ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ବରିଷ୍ଠ ଅଭିନେତା ଶ୍ରୀ ଗୋବର୍ଦ୍ଧନ ଅସରାନୀଙ୍କ ଦେହାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଶୋକ

Posted On: 21 OCT 2025 9:16AM by PIB Bhubaneshwar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବରିଷ୍ଠ ଅଭିନେତା ଶ୍ରୀ ଗୋବର୍ଦ୍ଧନ ଅସରାନୀଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି । ଭାରତୀୟ ଚଳଚ୍ଚିତ୍ର ପ୍ରତି ତାଙ୍କର ଅପାର ଅବଦାନ ଏବଂ ସବୁ ପିଢ଼ିର ଲୋକଙ୍କ ମନରେ ଖୁସି ଆଣିବାର ଦକ୍ଷତାକୁ ସ୍ମରଣ କରି ପ୍ରଧାନମନ୍ତ୍ରୀ ଏହି ଅଭିନେତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

ଏକ୍ସର ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ଶ୍ରୀ ଗୋବର୍ଦ୍ଧନ ଅସରାନୀ ଜୀଙ୍କ ଦେହାନ୍ତରେ ଗଭୀର ବ୍ୟଥିତ । ଜଣେ ପ୍ରତିଭାଶାଳୀ ମନୋରଞ୍ଜନକର୍ତ୍ତା ଏବଂ ବହୁମୁଖୀ କଳାକାର ଭାବେ ସେ ବିଭିନ୍ନ ପିଢ଼ିର ଲୋକଙ୍କ ମନୋରଞ୍ଜନ କରିଛନ୍ତି । ଅଭୁଲା ଅଭିନୟ ମାଧ୍ୟମରେ ସେ ଅଗଣିତ ଲୋକଙ୍କ ମନରେ ସେ ଖୁସି ଓ ହସ ଭରି ଦେଇଥିଲେ । ଭାରତୀୟ ଚଳଚ୍ଚିତ୍ର ପ୍ରତି ତାଙ୍କର ଅବଦାନ ସର୍ବଦା ମନେରହିବ । ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ମୋର ସମବେଦନା । ଓମ୍ ଶାନ୍ତି!”

SR


(Release ID: 2181135) Visitor Counter : 5