ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଏନଏସଜି ପ୍ରତିଷ୍ଠା ଦିବସରେ ଯବାନମନଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

प्रविष्टि तिथि: 16 OCT 2025 9:09PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏନଏସଜି ପ୍ରତିଷ୍ଠା ଦିବସ ଅବସରରେ ଏନଏସଜି ଯବାନଙ୍କ ଅଦମ୍ୟ ସାହସ ଏବଂ ଦୃଢ଼ ସଂକଳ୍ପର ପ୍ରଶଂସା କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, ଦେଶକୁ ଆତଙ୍କବାଦରୁ ବଞ୍ଚାଇବାରେ, “ଆମର ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ଏବଂ ରାଷ୍ଟ୍ରୀୟ ସମ୍ପତ୍ତିକୁ ରକ୍ଷା କରିବାରେ ଏନଏସଜି ମହତ୍ୱପୂର୍ଣ୍ଣ ଭୂମିକା ନିଭାଇଛି ।”

ପ୍ରଧାନମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ରାଷ୍ଟ୍ରୀୟ ସୁରକ୍ଷା ଗାର୍ଡ (ଏନଏସଜି) ପ୍ରତିଷ୍ଠା ଦିବସ ଅବସରରେ, ମୁଁ ସମସ୍ତ ଏନଏସଜି ଯବାନଙ୍କୁ ଶୁଭକାମନା ଜଣାଉଛି । ଏନଏସଜି ଯବାନମାନେ ନିଜର ଅଦ୍ୱିତୀୟ ସାହସ ଏବଂ ସମର୍ପଣରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଦେଶକୁ ଆତଙ୍କବାଦରୁ ବଞ୍ଚାଇବାରେ, “ଆମର ନାଗରିକଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ଏବଂ ରାଷ୍ଟ୍ରୀୟ ସମ୍ପତ୍ତିକୁ ରକ୍ଷା କରିବାରେ ଏନଏସଜି ନିର୍ଣ୍ଣାୟକ ଭୂମିକା ନିଭାଇଛି ।”

@nsgblackcats  

SR


(रिलीज़ आईडी: 2180387) आगंतुक पटल : 15
इस विज्ञप्ति को इन भाषाओं में पढ़ें: Malayalam , English , Urdu , हिन्दी , Marathi , Assamese , Bengali , Manipuri , Punjabi , Gujarati , Tamil , Telugu , Kannada