ ଅପ୍ରତିହତ ଏକ ଶକ୍ତିରେ ରୂପାନ୍ତରିତ ହୋଇପାରିଛି ।

ବନ୍ଧୁଗଣ,

 ଯେ କୌଣସି ଦେଶର ଶକ୍ତି ସେହି ଦେଶର ନାଗରିକମାନଙ୍କ ସଫଳତାରୁ ହିଁ ଆସିଥାଏ । ଆଉ ଯେତେ ବେଳେ ନାଗରିକମାନଙ୍କ ଜୀବନଧାରାରେ ପ୍ରଶାସନ କିମ୍ବା ସରକାରଙ୍କ ହସ୍ତକ୍ଷେପ ରହିଥିବ ସେବେ ପ୍ରତିଟି ନାଗରିକ ପୂର୍ଣ୍ଣ ମାତ୍ରାରେ ନିଜ ଦକ୍ଷତା ପ୍ରତିପାଦିତ କରିପାରିବେ । ଯେବେ ଅଧିକ ସରକାରୀକରଣ ହେବ ସେତେ ଅବରୋଧ ମିଳିବ । ଯେତେ ଅଧିକ ଗଣତାନ୍ତ୍ରିକ ହେବ ସେତେ ଅଧିକା ଗତି ବଢିବ । ଦୁର୍ଭାଗ୍ୟ କାରଣରୁ ୬୦ ବର୍ଷ ଧରି ଏହି ଦେଶକୁ କଂଗ୍ରେସ ଶାସନ କରିଛି । କଂଗ୍ରେସ ଅମଳରେ ବିଭିନ୍ନ ଯୋଜନାର ଅଧିକା ସରକାରୀକରଣ କରାଯାଉଥିଲା । ଗତ ୧୧ ବର୍ଷ ଭିତରେ ଯୋଜନାଗୁଡିକର ସରକାରୀକରଣ ବଦଳରେ ଆମେ ଗଣତାନ୍ତ୍ରୀକରଣ କରିଛୁ । ଅପ୍ରତିହ ଭାରତ ପଛରେ ଏହା ବି ଏକ ମୁଖ୍ୟ କାରଣ । ବ୍ୟାଙ୍କିଙ୍ଗର କଥା ବିଚାରକୁ ନିଆଯାଉ । ୧୯୬୦ରେ ଭାରତୀୟ ବ୍ୟାଙ୍କଗୁଡିକୁ ଜାତୀୟକରଣ କରିବା କଣ ଦରକାର ଥିଲା । ଗରିବ, ଚାଷୀ, ଖଟିଖିଆ ଶ୍ରେଣୀର ଲୋକେ ବ୍ୟାଙ୍କିଙ୍ଗ ସୁବିଧା ପାଇବେ ବୋଲି ସେତେ ବେଳେ ସରକାର କହିଥିଲେ । ଏହି କାରଣ କଂଗ୍ରେସ ସରକାର ଦର୍ଶାଇଥିଲେ । କିନ୍ତୁ ପରବର୍ତୀ ସମୟରେ କଣ ହେଲା । ବ୍ୟାଙ୍କଗୁଡିକ ଧୀରେ ଧୀରେ ଲୋକଙ୍କଠାରୁ ଦୂରେଇବାକୁ ଆରମ୍ଭ କଲେ । ବ୍ୟାଙ୍କ ଦ୍ୱାର ସମ୍ମୁଖକୁ ଯିବାକୁ ଲୋକେ ଡରିବା ଆରମ୍ଭ କଲେ । ପୁଣି ଲୋକମାନଙ୍କଠାରୁ ବ୍ୟାଙ୍କଗୁଡିକ କ୍ରମଶଃ ଦୂରେଇ ଗଲେ । କିନ୍ତୁ ୨୦୧୪ରେ ଆମ ସରକାର ଆସିବା ପରେ ଦେଶର ଅର୍ଦ୍ଧାଧିକ ଜନସଂଖ୍ୟା ପାଖରେ ବ୍ୟାଙ୍କ ଖାତା ନଥିଲା । ବ୍ୟାଙ୍କ ଆକାଉଂଟ ନରହିବା କେବଳ ଏକ ସମସ୍ୟା ହେଲାନି ବରଂ ଦେଶର ଅର୍ଦ୍ଧାଧିକ ଲୋକେ ବ୍ୟାଙ୍କିଙ୍ଗ ସୁବିଧା ପାଇବାରୁ ବଂଚିତ ହେଲେ । ବଜାରରେ ଅଧିକ ସୁଧ ହାର ଦେବା ଓ ନିଜ ସ୍ଥାବର ଅସ୍ଥାବର ସମ୍ପତିକୁ ବନ୍ଧକ ରଖିବା ହେଉଥିଲେ ।

ବନ୍ଧୁଗଣ,

ଏପରି ସରକାରୀ ନିୟନ୍ତ୍ରଣରୁ ଦେଶ ମୁକୁଳିବା ଜରୁରୀ ଥିଲା । ତାହା ଆମେ କରିକି ଦେଖାଇଛୁ । ବ୍ୟାଙ୍କିଙ୍ଗ ସେକ୍ଟରକୁ ଆମେ ଗଣତାନ୍ତ୍ରିକ କରି ସଂସ୍କାର ଆଣିଛୁ । ମିଶନ ମୋଡରେ ଆମେ ୫୦ କୋଟି ଜନଧନ ଆକାଉଂଟ୍ସ ଖୋଲି ପାରିଛୁ । ସାରା ବିଶ୍ୱରେ ଖୋଲିଥିବା ଆକାଉଂଟ୍ସ ଗୋଟିଏ ପକ୍ଷେ ଦେଶରେ ଖୋଲିଥିବା ଆକାଉଂଟ୍ସ ଗୋଟିଏ ପଟେ ରହିଲା । ଆଜି ଦେଶର ଏହି ଦେଶର ପ୍ରାୟ ଗ୍ରାମାଂଚଳରେ ବ୍ୟାଙ୍କିଙ୍ଗ ଟଚ ପଏଂଟ ରହୁଛି । ଡିଜିଟାଲ ଟ୍ରାନଜାକସନ ପାଇଁ ସାରା ବିଶ୍ୱରେ ଭାରତ ଅର୍ଥନୈତିକ କ୍ଷମତା ସମ୍ପନ୍ନ ଦେଶ ଭାବରେ ପରିଗଣିତ ହୋଇଛି । ପୂର୍ବ କଂଗ୍ରେସ ସରକାର ଶାସନ ବେଳେ ଏନପିଏର ପାହାଡ ଦେଖିବାକୁ ମିଳୁଥିଲା । ବିଜେପିର ଗଣତାନ୍ତ୍ରିକ ପ୍ରକ୍ରିୟା ବ୍ୟାଙ୍କଗୁଡିକୁ ରେକର୍ଡ ପ୍ରଫିଟ ଦେଇଛି । ଗତ ୧୧ ବର୍ଷ ଭିତରେ ବିନା ବ୍ୟାଙ୍କ ଗ୍ୟାରେଂଟିରେ ବିଭିନ୍ନ ପ୍ରକାର ସରକାରୀ ଋଣ ସହାୟତା ଭିନ୍ନ ଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, କ୍ଷୁଦ୍ର ଚାଷୀ, ଲାଇଭଷ୍ଟକ ଚାଷୀ, ମତ୍ସ୍ୟଜୀବୀ, ଉଠା ଦୋକାନୀ ଓ ବିଶ୍ୱକର୍ମାମାନଙ୍କୁ ଦିଆଯାଇଛି ।

ବନ୍ଧୁଗଣ, 

ପେଟ୍ରୋଲ ଓ ଗ୍ୟାସ ସେକ୍ଟର କଥା ଆମେ ଆପଣଙ୍କୁ ଉଦାହରଣ ଦେବୁ । ୨୦୧୪ ପୂର୍ବରୁ କଣ ଅବସ୍ଥା ରହିଥିଲା । ସେତେବେଳେ ଜାତୀୟକରଣ କଥା ସାମ୍ନାକୁ ଆସୁଥିଲା । ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ସବସିଡି ପାଇଁ ରାତି ୮ଟାରୁ ଦିନ ୮ଟା ଯାଏ ପେଟ୍ରୋଲ ପମ୍ପ ବନ୍ଦ ରଖିବାକୁ ନିଷ୍ପତି ନେଇଥିଲା । କେଉଁ ଅବସ୍ଥାରେ ଆଜି ଆମେ ପହଂଚିଛେ ତାହା ସ୍ପଷ୍ଟ ଅନୁମେୟ । ସାରା ଦିନ ୨୪ ଘଂଟା ଧରି ପେଟ୍ରୋଲ ପମ୍ପ ଖୋଲା ରହୁଛି । ବିକଳ୍ପ ଇନ୍ଧନ ଓ ଇଲେକ୍ଟ୍ରିକ ଗତିଶୀଳତା ଲାଗି ଆମେ ଏବେ ପ୍ରଯତ୍ନଶୀଳ ଓ ଅଭୂତପୂର୍ବ ପୁଞ୍ଜି ବିନିଯୋଗ କରୁଛୁ । 

ବନ୍ଧୁଗଣ,

ଏପରିକି କଂଗ୍ରେସ ସମୟରେ ଗ୍ୟାସ ସଂଯୋଗୀକରଣ ଲାଗି ଲୋକେ ରାଜନେତାଙ୍କଠାରୁ ଲେଖାଇ ଆଣୁଥିଲେ । ବର୍ଷକ ଭିତରେ ଗ୍ୟାସ ସଂଯୋଗ ଲାଗି କୌଣସି ସାଂସଦ ୨୫ଟି କୁପନ ପାଇଥାନ୍ତି । ସେହି ସାଂସଦ ଘର ଆଗରେ ଲମ୍ବା ଲାଇନ ଲାଗିଥାଏ । ଗ୍ୟାସ କରେଇ ନେବା ଲାଗି ସେବେ ସାଂସଦଙ୍କ କାର୍ଯ୍ୟାଳୟରେ ଭିଡ ଲାଗୁଥିଲା । ଆପଣ ଜାଣି ଚକିତ ହେବେ ଯେ, ୨୦୧୩ ମସିହାର କୌଣସି ଖବରକାଗଜ ପଢିବେ ସେଠି ୨୦୧୪ରେ ମୋଦୀଙ୍କ ରଣାଙ୍ଗନରେ ଲଢିବା ଲାଗି କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଥିଲା । ସେତେ ବେଳେ ସେମାନେ ମୋତେ ଭଲ ଭାବରେ ଜାଣି ପାରିନଥିଲେ । ସମ୍ଭବତଃ ସେମାନେ ଏବେ ବି ମୋତେ ଭଲ ଭାବରେ ଜାଣି ପାରିନାହାନ୍ତି । ରାଜନୀତିକ ମୁଦ୍ଦା ହିସାବରେ ବର୍ଷକୁ ୬ଟି କିମ୍ବା ୯ଟି ସିଲିଣ୍ଡର ଯୋଗାଣକୁ ମୁଦ୍ଦା କଂଗ୍ରେସ କରିଥିଲା । ସରକାରୀ କଳର ପୂର୍ଣ୍ଣ ଅପବ୍ୟବହାର ନେଇ ସନ୍ଦେହ ବଢିଥିଲା । ଏବେ ଏଠାକୁ ଆସିବା ପରେ ଆମେ କଣ କରିଲୁ । ପ୍ରାୟ ୧୦ କୋଟି ଗରିବ ହିତାଧିକାରୀଙ୍କୁ ଆମେ ମାଗଣା ଗ୍ୟାସ ଯୋଗାଇ ଦେଇଛୁ । ଯେବେ ଗ୍ରାମାଂଚଳକୁ ଗ୍ୟାସ ସିଲିଣ୍ଡର ଆସେ ସେବେ ଲୋକେ ଭାବୁଥିଲେ ଯେ ଏହା ପଇସାବାଲା ମଗାଇଥିବେ । କିନ୍ତୁ ଗରିବଙ୍କ ପାଇଁ ଏହା ଅଭିପ୍ରେତ ଥିଲା । ପରିସ୍ଥିତିକୁ ଆମେ ଓଲଟାଇ ଦେଇଥିଲୁ ଓ ୧୦ କୋଟି ଲୋକଙ୍କ ଘରେ ଗ୍ୟାସ ଷ୍ଟୋଭ ପହଂଚାଇ ଦିଆଗଲା । ଏହା ହେଉଛି ବ୍ୟବସ୍ଥାର ଗଣତାନ୍ତ୍ରିକ ପ୍ରକ୍ରିୟାକରଣ । ଏହା ହିଁ ହେଉଛି ସମ୍ବିଧାନର ସଠିକ ସ୍ପିରିଟ ।

ବନ୍ଧୁଗଣ, 

ବ୍ୟାଙ୍କର ଜୀତୟକରଣ ଯୁଗରେ ସରକାରୀ କମ୍ପାନୀ ଓ ପିଏସୟୁଗୁଡିକୁ ବନ୍ଦ କରି କଂଗ୍ରେସ ଶୋଇ ଯାଉଥିଲା । ଏହା ଡୁବିବାକୁ ବସିଥିବା ବେଳେ କଂଗ୍ରେସ ଆମେ କାହିଁକି ଚିନ୍ତା କରିବୁ ଭାବରେ ଏସବୁ ଛାଡି ଦେଇଥିଲା । ଏହାର ସ୍ୱାଭାବିକ ମୃତ୍ୟୁ ଘଟିବ । ଆମ ପକେଟରୁ କଣ ବାଯାଉଛି । ଏହି ଭାବଧାରାରେ ସରକାର ରହିଥିଲେ । କିନ୍ତୁ ଏଥିରେ ପରିବର୍ତନ ଆସିଛି । ଏଲଆଇସି, ଏସବିଆଇ, ପିଏସୟୁ ପରି କ୍ଷେତ୍ର ଆଜିକାଲି ରେକର୍ଡ ପ୍ରଫିଟ କରୁଛନ୍ତି ।

ବନ୍ଧୁଗଣ,

ଯେବେ ବିଭିନ୍ନ ସରକାରୀ ଯୋଜନା ସରକାରୀକରଣ ଛଡା ଗଣତାନ୍ତ୍ରିକ ରହିଥିଲା, ସେବେ ଦେଶବାସୀଙ୍କ ମନରେ ଉଚ୍ଚ ଉତ୍ସାହ ରହିଥିଲା । ସରକାରୀକରଣର ଏପରି ଚିନ୍ତାଧାରା ଭିତରେ କଂଗ୍ରେସ ଦେଶରୁ ଗରିବୀ ହଟାଇବା ଲାଗି ସ୍ଲୋଗାନ ଦେଇଥିଲା । ପ୍ରତି ନିର୍ବାଚନରେ ଆପଣ ଏକଥା ଦେଖିଥିବେ । ୟୁଟ୍ୟୁବରୁ ଆପଣ ପୁରୁଣା ଭିଡିଓ ଶୁଣିପାରିବେ । ଗୋଟିଏ ନିର୍ଦ୍ଦିଷ୍ଟ ପରିବାରର ରାଜନେତାମାନେ ଲାଲକିଲ୍ଲାରୁ ସବୁ ବେଳେ ଗରିବୀ ହଟାଇବା ନେଇ ଉଦଘୋଷଣା କରୁଥିଲେ । ସମସ୍ତେ ସବୁ ସମୟରେ ଗରିବୀ ହଟାଇବା ନେଇ କହିଥାନ୍ତି । କିନ୍ତୁ ଗରିବୀ ଉପରେ କିଛି ବି କହିନଥାନ୍ତି । କିନ୍ତୁ ଗରିବୀ କିମ୍ବା ଦାରିଦ୍ର‌୍ୟ ହଟିଲା ନାହିଁ । ଗତ ୧୧ ବର୍ଷ ଭିତରେ ଆମର ଗଣତାନ୍ତ୍ରିକ ବ୍ୟବସ୍ଥା ଫଳରେ ୨୫ କୋଟି ଗରିବୀ ଲୋକଙ୍କୁ ଦାରିଦ୍ର‌୍ୟରୁ ମୁକୁଳାଇ ପାରିଛି । ଫଳରେ ସାରା ଦେଶ ଆମ ଉପରେ ବିଶ୍ୱାସ ରଖିଛି । ସେଇଥିପାଇଁ ଭାରତ ପ୍ରତିହତ ।

ବନ୍ଧୁଗଣ, 

ଆଜି ଗରିବୀରେ ସଢୁଥିବା ଲୋକଙ୍କ ପାଇଁ ସରକାର ପୂର୍ଣ୍ଣମାତ୍ରାରେ ସମର୍ପିତ ରହିଛି । ପଛୁଆ ଶ୍ରେଣୀକୁ ଆମେ ପ୍ରାଧାନ୍ୟ ଦେଉଛୁ । ସେମାନଙ୍କ ଜୀବନ ଧାରଣର ମାନରେ ଉଲ୍ଲେଖନୀୟ ପରିବର୍ତନ ଲାଗି ଆମେ ସମ୍ପୂର୍ଣ୍ଣ ଭାବରେ ସମ୍ବେଦନଶୀଳ ରହିଛୁ । ବଡ ବଡ ଆଲୋଚନାରେ ଏହି ପ୍ରସଙ୍ଗ ବିଶେଷ ଭାବେ ସ୍ଥାନିତ ହୋଇନଥାଏ । ଏକ ଉଦାହରଣ ଦିଆଯାଉ । ନିକଟରେ ବିଏସଏନଏଲ ପକ୍ଷରୁ ମେଡ ଇନ ଇଣ୍ଡିଆ ୪ଜି ଷ୍ଟାକର ବଜାର ପ୍ରବେଶ ଘଟିଛି । 

ବନ୍ଧୁଗଣ,

ମୁଁ ଆପଣମାନଙ୍କୁ ଏହି ଅବସରରେ କହୁଛି ଯେ ଭାରତ ଲାଗି ଏହା ଏକ ଉଲ୍ଲେଖନୀୟ ପ୍ରଗତିର ସୂଚକ । ଆମେ ଆଜି ଗର୍ବର ସହ କହୁଛେ ଯେ, ଭାରତ ପାଖରେ ସ୍ୱଦେଶୀ ୪ଜି ଷ୍ଟାକ ରହି ପାରିଛି । ଆଗରୁ ସବୁକଥାରେ ୨ଜିକୁ ଆକ୍ଷେପ କରାଯାଉଥିଲା । କିନ୍ତୁ ଏବେ ଆମେ ୪ଜି କଥା କହୁଛେ । ସରକାରୀ କମ୍ପାନୀ ହିସାବରେ ବିଏସଏନଏଲକୁ କଂଗ୍ରେସ ସରକାର ଧ୍ୱସଂ ପଥରେ ଛାଡି ଦେଇଥିଲେ । ହେଲେ ଏବେ ସ୍ଥିତିରେ ସୁଧାର ଆସିପାରିଛି । ଏବେ ବିଏସଏନଏଲ ସଫଳତା ପାଇବାରେ ଲାଗିଛି ।

ବନ୍ଧୁଗଣ,

 ଦେଶର ସଫଳତା ପଛରେ ଏହା ଗୋଟିଏ ଫର୍ଦ୍ଦ । ଯେଉଁ ତାରିଖରେ ୪ଜି ଷ୍ଟାକ ଲୋକାର୍ପିତ ହେଲା ସେବେ ବିଏସଏନଏଲ ପକ୍ଷରୁ ଏକ ଲକ୍ଷ ୪ଜି ଟାୱାର କାର୍ଯ୍ୟକ୍ଷମ କରାଗଲା । ଗ୍ରାମାଂଚଳ, ପାହାଡିଆ ଅଂଚଳରେ ବସବାସ କରୁଥିବା ଲୋକମାନଙ୍କୁ ଏହା ହାଇ ସ୍ପିଡ ଇଂଟରନେଟ ସେବା ଯୋଗାଇଲା ।

ବନ୍ଧୁଗଣ,  

ଆଉ ଗୋଟିଏ ଆଶ୍ଚର୍ଯ୍ୟଜନକ ଘଟଣା ଆପଣଙ୍କ ଆଗରେ ଅବତାରଣା କରୁଛି । ଆପଣମାନେ ସବୁବେଳେ ୨ଜି, ୪ଜି, ୬ଜି କଥା ଶୁଣୁଛନ୍ତି । ଆପଣମାନେ ହୁଏତ ସରକାରଙ୍କ ଇ-ସଂଜୀବନୀ କଥା ଶୁଣିନଥିବେ । ପାହାଡିଆ କିମ୍ବା ଗ୍ରାମାଂଚଳରେ ରୋଗରେ ପୀଡିତ ଲୋକଟିଏ ଇ-ସଂଜୀବନୀ ସହ ଯୋଗା ଯୋଗ କରି ସ୍ୱାସ୍ଥ୍ୟଗତ ସୁବିଧା ପାଇପାରିବେ ।

ବନ୍ଧୁଗଣ,

ଏହି ଆପ୍ଲିକେସନ ବା ଇ-ସଂଜୀବନୀ ମାଧ୍ୟମରେ ଦୂରଦୂରାନ୍ତର କୌଣସି ରୋଗୀ ଡାକ୍ତରଙ୍କ ସହ ସମ୍ପର୍କରେ ରହିପାରି ଚିକିତ୍ସିତ ହୋଇପାରିବେ । ଏନଡିଟିଭି ଦର୍ଶକ ଶୁଣି ଖୁସି ହେବେ ଯେ ଇ-ସଂଜୀବନୀ ମାଧ୍ୟମରେ ଏଯାଏ ୪୨ କୋଟି ଲୋକ ଡାକ୍ତରଙ୍କ ସହ ଓପିଡି ଯୋଗାଯୋଗ କରିସାରିଛନ୍ତି । ଏହା ବୁଝା ପଡୁଛି ଯେ, ୪ଜି, ୨ଜି କେବଳ ଏକ ମାଧ୍ୟମ ହୋଇ ରହିନାହିଁ ବରଂ ଏହା ଆବଶ୍ୟକତାରେ ପରିଣତ ହୋଇପାରିଛି । ଗ୍ରାମୀଣ କ୍ଷେତ୍ରରେ ସ୍ୱାସ୍ଥ୍ୟ ସେବା ପହଂଚାଇ ଲୋକମାନଙ୍କର ଜୀବନଶୈଳୀରେ ପରିବର୍ତନ ଅଣାଯାଇ ପାରିଛି । ଏବେ ଯେତେବେଳେ ଆପଣମାନଙ୍କ ସହ ମୁଁ କଥା ହେଉଛି ସେବେ ପ୍ରାୟ ଏକ ଲକ୍ଷ ଲୋକ ଇ-ସଂଜୀବନୀର ଫାଇଦା ପାଇସାରିଛନ୍ତି । ୧୨ ଘଂଟାର ବିବରଣୀ ମୁଁ ଦେଉଛି । ଇ-ସଂଜୀବନୀ କେବଳ ଏକ ସୁବିଧା ନୁହେଁ ବରଂ ସଂକଟ ସମୟରେ ସ୍ୱାସ୍ଥ୍ୟଗତ ସେବା ପାଇବାର ଏହା ହେଉଛି ପ୍ରକୃତ ପ୍ଲାଟଫର୍ମ । 

ବନ୍ଧୁଗଣ,

ଗୋଟିଏ ସମ୍ବେଦନଶୀଳ ସରକାର ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସବୁବେଳେ ଉତ୍ସର୍ଗୀକୃତ । ଲୋକମାନଙ୍କର ଜୀବନ ଶୈଳୀକୁ ସରଳ କରିବା ସହ ଆର୍ଥିକ କ୍ଷେତ୍ରରେ ସେମାନଙ୍କର ସଞ୍ଜୟ ଜମା ବୃଦ୍ଧି କରିବାକୁ ପ୍ରାଥମିକତା ଦିଆଯାଉଛି । ଉଦାହରଣ ସ୍ୱରୂପ, ଏକ ଜିବି ଡାଟା ବ୍ୟବହାର ପାଇଁ ଆଗରୁ ୩୦୦ ଟଙ୍କା ଲାଗୁଥିଲା । ହେଲେ ମାତ୍ର ଏବେ ୧୦ ଟଙ୍କାରେ କାମ ହୋଇଯାଉଛି । ଫଳରେ ପ୍ରତିବର୍ଷ ଭାରତୀୟଙ୍କ ପକେଟରେ ହଜାର ହଜାର ଟଙ୍କା ଜମା ହୋଇ ରହିପାରୁଛି । ଆୟୁଷ୍ମାନ ଭାରତ ଯୋଜନାରେ ଗରିବ ରୋଗୀମାନେ ୧.୨୫ ଲକ୍ଷ କୋଟି ଜମା କରିପାରିଛନ୍ତି । ପିଏମ ଜନଔଷଧି ସେଂଟର ମାଧ୍ୟମରେ ୮୦ ପ୍ରତିଶତ ରିହାତିରେ ଲୋକେ ଔଷଧ ପାଇପାରୁଛନ୍ତି । ଏହାଫଳରେ ଲୋକେ ପ୍ରାୟ ୪୦ ହଜାର କୋଟି ସଂଚୟ କରିପାରିଛନ୍ତି । ହାର୍ଟ ଷ୍ଟେଂଟର ମୂଲ୍ୟ ଏବେ ପ୍ରାୟ କମିଯାଇଥିବାରୁ ଗରିବ ଓ ମଧ୍ୟବିତ ଶ୍ରେଣୀର ଲୋକେ ବାର୍ଷିକ ପ୍ରାୟ ୧୨ ହଜାର କୋଟି ଟଙ୍କା ଜମା କରିବାରେ ସଫଳ ହେଉଛନ୍ତି ।

ବନ୍ଧୁଗଣ,

 ସଚ୍ଚୋଟ କରଦାତାଙ୍କୁ ଆମେ ସିଧାସଳଖ ଫାଇଦା ଦେଉଛୁ । ଏହା ଆୟକର ହେଉ ଅବା ଜିଏସଟି ସବୁଥିରେ ଦର ହ୍ରାସ କରାଯାଇଛି । ଚଳିତ ବର୍ଷ ୧୨ ଲକ୍ଷ ଟଙ୍କା ଆୟ ପର୍ଯ୍ୟନ୍ତ ଆୟକର ସୀମା କୋହଳ କରାଯାଇଛି । ଜିଏସଟି ସେଭିଂ ଉତ୍ସବ ଏବେ ଭଲ ଫଳାଫଳ ଦେଇଛି । ଆଜିକାଲି ଆମେ ଦେଖୁଛୁ ଯେ, ପୁରୁଣା ସେଲ୍ସ ରେକର୍ଡ ଭାଙ୍ଗିଛି । ଆୟକର ଓ ଜିଏସଟିର ଏହି ଦୁଇଟି ପାବଚ୍ଛ ପାଇଁ ଦେଶବାସୀ ବର୍ଷକରେ ୨.୫ ଲକ୍ଷ କୋଟି ଟଙ୍କା ସଂଚୟ କରିପାରୁଛନ୍ତି । 

ବନ୍ଧୁଗଣ,

ନିକଟରେ ଦେଶ ଓ ସାରା ବିଶ୍ୱ ଅପରେସନ ସିନ୍ଦୂରକୁ ନେଇ ବହୁ ଚର୍ଚ୍ଚା କଲେ । ଆମ ବନ୍ଧୁ ରାହୁଲଜୀ ମଧ୍ୟ ଅପରେସନ ସିନ୍ଦୂରକୁ ନେଇ ବହୁ କଥା କହିଲେ । ସେ ଏକ ସେନା ପରିବାରରୁ ଆସିଛନ୍ତି । ତାଙ୍କର ଏଥିପ୍ରତି ଆଗ୍ରହ ରହିବା କଥା । ସେ ଏହାକୁ ଗର୍ବର ସହ ପ୍ରଶଂସା କଲେ । ଦେଶ ଓ ସାରା ବିଶ୍ୱ ସେହି ସମାନ କଥା କରୁଛି । କିନ୍ତୁ ଆଜି ଆପଣମାନଙ୍କୁ ମୁଁ ଆଉ ଗୋଟିଏ ପ୍ରସଙ୍ଗକୁ ନେଇଯିବି । ଦେଶର ସୁରକ୍ଷା ଓ ନିରାପତା ନେଇ ଏହା କେବଳ ଗୁରୁତ୍ୱପୂର୍ଣ୍ଣ ନୁହେଁ ବରଂ ଏହା ଆମ ଦେଶର ଯୁବ ବର୍ଗଙ୍କ ଭବିଷ୍ୟ ସହ ସମ୍ପୃକ୍ତ । ଏହି ପ୍ରସଙ୍ଗ ନକ୍ସଲିଜିମ ଉପରେ ପର୍ଯ୍ୟବସିତ । ମୁଁ ବିଶ୍ୱାସ କରେ ଏପ୍ରକାର ଶବ୍ଦ କିଛି ଲୋକ ଆବିଷ୍କାର କରିଛନ୍ତି । ପ୍ରକୃତ ପକ୍ଷେ ଏହା ହେଉଛି ମାଓ ଆତଙ୍କ । ଆଜି ଆପଣମାନଙ୍କୁ ମାଓ ଆତଙ୍କର ଏକ କାହାଣୀ କହୁଛି । କଂଗ୍ରେସ ଶାସନ କାଳରେ ଅର୍ବାନ ନକ୍ସଲଙ୍କ ଇକୋ ସିଷ୍ଟମ ପ୍ରସଙ୍ଗରେ କହୁଛି । ଏହି ଅର୍ବାନ ନକ୍ସଲମାନେ ଆଗରୁ ବହୁତ ପ୍ରଭାବଶାଳୀ ଥିଲେ ଆଉ ଏବେ ବି ରହିଛନ୍ତି । ଆମ ଦେଶରେ ଆତଙ୍କବାଦକୁ ନେଇ ବହୁ ଚର୍ଚ୍ଚା କରାଯାଉଥିଲା । ୩୭୦ ଧାରାକୁ ନେଇ ବହୁ ବିତର୍କ ହେବାକୁ ଆରମ୍ଭ କଲା । କଂଗ୍ରେସ ଶାସନ କାଳରେ ଯେଉଁ ଅର୍ବାନ ନକ୍ସଲମାନେ ସକ୍ରିୟ ଥିଲେ, ଯେଉଁମାନେ ଏପ୍ରକାର ଅନୁଷ୍ଠାନଗୁଡିକୁ ଅଧିଗ୍ରହଣ କରିଛନ୍ତି ସେମାନେ ଏପ୍ରକାର ମାଓ ଆତଙ୍କକୁ ଘଂଟ ଘୋଡାଇ ରଖିଥିଲେ । ଦେଶକୁ ଅନ୍ଧାରରେ ରଖିଥିଲେ । କିଛି ଦିନ ପୂର୍ବରୁ ମାଓ ଆତଙ୍କରେ ଶୀକାର ହୋଇଥିବା ଅନେକ ଦୁର୍ଗତମାନେ ଦିଲ୍ଲୀ ଆସିଥିଲେ । ଏହା ବଡ ଯନ୍ତ୍ରଣାଦାୟକ ଘଟଣା । ସେମାନେ ବହୁ ସଂଖ୍ୟାରେ ଆସିଥିଲେ । କିଛି ଲୋକଙ୍କର ଗୋଡ ନଥିଲା । କିଛି ଲୋକଙ୍କର ହାତ ନଥିଲା । କିଛି ଲୋକଙ୍କର ଆଖି ନଥିଲା । କିଛି ଲୋକଙ୍କର ଶରୀରର କିଛି ପ୍ରତ୍ୟଙ୍ଗ ବି ନଥିଲା । ସେମାନେ ସମସ୍ତେ ମାଓ ଆତଙ୍କର ଶୀକାର ବ୍ୟକ୍ତି ଥିଲେ । ଗରିବ, ଆଦିବାସୀ, କୃଷକମାନଙ୍କର ପୁତ୍ର, ଗାଁର ଭାଇ, ଉଭଣୀ, ମା, ଉଭଣୀ କିଛି ଲୋକଙ୍କର କୃତ୍ରିମ ଗୋଡ ଲାଗିଥିଲା । ସେମାନେ ସମସ୍ତେ ଦିଲ୍ଲୀ ଆସିଥିଲେ । ସାତ ଦିନ ରହିଥିଲେ । ଯୋଡ ହସ୍ତରେ ସେମାନେ ସେମାନଙ୍କର ବାର୍ତା ଦେଶବାସୀଙ୍କୁ ଜଣାଇବାକୁ କହିଥିଲେ । ସେମାନେ ଏକ ପ୍ରେସ କନଫରେନ୍ସ ବି କରିଥିଲେ । ଆପଣମାନଙ୍କ ବିଥରୁ କେହି ବି ଏହା ଶୁଣିନଥିବେ କିମ୍ବା ଦେଖି ନଥିବେ । ମାଓ ଆତଙ୍କର ଠିକାଦାରମାନେ ଗରିବ ଭୁକ୍ତ ଭୋଗୀ ଦୁର୍ଗତମାନଙ୍କର କାହାଣୀକୁ ସାରା ଦେଶ ଜାଣିବାକୁ ଦେଉ ନଥିଲେ । କଂଗ୍ରେସ ଇକୋ ସିଷ୍ଟମ ଚର୍ଚ୍ଚା ହେବାକୁ ବି ଦେଉନଥିଲା । 

ବନ୍ଧୁଗଣ,

ପରିସ୍ଥିତି ଏପରି ଥିଲା ଯେ ଦେଶର ଅନେକ ପ୍ରମୁଖ ରାଜ୍ୟ ମାଓ ଅଧ୍ୟୁଷିିତ ଥିଲା । ବାକି ଜାଗାରେ ସମ୍ବିଧାନ କାର୍ଯ୍ୟକ୍ଷମ ଥିବା ବେଳେ ମାଓ ଅଧ୍ୟୁଷିତ ରେଡ କରିଡରରେ କେହି ଉଲ୍ଲେଖ କରିବାକୁ ବି ସାହାସ କରୁନଥିଲେ । ରାତି ଦିନ ସମ୍ବିଧାନ ମୁଣ୍ଡାଇ ବିକ୍ଷୋଭ କରୁଥିବା ଏହି ବ୍ୟକ୍ତିମାନେ ମାଓବାଦୀଙ୍କୁ ସୁରକ୍ଷା ଦେଉଛନ୍ତି । କିନ୍ତୁ ସମ୍ବିଧାନରେ ବିଶ୍ୱାସ ରଖନ୍ତି ନାହିଁ । 

ବନ୍ଧୁଗଣ,

ସରକାର ନିର୍ବାଚିତ ହେଲେ । କିନ୍ତୁ ରେଡ କରିଡରରେ ଏହାକୁ ସ୍ୱୀକୃତି ମିଳିଲା ନାହିଁ । ସନ୍ଧ୍ୟା ହେଲେ ଘରୁ ବାହାରିବା ମୁସ୍କିଲ ହେଉଛି । ଲୋକଙ୍କୁ ସୁରକ୍ଷା ଯୋଗାଉଥିବା ସୁରକ୍ଷା କର୍ମୀଙ୍କୁ ବି ସୁରକ୍ଷା ଦରକାର ହେଲା ।

ବନ୍ଧୁଗଣ,

ଗତ ୫୦-୫୫ ବର୍ଷ ଭିତରେ ମାଓ ହିଂସା ପାଇଁ ହଜାର ହଜାର ଲୋକ ମୃତ୍ୟୁବରଣ କରିଛନ୍ତି । ବହୁ ସୁରକ୍ଷା କର୍ମୀ ମାଓ ହିଂସାର ଶୀକାର ବି ହୋଇଛନ୍ତି । ଆମେ ଅନେକ ଯୁବକଙ୍କୁ ହରାଇଛୁ । ସ୍କାଲ ଚାଲିବାକୁ ବି ମାଓବାଦୀମାନେ ଅନୁମତି ଦେଉନଥିଲେ । ଡାକ୍ତରଖାନା ତିଆରି କରିବାକୁ ବି ଅନୁମତି ଦେଉନଥିଲେ । ଚାଲୁଥିଲେ ବି ଡାକ୍ତର ଆସିବାକୁ ଅନୁମତି ମିଳୁନଥିଲା । ଯେଉଁମାନେ ଛିଡା ହୋଇ ରହୁଥିଲେ ସେମାନଙ୍କୁ ବୋମା ଉଡାଇ ମାରି ଦିଆଯାଉଥିଲା । ବର୍ଷ ବର୍ଷ ଧରି ଦେଶର ଅନେକ ଜାଗାରେ ବହୁ ସଂଖ୍ୟାକ ଲୋକଙ୍କ ପାଖକୁ ବିକାଶ ପହଂଚି ପାରିନଥିଲା । ଆମ ଆଦିବାସୀ ଭାଇ ଉଭଣୀମାନେ, ଦଳିତ ଭାଇ ଉଭଣୀମାନେ, ଗରିବ ଶ୍ରେଣୀର ଲୋକେ ଏଥିପାଇଁ ବହୁ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି ।

ବନ୍ଧୁଗଣ,

ଏହି ଦେଶର ଯୁବକମାନଙ୍କ ଲାଗି ମାଓବାଦ ଏକ ଚରମ ଅଭିଶାପ । ଆମ ଯୁବକମାନଙ୍କୁ ମୁଁ ଏଭଳି ଅବସ୍ଥାରେ ଛାଡି ପାରିବିନି । ପ୍ରଥମଥର ଲାଗି ଆପଣମାନଙ୍କ ଆଗରେ ମୋ ଦୁଃଖ ମୁଁ କହୁଛି । ମୁଁ ଜାଣିଛି ଯେଉଁ ମା’ମାନେ ସେମାନଙ୍କ ସନ୍ତାନକୁ ହରାଇଛନ୍ତି ସେମାନଙ୍କର ନିଜ ପିଲାଙ୍କଠାରୁ ଯଥେଷ୍ଟ ଆଶା ରହିଥିଲା । ମାଓ ଗୁଜବର ସେମାନେ ଶୀକାର ହୋଇଥାଇ ପାରନ୍ତି କିମ୍ବା ମାଓବାଦର ଶୀକାର ହୋଇପାରିଥାନ୍ତି । ୨୦୧୪ ପରେ ଆମ ସରକାର ଏପ୍ରକାର ଖରାପ ବାଟରେ ଯାଇଥିବା ଯୁବକମାନଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାକୁ ଉଦ୍ୟମ କରିବା ଆରମ୍ଭ କଲା । ମୁଁ ଦେଶବାସୀଙ୍କୁ ଆଜି ପ୍ରଥମଥର କହୁଛି ଯେ, ଦେଶବାସୀ ଆମକୁ ଆଶୀର୍ବାଦ ଦେବେ । ଯେଉଁ ମା’ମାନେ ସେମାନଙ୍କୁ ପିଲାଙ୍କୁ ହରାଇଛନ୍ତି ସେମାନେ ଆମକୁ ଆଶୀର୍ବାଦ ଦେବେ । ଏ ଦେଶର ଶକ୍ତିକୁ ସେମାନେ ଆଶୀର୍ବାଦ ଦେବେ । ଆଜି ସାରା ଦେଶ ଏହାର ସୁଫଳ ଦେଖୁଛି । ୧୧ ବର୍ଷ ପୂର୍ବରୁ ୧୨୫ରୁ ଅଧିକା ଜିଲ୍ଲା ମାଓ ହିଂସା ଦ୍ୱାରା ଅଧ୍ୟୁଷିତ ଥିଲା ।

ବନ୍ଧୁଗଣ,

ଆଜି ଏହି ସଂଖ୍ୟା ୧୧କୁ ଖସିଛି । ଆଉ ଏଥିପାଇଁ କମ ପରିଶ୍ରମ କରିବାକୁ ପଡିନି । ଆଉ ଏହି ୧୧ଟି ଜିଲ୍ଲା ଭିତରୁ ୩ଟି ଅତିରିକ୍ତ ସମ୍ବେଦନଶୀଳ ରହିଛି । 

ବନ୍ଧୁଗଣ,

ଗତ ଶତାବ୍ଦୀରେ ହଜାର ହଜାର ନକ୍ସଲ ଅସ୍ତ୍ରଶସ୍ତ୍ର ତ୍ୟାଗ କରିଛନ୍ତି । ଗତ ୭୫ ଘଂଟାର ରେକର୍ଡ ମୁଁ ଆପଣଙ୍କୁ ଦେଉଛି । ମୁଁ ଜାଣିଛି ଯେ ଏହା ମିଡିଆର ମେନ୍ୟୁ ନୁହେଁ । କିନ୍ତୁ ଏହା ମୋ ଜୀବନର ଏହା ସବୁଠାରୁ ବଡ ଉପଲବ୍ଧି ଯେ ଗତ ୭୫ ଘଂଟା ଭିତରେ ୩୦୩ ନକ୍ସଲ ଆତ୍ମ ସମର୍ପଣ କରିଛନ୍ତି । ଯେଉଁମାନେ ଅତୀତରେ ଥ୍ରି ନଟ ଥ୍ରୀ ଚଳାଉଥିଲେ ସେମାନେ ଆଜି ସେହି ଥ୍ରୀ ନଟ ଥ୍ରୀକୁ ହସ୍ତାନ୍ତର କରି ସମର୍ପଣ କରିଛନ୍ତି । ଆଉ ଏମାନେ ସାଧାରଣ ନକ୍ସଲ ନଥିଲେ । କୋଟି କୋଟି ଟଙ୍କାର ପୁରସ୍କାର ଏମାନଙ୍କ ନାଁରେ ରହିଥିଲା । କିଛି ଲୋକଙ୍କ ଏକ କୋଟି, କିଛି ଲୋକଙ୍କର ୧୫ ଲକ୍ଷ, କିଛି ଲୋକଙ୍କର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ଘୋଷଣା କରାଯାଇଥିଲା । ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ବି ଏହି ନକ୍ସଲମାନଙ୍କଠାରୁ ଗ୍ରହଣ ଜବତ କରାଯାଇଛି । ବନ୍ଧୁକ ଓ ବୋମା ଛାଡି ଏହି ବ୍ୟକ୍ତିମାନେ ସମ୍ବିଧାନକୁ ଗ୍ରହଣ କରିବାକୁ ରାଜି ହୋଇଛନ୍ତି । ଯେବେ ଗୋଟିଏ ଦେଶ ସମ୍ବିଧାନର ମାର୍ଗରେ ଚାଲିଥାଏ ସେବେ ଭୁଲ ରାସ୍ତା ବାଛିଥିବା ବ୍ୟକ୍ତି ଠିକ ରାସ୍ତାକୁ ଫେରିଥାଏ ଓ ସମ୍ବିଧାନ ଉପରେ ହିଁ ଦୃଷ୍ଟି ନିବଦ୍ଧ କରିଥାଏ । ଧୀରେ ଧୀରେ ଏହି ବ୍ୟକ୍ତିମାନେ ସମାଜର ମୁଖ୍ୟ ସ୍ରୋତକୁ ଆସିଥାନ୍ତି । ପାଂଚ ଶତାବ୍ଦୀ ହୋଇଗଲା ଯୁବାବସ୍ଥା ସେମାନେ ବିତାଇଦେଲେ । କିନ୍ତୁ ଯେଉଁ ପରିବର୍ତନ ସେମାନେ ଚାହୁଁଥିଲେ ତାହା ହେଲାନି । ଏବେ ସେମାନେ ସମ୍ବିଧାନ ଉପରେ ବିଶ୍ୱାସ ରଖି ଚାଲିବେ । 

ବନ୍ଧୁଗଣ,  

ଏ ପ୍ରକାର କିଛି ମିଡିଆ ହେଡ ଲାଇନ୍ସ ରହିଥିଲା । ଛତିଶଗଡର ବସ୍ତରରେ ଏହା ଘଟିଲା କିମ୍ବା ସମ୍ପୂର୍ଣ୍ଣ ବସଟିକୁ ଜଣାଇ ଦିଆଗଲା । ଏତେ ସଂଖ୍ୟକ ସୁରକ୍ଷାକର୍ମୀ ମରିଗଲେ । ବସ୍ତରରେ ପ୍ରାୟ ସମୟ ଏପରି ଅଘଟଣ ଦେଖିବାକୁ ମିଳୁଥିଲା । ଏବେ ସେହି ସମାନ ବସ୍ତର କଥା ମୁଁ ଉଦାହରଣ ଦେବି । ଆଦିବାସୀ ପିଲାମାନେ ବସ୍ତର ଅଲିମ୍ପିକ୍ସ ଆୟୋଜନ କରିପାରିଛନ୍ତି । ଲକ୍ଷ ଲକ୍ଷ ଯୁବକ ବସ୍ତର ଅଲିମ୍ପିକ୍ସ ଆସି ସେମାନଙ୍କର କ୍ରୀଡା ନୈପୁଣ୍ୟ ପ୍ରଦର୍ଶନ କରୁଛନ୍ତି । 

ବନ୍ଧୁଗଣ,

ମାଓ ଆତଙ୍କରୁ ମୁକ୍ତ ଅଂଚଳ ଚଳିତ ଦୀପାବଳିରେ ଦୀପାଳି ଉତ୍ସବ ଅଧିକା ହେବ । ୫୦-୫୫ ବର୍ଷ ହେଲା ସେମାନେ ଦୀପାବଳି କଣ ଦେଖି ନାହାନ୍ତି । ଏବେ ସେମାନେ ଦୀପାବଳି ଦେଖିବେ । ଆମ କଠିନ ପରିଶ୍ରମ କାମ କରିବ । ହର୍ଷ ଓ ଆନନ୍ଦର ଦୀପ ସେହି ସ୍ଥାନରେ ଜଳିବ । ଆଉ ଆଜି ଦେଶବାସୀ ଓ ଏନଡିଟିଭି କର୍ମକର୍ତାଙ୍କୁ ମୁଁ ଆଶ୍ୱାସନା ଦେଉଛି ଯେ, ନକ୍ସଲ ଓ ମାଓବାଦରୁ ଦେଶ ସମ୍ପୂର୍ଣ୍ଣ ମୁକ୍ତ ହେବାର ଦିନ ଡେରି ନୁହେଁ । ଏହା ବି ମୋଦୀଙ୍କ ଗ୍ୟାରେଂଟି ।

ବନ୍ଧୁଗଣ,

ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟ କେବଳ ପ୍ରଗତିର ଏକ ଯାତ୍ରା ନୁହେଁ । ବିକାଶ ଓ ମର୍ଯ୍ୟାଦା ହାତ ଧରାଧରି ହୋଇ ଯେବେ ଚାଲନ୍ତି, ନାଗରିକଙ୍କ ଲାଗି ଯେବେ ଗତି ଓ ମର୍ଯ୍ୟାଦା ରହେ, ଇନୋଭେସନରଲ ଲକ୍ଷ୍ୟ ଯେବେ କେବଳ ଦକ୍ଷତା ନରହେ ଏପ୍ରକାର ଦର୍ଶନକୁ ନେଇ ଆମେ ଗତିଶୀଳ । ଆଉ ଏନଡିଟିଭି ୱାର୍ଲଡ ସମିଟ ଦ୍ୱାରା ଏପ୍ରକାର ଦର୍ଶନ ପୃଷ୍ଣପୋଷକତା ପାଇବ । ଦେଶ ଲାଗି କିଛି କହିବାକୁ ମୋତେ ଡାକିଥିବାରୁ ମୁଁ ଏନଡିଟିଭିକୁ ଧନ୍ୟବାଦ ଜ୍ଞାପନ କରୁଛି । ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେଉଛି । ଦୀପାବଳି ପାଇଁ ଢେର ସାରା ଶୁଭକାମନା । ବହୁତ ବହୁତ ଧନ୍ୟବାଦ ।  

PBD


(रिलीज़ आईडी: 2181144) आगंतुक पटल : 15
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Bengali , Assamese , Manipuri , Punjabi , Gujarati , Telugu , Kannada , Malayalam