ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଆନ୍ଧ୍ରପ୍ରଦେଶ ଗସ୍ତର ଝଲକ ସେୟାର କଲେ ପ୍ରଧାନମନ୍ତ୍ରୀ
Posted On:
16 OCT 2025 9:55PM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଆନ୍ଧ୍ରପ୍ରଦେଶ ଗସ୍ତର କିଛି ଝଲକ ସେୟାର କରିଛନ୍ତି । ଶ୍ରୀଶୈଲମରେ ପ୍ରଧାନମନ୍ତ୍ରୀ ଶ୍ରୀ ଭ୍ରମରାମ୍ବା ମଲ୍ଲିକାର୍ଜୁନ ସ୍ୱାମୀ ଭର୍ଲା ଦେବସ୍ଥାନମରେ ପୂଜାର୍ଚ୍ଚନା କରି, ଶ୍ରୀ ଶିବାଜୀ ଧ୍ୟାନ ମନ୍ଦିର ଏବଂ ଶ୍ରୀ ଶିବାଜୀ ଦରବାର ହଲ ଗସ୍ତ କରିଛନ୍ତି । ପରେ ସେ କୁର୍ନୁଲରେ ପ୍ରାୟ ୧୩,୪୩୦ କୋଟି ଟଙ୍କାର ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ।
ଏକ୍ସର ଅନେକ ଗୁଡ଼ିଏ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;
“ଶ୍ରୀ ଭ୍ରମରାମ୍ବା ମଲ୍ଲିକାର୍ଜୁନ ସ୍ୱାମୀ ଭର୍ଲା ଦେବସ୍ଥାନମରେ ଦର୍ଶନ କଲି । ମୋ ସାଥୀ ଭାରତୀୟଙ୍କ କୁଶଳତା ଏବଂ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କଲି । ସମସ୍ତେ ଖୁସିରେ ଏବଂ ସମୃଦ୍ଧ ରୁହନ୍ତୁ ।”
“ଶ୍ରୀଶୈଲମରୁ ଅଧିକ କିଛି ଝଲକ”
“ଶ୍ରୀଶୈଲମରେ ଶ୍ରୀ ଶିବାଜୀ ଧ୍ୟାନ ମନ୍ଦିର ଏବଂ ଶ୍ରୀ ଶିବାଜୀ ଦରବାର ହଲ ପରିଦର୍ଶନ କଲି । ମହାନ୍ ଛତ୍ରପତି ଶିବାଜୀ ମହାରାଜ ୧୬୭୭ରେ ଶ୍ରୀଶୈଲମ ଆସିଥିଲେ ଏବଂ ସେ ଶ୍ରୀଶୈଲମ ମଲ୍ଲିକାର୍ଜୁନ ମନ୍ଦିରରେ ପ୍ରାର୍ଥନା କରିଥିଲେ ।
ଧ୍ୟାନ ମନ୍ଦିର ସେହି ସ୍ଥାନ ଯେଉଁଠି ସେ ଧ୍ୟାନ କରିଥିଲେ ଏବଂ ଭ୍ରମରାମ୍ବା ଦେବୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥିଲେ ।”
“ଶ୍ରୀଶୈଲମରେ ପହଞ୍ଚିବା ଅତ୍ୟନ୍ତ ଆନନ୍ଦର କଥା । ଏହି ପବିତ୍ର ସ୍ଥାନର ପ୍ରତ୍ୟେକ କୋଣରେ ଦିବ୍ୟତା ରହିଛି । ଏଠାକାର ଜନସାଧାରଣ ହାର୍ଦ୍ଦିକ ସ୍ୱାଗତ ଜଣାଇଥିବାରୁ ମୁଁ କୃତଜ୍ଞତା ଜଣାଉଛି ।
ଶ୍ରୀ ଭ୍ରମରାମ୍ବିକା ଦେବୀ ଏବଂ ମଲ୍ଲିକାର୍ଜୁନ ସ୍ୱାମୀ ଆମ ଦେଶ ଉପରେ ସର୍ବଦା କୃପା ବନାଇ ରଖନ୍ତୁ ।”
“ବିକଶିତ ଭାରତର ଲକ୍ଷ୍ୟକୁ ସାକାର କରିବାରେ ଆନ୍ଧ୍ରପ୍ରଦେଶକୁ ନିର୍ଣ୍ଣାୟକ ଭୂମିକା ନେବାକୁ ହେବ ଏବଂ ଆନ୍ଧ୍ର ପ୍ରଦେଶରେ ଏହା ଜରୁରୀ କି ରୟାଲସୀମା ପ୍ରଗତି କରୁ । ଆନ୍ଧ୍ର ପ୍ରଦେଶରେ ଚନ୍ଦ୍ରବାବୁ ନାଇଡ଼ୁ ଜୀଙ୍କ ନେତୃତ୍ୱଧୀନ ଏନଡିଏ ସରକାର ରାଜ୍ୟର ସର୍ବାଙ୍ଗୀନ ବିକାଶ ପାଇଁ ପ୍ରତିବଦ୍ଧ ।
@ncbn”
“ନିକଟ ଅତୀତରେ ଆନ୍ଧ୍ର ପ୍ରଦେଶ ଶକ୍ତି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଗତି କରିଛି । ଆଜି ଯେଉଁସବୁ ପ୍ରକଳ୍ପ ଉଦଘାଟିତ ହୋଇଛି, ଏସବୁ କେବଳ ରାଜ୍ୟର ଶକ୍ତି କ୍ଷେତ୍ରରେ ଯେ ବିକାଶ ଆଣିବ ତାହା ନୁହେଁ, ବରଂ ଏହି ଅଞ୍ଚଳରେ ଭାରତର ସାମଗ୍ରିକ ବିକାଶରେ ମଧ୍ୟ ଯୋଗଦାନ କରିବ ।”
“ଆନ୍ଧ୍ରପ୍ରଦେଶରେ ବିକଶିତ କରାଯାଉଥିବା ଭାରତର ପ୍ରଥମ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ହବ୍ ସମଗ୍ର ଦୁନିଆକୁ ଫାଇଦା ଆଣିବ । ଏହି ପ୍ରକଳ୍ପ ବିଶାଖାପାଟଣାକୁ ବୈଶ୍ୱିକ ଏଆଇ ଏବଂ କନେକ୍ଟିଭିିଟି ହବ୍ ଭାବେ ଏକ ନୂତନ ପରିଚୟ ପ୍ରଦାନ କରିବ ।”
“ମୁଁ ଖୁସି ଯେ ଆନ୍ଧ୍ରପ୍ରଦେଶ ସରକାର କୁର୍ନୁଲକୁ ଏକ ଡ୍ରୋନ ହବ୍ ଭାବେ ଗଢ଼ି ତୋଳିବାକୁ ସଂକଳ୍ପ ନେଇଛନ୍ତି । ଏହି ପ୍ରଚେଷ୍ଟା ଭାବୀ ପ୍ରାଦ୍ୟୋଗିକୀମାନଙ୍କ ପାଇଁ ନୂତନ ରାସ୍ତା ଖୋଲିବ ଏବଂ ରାଜ୍ୟାବ୍ୟାପୀ ବିଭିନ୍ନ କ୍ଷେତ୍ରରେ ସୁଯୋଗ ସୃଷ୍ଟି କରିବ ।”
“ରାଜ୍ୟାବ୍ୟାପୀ ‘ସୁପର ଜିଏସଟି, ସୁପର ବଚତ’ ଅଭିଯାନର ସଫଳତା ପାଇଁ ଆନ୍ଧ୍ର ପ୍ରଦେଶ ସରକାର, ବିଶେଷ କରି ମନ୍ତ୍ରୀ ନାରା ଲୋକେଶ ଜୀଙ୍କୁ ଅଭିନନ୍ଦନ । ଅଭିନବ ପ୍ରତିଯୋଗିତା ମାଧ୍ୟମରେ ଯୁବପିଢ଼ିଙ୍କ ମଧ୍ୟରେ ଜିଏସଟିର ଜ୍ଞାନ ଗଭୀର କରିବାରେ ସଫଳ ହୋଇଛନ୍ତି ।
@naralokesh”
“ବିହାରରେ ଏନଡିଏର ସମ୍ଭାବନା ବାବଦରେ ଏତେ ଭଲ ଭାବେ ହିନ୍ଦୀ କହି ଚନ୍ଦ୍ରବାବୁ ନାଇଡ଼ୁ ଜୀ ବିହାରରେ ଅନେକ ଏନଡିଏ କାର୍ଯ୍ୟକର୍ତ୍ତାଙ୍କ ହୃଦୟ ଜିତିବା ସହ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ ପ୍ରତି ଗଭୀର ପ୍ରତିବଦ୍ଧତା ଦେଖାଇଛନ୍ତି ।
@ncbn”
“କୁର୍ନୁଲରେ ଉତ୍ସାହ ଅସାଧାରଣ ଥିଲା! ଆଜି ଉଦଘାଟିତ ହୋଇଥିବା ବିକାଶମୂଳକ ପ୍ରକଳ୍ପରେ ଜନସାଧାରଣ ବହୁତ ଖୁସି ହୋଇଛନ୍ତି ।”
SR
(Release ID: 2180388)
Visitor Counter : 7
Read this release in:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Telugu
,
Kannada
,
Malayalam